ବଢୁଛି ମାଟିପାତ୍ର ଚା’ର ଚାହିଦା

ଖୋର୍ଦ୍ଧା ଅଫିସ,୧୫।୧୨: ଶୀତୁଆ ସକାଳେ ଚାହା ଟିକିଏ ମିଳିଗଲେ ମନ ଖୁସି ହୁଏ। ତେଣୁ ରାତି ପାହିଲେ ଲୋକେ ଚା’ ଦୋକାନରେ ଭିଡ଼ ଜମାନ୍ତି। ଖୋର୍ଦ୍ଧା ସହରରେ ଏବେ ମାଟିପାତ୍ର ଚା’ର ଚାହିଦା ବୃଦ୍ଧି ପାଇଛି। ପୁରୁଣା ମେଡିକାଲ ଛକ ପେଟ୍ରୋଲ ପମ୍ପ ନିକଟରେ ରହିଛି କାଳିଚରଣ ଭୂୟାଁଙ୍କ ପାନଦୋକାନ। କାଳିଚରଣଙ୍କ ହାତ ତିଆରି ମାଟିପାତ୍ରରେ ଚା’ ପିଇବା ଲାଗି ସକାଳୁ ବେଶ୍‌ ଭିଡ଼ ଜମୁଛି। ଗତ କିଛି ବର୍ଷ ହେବ ସେ ଏଠାରେ ଦୋକାନ ଖୋଲିଛନ୍ତି। ଗତ ଦୁଇମାସ ହେଲା ମାଟିପାତ୍ରରେ ଚା’ ବିକିବା ଆରମ୍ଭ କରିଛନ୍ତି। ପ୍ରଥମେ ବେପାର ହେଉ ନ ଥିଲା। ଏବେ କିନ୍ତୁ ଚାହିଦା ବଢ଼ିଛି। କାଳିଚରଣ କହିଛନ୍ତି, କୋଲକାତାରୁ ଏଠାକୁ ଆସିଥିବା ଜଣେ ବ୍ୟବସାୟୀ ପ୍ରଥମେ ମାଟିପାତ୍ରରେ ଚା’ ଦେବାକୁ କହିଥିଲେ। ଏହାପରେ ମୁଁ ମାଟିପାତ୍ରରେ ଚା’ ବିକିବା କଥା ଚିନ୍ତା କରିଥିଲି। ଏଠାରେ ଏଭଳି ବ୍ୟବସାୟ ହେବ କି ନାହିଁ ସେ ନେଇ ଆଶଙ୍କା ରହିଥିଲା। ମାତ୍ର ଧୀରେ ଧୀରେ ଲୋକଙ୍କ ଆଗ୍ରହ ବଢିଲା। କାଗଜକପ୍‌ ଚା’ର ମୂଲ୍ୟ ୫ଟଙ୍କା ଥିବାବେଳେ ମାଟିପାତ୍ର ଚାହା ୭ଟଙ୍କାରେ ବିକ୍ରି କରୁଛି। ଦୈନିକ ୨ରୁ ୩ଶହ ମାଟିପାତ୍ର ଚା’ ବିକ୍ରି ହେଉଛି। ପୂର୍ବରୁ ଯେଉଁମାନେ କାଗଜକପ୍‌ରେ ଚା’ ପିଉଥିଲେ ଏବେ ସେମାନେ ମଧ୍ୟ ମାଟିପାତ୍ରରେ ଦେବାକୁ କହୁଛନ୍ତି। ଏପରି କି ମାଟିପାତ୍ରରେ ଚା’ ଧରି ସେଲ୍‌ଫି ନେବାକୁ କେତେଜଣ ପଛାଉ ନାହାନ୍ତି। ଆଗକୁ ଏହି ବ୍ୟବସାୟକୁ ବ୍ୟାପକ କରିବାର ଯୋଜନା ରଖିଥିବା କାଳିଚରଣ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri