ଯାଜପୁର ରୋଡ୍‌-ଧାମରା ରେଳପଥକୁ ମଞ୍ଜୁରୀ ଦାବି

ପାଣିକୋଇଲି,୨୩ା୫(ଡି.ଏନ.ଏ.): ରେଲଓ୍ବେ ପକ୍ଷରୁ ଓଡ଼ିଶାରେ ବରଗଡ଼ରୋଡ-ନୂଆପଡ଼ା ଭାୟା-ପଦ୍ମପୁର ଓ ଅନୁଗୋଳ-ତାଳଚେର ରେଳପଥ ନିର୍ମାଣ ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଥିବାରୁ ଯାଜପୁରରୋଡ-ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ସ୍ବାଗତ କରାଯାଇଛି। ମାତ୍ର ୯୫.୯୫ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଯାଜପୁରରୋଡ-ଧାମରା ଭାୟା ଯାଜପୁର ଓ ଆରଡି ରେଳପଥକୁ ମଞ୍ଜୁରୀ ପ୍ରଦାନ କରିବାକୁ ରେଳ ମନ୍ତ୍ରଣାଳୟ ଅସ୍ବୀକାର କରିଛି। ତେଣୁ ଯାଜପୁରରୋଡ-ଧାମରା ରେଳପଥକୁ ତୁରନ୍ତ ମଞ୍ଜୁରୀ ପ୍ରଦାନ କରିବାକୁ ଦାବି କରାଯାଇଛି।
ଏହି ରେଳପଥ ନିର୍ମାଣ କରାଗଲେ ୨୭.୪୩ ଶତାଂଶ ଲାଭ ଉପାର୍ଜନର ସମ୍ଭାବନା ଅଛି ବୋଲି ଆକଳନ କରାଯାଇଥିଲେ ମଧ୍ୟ ରେଳ ମନ୍ତ୍ରଣାଳୟ ସମସ୍ତ ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ଯୁକ୍ତିଯୁକ୍ତତା ପ୍ରତି ଆଖିବୁଜି ଦେବାକୁ କିପରି ଉଚିତ ମନେ କରୁଛି, ତାହା ହିଁ ବିସ୍ମୟର ବିଷୟ ପାଲଟିଛି। ଏହି ରେଳପଥ କରାଗଲେ ଯାଜପୁର ଜିଲାର ସଦର ମହକୁମା ସହ ରେଳ ସଂଯୋଗ ପ୍ରତିଷ୍ଠା ହୋଇପାରିବ। ଯାଜପୁରର ବିରଜା କ୍ଷେତ୍ର, ଶୈବପୀଠ ଆରଡି, ଧାମରାର ଧାମରାଇ ମନ୍ଦିର, ବ୍ୟାସସରୋବର ପରି ଧର୍ମପୀଠ ଏବଂ ଭିତର କନିକାର କୁମ୍ଭୀର ଅଭୟାରଣ୍ୟ ପର୍ଯ୍ୟଟନ ଶିଳ୍ପର ବିକାଶ ଘଟିବ। ସୁକିନ୍ଦା, କେନ୍ଦୁଝର ଓ ତାଳଚେରର ଖଣିଜ ସମ୍ପଦ ଏବଂ କଳିଙ୍ଗନଗର ଓ ନାଲକୋର ଶିଳ୍ପଜାତ ଦ୍ରବ୍ୟର ପରିବହନ ସୁଗମ ହୋଇପାରିବ। କୃଷିଜାତ ଦ୍ରବ୍ୟ ଓ ମତ୍ସ୍ୟ ସମ୍ପଦର ପରିବହନ ଯୋଗୁ ବୈତରଣୀ, ସାଳନ୍ଦୀ ଓ ଖରସ୍ରୋତା ଅବବାହିକାର ଚାଷୀ ଓ ମତ୍ସ୍ୟଜୀବୀ ଉପକୃତ ହେବେ। ଶିଳ୍ପ ଓ ବନ୍ଦରକୁ କେନ୍ଦ୍ର କରି ଅର୍ଥନୈତିକ କାର୍ଯ୍ୟକଳାପ ସଂପ୍ରସାରତି ହେବା ସହ ଡିଆରଡିଓର ପ୍ରତିରକ୍ଷା ଗବେଷଣା କାର୍ଯ୍ୟକମ୍ର ଅଗ୍ରାଧିକାର ଭିତିରେ ହୋଇପାରବି। ୬୫ କିଲୋମିଟରରୁ ଊର୍ଦ୍ଧ୍ୱ ରେଳପଥ ଉପରେ ରେଳବାଇ ହରାଉଥିବା ରାଜସ୍ବ ସଞ୍ଚୟ ହୋଇପାରିବ। ଏହାପ୍ରତ୍ୟକ୍ଷ ଓ ପରୋକ୍ଷଭାବେ କର୍ମନିଯୁକ୍ତିର ସୁଯୋଗକୁ ସଂପ୍ରସାରିତ କରିବ। ପୂର୍ବତଟ ରେଳପଥ ସମେତ ଦକ୍ଷିଣ-ପୂର୍ବ ରେଳପଥରେ ଥିବା କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାରୁ ବାର୍ଷିକ ଏକ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ରାଜସ୍ବ ସଂଗ୍ରହ କରୁଥିବା ରେଳବାଇ ଓଡ଼ିଶାରେ ରେଳପଥର ବିକାଶ ପାଇଁ କାହିଁକି କୁଣ୍ଠା ପ୍ରକାଶ କରୁଛି, ତାହା ଏକ ପ୍ରଶ୍ନ ହୋଇ ଠିଆ ହୋଇଛି। ଦେଶରେ ପ୍ରତି ଏକ ହଜାର ବର୍ଗ କିଲୋମିଟର ଅଞ୍ଚଳରେ ୨୧କିଲୋମିଟର ରେଳପଥ ଥିଲାବେଳେ ଓଡ଼ିଶାରେ ରହିଛି ୧୮ କିଲୋମିଟର। ଭାରତ ରେଳ ମାନଚିତ୍ରରେ ଓଡ଼ିଶାର ଏହି ଅନଗ୍ରସରତାର ପ୍ରତିକାର କରିବା କ’ଣ ରେଳମନ୍ତ୍ରୀଙ୍କ କର୍ତ୍ତବ୍ୟ ନୁହେଁ କି ବୋଲି ଯାଜପୁର ରୋଡ-ଧାମରା ରେଳପଥ ସଂଗ୍ରାମ ସମିତିର ଆବାହକ ସନ୍ତୋଷ ଦାସ ପ୍ରଶ୍ନ କରିଛନ୍ତି। ଏଥିସହିତ ମାତ୍ର ୧୦୪୨ କୋଟି ୬୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଯାଜପୁରରୋଡ-ଧାମରା ରେଳପଥକୁ ତୁରନ୍ତ ମଞ୍ଜୁରୀ ପ୍ରଦାନ କରିବାକୁ ଦାସ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Read more

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?