Posted inରାଜ୍ୟ

ବଢ଼ୁଛି କୁଣ୍ଡାତେଲ ଚାହିଦା

ଭୁବନେଶ୍ୱର,୬ା୧୨(ବ୍ୟୁରୋ): ରାଜ୍ୟରେ ୧୨ଟି ରାଇସବ୍ରାନ୍‌ (ଧାନ କୁଣ୍ଡା ତେଲ) ୟୁନିଟ୍‌ କାର୍ଯ୍ୟକ୍ଷମ ରହିଛି। ସେଥିରୁ ବରଗଡ଼ ଜିଲାରେ ୭ଟି ଥିବା ବେଳେ ଯାଜପୁରରେ ୧, ଖୋର୍ଦ୍ଧା ୧, କୋରାପୁଟ ୨ ଏବଂ ବାଲେଶ୍ୱରରେ ଗୋଟିଏ ରାଇସବ୍ରାନ୍‌ ୟୁନିଟ୍‌ କାର୍ଯ୍ୟକ୍ଷମ ରହିଛି। ଏହି ସବୁ ୟୁନିଟ୍‌କୁ ରାଜ୍ୟ ସରକାର ୧୧୧୫.୩୪ ଲକ୍ଷ ଟଙ୍କାର ସବ୍‌ସିଡି ପ୍ରଦାନ କରିଛନ୍ତି। ଶନିବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଶିଳ୍ପ ନିର୍ଦ୍ଦେଶକ ରେଘୁ.ଜି ଏହି ସୂଚନା ଦେଇଛନ୍ତି ।

ପୂର୍ବରୁ ରାଇସବ୍ରାନ୍‌କୁ ଗୋଖାଦ୍ୟ ଭାବେ ବ୍ୟବହାର କରାଯାଉଥିଲା। କୃଷି କ୍ଷେତ୍ରରେ ରାଜ୍ୟରେ ବୈଷୟିକ ବିପ୍ଳବ ଆସିବା ପରେ ଏହାର ଚାହିଦା ବୃଦ୍ଧି ପାଇଛି। ରାଜ୍ୟରେ ଧାନ କୁଣ୍ଡାତେଲ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ରାଜ୍ୟରେ ରାଇସବ୍ରାନ୍‌ ତେଲର ଚାହିଦା ଆକଳନ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଧାନ କୁଣ୍ଡାତେଲର ରୋଗ ପ୍ରତିରୋଧକ ଶକ୍ତି, ପୁଷ୍ଟି ଓ ସକାରାତ୍ମକ ଗୁଣ ରହିଥିବାରୁ ଏହାକୁ ଲାଭଜନକ ଉଦ୍ୟୋଗ ଭାବେ ବିକଶିତ କରାଯାଇ ପାରିବ। ଏହାର ବଜାର ଚାହିଦା ଓ ସୁଯୋଗର ଅନୁଶୀଳନ ଯୁବ ଉଦ୍ୟୋଗୀମାନଙ୍କ ନିମନ୍ତେ ପଥ ପ୍ରଦର୍ଶକ ହେବ ବୋଲି ତ୍ରିପାଠୀ କହିଛନ୍ତି। ବୈଠକରେ ସୂଚନା ଦେଇ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶିଳ୍ପ ସଚିବ ସତ୍ୟବ୍ରତ ସାହୁ କହିଥିଲେ, ଧାନ କୁଣ୍ଡାତେଲ ଉଦ୍ୟୋଗକୁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଦିଆଯାଇ ପାରିବ। ଏଥିପାଇଁ ନିଆଯାଇଥିବା ଋଣର ସୁଧ ବାବଦରେ ଉତ୍ପାଦନ ଆରମ୍ଭରୁ ୫ ବର୍ଷ ପର୍ଯ୍ୟନ୍ତ ୫ ପ୍ରତିଶତ ରିହାତି, ଉତ୍ପାଦନ ଆରମ୍ଭରୁ ୫ ବର୍ଷ ପର୍ଯ୍ୟନ୍ତ ରାଜ୍ୟ ଜିଏସ୍‌ଟିର ୭୫ ପ୍ରତିଶତ ପ୍ରତିପୂରଣ, ୫୦୦ କେ.ଭି. ବିଦ୍ୟୁତ୍‌ ଚାହିଦାରେ ୫ ବର୍ଷ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଶୁଳ୍କ ରିହାତି ଏବଂ ବୈଷୟିକ କୌଶଳ ସମ୍ବନ୍ଧୀୟ ଜ୍ଞାନ ଆଦି ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି।
କ୍ଷେତ୍ର ଅନୁଧ୍ୟାନ କରୁଥିବା ଶିଳ୍ପ ବିଭାଗ ବରିଷ୍ଠ ଅଧିକାରୀ ମଦନମୋହନ ପାତ୍ର କହିଥିଲେ, ଧାନ କୁଣ୍ଡାତେଲ ଏକ ଲାଭଜନକ ଉଦ୍ୟୋଗ। ଏକ କୁଇଣ୍ଟାଲ ଧାନରୁ ମିଳୁଥିବା କୁଣ୍ଡାରୁ ପ୍ରାୟ ୮୦୦ ମିଲିଲିଟର ସ୍ବାସ୍ଥ୍ୟ ଉପଯୋଗୀ ଖାଇବା ତେଲ ଉତ୍ପାଦନ ହୋଇପାରୁଛି। ଅନ୍ୟାନ୍ୟ ତେଲ ଠାରୁ ଏହି ତେଲ ମଧ୍ୟ ବଜାରରେ ଅଧିକ ଦାମ୍‌ରେ ବିକ୍ରି ହେଉଛି। ଅଧିକ ଧାନ ଉତ୍ପାଦନକାରୀ ଜିଲାଗୁଡିକରେ ଏପରି ଉଦ୍ୟୋଗର ସୁଯୋଗ ରହିଛି। ଏହି ବୈଠକରେ ଅର୍ଥ ବିଭାଗ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ, ସହ ନିର୍ଦ୍ଦେଶକ ସରୋଜ ହୋତା ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ହେବା ଏଥର

ଧନୀ ଲୋକଟିଏ ଥିଲା। କପଟ ଓ ଛଳନାକରି ତା’ର ବ୍ୟବସାୟ ଚଲେଇଥିଲା। ଖୁବ୍‌ କମ୍‌ ଦିନ ଭିତରେ ସେ ବିପୁଳ ସମ୍ପତ୍ତି ଅର୍ଜନକଲେ। ଲୋକେ କହିଲେ ଦୋ…

ବାମପନ୍ଥୀରୁ ଦକ୍ଷିଣପନ୍ଥୀ ଆଡ଼କୁ

ଭାରତବର୍ଷରେ ବାମପନ୍ଥୀ ଆନ୍ଦୋଳନ କ୍ରମେ ଦୁର୍ବଳ ହେବାପରି ମନେ ହେଉଛି। ନିକଟରେ ଅନୁଷ୍ଠିତ ୫ ରାଜ୍ୟରେ ବିଧାନସଭା ନିର୍ବାଚନରୁ ଏହା ଜଣାପଡ଼ିଛି। କେରଳ ଥିଲା ଶେଷ ବାମପନ୍ଥୀ…

ମାଛ ମାରିବାକୁ ଯାଇ ପାଣିରେ ବୁଡ଼ି ଜୀବନ ଗଲା

ବରଗଡ଼,୨୯ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲକୁ ମାଛ ମାରିବାକୁ ଯାଇଥିବାବେଳେ ରବିବାର  ଜଣେ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଜଣକ ହେଲେ, ଭଟଲି ଥାନା…

‘କରାଚିରେ ଭାରତ କରିଥିଲା ଆକ୍ରମଣ’ – ପାକିସ୍ତାନ ଅଭିଯୋଗର କଡ଼ା ଜବାବ ଦେଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୯।୬: କରାଚୀ ଆତଙ୍କବାଦୀ ଆକ୍ରମଣରେ ଜଣେ ‘ଭାରତୀୟ ଏଜେଣ୍ଟ’ଙ୍କ ସମ୍ପୃକ୍ତି ସମ୍ପର୍କରେ ପାକିସ୍ତାନର ଅଭିଯୋଗକୁ ଭାରତ ଖାରଜ କରିଦେଇଛି, ଏହାକୁ ଭିତ୍ତିହୀନ ବୋଲି କହିଛି। ଏହା ପାକିସ୍ତାନକୁ…

୫ମ ଶ୍ରେଣୀ ଛାତ୍ରଙ୍କୁ ଧକ୍କା ଦେଇ ଫେରାର ହୋଇଗଲା କାର୍‌, ଡାହାଣ ଗୋଡ଼ରେ ଚକା ଚଢ଼ିଯିବାରୁ…

ଦିଗପହଣ୍ଡି,୨୯ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ବାବୁଲି ବନ୍ଧ ଗ୍ରାମର ସୁବାସ ନାଇକଙ୍କ ପୁଅ ୫ମ ଶ୍ରେଣୀରେ ପଢୁଥିବା ଛାତ୍ର…

ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି: ୧୦୮ ଗରା ସୁବାସିତ ଜଳରେ କରିବେ ସ୍ନାନ

ପୁରୀ,୨୯ା୬: ଆଜି ଅର୍ଥାତ୍‌ ସୋମବାର ହେଉଛି ପବିତ୍ର ସ୍ନାନ ପୂର୍ଣ୍ଣିମା। ଏହି ଅବସରରେ ରତ୍ନବେଦୀରୁ ଆସି ସ୍ନାନବେଦୀରେ ବିରାଜମାନ କରିଛନ୍ତି ପ୍ରଭୁ ଶ୍ରୀସୁଦର୍ଶନ, ବଡ଼ଠାକୁର ବଳଭଦ୍ର, କାଳିଆ…

ବିଶ୍ବ ଚାମ୍ପିୟନ ଭାରତକୁ ଧରାଶାୟୀ କଲା ଆୟାର୍ଲାଣ୍ଡ

ବେଲ୍‌ଫାଷ୍ଟ, ୨୮ା୬: ଆୟର୍ଲାଣ୍ଡ ବିପକ୍ଷରେ ଭାରତର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌ ଅପ୍‌ ପୁଣି ବିଫଳ ହୋଇଛି। ସ୍ଥାନୀୟ ସିଭିଲ ସର୍ଭିସ କ୍ରିକେଟ କ୍ଲବଠାରେ ରବିବାର ଖେଳାଯାଇଥିବା ଦ୍ୱିତୀୟ…

ଟି୨୦ ବିଶ୍ୱକପରେ ଭାରତର ଅଭିଯାନ ଶେଷ

ଲଣ୍ଡନ, ୨୮।୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପର ଗ୍ରୁପ୍‌ ପର୍ଯ୍ୟାୟରୁ ଭାରତ ଅଭିଯାନ ଶେଷ ହୋଇଛି। ରବିବାର ଅନୁଷ୍ଠିତ ଅନ୍ତିମ ଲିଗ୍‌ ମ୍ୟାଚରେ ଭାରତକୁ ଅଷ୍ଟ୍ରେଲିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri