ଡେଲମିକ୍ରନ୍‌ ଆସୁଛି ମାଡ଼ି, ଓମିକ୍ରନଠାରୁ ଅଧିକ ବିପଜ୍ଜନକ…

ଓ୍ବାଶିଂଟନ, ୨୬।୧୨: ପୃଥିବୀରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ବିଶେଷଜ୍ଞମାନେ କରୋନାର ଅନ୍ୟ ଏକ ନୂଆ ଭାରିଆଣ୍ଟ୍‌ ଡେଲମିକ୍ରନ୍‌ ମାଡ଼ି ଆସୁଥିବା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି।  ଓମିକ୍ରନଠାରୁ ଡେଲମିକ୍ରନ୍‌ ଅଧିକ ବିପଜ୍ଜନକ।

ଡେଲମିକ୍ରନ୍‌ ହେଉଛି ଡେଲ୍ଟା ଏବଂ ଓମିକ୍ରନ୍‌ ଭାରିଆଣ୍ଟ୍‌ର ନୂଆ ପ୍ରକାରର ଏକ ମିଶ୍ରଣ। ୟୁରୋପରେ ଏବଂ ଆମେରିକାରେ ଡେଲମିକ୍ରନ୍‌ ଦ୍ରୁତ ଗତିରେ ବ୍ୟାପିବା ଆରମ୍ଭ କରିଛି। କୁହାଯାଉଛି ଯେ ଯଦି ଏହା ବିଶ୍ୱର ଅନ୍ୟ ଦେଶକୁ ବ୍ୟାପେ ତେବେ ଲକ୍ଷ ଲକ୍ଷ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିବାର ଆଶଙ୍କା ରହିଛି।

କରୋନାର ଦ୍ୱିତୀୟ ଲହର ଡେଲ୍ଟା ଭାରିଆଣ୍ଟ ଯୋଗୁଁ ବହୁ ଲୋକଙ୍କ ମୃତ୍ୟୁ ଘଟିଥିଲା। ଅପରପକ୍ଷରେ, ଓମିକ୍ରନ୍‌ ବିଷୟରେ ବିଶେଷଜ୍ଞ ସୂଚନା ପ୍ରଦାନ କରିଥିଲେ ଯେ, ଏହା ଡେଲ୍ଟା ଭାରିଆଣ୍ଟ୍‌ ତୁଳନାରେ ଅଧିକ ବିପଜ୍ଜନକ ହେବ।

ତେଣୁ ଡେଲ୍ଟା ଏବଂ ଓମିକ୍ରନ୍‌ ଭାରିଆଣ୍ଟ୍‌ ଉଭୟ ଏକାଠି ସୃଷ୍ଟି କରିଥିବା ଡେଲମିକ୍ରନ୍‌ ପୂର୍ବର ସମସ୍ତ ଭାରିଆଣ୍ଟ ତୁଳନାରେ ଶୀଘ୍ର ସଂକ୍ରମଣ ସୃଷ୍ଟି କରିବା ସହିତ ପୃଥିବୀରେ ତାଣ୍ଡବ ରଚିବ ବୋଲି ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ି ଆସୁଛି ନୂଆ ମହାମାରୀ: ଚାଇନାରେ ଲୋକଙ୍କଠାରେ ଏଚ୍‌-୧୦-ଏନ୍‌-୩ ଭୁତାଣୁ ଚିହ୍ନଟ…

ବେଜିଂ,୧।୬: କରୋନା ମହାମାରୀର ଅନ୍ତୁଡ଼ିଶାଳ ଚାଇନାର ଉହାନ୍‌ ସହର ପାଲଟିଥିଲା। ଏହାଯୋଗୁୂ ପୃଥିବୀରେ ଦେଖାଦେଇଥିବା ଆତଙ୍କ ଏବେ ବି ଥମିନି। ଏପରିସ୍ଥଳେ ଚାଇନାରେ ପୁଣି ଏକ...

ପିଲାଙ୍କୁ ମିଳୁନି ପାଣିଟିକେ!

କାବୁଲ,୨୨ ।୮: ଆଫଗାନିସ୍ତାନର ଅବସ୍ଥା ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ତାଲିବାନ ଭୟରେ ଦେଶ ଛାଡୁଥିବା ଲୋକଙ୍କ ଅବସ୍ଥା ନ କହିବା...

ଲକ୍‌ଡାଉନ୍‌ରେ ଘରୁ ବାହାରିବା କେତେ ବିପଦଜ୍ଜନକ: ଶର୍ଟ ଫିଲ୍ମ ଜରିଆରେ ଲୋକଙ୍କୁ ସୂଚିତ କଲେ ଭାଇଜାନ

ମୁମ୍ବାଇ: କରୋନା ଭାଇରସ୍‌କୁ ରୋକିବା ପାଇଁ ସରକାର ଯଥାସମ୍ଭବ ପ୍ରଚେଷ୍ଟା ଚଳାଇଛନ୍ତି। ଏଥିପାଇଁ ସୁରକ୍ଷା ଦୃଷ୍ଟିରୁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ...

ଚାଇନାର କ୍ଷତି କରିପାରିବ ନାହିଁ ଭାରତ

ବେଜିଂ,୨୮/୮:ଭାରତୀୟ ଅର୍ଥନୀତି ବହୁଳ ଭାବେ ଚାଇନା ଉପରେ ନିର୍ଭରଶୀଳ। ତେଣୁ ସୀମାରେ ଯେତେ ଉତ୍ତେଜନା ସୃଷ୍ଟି ହେଲେ ମଧ୍ୟ ଭାରତୀୟ ସେନା ପିପୁଲ୍ସ ଲିବରେଶନ ଆର୍ମି...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୨୦।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ...

ଆଉ ୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୭୭କୁ ବୃଦ୍ଧି

ଭୁବନେଶ୍ୱର,୧୪ା୧୧(ବ୍ୟୁରୋ): ରବିବାର ରାଜ୍ୟରୁ ଆଉ ୨ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...

ପକ୍ଷୀଙ୍କ ପରେ ଏବେ ମଣିଷ ବି ବାର୍ଡ ଫ୍ଲୁର ଶିକାର, ଏହି ଦେଶରେ ଦେଖିବାକୁ ମିଳିଲା ପ୍ରଥମଥର

ଓ୍ବାଶିଂଟନ,୨୧।୨: ବର୍ତ୍ତମାନ ସୁଦ୍ଧା ଆପଣ ଶୁଣି ଆସିଥିବେ ବାର୍ଡ ଫ୍ଲୁ କେବଳ ପଶୁପକ୍ଷୀଙ୍କୁ ହୋଇଥାଏ। ମାତ୍ର ପ୍ରଥମ ଥର ପାଇଁ ବାର୍ଡ ଫ୍ଲୁ ଭାଇରସ ମଣିଷଠାରେ...

ନ୍ୟୁଜ ଆଙ୍କରଙ୍କୁ ତାଲିବାନର ଧମକ: ଭିଡିଓ ଭାଇରାଲ

କାବୁଲ,୨୦ ।୮: ଆଫଗାନିସ୍ତାନରେ ତାଲିବାନ ପ୍ରବେଶ କରିବା ପରେ ଏବେ ସେଠାରେ ଖାଲି ଭୟର ବାତାବରଣ । ଆଫଗାନିସ୍ତାନବାସୀ ଏବେ କୌଣସି ପ୍ରକାରେ ଦେଶ ଛାଡି...

Advertisement
Archives

Model This Week