Posted inଖେଳ

ଭାରତକୁ ଧୂଳି ଚଟେଇଥିବା କ୍ରିକେଟର୍‌ଙ୍କୁ ଜ୍ୱାଇଁ କରିବେ ଆଫ୍ରିଦି

କରାଚି,୧୦।୧୧: ପାକିସ୍ତାନର ପୂର୍ବତନ ଅଧିନାୟକ ଶହିଦ ଆଫ୍ରିଦିଙ୍କ ବଡ ଝିଅ ଅକ୍ଷସା ସୋସିଆଲ ମିଡିଆଠାରୁ ନିଜକୁ ଦୂରେଇ ରଖିଛନ୍ତି। କିନ୍ତୁ ତାଙ୍କ ସୌନ୍ଦର୍ଯ୍ୟକୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି। ଅକ୍ଷସା ଖୁବ୍‌ଶୀଘ୍ର ନିଜ ଦେଶର ଷ୍ଟାର କ୍ରିକେଟର ଶାହିନ ଶାହା ଆଫ୍ରିଦିଙ୍କୁ ବିବାହ କରିବେ। ୨୧ ବର୍ଷୀୟ ଶାହିନ ଶାହା ଆଫ୍ରିଦି ବର୍ତ୍ତମାନ ପାକିସ୍ତାନ କ୍ରିକେଟ ଦଳର ଜଣେ ଭଲ ଖେଳାଳି। ଟେଷ୍ଟ, ଦିନିକିଆ ଏବଂ ଟି-୨୦ ଭଳି ତିନୋଟି ଫର୍ମାଟରେ ନିଜ ଦେଶ ପାଇଁ କ୍ରିକେଟ ଖେଳନ୍ତି।
ଖୁବ ଶୀଘ୍ର ଶାହିନ ଆଫ୍ରିଦିଙ୍କ ଜ୍ୱାଇଁ ହେବେ। ଶାହିନ ଏଥର ଟି -୨୦ ବିଶ୍ୱକପ ୨୦୨୧ରେ ଭାରତ ଉପରେ ଏକ ବଡ କ୍ଷତ ସୃଷ୍ଟି କରିଛନ୍ତି। ଭାରତ ବିପକ୍ଷ ମ୍ୟାଚରେ ରୋହିତ ଶର୍ମା, ବିରାଟ କୋହଲି ଏବଂ କେ.ଏଲ ରାହୁଲଙ୍କୁ ଆଉଟ କରି ଶାହିନ ଶାହା ଆଫ୍ରିଦି ପୁରା ଖେଳକୁ ଓଲଟାଇ ଦେଇଛନ୍ତି। ଶାହିନ ଭାରତ ବିପକ୍ଷରେ ତିନୋଟି ଉଇକେଟ ନେଇ ବିପକ୍ଷ ଦଳକୁ ପରାଜୟ ଆଡକୁ ଠେଲି ଦେଇଥିଲେ। ଫଳରେ ବିଶ୍ୱକପ ଭଳି ଟୁର୍ନାମେଣ୍ଟରେ ଭାରତ ପ୍ରଥମ ଥର ପାଇଁ ପାକିସ୍ତାନ ବିପକ୍ଷ ମ୍ୟାଚ ହାରିଥିଲା। ତା’ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟ ମଧ୍ୟ ଭାରତକୁ ଟୁର୍ନାମେଣ୍ଟରୁ ବାହାର କରିଦେଇଥିଲା। ୨୦୧୨ ଟି -୨୦ ବିଶ୍ୱକପ ପରେ ଏହା ପ୍ରଥମ ଥର ପାଇଁ ଭାରତୀୟ ଦଳ କୌଣସି ଆଇସିସି ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିପାରି ନାହିଁ।
ଶାହିଦ ଆଫ୍ରିଦିଙ୍କର ପାଞ୍ଚଟି ଝିଅ ଅଛନ୍ତି। ଅକ୍ଷସା ଆଫ୍ରିଦିଙ୍କ ବଡ ଝିଅ। ତାଙ୍କୁ ୨୦ ବର୍ଷ ବୟସ। ସେ ୧୫ ଡିସେମ୍ବର ୨୦୦୧ରେ ଜନ୍ମଗ୍ରହଣ କରିଥିଲେ। ପାକିସ୍ତାନ ସୁପର ଲିଗ (ପିଏସଏଲ) ମ୍ୟାଚରେ ଶାହିଦ ଆଫ୍ରିଦିଙ୍କ ଝିଅମାନେ ଷ୍ଟାଡିୟମରେ ଅନେକ ଥର ନଜର ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

୨ କୋଠରିରେ ପଢ଼ୁଛନ୍ତି ୧୦୪ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଲାବାଣ୍ୟଗଡ଼ ପଞ୍ଚାୟତ ଅନ୍ତର୍ଗତ ମାରିଙ୍ଗିସ୍ଥିତ ସରକାରୀ ପ୍ରାଥମିକ ଆବାସିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ୧୯୯୯ ମସିହାରେ ପ୍ରତିଷ୍ଠା…

ଉଧାରରେ ମିଳିଥିବା କ୍ଷମତାରୁ ହଟାଇବା ଜାଣିଛୁ: ନେହା

ଭୁବନେଶ୍ୱର,୩୦ା୮(ସୁନିତ୍‌ ମିଶ୍ର): ଆମେ ଛାତ୍ର, ଯାହା ହାତରେ ଅସ୍ତ୍ରଶସ୍ତ୍ର, ଦିଲ୍ଲୀ ପୋଲିସର ଲାଠି, ପେଲେଟ ଗନ୍‌ କି ଟିଅର ଗ୍ୟାସ୍‌ ନାହିଁ। ତଥାପି ଆମର ସେହି ସାଧାରଣ…

ଜାଣନ୍ତୁ କାହା ଅଭାବରୁ ବଢ଼ିଥାଏ ‘ଫ୍ୟାଟି ଫୁଡ୍‌’ ଲୋଭ

ଟୋକିଓ/ଲଣ୍ଡନ, ୩୦।୮: ସୁସ୍ବାଦୁ ତଥା ଅଧିକ ଚର୍ବିଯୁକ୍ତ ଖାଦ୍ୟ (ଫ୍ୟାଟି ଫୁଡ୍‌) ଦେଖିଲେ କେତେଜଣ ଲୋକ ନିଜକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ କାହିଁକି? ଏହାର ଉତ୍ତର ଖୋଜିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri