ନିଶାନ୍ତ ବାର ସ୍ଥାନାନ୍ତର ପାଇଁ ତେଜିଲା ଦାବି: ଆନ୍ଦୋଳନ ଚେତାବନୀ ଦେଲେ ଓ୍ବାର୍ଡବାସୀ

କେସିଙ୍ଗା, ୧୧।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା -ଟିଟିଲାଗଡ ସହରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାର୍ଶରେ ନିଶାନ୍ତ ବାର ଖୋଲିବାକୁ ପ୍ରୟାସ ଚାଲିଛି। ୱାର୍ଡବାସୀ ଏହାକୁ ବିରୋଧ କରି ଜିଲାପାଳ ଓ ଅବକାରୀ ବିଭାଗ ଜିଲା ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି। ନିଶାନ୍ତ ହୋଟେଲ ଓ ବାର ମୁଖ୍ୟ ରାସ୍ତାରେ ଖୋଲିଲେ ବିରାଟ ଗଣଆନ୍ଦୋଳନ କରିଯିବ ବୋଲି ୱାର୍ଡବାସୀ ଜିଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି।

ଏହାର ତୁରନ୍ତ ସମାଧାନ ପାଇଁ ସହରର ଯୁବ ଗୋଷ୍ଠୀ, ମହିଳା, ଯୁବତୀଯୁବକ, ଛାତ୍ରୀଛାତ୍ର, ଆଇନଜୀବୀଙ୍କ ସମେତ ବିଭିନ୍ନ ସଙ୍ଗଠନ ପକ୍ଷରୁ ଜିଲା ପ୍ରଶାସନ ଓ ଅବକାରୀ ବିଭାଗକୁ ଏକ ସ୍ମାରକପତ୍ର ଦିଆଯାଇଛି। ୱାର୍ଡବାସିନ୍ଦାଙ୍କ ଦାବି ଯଦି ଜିଲାପ୍ରଶାସନ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ ତେବେ ଗଣଆନ୍ଦୋଳନ କରିବା ପାଇଁ ସହରବାସୀ ସଜବାଜ ହେଉଛନ୍ତି। ହୋଟେଲ ଏବଂ ବାର୍‌ ହେବା ପାର୍ଶ୍ୱରେ ବହୁ ଜନବସତି ଅଞ୍ଚଳ ରହିଛି। ୱାର୍ଡବାସୀଙ୍କ ବିନା ଅନୁମତିରେ କୌଣସି ସଭା ନ କରି କିପରି ବାର ଖୋଲିବାକୁ ଅନୁମତି ଦିଆ ଯାଇଛି ବୋଲି ୱାର୍ଡବାସୀ ଜିଲା ପ୍ରଶାସନକୁ ପ୍ରଶ୍ନ ଉଠାଇଛନ୍ତି।

ଉକ୍ତ ବାରକୁ ତେଲ ନଦୀର ପୂର୍ବ ସ୍ଥାନରେ ରଖିବାକୁ ସମସ୍ତ ଦାବି ହେଉଛି। ଜିଲା ଅବକାରୀ ଅଧୀକ୍ଷକ ରଞ୍ଜନ ନାଏକ କହିଛନ୍ତି ଯେ, ପୂର୍ବରୁ ମଧ୍ୟ ଅଭିଯୋଗ ହୋଇଛି। ଜିଲାପାଳଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ। ଜିଲାପାଳଙ୍କ ଦାୟିତ୍ୱରେ ଥିବା ତନ୍ମୟ ଦରୱାନଙ୍କୁ ମଧ୍ୟ ଦାବି ପତ୍ର ପ୍ରଦାନ କରାଯାଇଛି।

ଏହି ଅଭିଯୋଗରେ ବିଜେଡି ପୂର୍ବତନ ଟାଉନ ସଭାପତି ରମେଶ ପଟ୍ଟନାୟକ, ଯୁବ ସଂଗଠକ ଏ ସୁରେଶ ରାଓ, କାଉନସିଲର ରମାକାନ୍ତ ଜେନା,ରୋହିତ ଜୈନ, ଧରଣୀ ନାଏକ, ପ୍ରକାଶ ବନଛୋର, ସମ୍ଭୁ ବାଗ, ବିମଲ ବାଗ, ଅରୁଣ ଅଗ୍ରୱାଲ, ବିଜେଡି ଯୁବ ସଂଗଠକ ନଳୀନ ପଟ୍ଟନାୟକ ପ୍ରମୁଖ ୱାର୍ଡବାସୀ ଜିଲା ପ୍ରଶାସନକୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଥିଲେ। ୱାର୍ଡ ନମ୍ବର ୬ କାଉନସିଲର ଶମ୍ଭୁ ବାଗଙ୍କ ନେତୃତ୍ୱରେ ୱାର୍ଡବାସୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ନିଶାନ୍ତ ବାର ଖୋଲିଲେ ଦୃଢ଼ ବିରୋଧ କରାଯିବ ବୋଲି ୱାର୍ଡବାସୀ ପୂର୍ଣ୍ଣ ସମର୍ଥନ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ବାତିଲକୁ ନେଇ କେସିଙ୍ଗା କଲେଜରେ ରାଜନୈତିକ ଝଡ଼

କେସିଙ୍ଗା, ୧୩।୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବାକୁ ନେଇ ରାଜନୈତିକ ଉତ୍ତେଜନା ଦେଖାଦେଇଛି। ଏହାର ପ୍ରତିବାଦରେ ବିଜେଡି…

ହୃଦ୍‌ଘାତରେ ଚାଲିଗଲା ଡାକ୍ତରଙ୍କ ଜୀବନ

ଖଡିଆଳ,୧୩ା୧୦ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଚଲାନପଡ଼ା ଗ୍ରାମର ଆୟୁଷ ଡାକ୍ତର ଚିତ୍ତରଞ୍ଜନ ରାଉତ (୫୫)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ବୋଡ଼େନ ବ୍ଲକ…

ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାର ମାଧ୍ୟମ ‘ସୁରଭି’

ଦାରିଙ୍ଗବାଡ଼ି,୧୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ବ୍ଲକସ୍ତରୀୟ ‘ସୁରଭି-୨୦୨୬’ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି। ଛାତ୍ରୀଛାତ୍ରଙ୍କ ମଧ୍ୟରେ ଥିବା ଲୁକ୍କାୟିତ…

ଅମାନତ ଟଙ୍କାକୁ ନେଇ ଟଣାଓଟରା, ଯନ୍ତ୍ରୀ-ଛାୟା ଠିକାଦାର ମୁହାଁମୁହିଁ

କଟକ ସଦର, ୧୩।୧୦ (ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ୍‌ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅମାନତ ରାଶି ଉଠାଣକୁ ନେଇ ଯନ୍ତ୍ରୀ ଓ ଛାୟା ଠିକାଦାରଙ୍କ…

କାନ୍ଦୁଲ ଜଙ୍ଗଲକୁ ଯାଇଥିଲେ ବେତେସା: ହଠାତ୍‌ ଆକ୍ରମଣ କଲା ମହୁମାଛି, ଆଉ ତା’ପରେ…

ମୋହନା,୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ମହୁମାଛି ଆକ୍ରମଣରେ ଜଣେ ୫୨ ବର୍ଷୀୟ ବ୍ୟକ୍ତି ଗୁରୁତର ହୋଇପଡ଼ିଛନ୍ତି। ଗୁରୁତର ବ୍ୟକ୍ତି ହେଉଛନ୍ତି କଟାମା ପଞ୍ଚାୟତ ଅନ୍ତର୍ଗତ…

ପାଣିପାଗ ବିଭାଗର ବଡ଼ ଅପ୍‌ଡେଟ୍‌: ୧୦ ଜିଲାରୁ ଫେରିଗଲା ମୌସୁମୀ, ଜାଣନ୍ତୁ…

ଭୁବନେଶ୍ୱର,୧୩।୧୦: ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁପ୍ରତ୍ୟାହାର ଜାରି ରହିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ୧୦ ଜିଲାରୁ ମୌସୁମୀ ବାୟୁ ସଂପୂର୍ଣ୍ଣ ବିଦାୟ ନେଇଥିବା ପାଣିପାଗ ବିଭାଗ ପକ୍ଷରୁ…

ଭିଜିଲାନ୍ସ ଜାଲରେ ସଇଁତଳା RI: ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ବଲାଙ୍ଗୀର, ୧୩।୧୦(ସୁନିଲ କୁମାର ମହାନ୍ତି): ଲାଞ୍ଚ ନେବା ଅଭିଯୋଗରେ ବଲାଙ୍ଗୀର ଜିଲା ସଇଁତଳା ରାଜସ୍ବ ସର୍କଲର ରାଜସୱ ନିରୀକ୍ଷକ (RI) ଆଲନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ମାଡ଼ିବସିଛି।…

ଶିକ୍ଷାର ଗୁଣାତ୍ମକ ଉନ୍ନତି ଶିକ୍ଷାର୍ଥୀଙ୍କ ଫଳାଫଳ ସମୀକ୍ଷା ଉପରେ ଗୁରୁତ୍ୱ

ଥୁଆମୂଳ ରାମପୁର, ୧୩।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ଭବାନୀପାଟଣା ଆନୁକୂଲ୍ୟରେ ଥୁଆମୂଳ ରାମପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ‘ପ୍ରକାଶ ୩.୦’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?