ଚାବି ପଏଣ୍ଟ ଉପରେ ପ୍ଲେଟ ଦେବାକୁ ଦାବି

ରାଇଘର,୨୫।୪(ଡି.ଏନ୍‌.ଏ.)-ନବରଙ୍ଗପୁର ଜିଲା ରାଇଘର ବ୍ଲକ ସଦର ମହକୁମାରେ ପାନୀୟ ଜଳ ଯୋଗାଣ ତରଫରୁ ସପ୍ଲାଇ କରାଯାଉଥିବା ପାଣି ଚାବି ପଏଣ୍ଟ ଉପରେ ପ୍ଲେଟ ଦେବାକୁ ଦାବି ହୋଇଛି। ପାଇପ୍‌ ଲାଇନ କନେକ୍ସନ କରାଯାଇ ପାଣି ଦିଆଯାଉଛି। କୋଦଭାଟା ରାସ୍ତା ପାର୍ଶ୍ୱରେ ଗୋଟାଏ ଚାବି ପଏଣ୍ଟ ରହିଛି। ସେହି ପଏଣ୍ଟରେ ପାଇପ୍‌ ଫାଟି ଯାଇ ପାଣି ଲିକେଜ୍‌ ହୋଇ ତାରି ଭିତରେ ଜମି ରହୁଛି। ଖୋଲା ରହୁଥିବାରୁ ଲୋକେ ସେଠାରେ ଅଇଁଠା ପତ୍ର, ମଦ ବୋତଲ ପଲିଥିନ ଆଦି ପକାଉଛନ୍ତି। ଫଳରେ ମଇଳା ଆବର୍ଜନା ପଡ଼ି ଉକ୍ତ ସ୍ଥାନଟି ଅପରିଷ୍କାର ହୋଇ ରହୁଛି। ସେଠାରେ ଚାବି ପଏଣ୍ଟ ଥିବାରୁ ରାଇଘରର ସମସ୍ତ ଅଞ୍ଚଳକୁ ପାଣି କନେକ୍ସନ ଯାଉଛି। ଉକ୍ତ ସ୍ଥାନରେ ଏପରି ଅପରିଷ୍କାର ହେବା ଦ୍ୱାରା ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏ ନେଇ ପାନୀୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ଲୋକେ ସଚେତନ ନାହାନ୍ତି। ତେଣୁ ଏହି ପ୍ରକାରର ଅସୁବିଧା ହେଉଛି। ତଥାପି ଉକ୍ତ ସ୍ଥାନକୁ ସଫା କରି ଚାବି ପଏଣ୍ଟରେ ପ୍ଲେଟ ଦେବାକୁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଠ୍ୟପୁସ୍ତକରେ ତ୍ରୁଟି: କଂଗ୍ରେସର ୧୨ ଘଣ୍ଟିଆ ନବରଙ୍ଗପୁର ଜିଲା ବନ୍ଦ ଡାକରା: ଜନଜୀବନ ପ୍ରଭାବିତ

ନବରଙ୍ଗପୁର, ୧।୭ (ସଦାଶିବ ପ୍ରହରାଜ): ଗଣଶିକ୍ଷା ବିଭାଗ ଅଧୀନ ପାଠ୍ୟପୁସ୍ତକରେ ରହିଥିବା ତ୍ରୁଟିକୁ ନେଇ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ନବରଙ୍ଗପୁର ଜିଲାବନ୍ଦ ଡାକରାର ବୁଧବାର…

କୋଳି ତୋଳିବାକୁ ଯାଇଥିଲେ ମା’-ଝିଅ, ହଠାତ୍‌ ବଦଳିଗଲା ପାଗ, ଘଟିଲା ବଡ଼ ଅଘଟଣ

ଉମରକୋଟ,୨୮ା୬(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ରାଇଘର ବ୍ଲକରୁ ଆସିଛି ଏକ ଦୁଃଖଦ ଖବର। କୋଳି ତୋଳିବାକୁ ଯାଇ ମା’-ଝିଅଙ୍କ ଜୀବନ ଚାଲିଯାଇଛି। ଏହି ଘଟଣା ପରେ ଗାଁରେ…

ଶିଶୁକନ୍ୟାର ମୁଣ୍ଡ ଉପରେ ଚଢ଼ିଗଲା ମିନିଟ୍ରକ୍‌

ନବରଙ୍ଗପୁର,୨୮ା୬(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଉମରକୋଟରୁ ଆସିଛି ଏକ ଅତ୍ୟନ୍ତ ଦୁଃଖଦ ଏବଂ ହୃଦୟ ବିଦାରକ ଖବର। ୪ ବର୍ଷର ଏକ ଶିଶୁକନ୍ୟାଙ୍କ ଉପରେ ଚଢ଼ିଗଲା ମିନିଟ୍ରକ୍‌।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri