ଯାଜପୁର ରୋଡ୍‌-ଧାମରା ରେଳପଥକୁ ମଞ୍ଜୁରୀ ଦାବି

ପାଣିକୋଇଲି,୨୩ା୫(ଡି.ଏନ.ଏ.): ରେଲଓ୍ବେ ପକ୍ଷରୁ ଓଡ଼ିଶାରେ ବରଗଡ଼ରୋଡ-ନୂଆପଡ଼ା ଭାୟା-ପଦ୍ମପୁର ଓ ଅନୁଗୋଳ-ତାଳଚେର ରେଳପଥ ନିର୍ମାଣ ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଥିବାରୁ ଯାଜପୁରରୋଡ-ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ସ୍ବାଗତ କରାଯାଇଛି। ମାତ୍ର ୯୫.୯୫ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଯାଜପୁରରୋଡ-ଧାମରା ଭାୟା ଯାଜପୁର ଓ ଆରଡି ରେଳପଥକୁ ମଞ୍ଜୁରୀ ପ୍ରଦାନ କରିବାକୁ ରେଳ ମନ୍ତ୍ରଣାଳୟ ଅସ୍ବୀକାର କରିଛି। ତେଣୁ ଯାଜପୁରରୋଡ-ଧାମରା ରେଳପଥକୁ ତୁରନ୍ତ ମଞ୍ଜୁରୀ ପ୍ରଦାନ କରିବାକୁ ଦାବି କରାଯାଇଛି।
ଏହି ରେଳପଥ ନିର୍ମାଣ କରାଗଲେ ୨୭.୪୩ ଶତାଂଶ ଲାଭ ଉପାର୍ଜନର ସମ୍ଭାବନା ଅଛି ବୋଲି ଆକଳନ କରାଯାଇଥିଲେ ମଧ୍ୟ ରେଳ ମନ୍ତ୍ରଣାଳୟ ସମସ୍ତ ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ଯୁକ୍ତିଯୁକ୍ତତା ପ୍ରତି ଆଖିବୁଜି ଦେବାକୁ କିପରି ଉଚିତ ମନେ କରୁଛି, ତାହା ହିଁ ବିସ୍ମୟର ବିଷୟ ପାଲଟିଛି। ଏହି ରେଳପଥ କରାଗଲେ ଯାଜପୁର ଜିଲାର ସଦର ମହକୁମା ସହ ରେଳ ସଂଯୋଗ ପ୍ରତିଷ୍ଠା ହୋଇପାରିବ। ଯାଜପୁରର ବିରଜା କ୍ଷେତ୍ର, ଶୈବପୀଠ ଆରଡି, ଧାମରାର ଧାମରାଇ ମନ୍ଦିର, ବ୍ୟାସସରୋବର ପରି ଧର୍ମପୀଠ ଏବଂ ଭିତର କନିକାର କୁମ୍ଭୀର ଅଭୟାରଣ୍ୟ ପର୍ଯ୍ୟଟନ ଶିଳ୍ପର ବିକାଶ ଘଟିବ। ସୁକିନ୍ଦା, କେନ୍ଦୁଝର ଓ ତାଳଚେରର ଖଣିଜ ସମ୍ପଦ ଏବଂ କଳିଙ୍ଗନଗର ଓ ନାଲକୋର ଶିଳ୍ପଜାତ ଦ୍ରବ୍ୟର ପରିବହନ ସୁଗମ ହୋଇପାରିବ। କୃଷିଜାତ ଦ୍ରବ୍ୟ ଓ ମତ୍ସ୍ୟ ସମ୍ପଦର ପରିବହନ ଯୋଗୁ ବୈତରଣୀ, ସାଳନ୍ଦୀ ଓ ଖରସ୍ରୋତା ଅବବାହିକାର ଚାଷୀ ଓ ମତ୍ସ୍ୟଜୀବୀ ଉପକୃତ ହେବେ। ଶିଳ୍ପ ଓ ବନ୍ଦରକୁ କେନ୍ଦ୍ର କରି ଅର୍ଥନୈତିକ କାର୍ଯ୍ୟକଳାପ ସଂପ୍ରସାରତି ହେବା ସହ ଡିଆରଡିଓର ପ୍ରତିରକ୍ଷା ଗବେଷଣା କାର୍ଯ୍ୟକମ୍ର ଅଗ୍ରାଧିକାର ଭିତିରେ ହୋଇପାରବି। ୬୫ କିଲୋମିଟରରୁ ଊର୍ଦ୍ଧ୍ୱ ରେଳପଥ ଉପରେ ରେଳବାଇ ହରାଉଥିବା ରାଜସ୍ବ ସଞ୍ଚୟ ହୋଇପାରିବ। ଏହାପ୍ରତ୍ୟକ୍ଷ ଓ ପରୋକ୍ଷଭାବେ କର୍ମନିଯୁକ୍ତିର ସୁଯୋଗକୁ ସଂପ୍ରସାରିତ କରିବ। ପୂର୍ବତଟ ରେଳପଥ ସମେତ ଦକ୍ଷିଣ-ପୂର୍ବ ରେଳପଥରେ ଥିବା କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାରୁ ବାର୍ଷିକ ଏକ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ରାଜସ୍ବ ସଂଗ୍ରହ କରୁଥିବା ରେଳବାଇ ଓଡ଼ିଶାରେ ରେଳପଥର ବିକାଶ ପାଇଁ କାହିଁକି କୁଣ୍ଠା ପ୍ରକାଶ କରୁଛି, ତାହା ଏକ ପ୍ରଶ୍ନ ହୋଇ ଠିଆ ହୋଇଛି। ଦେଶରେ ପ୍ରତି ଏକ ହଜାର ବର୍ଗ କିଲୋମିଟର ଅଞ୍ଚଳରେ ୨୧କିଲୋମିଟର ରେଳପଥ ଥିଲାବେଳେ ଓଡ଼ିଶାରେ ରହିଛି ୧୮ କିଲୋମିଟର। ଭାରତ ରେଳ ମାନଚିତ୍ରରେ ଓଡ଼ିଶାର ଏହି ଅନଗ୍ରସରତାର ପ୍ରତିକାର କରିବା କ’ଣ ରେଳମନ୍ତ୍ରୀଙ୍କ କର୍ତ୍ତବ୍ୟ ନୁହେଁ କି ବୋଲି ଯାଜପୁର ରୋଡ-ଧାମରା ରେଳପଥ ସଂଗ୍ରାମ ସମିତିର ଆବାହକ ସନ୍ତୋଷ ଦାସ ପ୍ରଶ୍ନ କରିଛନ୍ତି। ଏଥିସହିତ ମାତ୍ର ୧୦୪୨ କୋଟି ୬୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଯାଜପୁରରୋଡ-ଧାମରା ରେଳପଥକୁ ତୁରନ୍ତ ମଞ୍ଜୁରୀ ପ୍ରଦାନ କରିବାକୁ ଦାସ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri