ସହରରେ ପାହାଡ଼ି ପରିବା ଚାହିଦା

କେନ୍ଦୁଝର,୨୯ା୧୦ ନରେଶ ଚନ୍ଦ୍ର ପଟ୍ଟନାୟକ: ଦୁଇ ବର୍ଷ କୋଭିଡ୍‌ କଟକଣା ପରେ ବନବାସୀମାନେ ବଣପାହାଡ଼ରୁ ପନିପରିବା ଆଣି କେନ୍ଦୁଝର ସହରରେ ବିକ୍ରି କରୁଛନ୍ତି। ସମ୍ପ୍ରତି କେନ୍ଦୁଝର ବଜାରରେ ପରିବା ଦର ଆକାଶଛୁଆଁ ଥିବା ବେଳେ ପାହାଡ଼ି ପରିବାର ଚାହିଦା ବଢ଼ୁଥିବା ଦେଖିବାକୁ ମିଳୁଛି। ଏଥିସହ ଏହା ବିନା ସାର, ପାରମ୍ପରିକ ପଦ୍ଧତିରେ ଉତ୍ପାଦିତ ହେଉଥିବାରୁ ପରିବାର ସ୍ବାଦ ଅଲଗା ରହିବା ସହ ଦେହ ପ୍ରତି ସ୍ବାସ୍ଥ୍ୟକର ହୋଇଥିବାରୁ ଏହା ଲୋକଙ୍କ ପ୍ରଥମ ପସନ୍ଦ ହୋଇଛି।
ବନବାସୀମାନେ ସହରବଜାର ରାସ୍ତାକଡ଼ରେ ପସରା ମେଲାଇ କାକୁଡ଼ି, ଜହ୍ନି, ବିଭିନ୍ନ ପ୍ରକାରର ଶାଗ ଓ ଛତୁ, ଭେଣ୍ଡି, କଞ୍ଚା କଦଳୀ, ବାଇଗଣ, ରୁମା ଛୁଇଁ, କାଙ୍କଡ଼, ଲାଉ, ଅମୃତଭଣ୍ଡା, ସଜନା ଛୁଇଁ, କଖାରୁ, ବୋଇତାଳୁ, ଓଲୁଅ, ସାରୁ, ବୋଇତାଳୁ ଫୁଲ-ଡଙ୍କ, କଦଳୀ ଫୁଲ-ମଞ୍ଜା, କଲରା ଏବଂ ମକା, ଚୂନା ମାଛ, କୁରୁକୁଟି ଆଦି ବିକିଥାନ୍ତି। ପାହାଡ଼ର ଗଡ଼ାଣିଆ ଜମିରେ ତଇଳା କାଟି ବହୁ କଷ୍ଟ କରି ଏହି ଚାଷ କରିଥାନ୍ତି ବୋଲି ଜଣେ ଆଦିବାସୀ ଚାଷୀ ବନମାଳୀ ନାଏକ କହିଛନ୍ତି। ଆଦିବାସୀ ସାମଗ୍ରୀକୁ ଭାଗ ଭାଗ କରି ବିକୁଥିବା ବେଳେ ଏହାକୁ ନେଇ ବେପାରୀମାନେ କିଲୋ ଦରରେ ଉଚ୍ଚା ଦାମରେ ବିକି ବେଶ ଲାଭବାନ ହେଉଛନ୍ତି। ଏ ନେଇ ପ୍ରଶାସନିକସ୍ତରରେ ମଧ୍ୟ କୌଣସି ସହାୟତା ମିଳୁ ନ ଥିବାରୁ ବନବାସୀ ଓଜନ ଓ ମୂଲ୍ୟରେ ଠକାମିର ଶିକାର ହେଉଥିବା ଅଭିଯୋଗ ହେଉଛି। ବନବାସୀମାନେ ସରଳ ଓ ନିରୀହ ହୋଇଥିବାରୁ ଏହାର ପ୍ରତିବାଦ କରୁନାହାନ୍ତି ବୋଲି ଅବସରପ୍ରାପ୍ତ କେନ୍ଦ୍ର ସରକାରୀ ଅଧିକାରୀ ଅଲେଖଚନ୍ଦ୍ର ପାତ୍ର କୁହନ୍ତି। ବେପାରୀଙ୍କ ପ୍ରାଦୁର୍ଭାବ ଯୋଗୁ ପାହାଡ଼ି ପରିବାର ଦର ଅଯଥା ବୃଦ୍ଧି ପାଉଛି। ଏହାର ଦରଦାମ୍‌ ତଥା ବିକ୍ରିବଟା ନିୟନ୍ତ୍ରଣ ପ୍ରଶାସନ ପକ୍ଷରୁ କରାଗଲେ ଆଦିବାସୀ ଉଚିତ ମୂଲ୍ୟ ପାଇପାରିବେ ଏବଂ ସେମାନଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ପେଟପାଟଣା ପାଇଁ ଗଛ କାଟିବେ ନାହିଁ ବୋଲି ବରିଷ୍ଠ ସାହିତି୍ୟକ ପ୍ରଦୀପ ରାଉତ, ସ୍ଥାନୀୟ ବାସିନ୍ଦା ଅନିଲ ଶଙ୍କର ଓ ପରିବେଶବିତ୍‌ମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ହୋଇନପାରି ପଡିରହିଛି ହଜାର ହଜାର ପ୍ୟାକେଟ ଧାନ, ଧାରଣାରେ ବସିଲେ ଚାଷୀ

ଅତାବିରା,୨୫ା୬(ଯୁଧିଷ୍ଠିର ମହାପାତ୍ର): ରବି ଫସଲ ଧାନ କିଣାବିକା ପ୍ରକ୍ରିୟା ଆଉ ମାତ୍ର ୫ ଦିନ ପରେ ଅର୍ଥାତ୍ ଜୁନ ୩୦ ତାରିଖ ଶେଷ ହେବାକୁ ଯାଉଛି ।…

ଦାରିଙ୍ଗବାଡି ଯାଉଥିବା ବେଳେ ଭ୍ୟାନ-ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ

ଦାରିଙ୍ଗବାଡି,୨୫ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ପାଙ୍ଗାଲିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଭ୍ୟାନ ସହ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ…

ବିଜେଡିରେ ସୁଜାତା ସାମିଲ ହେବା ପରେ ଶଙ୍ଖ ଭବନରୁ ଆସିଲା ବଡ଼ ଖବର: ରାଜନୀତିରେ ଚହଳ

ଭୁବନେଶ୍ୱର, ୨୫।୬: ବିଜେଡିରେ ସାମିଲ ହେଲେ ସୁଜାତା କାର୍ତ୍ତିକେୟନ। ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ସେ ଦଳରେ ଯୋଗ ଦେଇଛନ୍ତି। ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ…

ପ୍ରେମ ବିବାହର ଭୟଙ୍କର ଅନ୍ତ! ପତ୍ନୀଙ୍କୁ କାର୍‌ରେ ବସାଇ କେନାଲକୁ ଗାଡ଼ି ଖସାଇଦେଲେ…

ଚଣ୍ଡିଗଡ଼,୨୫ା୬: ପଞ୍ଜାବର ପଟିଆଲାରୁ ଏକ ଗଭୀର ଦୁଃଖଦ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଏକ ପ୍ରେମ ବିବାହ ମୃତ୍ୟୁରେ ପରିଣତ ହୋଇଛି। ଭାରତୀୟ ସେନାର…

ସୁଜାତା ବିଜେଡିରେ ମିଶିବା ପରେ ନବୀନ ଦେଲେ ସ୍ପଷ୍ଟୀକରଣ, କହିଲେ ଆସନ୍ତା ନିର୍ବାଚନରେ ମୁଁ…

ଭୁବନେଶ୍ୱର,୨୫ା୬: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ସ୍ତ୍ରୀ ତଥା ପୂର୍ବତନ ଆଇଏଏସ୍‌ ଅଫିସର ସୁଜାତା କାର୍ତ୍ତିକେୟନ ଗୁରୁବାର ବିଧିବଦ୍ଧ ଭାବେ ବିଜେଡିରେ ମିଶିଛନ୍ତି।…

ରାସ୍ତା ନାହିଁ, ଅସରାଏ ବର୍ଷା ହେଲେ ରୋଗୀଙ୍କୁ ବାଉଁଶ ଦୋଳା ଭରସା

ମହାକାଳପଡ଼ା,୨୫ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଅନ୍ତର୍ଗତ ସାନ୍ତାଳୀ ଗାଁ ପାଣିଖିଆକୁ ଭଲ ରାସ୍ତା ନାହିଁ। ଅସରାଏ ବର୍ଷା…

ଏଲନ ମସ୍କଙ୍କୁ ଶକ୍ତ ଝଟକା: ହାତରୁ ଗଲା…

ନ୍ୟୁୟର୍କ,୨୫।୬: ଦୁନିଆର ପ୍ରଥମ ଟ୍ରିଲିୟନେୟାର (Trillionaire) ଭାବେ ଏଲନ ମସ୍କଙ୍କ ସଂକ୍ଷିପ୍ତ ସମୟ ଶେଷ ହୋଇଯାଇଛି। ସ୍ପେସଏକ୍ସ (SpaceX – SPCX) ଏବଂ ଟେସଲା (Tesla –…

ଦାବି ପୂରଣ ନ ହେଲେ ଜୁଲାଇ ୧ରୁ ସାମୂହିକ ଛୁଟି: ଚେତାବନୀ ଦେଲା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ

ନବରଙ୍ଗପୁର,୨୫।୬(ସଦାଶିବ ପ୍ରହରାଜ): ଓଡ଼ିଶାର ରାଜସ୍ବ ପ୍ରଶାସନର ମେରୁଦଣ୍ଡ ଆର୍‌ଆଇ, ଏଆର୍‌ଆଇ, ରେଭିନ୍ୟୁ ସୁପରଭାଇଜରମାନେ ୨୨ ତାରିଖରୁ ମିଶନ୍‌ ସ୍ବାଭିମାନ ଅଧୀନରେ ବ୍ୟାପକ ପ୍ରତିବାଦ ଆରମ୍ଭ କରିଛନ୍ତି। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri