ଡେଲ୍ଟା ଭାରିଆଣ୍ଟ୍‌ ଅଧିକ ଭୟଙ୍କର: ଏହା ଯୋଗୁ କମୁଛି ଶ୍ରବଣ ଶକ୍ତି, ବଢୁଛି ଅବସାଦ…

ଚେନ୍ନାଇ,୮।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଭାରତରେ ଦେଖାଦେଇଥିବା ଡେଲ୍ଟା ଭାରିଆଣ୍ଟ୍‌ ଇତିମଧ୍ୟରେ ପୃଥିବୀର ୬୦ ଦେଶକୁ ବ୍ୟାପିଛି। ଡେଲ୍ଟା(ବି-୧-୬୧୭-୨) ଭାରିଆଣ୍ଟ୍‌ ଯୋଗୁ ଆକ୍ରାନ୍ତଙ୍କ ଶ୍ରବଣ ଶକ୍ତି କମିବା ସହିତ ଅବସାଦ ବଢୁଛି। ଅନ୍ୟ ଭାରିଆଣ୍ଟ୍‌ ତୁଳନାରେ ଡେଲ୍ଟା ଅଧିକ ଭୟଙ୍କର। ଏହା ସହିତ ଆକ୍ରାନ୍ତଙ୍କଠାରେ ଗ୍ୟାସ୍‌ ସମସ୍ୟା, ବ୍ଲଡ୍‌ କ୍ଲଟିଂ ଆଦି ସମସ୍ୟା ଦେଖାଯାଉଛି। କେତେକଙ୍କ କ୍ଷେତ୍ରରେ ଡାଇରିଆ ଏବଂ ବାନ୍ତି ମଧ୍ୟ ହେଉଛି ବୋଲି ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲର ସଂକ୍ରମଣ ରୋଗ ବିଶେଷଜ୍ଞ ଅବ୍‌ଦୁଲ୍‌ ଗଫୁର ସୂଚନା ଦେଇଛନ୍ତି। ଇଂଲଣ୍ଡ ଏବଂ ସ୍କଟ୍‌ଲାଣ୍ଡ୍‌ରେ ଡେଲ୍ଟା ଭାରିଆଣ୍ଟ୍‌ ଯୋଗୁ ବହୁ ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଛି। ସେହିପରି ଆମେରିକା ଏବଂ ଅଷ୍ଟ୍ରଲିଆରେ ଅନ୍ୟ ଭାରିଆଣ୍ଟ୍‌ ତୁଳନାରେ ଡେଲ୍ଟା ଭାରିଆଣ୍ଟ୍‌ ଭାକ୍ସିନ୍‌ର ପ୍ରଭାବକୁ ହ୍ରାସ କରିଥିବାର କେତେକ ଘଟଣା ଦୃଷ୍ଟିକୁ ଆସିଛି। ଭାରତରେ ଡେଲ୍ଟା ଭାରିଆଣ୍ଟ୍‌ ତାଣ୍ଡବ ରଚିଥିବା ସିଡ୍‌ନୀର ନ୍ୟୁ ସାଉଥ୍‌ ଓ୍ବେଲସ୍‌ ବିଶ୍ୱବିଦ୍ୟାଳୟର ଗ୍ଲୋବାଲ ବାୟୋସିକ୍ୟୁରିଟି ପ୍ରଫେସର ରାଇନା ମ୍ୟାକଲନ୍‌ଟାୟର ସୂଚନା ଦେଇଛନ୍ତି। ଏହି ଭାରିଆଣ୍ଟ୍‌ ଛୋଟ ପିଲାଙ୍କଠାରେ ଅଧିକ ଗୁରୁତର ସଂକ୍ରମଣ ସୃଷ୍ଟି କରିବାର ଆଶଙ୍କା ରହିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁପ୍‌ଚୁପ୍‌ରେ ଶୌଚାଳୟ ପାଣି: ଲୋକେ ଭାଙ୍ଗିଦେଲେ ଠେଲାଗାଡ଼ି

ମୁମ୍ବାଇ,୭।୧୧: ରାସ୍ତାକଡ଼ରେ ଗୁପ୍‌ଚୁପ୍‌ ଖାଇବାକୁ କେତେକ ପସନ୍ଦ କରିଥାନ୍ତି। ତେବେ ମୁମ୍ବାଇର କୋହ୍ଲାପୁର ଅଞ୍ଚଳରେ ଲୋକଙ୍କୁ ପିଇବାକୁ ଦେଉଥିବା ଖଟାପାଣିରେ ଶୌଚାଳୟ ପାଣି ମିଶାଉଥିବା ଅଭିଯୋଗରେ...

ଆଜି ୨୦୦ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଉ ୩ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର,୩ା୧(ବ୍ୟୁରୋ): ରବିବାର ରାଜ୍ୟରେ ୧୯୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୩୦୯ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

ଭୁବନେଶ୍ୱର,୨୭ା୩(ବ୍ୟୁରୋ): କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବିଭିନ୍ନ ସୂତ୍ରରୁ ସହାୟତା ମିଳିବାରେ ଲାଗିଛି। ସେହିଭଳି ରିଲିଫ ପାଣ୍ଠିକୁ କେଉଁ ମାନେ କେତେ ଟଙ୍କା...

ଶିବସେନାକୁ ଝଟକା, ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ୩୦୦ରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା

ପୁଣେ,୧୦।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଦଳବଦଳ ରାଜନୀତି ଜୋର ଧରିଛି। ଶିବସେନାର ୩୦୦ରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ଏବଂ ୨୬ ମହାନଗର ନିଗମ ପରିଷଦ ସଭ୍ୟ...

ପଶ୍ଚିମବଙ୍ଗରେ ପାଳନ କରାଯିବ ‘ଖେଲୋ ହୋବେ ଦିବସ’

କୋଲକାତା,୬ ।୭: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପୂର୍ଣ୍ଣ ବହୁମତରେ ବିଜୟ ଲାଭ କରି ତୃତୀୟ ଥର ଲାଗି ଶାସନ ଭାର ସମ୍ଭାଳିଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ...

ବିରୋଧୀ ଏକାଠି ହେଲେ ୨୦୨୪ରେ ଭାଜପା କଠିନ ସମୟର ସମ୍ମୁଖୀନ ହେବ: ଥରୁର

ନୂଆଦିଲ୍ଲୀ,୧୮ା୨(ପି.ଟି.): ୨୦୨୪ ଲୋକ ସଭା ନିର୍ବାଚନ ଉତ୍କଣ୍ଠାପୂର୍ଣ୍ଣ ହେବ ବୋଲି ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ପୂର୍ବାନୁମାନ କରିଛନ୍ତି। ଭାଜପାକୁ ପରାସ୍ତ କରିବା ଲାଗି...

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ,୨୧।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪...

ଭାରତ-ପାକିସ୍ତାନ ତିକ୍ତତା ଭିତରେ ୩ ଦିନିଆ ଚାଇନା ଗସ୍ତରେ ଗଲେ ଏସ୍‌.ଜୟଶଙ୍କର

ନୂଆଦିଲ୍ଲୀ, ୧୧।୮: ଜମ୍ମୁ-କଶ୍ମୀରରୁ ୩୭୦ ଉଚ୍ଛେଦ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ଆହୁରି ବଢିଯାଇଛି। ଭାରତ ସହ ସମସ୍ତ ସମ୍ପର୍କ ଛିନ୍ନ କରିଦେଇଛି...

Advertisement
Archives

Model This Week