ଆସିଲାଣି ଡେଲ୍ଟାକ୍ରନ୍‌, ଡବ୍ଲ୍ୟୁଏଚ୍‌ଓର ଚେତାବନୀ…

ଜେନେଭା/ନୂଆଦିଲ୍ଲୀ, ୧୬।୨ : ଦେଶରେ କୋଭିଡ -୧୯ ମହାମାରୀ ସଂକ୍ରମଣ ହେବାର ଦୁଇ ବର୍ଷରୁ ଅଧିକ ସମୟ ବିତିଗଲାଣି। ଭାରତର ଦ୍ୱିତୀୟ ଲହରରେ ଡେଲ୍‌ଟା ମୁଖ୍ୟ ଷ୍ଟ୍ରେନ ଥିଲା। ତେଣୁ ବର୍ତ୍ତମାନ ଓମିକ୍ରନ ଏହାକୁ ପଛରେ ପକାଇ ସବୁଠାରୁ ସଂକ୍ରାମକ ଷ୍ଟ୍ରେନ ପାଲଟିଛି। ଦେଶର ବିଭିନ୍ନ ସ୍ଥାନରୁ ଜିନୋମ ସିକ୍ୱେନସିଂ ପାଇଁ ପଠାଯାଇଥିବା ନମୁନାଗୁଡିକର ୯୫ ପ୍ରତିଶତରୁ ଅଧିକରେ ଓମିକ୍ରନ୍‌ ଷ୍ଟ୍ରେନ୍‌ ମିଳିଛି।

ଲଗାତାର କିଛି ଦିନ ଧରି ଭାରତରେ କରୋନା ମାମଲା ହ୍ରାସ ପାଉଛି। ଯଦି ଚାରି ସପ୍ତାହ ପର୍ଯ୍ୟନ୍ତ ମାମଲା ସ୍ଥିର ରହେ, ତେବେ ଏହା ଅନୁମାନ କରାଯାଇପାରେ ଯେ କରୋନା ଏଠାରେ ଏଣ୍ଡେମିକ ପର୍ଯ୍ୟାୟରେ ପହଞ୍ଚୁଛି।

ତେବେ ପରବର୍ତ୍ତୀ କୋଭିଡ ଷ୍ଟ୍ରେନ୍‌ ଅଧିକ ବିପଜ୍ଜନକ ହୋଇପାରେ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) କହିଛି ଯେ ବର୍ତ୍ତମାନ ଅଧିକ ନୂତନ ଷ୍ଟ୍ରେନ୍‌ ଆସିବାର ଆଶଙ୍କା ରହିଛି। ସେସବୁ ଓମିକ୍ରନ ଅପେକ୍ଷା ଶୀଘ୍ର ସଂକ୍ରମଣ ହୋଇପାରେ।

ଏହି ଚେତାବନୀ ମଧ୍ୟରେ, ବ୍ରିଟେନରୁ ଏକ ନୂତନ ଷ୍ଟ୍ରେନ୍‌ ମିଳିଛି। ଏହା ଡେଲ୍‌ଟା ଏବଂ ଓମିକ୍ରନର ମିଶ୍ରଣରେ ଗଠିତ ଡେଲ୍ଟାକ୍ରନ ବୋଲି କୁହାଯାଉଛି। ପୂର୍ବରୁ ଡେଲ୍ଟାକ୍ରନ ଏକ ଲ୍ୟାବ ତ୍ରୁଟି ବୋଲି ବିବେଚନା କରାଯାଉଥିଲା। କିନ୍ତୁ ବର୍ତ୍ତମାନ ଏହାର ମାମଲା ବଢ଼ିବା ଯୋଗୁଁ ପୁଣି ଆତଙ୍କ ଦେଖାଦେଇଛି।

ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ଓମିକ୍ରନ ଅପେକ୍ଷା ପରବର୍ତ୍ତୀ କୋଭିଡ ଷ୍ଟ୍ରେନ୍‌ ଅଧିକ ବିପଜ୍ଜନକ ହୋଇପାରେ। ମାମଲା ହ୍ରାସ ପାଇବା ଯୋଗୁ ବହୁ ଦେଶରେ ପ୍ରତିବନ୍ଧକ ହଟାଯାଇଛି। ଏସମ୍ପର୍କରେ ଏଡିନବର୍ଗ ବିଶ୍ୱବିଦ୍ୟାଳୟର ପ୍ରଫେସର ମାର୍କ ୱୁଲହାଉସ କହିଛନ୍ତି ଯେ କରୋନା ଭାଇରସର ପରବର୍ତ୍ତୀ ଷ୍ଟ୍ରେନ୍‌ କେଉଁଠୁ ଆସିବ ତାହା ଜଣା ପଡିନାହିଁ।

ସେ କହିଛନ୍ତି, ଓମିକ୍ରନ ଭାରିଆଣ୍ଟ ଡେଲ୍ଟାରୁ ଆସିନାହିଁ। ଏହା ଭାଇରସ୍‌ ପରିବାରର ସମ୍ପୂର୍ଣ୍ଣ ଭିନ୍ନ ଅଂଶରୁ ସୃଷ୍ଟି ହୋଇଥିଲା। ତେଣୁ ପରବର୍ତ୍ତୀ ଷ୍ଟ୍ରେନ୍‌ଟି ଭାଇରସର ପାରିବାରିକ ଟ୍ରିର କେଉଁଠୁ ଆସିବ, ତାହା ଆମେ ଜାଣିପାରୁନାହୁଁ । ଏହା କିପରି ସଂକ୍ରମିତ ହେବ ତାହା ମଧ୍ୟ ଅଜଣା।

ୱାରାଓ୍ବିକ ୟୁନିଭରସିଟିର ପ୍ରଫେସର ଲରେନ୍ସ ୟଙ୍ଗ ମଧ୍ୟ ୱୁଲହାଉସଙ୍କ ମତାମତ ସହିତ ସହମତି ପ୍ରକାଶ କରିଛନ୍ତି। ୟଙ୍ଗ କହିଛନ୍ତି, ଲୋକମାନେ ଭାବନ୍ତି ଯେ ଏହି ଭୂତାଣୁ ଆଲଫା ଠାରୁ ବିଟା, ତାପରେ ଡେଲ୍‌ଟା ଏବଂ ପରେ ଓମିକ୍ରନକୁ ବିକଶିତ ହୋଇଛି। ମାତ୍ର ଏହା ସେପରି ପରି ନୁହେଁ। ଭୂତାଣୁ ଦୁର୍ବଳ ହୋଇଯିବା କହିବା ଭୁଲ। ନୂତନ ଷ୍ଟ୍ରେନ୍‌ ଅଧିକ ବିପଜ୍ଜନକ ହୋଇପାରେ।

ବ୍ରିଟେନରେ ଓମିକ୍ରନ ଏବଂ ଡେଲ୍‌ଟା ଭାରିଆଣ୍ଟ୍‌ର ହାଇବ୍ରିଡ ଷ୍ଟ୍ରେନ ଡେଲ୍ଟାକ୍ରନଣ୍‌ର ମାମଲା ଦେଖିବାକୁ ମିଳିଛି। ପ୍ରାରମ୍ଭରେ, ଏହା ଲ୍ୟାବ ପରୀକ୍ଷାରେ ଏକ ଭୁଲ ଭାବେ ଅନୁମାନ କରାଯାଉଥିଲା। କିନ୍ତୁ ଏହି ନୂତନ ଷ୍ଟ୍ରେନ ବର୍ତ୍ତମାନ ନିଶ୍ଚିତ ହୋଇଛି। ତେବେ ଡେଲ୍ଟାକ୍ରନ୍‌ର ସଂକ୍ରମଣ ଶକ୍ତି ଏବଂ ଟିକା ଉପରେ ଏହାର ପ୍ରଭାବ ବିଷୟରେ ବ୍ରିଟେନର ଅଧିକାରୀମାନେ ଏପର୍ଯ୍ୟନ୍ତ କିଛି ମତପୋଷଣ କରି ନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସାରା ଇସାରାରେ ପାକିସ୍ତାନକୁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୨୪ା୪: ଫେବୃଆରୀ ୮ ସାଧାରଣ ନିର୍ବାଚନ ପରେ ଇରାନର ରାଷ୍ଟ୍ରପତି ସୟଦ ଇବ୍ରାହିମ ରାଇସିଙ୍କ ଇସଲାମାବାଦ ଗସ୍ତ ପ୍ରଥମ ରାଜ୍ୟ ମୁଖ୍ୟଙ୍କ ଦ୍ୱାରା ହୋଇଛି। ତାଙ୍କର...

ପାଶ୍ଚରାଇଜ୍ଡ କ୍ଷୀରରେ ମିଳିଲା ବାର୍ଡ ଫ୍ଲୁ ଜୀବାଣୁର ଅବଶିଷ୍ଟାଂଶ, ପରୀକ୍ଷା ପାଇଁ ପଠାଗଲା ନମୁନା

ଓ୍ବାଶିଂଟନ,୨୪।୪: ଆମେରିକାର ବିଭିନ୍ନ ରାଜ୍ୟରେ ଡେୟରି ଗାଈମାନଙ୍କଠାରେ H5N1 ଷ୍ଟ୍ରେନ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି। ଏହା ପ୍ରାୟ ୮ଟି ରାଜ୍ୟରେ ବ୍ୟାପିଛି। ଏହି...

ଆମେରିକାରେ ମୋଦିଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି, କିଏ କଲେ ଏମିତି ପ୍ରଶଂସା

ନୂଆଦିଲ୍ଲୀ,୨୪।୪: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେତେ ବଢୁଛି ତାହା ଆକଳନ କରାଯାଇପାରିବ ଯେ ଲୋକମାନେ ତାଙ୍କ ଭଳି ଜଣେ ନେତା ମଧ୍ୟ...

ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା

ଜାକର୍ତ୍ତା,୨୪।୪: ଇଣ୍ଡୋନେସିଆର ଆଗ୍ନେୟଗିରି ଦେଖିବା ଚାଇନାର ଜଣେ ମହିଳାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା ଯେତେବେଳେ ସେ ଜ୍ୱଳନ୍ତ ଆଗ୍ନେୟଗିରି ନିକଟରେ ଫଟୋ ଉଠାଉଥିଲେ। ଏହି...

ପାକିସ୍ତାନ ମାଟିରୁ ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ୍‌,୨୪।୪: ପାକିସ୍ତାନ ଗସ୍ତରେ ଆସୁଥିବା ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି...

ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ...

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri