ଆସିଲାଣି ଡେଲ୍ଟାକ୍ରନ୍‌, ଡବ୍ଲ୍ୟୁଏଚ୍‌ଓର ଚେତାବନୀ…

ଜେନେଭା/ନୂଆଦିଲ୍ଲୀ, ୧୬।୨ : ଦେଶରେ କୋଭିଡ -୧୯ ମହାମାରୀ ସଂକ୍ରମଣ ହେବାର ଦୁଇ ବର୍ଷରୁ ଅଧିକ ସମୟ ବିତିଗଲାଣି। ଭାରତର ଦ୍ୱିତୀୟ ଲହରରେ ଡେଲ୍‌ଟା ମୁଖ୍ୟ ଷ୍ଟ୍ରେନ ଥିଲା। ତେଣୁ ବର୍ତ୍ତମାନ ଓମିକ୍ରନ ଏହାକୁ ପଛରେ ପକାଇ ସବୁଠାରୁ ସଂକ୍ରାମକ ଷ୍ଟ୍ରେନ ପାଲଟିଛି। ଦେଶର ବିଭିନ୍ନ ସ୍ଥାନରୁ ଜିନୋମ ସିକ୍ୱେନସିଂ ପାଇଁ ପଠାଯାଇଥିବା ନମୁନାଗୁଡିକର ୯୫ ପ୍ରତିଶତରୁ ଅଧିକରେ ଓମିକ୍ରନ୍‌ ଷ୍ଟ୍ରେନ୍‌ ମିଳିଛି।

ଲଗାତାର କିଛି ଦିନ ଧରି ଭାରତରେ କରୋନା ମାମଲା ହ୍ରାସ ପାଉଛି। ଯଦି ଚାରି ସପ୍ତାହ ପର୍ଯ୍ୟନ୍ତ ମାମଲା ସ୍ଥିର ରହେ, ତେବେ ଏହା ଅନୁମାନ କରାଯାଇପାରେ ଯେ କରୋନା ଏଠାରେ ଏଣ୍ଡେମିକ ପର୍ଯ୍ୟାୟରେ ପହଞ୍ଚୁଛି।

ତେବେ ପରବର୍ତ୍ତୀ କୋଭିଡ ଷ୍ଟ୍ରେନ୍‌ ଅଧିକ ବିପଜ୍ଜନକ ହୋଇପାରେ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) କହିଛି ଯେ ବର୍ତ୍ତମାନ ଅଧିକ ନୂତନ ଷ୍ଟ୍ରେନ୍‌ ଆସିବାର ଆଶଙ୍କା ରହିଛି। ସେସବୁ ଓମିକ୍ରନ ଅପେକ୍ଷା ଶୀଘ୍ର ସଂକ୍ରମଣ ହୋଇପାରେ।

ଏହି ଚେତାବନୀ ମଧ୍ୟରେ, ବ୍ରିଟେନରୁ ଏକ ନୂତନ ଷ୍ଟ୍ରେନ୍‌ ମିଳିଛି। ଏହା ଡେଲ୍‌ଟା ଏବଂ ଓମିକ୍ରନର ମିଶ୍ରଣରେ ଗଠିତ ଡେଲ୍ଟାକ୍ରନ ବୋଲି କୁହାଯାଉଛି। ପୂର୍ବରୁ ଡେଲ୍ଟାକ୍ରନ ଏକ ଲ୍ୟାବ ତ୍ରୁଟି ବୋଲି ବିବେଚନା କରାଯାଉଥିଲା। କିନ୍ତୁ ବର୍ତ୍ତମାନ ଏହାର ମାମଲା ବଢ଼ିବା ଯୋଗୁଁ ପୁଣି ଆତଙ୍କ ଦେଖାଦେଇଛି।

ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ଓମିକ୍ରନ ଅପେକ୍ଷା ପରବର୍ତ୍ତୀ କୋଭିଡ ଷ୍ଟ୍ରେନ୍‌ ଅଧିକ ବିପଜ୍ଜନକ ହୋଇପାରେ। ମାମଲା ହ୍ରାସ ପାଇବା ଯୋଗୁ ବହୁ ଦେଶରେ ପ୍ରତିବନ୍ଧକ ହଟାଯାଇଛି। ଏସମ୍ପର୍କରେ ଏଡିନବର୍ଗ ବିଶ୍ୱବିଦ୍ୟାଳୟର ପ୍ରଫେସର ମାର୍କ ୱୁଲହାଉସ କହିଛନ୍ତି ଯେ କରୋନା ଭାଇରସର ପରବର୍ତ୍ତୀ ଷ୍ଟ୍ରେନ୍‌ କେଉଁଠୁ ଆସିବ ତାହା ଜଣା ପଡିନାହିଁ।

ସେ କହିଛନ୍ତି, ଓମିକ୍ରନ ଭାରିଆଣ୍ଟ ଡେଲ୍ଟାରୁ ଆସିନାହିଁ। ଏହା ଭାଇରସ୍‌ ପରିବାରର ସମ୍ପୂର୍ଣ୍ଣ ଭିନ୍ନ ଅଂଶରୁ ସୃଷ୍ଟି ହୋଇଥିଲା। ତେଣୁ ପରବର୍ତ୍ତୀ ଷ୍ଟ୍ରେନ୍‌ଟି ଭାଇରସର ପାରିବାରିକ ଟ୍ରିର କେଉଁଠୁ ଆସିବ, ତାହା ଆମେ ଜାଣିପାରୁନାହୁଁ । ଏହା କିପରି ସଂକ୍ରମିତ ହେବ ତାହା ମଧ୍ୟ ଅଜଣା।

ୱାରାଓ୍ବିକ ୟୁନିଭରସିଟିର ପ୍ରଫେସର ଲରେନ୍ସ ୟଙ୍ଗ ମଧ୍ୟ ୱୁଲହାଉସଙ୍କ ମତାମତ ସହିତ ସହମତି ପ୍ରକାଶ କରିଛନ୍ତି। ୟଙ୍ଗ କହିଛନ୍ତି, ଲୋକମାନେ ଭାବନ୍ତି ଯେ ଏହି ଭୂତାଣୁ ଆଲଫା ଠାରୁ ବିଟା, ତାପରେ ଡେଲ୍‌ଟା ଏବଂ ପରେ ଓମିକ୍ରନକୁ ବିକଶିତ ହୋଇଛି। ମାତ୍ର ଏହା ସେପରି ପରି ନୁହେଁ। ଭୂତାଣୁ ଦୁର୍ବଳ ହୋଇଯିବା କହିବା ଭୁଲ। ନୂତନ ଷ୍ଟ୍ରେନ୍‌ ଅଧିକ ବିପଜ୍ଜନକ ହୋଇପାରେ।

ବ୍ରିଟେନରେ ଓମିକ୍ରନ ଏବଂ ଡେଲ୍‌ଟା ଭାରିଆଣ୍ଟ୍‌ର ହାଇବ୍ରିଡ ଷ୍ଟ୍ରେନ ଡେଲ୍ଟାକ୍ରନଣ୍‌ର ମାମଲା ଦେଖିବାକୁ ମିଳିଛି। ପ୍ରାରମ୍ଭରେ, ଏହା ଲ୍ୟାବ ପରୀକ୍ଷାରେ ଏକ ଭୁଲ ଭାବେ ଅନୁମାନ କରାଯାଉଥିଲା। କିନ୍ତୁ ଏହି ନୂତନ ଷ୍ଟ୍ରେନ ବର୍ତ୍ତମାନ ନିଶ୍ଚିତ ହୋଇଛି। ତେବେ ଡେଲ୍ଟାକ୍ରନ୍‌ର ସଂକ୍ରମଣ ଶକ୍ତି ଏବଂ ଟିକା ଉପରେ ଏହାର ପ୍ରଭାବ ବିଷୟରେ ବ୍ରିଟେନର ଅଧିକାରୀମାନେ ଏପର୍ଯ୍ୟନ୍ତ କିଛି ମତପୋଷଣ କରି ନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଇଆଡିଆ ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଲେ ଭିକାରୀ, କାରଣ ଜାଣିଲେ….

ପଟ୍ଟାମୁଣ୍ଡାଇ,୩୦।୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ନାଇଆଡିଆ ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ୫୨ ବର୍ଷୀୟ ବ୍ୟକ୍ତି । ନିଖୋଜ…

୨୦୨୯ରେ ରାହୁଲ ଗାନ୍ଧୀ ହେବେ କି ବିରୋଧୀଙ୍କ ଚେହେରା? ମମତାଙ୍କ ଜବାବକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୩୦।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ବିରୋଧୀ INDIA ବ୍ଲକ୍‌ରେ ରାଜନୈତିକ ତତ୍ପରତା ବଢ଼ିଛି । ବୁଧବାର ନୂଆଦିଲ୍ଲୀରେ INDIA ବ୍ଲକ୍‌ର ନେତାମାନେ…

ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍‌ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍‌…

ଚାଞ୍ଚଲ୍ୟ! SCB ନାଁରେ ସାଂଘାତିକ ଅଭିଯୋଗ, ରୋଗୀଙ୍କୁ ପାଇପ୍‌ରେ ପିଟି ପିଟି ମାରିଦେଲେ

କଟକ,୩୦ା୯(ପ୍ରଭୁକଲ୍ୟାଣ ପାଲ୍): କଟକ ଏସସିବି ମାନସିକ ରୋଗ ବିଭାଗରୁ ଆସିଛି ସାଂଘାତିକ ଅଭିଯୋଗ । ଦୁଇଦିନ ତଳେ ଭର୍ତ୍ତି ହୋଇଥିବା ଯାଜପୁର ଅଂଚଳ ର ଜଣେ ରୋଗୀଙ୍କୁ…

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

ମୋଦି କ୍ୟାବିନେଟରେ ବଡ଼ ନିଷ୍ପତ୍ତି, କୃଷକଙ୍କ ପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୦।୯: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଏବଂ ଅର୍ଥନୈତିକ ବ୍ୟାପାର ସମ୍ୱନ୍ଧୀୟ କ୍ୟାବିନେଟ କମିଟି (CCEA)ରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ‘ପିଏମ…

ଘଣ୍ଟାରେ ୧୦ଟା ବାଜିବା କ୍ଷଣି ମନେ ପଡ଼ିବେ ଭଗବାନ, ସ୍ମୃତି ଅନୁଭୂତି ବଖାଣି ବିଦ୍ୟାଳୟ କର୍ମଚାରୀ କହିଲେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଗବାନ ମହାନ୍ତ ବୁଧବାର ସରକାରୀ ଚାକିରିରୁ ଅବସର ଗ୍ରହଣ…

ମଝି ଆକାଶରେ ଝଗଡ଼ା ଲାଗିଲେ ୨ ପାଇଲଟ୍‌, ବିମାନ ଜରୁରୀ ଅବତରଣ କରିବା ପରେ…

ଦୁବାଇ,୩୦ା୯: ବୁଧବାର ଦୁବାଇରୁ ତେଲ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନ ଏଫ୍‌ ଜେଡ୍‌ ୧୦୭୩କୁ ସାଉଦି ଆରବର ତାବୁକ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଛି। ବିମାନଟି ଜରୁରୀକାଳିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?