ଜୋର୍‌ ଧରିଲା ଜୀରାନଦୀରେ ବ୍ୟାରେଜ୍‌ ନିର୍ମାଣ ଦାବି: ଏକଜୁଟ୍‌ ହେଲେ କୃଷକ ସଂଗଠନ

ବରଗଡ଼,୨୫।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଦେଇ ପ୍ରବାହିତ ହେଉଥିବା ଜୀରାନଦୀରେ ବ୍ୟାରେଜ ନିର୍ମାଣ ଦାବି ଜୋର୍‌ ଧରି ବସିଛି। ଏହି ଦାବି ନେଇ ମଙ୍ଗଳବାର ଜିଲାର ବୀର ସୁରେନ୍ଦ୍ର ସାଏ କୃଷକ ସଙ୍ଗଠନ ସମେତ ସୋହେଲା, ଭଟଲି, ବରଗଡ଼ ବ୍ଲକର ଚାଷୀବୃନ୍ଦ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ଼ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ସ୍ମାରକପତ୍ର ଗ୍ରହଣ କରିଥିଲେ।
ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି, ବରଗଡ଼ ଜିଲା ଦେଇ ଜୀରାନଦୀ ପ୍ରବାହିତ ହୋଇଛି। ଜୀରାନଦୀରୁ ବାଲି ଚୋରାଚୋଲାଣ ହେଉଛି। ଉଠାଜଳସେଚନ ପାଇଁ ଏ ପର୍ଯ୍ୟନ୍ତ ବ୍ୟବସ୍ଥା ନାହିଁ। ଫଳରେ ଏପର୍ଯ୍ୟନ୍ତ ଉକ୍ତ ନଦୀ ଉପକଣ୍ଠ ଜମି ମରୁଡ଼ିର ସମ୍ମୁଖୀନ ହେଉଛି। ଚାଷଜମି ପଡ଼ିଆ ପଡ଼ୁଛି। ତେବେ ଜୀରାନଦୀରେ ଯଦି ଏକ ବ୍ୟାରେଜ ନିର୍ମାଣ କରାଯାଇ ଜଳ ସଂରକ୍ଷଣ କରାଗଲେ ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ସୋହେଲା ବ୍ଲକର ସରକଣ୍ଡା, ଜମଛାପର, ଶ୍ରୀଗିଡ଼ା, ବାଇପାଲି, ବିଶିପାଲି, ଜଟଲା, ସାମକଟା, ଭଟଲି ବ୍ଲକର ଭଡ଼ିଗାଁ, ଭଜପୁରୀ, ରସାଳୀ ସହିତ ବରଗଡ଼ ବ୍ଲକର ଚକରକେନ୍ଦ ପଞ୍ଚାୟତର ଅନେକ ଗ୍ରାମ ଜଳସେଚିତ ହୋଇପାରିବ। ଏହା ସହିତ ଅଞ୍ଚଳରେ ଭୂତଳ ଜଳସ୍ତର ବୃଦ୍ଧି ପାଇବ ବୋଲି ସ୍ଥାନୀୟ ଲୋକେ ଆଶାବ୍ୟକ୍ତ କରିଛନ୍ତି ଏବଂ ଏ ନେଇ ବିହିତ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଜିଲା ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ରଙ୍କ ସମେତ ଅନ୍ୟ ଚାଷୀ ପ୍ରତିନିଧିବୃନ୍ଦ ସ୍ମାରକପତ୍ର ପ୍ରଦାନବେଳେ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ଘଟଣା: ମୃତକଙ୍କ ପରିବାରକୁ ୧ କୋଟି କ୍ଷତିପୂରଣ ସହ ସରକାରୀ ଚାକିରି ଦାବି

ନୂଆଦିଲ୍ଲୀ,୭।୯: ଦିଲ୍ଲୀର ସତ୍ୟ ନିକେତନରେ କୋଠା ଭୁଶୁଡ଼ି ପ୍ରାଣ ହରାଇଥିବା ଲୋକଙ୍କ ପରିବାର ସମ୍ପର୍କରେ ଭାରତୀୟ ଜାତୀୟ କଂଗ୍ରେସର ଉତ୍ତର ପ୍ରଦେଶ ୟୁନିଟ ସଭାପତି ଅଜୟ ରାୟ…

ବଡ଼ ଖବର! ଗଣଶିକ୍ଷା ସଚିବଙ୍କ ସୂଚନା, ଦଶମ-ଦ୍ୱାଦଶ ପାଇଁ ହେବ ଗୋଟିଏ ବୋର୍ଡ

ଭୁବନେଶ୍ୱର, ୭।୯: ଦଶମ ଓ ଦ୍ବାଦଶ ପରୀକ୍ଷା ନେଇ ବଡ଼ ସୂଚନା ଦେଲେ ଗଣଶିକ୍ଷା ସଚିବ । ଏଣିକି ଦଶମ ଓ ଦ୍ବାଦଶ ପରୀକ୍ଷା ପାଇଁ ଗୋଟିଏ…

ଶନିଙ୍କ ବକ୍ରୀ ଚଳନରେ ୩ ରାଶିଙ୍କ ପାଇଁ ବଢ଼ିପାରେ ସମସ୍ୟା, କର୍ମକ୍ଷେତ୍ରରେ ସମସ୍ୟା ସହ ଚାକିରି…

ବର୍ତ୍ତମାନ ଶନି ଗ୍ରହ ବକ୍ରୀ ଅବସ୍ଥାରେ ମୀନ ରାଶିରେ ରହିଛନ୍ତି। ଜ୍ୟୋତିଷ ମତ ଅନୁସାରେ, ଶନିଙ୍କ ଏହି ସ୍ଥିତି କିଛି ରାଶି ପାଇଁ ଚ୍ୟାଲେଞ୍ଜ ଆଣିପାରେ। ଶନିଙ୍କୁ…

୫ ବର୍ଷ ପୂର୍ବେ ନିଖୋଜ ହୋଇଯାଇଥିବା ମା’ ଘରକୁ ଫେରିଲେ, ପରିବାରରେ ଖୁସିର ଲହରି

ଦିଗପହଣ୍ଡି,୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବରମୁଣ୍ଡୁଳି ଗାଁର ୭୦ ବର୍ଷୀୟା ବୃଦ୍ଧା ଇନ୍ଦୁ ବିଷୋୟୀ ୫ ବର୍ଷ ପୂର୍ବେ ଭୁବନେଶ୍ୱରରୁ ନିଖୋଜ ହୋଇଯାଇଥିଲେ।…

ଗଡକରୀଙ୍କ ବୟାନ ପରେ ରାଜନୀତିରେ ହଇଚଇ, ଭୋଟ୍ ନେଇ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୭।୯: କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ଏକ ବୟାନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋରଦାର ହୋଇଛି । ନାଗପୁରରେ ରବିବାର…

ଜିନପିଙ୍ଗଙ୍କ ଗସ୍ତ ପୂର୍ବରୁ କଠୋର ଆଭିମୁଖ୍ୟ ଗ୍ରହଣ କଲା ଭାରତ; ସୀମାରେ ଜାରି କଲା ଅଲଟିମେଟମ

ନୂଆଦିଲ୍ଲୀ,୭।୯: ଅରୁଣାଚଳ ପ୍ରଦେଶରେ ଚାଇନା ସୈନ୍ୟଙ୍କ ଅନୁପ୍ରବେଶ ରିପୋର୍ଟ ମଧ୍ୟରେ, ଭାରତ ବେଜିଂକୁ କଡ଼ା ଚେତାବନୀ ଦେଇଛି। ନୂଆଦିଲ୍ଲୀ ସ୍ପଷ୍ଟ କରିଛି ଯେ ଚାଇନା ସୈନ୍ୟବାହିନୀର ଏପରି…

ଦିଲ୍ଲୀ ଗସ୍ତରେ ମନମୋହନ ସାମଲ: କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା ନେଇ ଚର୍ଚ୍ଚା

ଭୁବନେଶ୍ୱର, ୭।୯: ଦିଲ୍ଲୀ ଗସ୍ତରେ ଯାଇଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ। ରାଜ୍ୟ ଭାଜପାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଶେଷ ହେବା ପରେ ତାଙ୍କର ଏହି…

ନାନା ସମସ୍ୟାରେ ଛନ୍ଦି ହୋଇଛି ବରି ହାଇସ୍କୁଲ, ମଧ୍ୟାହ୍ନଭୋଜନ ଅର୍ଥରେ କିଣାଯାଉଛି ଚକ୍‌ଖଡ଼ି

ସିମୁଳିଆ,୭ା୯(ସନ୍ତୋଷ ନାୟକ): ୨୦୨୪-୨୫ ଶିକ୍ଷାବର୍ଷରୁ ବାଲେଶ୍ୱର ଜିଲାରେ ପ୍ରଥମ ପିଏମ୍‌ଶ୍ରୀ ବିଦ୍ୟାଳୟର ମାନ୍ୟତା ପାଇଥିବା ସିମୁଳିଆ ବ୍ଲକର ବରି ହାଇସ୍କୁଲ ନାନା ସମସ୍ୟା ମଧ୍ୟରେ ଛନ୍ଦି ହୋଇରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri