ସବୁଠି ଓଡ଼ିଆ ପାଣିପାଇପ୍‌ ମିସ୍ତ୍ରିଙ୍କ ଚାହିଦା

କେନ୍ଦ୍ରାପଡ଼ା ଅଫିସ, ୭।୮: କେନ୍ଦ୍ରାପଡା ଜିଲାରେ ପାଣିପାଇପ୍‌ ମିସ୍ତ୍ରିଙ୍କ ସଂଖ୍ୟା ସର୍ବାଧିକ । ଜିଲାର ଲକ୍ଷେରୁ ଊର୍ଦ୍ଧ୍ୱ କୁଶଳୀ କାରିଗର ଦେଶ ବିଦେଶରେ ଅଛନ୍ତି । ଦି ଇଣ୍ଡିଆନ ପ୍ଲମ୍ବିଂ ସ୍କିଲ୍‌ କାଉନସିଲର ସର୍ଭେ ଅନୁଯାୟୀ ଦେଶରେ କାର୍ଯ୍ୟରତ ପାଣିପାଇପ୍‌ ମିସ୍ତ୍ରିଙ୍କ ମଧ୍ୟରୁ ଓଡ଼ିଆ ଭାଷାଭାଷୀ ସଂଖ୍ୟା ୭୦ ଭାଗ । ଏଥିମଧ୍ୟରୁ ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ସର୍ବାଧିକ ମିସ୍ତ୍ରି ଅଛନ୍ତି ା ତେବେ ଏହି କୁଶଳୀ କାରିଗରଙ୍କ ତଥ୍ୟ ଜିଲା ପ୍ରଶାସନ ନିକଟରେ ନାହିଁ ା ଦେଶ ବିଦେଶରେ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ଉଦ୍ଧାର ଅଥବା ସହଯୋଗ ପାଇଁ ଜିଲା ପ୍ରଶାସନ ହାତଟେକି ଦେଉଛି ା ଏମାନଙ୍କ ଡାଟାବେସ୍‌ ପ୍ରସ୍ତୁତି ସହ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ଟୋଲ୍‌ ଫ୍ରି ନମ୍ବର ଦିଆଗଲେ ଜିଲାବାସୀ ଉପକୃତ ହୋଇପାରିବେ ା ଦେଶ ବିଦେଶରେ ରହୁଥିବା ପାଣିପାଇପ୍‌ ମିସ୍ତ୍ରିଙ୍କ ଚିହ୍ନଟ ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଇଛି ା
ଏ ସମ୍ପର୍କରେ ଆଇନଜୀବୀ ତଥା ଶ୍ରମିକ ନେତା ରଶ୍ମିରଞ୍ଜନ ରାଉତରାୟ କହିଛନ୍ତି, ୧୯୪୭ରେ କୋଲକାତା ହାଇକୋର୍ଟରେ ଦିନେଶ ଚନ୍ଦ୍ର ଗୁହା ନାମକ ଜଣେ ବ୍ୟକ୍ତି ଏକ ମକଦ୍ଦମା ଦାଏର କରିଥିଲେ ା ଏଥିରେ କୋଲକାତା ମ୍ୟୁନିସିପାଲିଟିର ଲାଇସେନ୍ସପ୍ରାପ୍ତ ପାଣିପାଇପ୍‌ ମିସ୍ତ୍ରି ନିଯୁକ୍ତ ହୋଇ ନ ଥିବା ଦର୍ଶାଇ ଓଡ଼ିଶାର ପାଣିପାଇପ୍‌ ମିସ୍ତ୍ରିଙ୍କୁ ବିରୋଧ କରିଥିଲେ। ସେତେବେଳେ ପଟ୍ଟାମୁଣ୍ଡାଇର କୁଶଳୀ ମିସ୍ତ୍ରିଙ୍କ ଅନୁଭବ ଆଗରେ ପାଠପଢ଼ା ଡିଗ୍ରୀ ହାର ମାନିଥିଲା ା ବାସ୍ତବରେ ୧୯୩୦ରେ କେତେଜଣ ଯୁବକ ବ୍ରିଟିଶ କମ୍ପାନୀରେ ରହି କାର୍ଯ୍ୟ କରୁଥିଲେ ା ଦେଶ ବିଭାଜନ ପରେ ଏହି କମ୍ପାନୀରେ ଥିବା ମୁସଲମାନ ସମ୍ପ୍ରଦାୟ ଲୋକ ପୂର୍ବ ପାକିସ୍ତାନକୁ ପଳାଇ ଯିବା ପରେ କୋଲକାତାରେ ଓଡ଼ିଆ ମିସ୍ତ୍ରିଙ୍କ ଆଧିପତ୍ୟ ବଢ଼ିଥିଲା ା ଏପରି କି ୧୯୭୦ରୁ ଅଦ୍ୟାବଧି ଜିଲାର ଏହି କୁଶଳୀ କାରିଗର ଆରବ, କୁଏଟ୍‌ ଆଦି ଦେଶରେ ସର୍ବାଧିକ ଗ୍ରହଣୀୟ ହୋଇଛନ୍ତି। ୨୦୧୦ରୁ ପଟ୍ଟାମୁଣ୍ଡାଇଠାରେ ଷ୍ଟେଟ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ପ୍ଲମ୍ବିଂ ଟେକ୍ନୋଲୋଜି (ଏସ୍‌ଆଇପିଟି) ଆରମ୍ଭ ପରେ କୁଶଳୀଙ୍କ ସଂଖ୍ୟା ଅଧିକ ହେଉଛି ବୋଲି ସେ ପ୍ରକାଶ କରିଛନ୍ତି ା ଜିଲାର ଏକ ବେସରକାରୀ ସଂସ୍ଥାର ଆକଳନ ଅନୁଯାୟୀ, ୨୦୧୧ ଜନଗଣନା ଅନୁଯାୟୀ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ସହିତ ଆଳି, ରାଜନଗର, ରାଜକନିକା ଓ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳର ୫,୩୬,୦୨୬ ଜଣଙ୍କ ମଧ୍ୟରୁ ୫୧ ପ୍ରତିଶତ ଜିଲା ବାହାରେ କାର୍ଯ୍ୟରତ ଅଛନ୍ତି ା ଏମାନଙ୍କ ମଧ୍ୟରୁ ୬୭ ଭାଗ ପାଣିପାଇପ୍‌ ମିସ୍ତ୍ରି ଭାବେ କାର୍ଯ୍ୟ କରୁଛନ୍ତି ା ତେବେ ଏହି କୁଶଳୀ ଶ୍ରମିକଙ୍କ ଡାଟାବେସ୍‌ ନ ଥିବାରୁ ସରକାରୀ ପ୍ରୋତ୍ସାହନ ମିଳିପାରୁନାହିଁ ା ପଟ୍ଟାମୁଣ୍ଡାଇର ନରେନ୍ଦ୍ର ରାଉତ କହିଛନ୍ତି, ଏଠାକାର କୁଶଳୀ କାରିଗରମାନେ ଦେଶ ବିଦେଶରେ ମଧ୍ୟସ୍ଥ, ଠିକାଦାର, ବିଲଡରଙ୍କ ଜରିଆରେ ପାଣିପାଇପ୍‌ କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି। ବହୁ ସମୟରେ ଏହି ଶ୍ରମିକଙ୍କ ନିର୍ଯାତନା ଖବର ଆସିଥାଏ ା ସେହିପରି ଭିଜା, ପାସପୋର୍ଟ ଆଦି ସମସ୍ୟା ରହିଛି। ଏହି ସମୟରେ ପ୍ରଶାସନ ପକ୍ଷରୁ ସାହାଯ୍ୟର ଆବଶ୍ୟକତା ଥିବାବେଳେ ପରିଚୟ ଓ କାର୍ଯ୍ୟସ୍ଥଳୀର ତଥ୍ୟ ଅଭାବରୁ ଯୋଗାଯୋଗ ସମ୍ଭବ ହେଉନାହିଁ। ଏଥିସହିତ ଶ୍ରମ ବିଭାଗ ପକ୍ଷରୁ ଡାଟାବେସ୍‌ ପ୍ରସ୍ତୁତ କରାଯାଇ ଏକ ଟୋଲ୍‌ ଫ୍ରି ନମ୍ବର ଦେଲେ ଜିଲା ବାହାରେ ରହୁଥିବା ଶ୍ରମିକଙ୍କ ସମସ୍ୟା କିଛି ଲାଘବ ହୋଇପାରିବ ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲ କହିଛନ୍ତି, ୨୦୧୯ରେ ଡାଟାବେସ୍‌ ପ୍ରସ୍ତୁତି ପାଇଁ ପଦକ୍ଷେପ ନିଆଯାଇଛି ା ପାଣିପାଇପ୍‌ ମିସ୍ତ୍ରି ଅଥବା ଶ୍ରମିକ ଜିଲା ବାହାରକୁ ଯାଉଥିବା ସମୟରେ ଶ୍ରମ ବିଭାଗ କାର୍ଯ୍ୟାଳୟରେ ନିଜର ନାମ ପଞ୍ଜୀକୃତ କରାଇବା ବ୍ୟବସ୍ଥା ହୋଇଛି ା ଏଥିସହ ପଟ୍ଟାମୁଣ୍ଡାଇ ବ୍ଲକ ଚାହାପଡାସ୍ଥିତ ଏସ୍‌ଆଇପିଟିରୁ ପୁରାତନ ଓ ନୂତନ ଶିକ୍ଷାର୍ଥୀଙ୍କ ପରିଚୟ ମଗା ଯାଇଥିବା ଏଡିଏମ୍‌ ସାମଲ ସୂଚନା ଦେଇଛନ୍ତି ା

 


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?