ଶିକ୍ଷକ ନିଯୁକ୍ତି ଦାବିରେ ଧାରଣା

ରସୁଲପୁର,୪ା୨(ଡି.ଏନ.ଏ.): ରସୁଲପୁର ବ୍ଲକ ରାଉତରାପୁର ପଞ୍ଚାୟତର ଦର୍ଶନ ସରକାରୀ ୫-ଟି ରୂପାନ୍ତରିତକରଣ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଓ ଜଣେ ତାଲିମପ୍ରାପ୍ତ କଳା ଶିକ୍ଷକଙ୍କୁ ଅନ୍ୟତ୍ର ଡେପୁଟେସନ ଆଦେଶକୁ ରଦ୍ଦ ଦାବିରେ ବିଦ୍ୟାର୍ଥୀ ବିଦ୍ୟାଳୟ ଫାଟକ ସମ୍ମୁଖରେ ଶୁକ୍ରବାର ଧାରଣା ଦେଇଛନ୍ତି। ବିଦ୍ୟାର୍ଥୀ ଶ୍ରେଣୀ ଗୃହ ବର୍ଜନ କରି ଦିନ ତମାମ ଧାରଣାରତ ଥିଲେ। ଫଳରେ ପାଠ ପଢ଼ା ଠପ୍‌ ହୋଇଯାଇଥିଲା।
ସମ୍ପର୍କରେ ସରପଞ୍ଚ ସ୍ବର୍ଣ୍ଣପ୍ରଭା ସାହୁ ଯାଜପୁର ଜିଲା ଶିକ୍ଷାଧିକାରୀ ରଞ୍ଜନ କୁମାର ଗିରିଙ୍କୁ ଫୋନ ଯୋଗେ ଅବଗତ କରାଇଥିଲେ ବି ଜିଲା ଶିକ୍ଷାଧିକାରୀ ଆସି ନ ଥିଲେ। ରୂପାନ୍ତରିତ ବିଦ୍ୟାଳୟରେ ଉଚ୍ଚମାନର ଶିକ୍ଷାଦାନ ପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ଶିକ୍ଷକ ଅଭାବରୁ ପାଠପଢା ବାଧାପ୍ରାପ୍ତ ହେଉଛି। ଏ ଦିଗରେ ଶିକ୍ଷାଧିକାରୀଙ୍କୁ ଅବଗତ କରାଇବା ସତ୍ତ୍ୱେ ଜଣେ ହେଲେ ଅଧିକାରୀ ଏପରିକି କ୍ଲଷ୍ଟର ଦାୟିତ୍ୱରେ କାର୍ଯ୍ୟରତ ସିଆରସିସି ମଧ୍ୟ ବିଦ୍ୟାଳୟରେ ନ ପହଞ୍ଚତ୍ବା ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ନାପସନ୍ଦ କରାଯାଇଛି।
ବିଦ୍ୟାଳୟରେ ୧ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ୭୮୪ ପିଲା ଅଧ୍ୟୟନରତ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧ରୁ ୮ମ ଶ୍ରେଣୀରେ ୩୮୮ ପିଲା ପଢୁଛନ୍ତି। ମାତ୍ର ସେମାନଙ୍କ ପାଇଁ ୫ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ୯ମ ଓ ୧୦ମ ଶ୍ରେଣୀରେ ୧୯୬ ପିଲା ପଢୁଛନ୍ତି। ସେମାନଙ୍କ ପାଇଁ ୮ ଶିକ୍ଷକ ନିୟୋଜିତ ହୋଇଛନ୍ତି। ଏଲିମେଣ୍ଟାରୀ ପାଇଁ ୧୨ରୁ ଊର୍ଦ୍ଧ୍ୱ ଶିକ୍ଷକ ଆବଶ୍ୟକ ଥିବା ବେଳେ ୫ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ହାଇସ୍କୁଲ ପିଲାଙ୍କ ପାଇଁ ସଂସ୍କୃତ ଶିକ୍ଷକ ନ ଥିବା ବେଳେ ଆଉ ଜଣେ ତାଲିମପ୍ରାପ୍ତ କଳା ଶିକ୍ଷକଙ୍କୁ ଅନ୍ୟତ୍ର ଡେପୁଟେସନରେ ପଠାଇବା ପାଇଁ ଜିଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଜିଲାପାଳଙ୍କ ଏଭଳି ନିଷ୍ପତ୍ତିକୁ ଅଭିଭାବକ ଓ ପରିଚାଳନା କମିଟି ପକ୍ଷରୁ ବିରୋଧ କରାଯାଇଛି। ଶିକ୍ଷକଙ୍କୁ ଡେପୁଟେସନରେ ପଠାଇବା ନିର୍ଦ୍ଦେଶକୁ ବାତିଲ ପାଇଁ ଅଭିଭାବକଙ୍କ ପକ୍ଷରୁ ଜିଲାପାଳ, ଜିଲା ଶିକ୍ଷାଧିକାରୀଙ୍କୁ ଅନୁରୋଧ କରାଯାଇଥିଲେ ବି ପ୍ରୟାସ ମୂଲ୍ୟହୀନ ହୋଇପଡିଛି। ସୋମବାର ଶିକ୍ଷକ ଜଣକ ଅନ୍ୟତ୍ର ଯୋଗଦେବାକୁ ଏକପ୍ରକାର ନିଶ୍ଚିତ ଜାଣି ବିଦ୍ୟାର୍ଥୀମାନେ ଧାରଣାରେ ବସିଥିଲେ। ବିଦ୍ୟାଳୟ ସମସ୍ୟା ସମାଧାନ ନହେବା ଯାଏଁ ବିଦ୍ୟାର୍ଥୀ ଶ୍ରେଣୀଗୃହ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏ ନେଇ ଜିଲା ଶିକ୍ଷାଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରି ନ ଥିବା ବେଳେ ବ୍ଲକ ଶିକ୍ଷାଧିକାରୀ ସୁଦର୍ଶନ ମଲିକଙ୍କୁ ପଚାରିବାରୁ ସେ ଘଟଣା ସମ୍ପର୍କରେ ଅବଗତ ନାହାନ୍ତି। ସିଆରସିସିଙ୍କୁ ପଚାରି ବୁଝିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଜିଲାପାଳଙ୍କ ପକ୍ଷରୁ ଡେପୁଟେଶନ ଆଦେଶ ଦିଆଯାଇଛି। ତେଣୁ ସେ କିଛି ପଦକ୍ଷେପ ନେଇ ପାରିବେ ନାହିଁ ବୋଲି ମତ ରଖିଛନ୍ତି। ସରପଞ୍ଚ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ଘଟଣା ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଇଥିଲେ। ମାତ୍ର ଶିକ୍ଷା ଅଧିକାରୀ କହିଥିଲେ, ଡେପୁଟେଶନ ଆଦେଶ ଜିଲାପାଳ କରିଛନ୍ତି। ବିଦ୍ୟାର୍ଥୀ ଆନ୍ଦୋଳନ କଲେ କିଛି ପ୍ରଭାବ ପଡ଼ିବ ନାହିଁ। ତେଣୁ ପିଲାଙ୍କୁ ବୁଝାଇ ଶ୍ରେଣୀ କକ୍ଷକୁ ଫେରାଇ ନିଅ, ପାଠପଢ଼ା ସ୍ବାଭାବିକ କରାଅ ବୋଲି ମତ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?