ଯାତ୍ରୀବାହୀ ଟ୍ରେନ ଚଳାଚଳ ଦାବି: ଆଜି ରେଳରୋକୋ

କେନ୍ଦ୍ରାପଡ଼ା ଅଫିସ, ୧୦।୧୧: କେନ୍ଦ୍ରାପଡ଼ା ଜିଲାକୁ ୨୦୨୦ ଜୁଲାଇ ୨୪ଠାରୁ ମାଲବାହୀ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ଏହା ପରେ ରେଳ ବିହୀନ ଜିଲାରୁ କେନ୍ଦ୍ରାପଡ଼ାର ନାମ ବାଦ୍‌ ପଡିଥିଲା। ଏବେ ଦୈନିକ ୩୦ ମାଲବାହୀ ଟ୍ରେନ ଗଡୁ ଥିଲେ ମଧ୍ୟ ଯାତ୍ରୀବାହୀ ଟ୍ରେନ ଅଦ୍ୟାବଧି ଚଳାଚଳ କରିନାହିଁ। ଯାତ୍ରୀବାହୀ ଟ୍ରେନ ଚଳାଚଳ ଦାବିରେ ବରିଷ୍ଠ ନେତା ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ କେନ୍ଦ୍ରାପଡ଼ା ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ବୁଧବାର ୪ ଘଣ୍ଟିଆ ରେଳରୋକୋ ହେବ। ତେବେ ଏଥିପାଇଁ ଭିତ୍ତିଭୂମିର ଅଭାବ ଓ ନିରାପତ୍ତା ଆୟୁକ୍ତଙ୍କ ତଦାରଖ ଆବଶ୍ୟକ ଥିବା ସୂଚନା ମିଳିଛି।
ଏ ସମ୍ପର୍କରେ ବରିଷ୍ଠ ନେତା ସୌମେନ୍ଦ୍ର କୁମାର ପୃଷ୍ଟି କହିଛନ୍ତି, ହରିଦାସପୁର-ପାରାଦୀପ ନୂଆ ବ୍ରଡଗେଜ ଲାଇନରେ ଭାୟା କେନ୍ଦ୍ରାପଡ଼ା ଜିଲା ମଧ୍ୟ ଦେଇ ୨୦୨୦ ଜୁଲାଇ ୨୪ରେ ପ୍ରଥମ ପଣ୍ୟବାହୀ ରେଳ ଗଡିଥିଲା। ଏହାକୁ ଇତିମଧ୍ୟରେ ପ୍ରାୟ ଦେଢ଼ ବର୍ଷ ହୋଇଛି। ଅଦ୍ୟାବଧି ଯାତ୍ରୀବାହୀ ରେଳ ଗଡିନାହିଁ। ୧୯୯୬-୯୭ ଆର୍ଥିକ ବର୍ଷରେ ଏହି ରେଳ ଲାଇନ ପାଇଁ ପ୍ରସ୍ତାବ ଆଗତ ହୋଇଥିଲା। ଦୀର୍ଘଦିନ ଧରି ଏହି ପ୍ରକଳ୍ପ ପଡି ରହିବା ପରେ ରେଳପଥ ସମ୍ପୂର୍ଣ୍ଣ ନିର୍ମାଣ ହୋଇଛି। ଏ ନେଇ କଂଗ୍ରେସ ପକ୍ଷରୁ ବିଭାଗୀୟ ମନ୍ତ୍ରୀ, ଉଚ୍ଚ ପଦାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଯାତ୍ରୀବାହୀ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ତତ୍ପର ହେଉନାହାନ୍ତି। ସେହିପରି ସହରର ମୁର୍ସିଦ ଆଲମ କହିଛନ୍ତି, ଗତ ୨୦୨୦ରେ କରୋନା ସଂକ୍ରମଣ ଆରମ୍ଭ ପରେ ଏହି ଜିଲାକୁ ପ୍ରାୟ ୩ ଲକ୍ଷ ପ୍ରବାସୀ ଫେରିଥିଲେ। ସେମାନଙ୍କ ଯାତ୍ରାପଥର କଷ୍ଟ ସମ୍ପର୍କରେ ଗଣମାଧ୍ୟମରେ ବହୁଳ ଭାବେ ପ୍ରସାରିତ ହୋଇଛି। ଜିଲାରୁ ଏତେ ସଂଖ୍ୟକ କର୍ମଜୀବୀ ବାହାରକୁ ଯାଉଥିବା ବେଳେ ରେଳ ଚଢ଼ିବା ଅଦ୍ୟାବଧି ସମ୍ଭବ ହୋଇନାହିଁ। ଏହି ଜିଲାର କର୍ମଜୀବୀ ରେଳରେ ଚଢ଼ି ବାହାରକୁ ଯିବାକୁ ହେଲେ ନିକଟସ୍ଥ ପାରାଦୀପ, କଟକ ଓ ହରିଦାସପୁର ରେଳ ଷ୍ଟେଶନକୁ ଯିବାକୁ ପଡୁଛି। ତୁରନ୍ତ କେନ୍ଦ୍ରାପଡ଼ା ଜିଲାରେ ଯାତ୍ରୀବାହୀ ରେଳ ଚଳାଚଳ ପାଇଁ ଦାବି କରାଯାଉ ବୋଲି ସେ ମତ ଦେଇଛନ୍ତି। କଂଗ୍ରେସ ନେତା ଗଣେଶ୍ୱର କହିଛନ୍ତି, ଯାତ୍ରୀବାହୀ ରେଳ ଚଳାଚଳ ପାଇଁ କେନ୍ଦ୍ରାପଡ଼ାବାସୀ ଅପେକ୍ଷା କରିଛନ୍ତି। ଓଡ଼ିଶାରୁ ଏମ୍‌ପି ହୋଇ ଯାଇଥିବା ଅଶ୍ୱିନୀ ବୈଷ୍ଣବଙ୍କୁ କେନ୍ଦ୍ର ରେଳମନ୍ତ୍ରୀ ପଦବୀ ମିଳିବା ପରେ କଂଗ୍ରେସ ପକ୍ଷରୁ ଏହି ଦାବିକୁ ତୀବ୍ର କରାଯାଇଛି। ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମେଲ ଓ ପ୍ରତ୍ୟକ୍ଷ ଭାବେ ଏହି ରେଳପଥରେ ଯାତ୍ରୀବାହୀ ଚଳାଚଳ ପାଇଁ ଦାବି କରାଯାଇଛି। ଗତ ଅଗଷ୍ଟ ୨୬ରେ ପୂର୍ବତଟ ରେଳପଥ ପରିଚାଳକଙ୍କୁ ଭେଟି ଏ ନେଇ ଦାବିପତ୍ର ଦିଆଯାଇଥିଲା। ଦାବିର ସମୟସୀମା ଅବଧି ପାର ହୋଇଥିବାରୁ ରେଳରୋକୋ ଦ୍ୱାରା ଦୃଷ୍ଟି ଆକର୍ଷଣ କରାଯାଉଛି। ବୁଧବାର ସକାଳ ୮ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ରେଳ ଷ୍ଟେଶନରେ ଏହି ରେଳରୋକୋ ହେବ ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ପୂର୍ବତଟ ରେଳପଥର ପିଆରଓ ନିରାକାର ଦାସ କହିଛନ୍ତି, ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ସମସ୍ତ ପ୍ରସ୍ତୁତି ସରିନାହିଁ। ଷ୍ଟେଶନ ଓ ସିଗ୍‌ନାଲ ସିଷ୍ଟମକୁ ଭଲ ଭାବେ ପରୀକ୍ଷା ପରେ ଟ୍ରେନ ଚଳାଚଳ ସମ୍ଭବ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri