ପୌରାଧ୍ୟକ୍ଷାଙ୍କ ଗିରଫ ଦାବି ତେଜିଲା

ଯାଜପୁର ଅଫିସ,୧୮ା୧୧: ଯାଜପୁର ଜିଲା ବ୍ୟାସନଗର ପୌରପରିଷଦର ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ନିର୍ବାହୀ ଅଧିକାରୀଙ୍କ ଉପରକୁ ଫାଇଲ ଫିଙ୍ଗିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି। ଏପରିକି ପୌରାଧ୍ୟକ୍ଷା ପିଙ୍ଗୁଆଙ୍କୁ ଗିରଫ ଏବଂ ଜିଲାପାଳ ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଭାରତୀୟ ଜନତା ପାର୍ଟି(ଭାଜପା)ର ବ୍ୟାସନଗର ବ୍ୟାସଦେବ ମଣ୍ଡଳ ପକ୍ଷରୁ ଏହି ମର୍ମରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ଓ ଯାଜପୁର ରୋଡ ଆଇଆଇସିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଉକ୍ତ ଦାବିପତ୍ରରେ ଦର୍ଶାଯାଇଛି, ପୌରାଧ୍ୟକ୍ଷା ପିଙ୍ଗୁଆ ବିଭିନ୍ନ ଯୋଜନା ପାଇଁ ପିସି ନେବା ରାସ୍ତାରେ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ବାଧକ ସାଜିଥିଲେ। ତେଣୁ ନିର୍ବାହୀ ଅଧିକାରୀ ରାଉତଙ୍କୁ ହଟାଇବାକୁ ବିଭିନ୍ନ ସମୟରେ ଗାଳିଗୁଲଜ କରିବା ସହ ଶେଷରେ ପିତୃତୁଲ୍ୟ ବୟସର ଜଣେ କର୍ତ୍ତବ୍ୟନିଷ୍ଠ ଅଧିକାରୀଙ୍କ ଉପରକୁ ଫାଇଲ ଫୋପାଡ଼ିବା ଏକ ଦଣ୍ଡନୀୟ ଅପରାଧ। ତେଣୁ ଅଧିକାରୀ ରାଉତ ଦେଇଥିବା ଏତଲାକୁ କାର୍ଯ୍ୟକାରୀ କରାଯାଇ ପୌରାଧ୍ୟକ୍ଷା ପିଙ୍ଗୁଆଙ୍କୁ ଗିରଫ କରାଯାଉ ବୋଲି ଦର୍ଶାଯାଇଛି। ଏହି ଦାବିପତ୍ରରେ ବ୍ୟାସଦେବ ମଣ୍ଡଳର ସଭାପତି ଅଚ୍ୟୁତାନନ୍ଦ ଦାଶ, ରାଜ୍ୟ ମହିଳା ମୋର୍ଚ୍ଚାର ସମ୍ପାଦିକା ଇତିଶ୍ରୀ ଜେନା, ଚନ୍ଦ୍ରଶେଖର ପଣ୍ଡା, ଗଣେଶ ମାଝି, ନିରଞ୍ଜନ ଘଡେଇ, ଗୋପାଳକୃଷ୍ଣ ପାଢୀ, ପ୍ରଶାନ୍ତ ବୋଇତେଇ, ଦେବାଶିଷ ପାଣିଗ୍ରାହୀ, ସଞ୍ଜୟ ବାରିକ ପ୍ରମୁଖଙ୍କ ଦସ୍ତଖତ ରହିଛି।
ସେହିପରି କୋରାଇ ସଂଗ୍ରାମ ସମିତିର ସଭାପତି ବିଦ୍ୟାଧର ମହାନ୍ତି ଏକ ବିଜ୍ଞପ୍ତିରେ କହିଛନ୍ତି, ପୌରାଧ୍ୟକ୍ଷା ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ବିବାଦର ଉଚ୍ଚସ୍ତରୀୟ ତଦନ୍ତ ନ କରି ନିର୍ବାହୀ ଅଧିକାରୀଙ୍କୁ ରାତିଅଧିଆ ବଦଳି କରାଯାଇଛି। ତାଙ୍କ ସ୍ଥାନରେ କୌଣସି ନିର୍ବାହୀ ଅଧିକାରୀଙ୍କୁ ନିଯୁକ୍ତି ନ ଦେବା ବ୍ୟାସନଗରବାସୀଙ୍କ ପ୍ରତି ଉପହାସ। ସହରବାସୀ ଯେଉଁ ଆଶା ଓ ବିଶ୍ୱାସ ରଖି ପ୍ରତ୍ୟକ୍ଷ ନିର୍ବାଚନରେ ବିଜେଡିର ସଙ୍ଗୀତା ପିଙ୍ଗୁଆଙ୍କୁ ପୌରାଧ୍ୟକ୍ଷା ଭାବେ ନିର୍ବାଚିତ କରିଥିଲେ ତାର ବ୍ୟତିକ୍ରମ ଦେଖାଦେଇଛି। ୮ ମାସ ମଧ୍ୟରେ ବିକାଶ ପରିବର୍ତ୍ତେ ଦୁର୍ନୀତି ଉଦ୍ଦେଶ୍ୟ ରଖି ସେ ଭୁଲ କରି ଚାଲିଛନ୍ତି। ମୋବାଇଲ ଟାୱାର ସ୍ଥାପନ ଏକ ବାହାନା। ବାଓମେଟ୍ରିକ ବ୍ୟବସ୍ଥା ଲାଗୁ ହେବା ଓ ସଫେଇ କାର୍ଯ୍ୟରେ ମାସିକିଆ ବଟି ନ ପାଇବା ଦ୍ୱାରା ଏଭଳି ବିବାଦ ଆରମ୍ଭ ହୋଇଥିବା ଜଣାପଡୁଛି । ବ୍ୟାସନଗର ଭଳି ଏକ ଭାଇଚାରା ସହରରେ ଜଣେ ପୌରାଧ୍ୟକ୍ଷାଙ୍କ ଦ୍ୱାରା ଜଣେ ଅଧିକାରୀଙ୍କ ପ୍ରତି ଏଭଳି ବ୍ୟବହାର ସମସ୍ତଙ୍କୁ ବ୍ୟଥିତ କରିଛି ା ଅଧିକାରୀ ଦୁର୍ନୀତି କରି ରାତି ଅଧିଆ ବଦଳି ହେଲେ ନା ଦୁର୍ନୀତିକୁ ପ୍ରଶ୍ରୟ ନ ଦେବାରୁ ନେତାଙ୍କ ପ୍ରରୋଚନାରେ ତାଙ୍କୁ ଅନ୍ୟତ୍ର ବଦଳି କରାଗଲା ତା’ଉପରେ ଏକ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି। ତେଣୁ ଜିଲାପାଳ ଯାଜପୁର ପୌରାଧ୍ୟକ୍ଷାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।
ସହରର ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ପୌର ପରିଷଦର ନିଜସ୍ବ ବ୍ୟବସ୍ଥା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ। ସହର ଉପକଣ୍ଠ ବ୍ୟାସସରୋବର ନିକଟରେ ଆବର୍ଜନା ଗଦା କରାଯାଇ ପରିବେଶକୁ ଆହୁରି ଦୂଷିତ କରାଯାଇଛି । ବହୁ ଉଦ୍ୟମ ପରେ ବ୍ୟାସ ସରୋବର ରେଳଲାଇନ କଡରେ ସମ୍ପଦ କେନ୍ଦ୍ର ନିର୍ମାଣ କରାଯାଇଥିଲେ ହେଁ ବର୍ଜ୍ୟବସ୍ତୁର ଉପଯୁକ୍ତ ପରିଚାଳନା ହୋଇ ପାରୁନାହିଁ। ବିଭିନ୍ନ ସ୍ଥାନରେ ବର୍ଜ୍ୟବସ୍ତୁକୁ ପୋଡାଯାଇ ପରିବେଶକୁ ଦୂଷିତ କରୁଥିବା ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ପୌର ପରିଷଦର ନବ ନିର୍ବାଚିତ ଅଧ୍ୟକ୍ଷା, ଉପାଧ୍ୟକ୍ଷ ଓ କାଉନସିଲର ବୃନ୍ଦ ବର୍ଜ୍ୟବସ୍ତୁ ପରିଚାଳନାରେ ଦେଖାଦେଇଥିବା ସମସ୍ୟାର ଦୂରଗାମୀ ସମାଧାନ କରିବା ପରିବର୍ତ୍ତେ ନୀରବ ରହୁଛନ୍ତି। ନିୟୋଜିତ ସଫେଇ ଠିକାସଂସ୍ଥା କେତେଜଣ ଅଧିକାରୀ ଏବଂ ଜନପ୍ରତିନିଧିଙ୍କୁ ନିଜ ପକେଟରେ ରଖି ସିଂହଭାଗ ଅର୍ଥ ହରିଲୁଟ କରୁଥିବା ଅଭିଯୋଗ ହୋଇଆସୁଛି। କିନ୍ତୁ ଜିଲାପାଳ କିମ୍ବା କୌଣସି ଉଚ୍ଚ ପଦସ୍ଥ ଅଧିକାରୀଙ୍କ ପଦକ୍ଷେପ ଶୂନ ରହିଛି। ଏ ସଂକ୍ରାନ୍ତରେ ପୌରାଧ୍ୟକ୍ଷା ପିଙ୍ଗୁଆଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଫୋନ କଲ ଗ୍ରହଣ ନ କରିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?