Posted inଜାତୀୟ

ଦିଲ୍ଲୀ ସରକାରଙ୍କ ବଡ ଘୋଷଣା: ୨୪ ଘଣ୍ଟା ପ୍ରତିଘରକୁ ଯୋଗାଇ ଦିଆଯିବ ପାଣି

ନୂଆଦିଲ୍ଲୀ,୨୬ ।୯: ଦିଲ୍ଲୀ ମୁଖ୍ୟମନ୍ତୀ ଅରବିନ୍ଦ କେଜରିୱାଲ ଶନିବାର ଦିଲ୍ଲୀବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଏବେ ଦିଲ୍ଲୀରେ ୨୪ ଘଣ୍ଟା ବିଜୁଳି ସହ ୨୪ ଘଣ୍ଟା ପାଣି ବି ମିଳିବ । ଏହି ଲକ୍ଷ୍ୟ ଆସନ୍ତା ୫ ବର୍ଷ ମଧ୍ୟରେ ପୂରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ସେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଏବେ ଦିଲ୍ଲୀବାସୀଙ୍କୁ ଯେତିକି ପାଣି ମିଳୁଛି ପ୍ରତିଦିନ ପାଖାପାଖି ୧୭୬ ଲିଟର ପାଣି ଯୋଗାଇ ଦିଆଯାଉଛି । ହେଲେ ୨୪ ଘଣ୍ଟିଆ ପାଣି ଯୋଗାଣ ହେବାପରେ ଏଥିପାଇଁ ସରକାର ସ୍ୱତନ୍ତ୍ର ପରାମର୍ଶଦାତା ନିଯୁକ୍ତ କରିବେ ବୋଲି କହିଛନ୍ତି । କାରଣ ପାଣି କୁଆଡେ ଯାଉଛି ଚୋରି ହେଉଛି କି ଲିକ୍ ହେଉଛି ତାହା ଜାଣି ରଖିବା ଜରୁରୀ । ତା’ହେଲେ ଯାଇ ଜନସାଧାରଣଙ୍କ ପାଖରେ ୨୪ ଘଣ୍ଟା ସୁଚାରୁରୂପେ ପାଣି ଯୋଗାଇ ଦେଇ ହେବ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ଭର୍ଚ୍ରୁ୍ୟଆଲ ପ୍ରେସ କନଫରେନ୍ସ ଜରିଆରେ କହିଛନ୍ତି ୱାଟର ମ୍ୟାନେଜମେଣ୍ଟ ପାଇଁ ଅତ୍ୟାଧୁନିକ ଟେକନିକ ଆଣିବାକୁ ମଧ୍ୟ ସ୍ଥିର କରାଯାଇଛି । ସେଣ୍ଟ୍ରାଲାଇଜ୍‌ଡ ସିଷ୍ଟମ ମାଧ୍ୟମରେ କର୍ମଚାରୀ କାର୍ଯ୍ୟାଳୟରେ ବସି ଗୋଟିଏ ପାଣି ପାଇପ୍‌କୁ ବନ୍ଦ କରି ଆଉ ଗୋଟିଏକୁ ଚାଲୁ କରିପାରିବେ । ଏହା ରିମୋଟ କଣ୍ଟ୍ରୋଲ ଯୋଗେ କରାଯିବ । ତେବେ ଦିଲ୍ଲୀକୁ ଅଧିକ ପାଣି ଆବଶ୍ୟକ ଥିବାରୁ ଏବେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ହିମାଚଳପ୍ରଦେଶ ସରକାରଙ୍କ ସହ କଥାବାର୍ତ୍ତା ଚାଲିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀରକୁ ସୁସ୍ଥ, ମନକୁ ସନ୍ତୁଳିତ କରେ ଯୋଗ

ରାଇକିଆ,୨୧।୬(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ସ୍ଥାନରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗ ଶରୀରକୁ ସୁସ୍ଥ ରଖେ। ଏଥିସହିତ…

ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ସମାବେଶ: ଲକ୍ଷପତି ଦିଦିଙ୍କୁ କରାଗଲା ସମ୍ବର୍ଦ୍ଧିତ, ଅଙ୍ଗନଓ୍ବାଡି କର୍ମୀଙ୍କୁ ମିଳିଲା ସ୍ମାର୍ଟଫୋନ

ଥୁଆମୂଳ ରାମପୁର,୨୧।୬ (ଦୁର୍ଗା କୀର୍ତ୍ତି): ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଥୁଆମୂଳ ରାମପୁର ଠାରେ ବ୍ଲକ ସ୍ତରୀୟ ‘ସୁଭଦ୍ରା…

ବରଗଡ଼ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ: ସାମିଲ ହେଲେ ବିଧାୟକ-ଜିଲାପାଳ

ବରଗଡ଼,୨୧।୬(ପ୍ରେମାନନ୍ଦ ଖମାରୀ): ଅନ୍ତର୍ଜାତୀୟ ଯୋଗ ଦିବସ ରବିବାର ବରଗଡ଼ ଜିଲାର ସମସ୍ତ ବ୍ଲକ ଓ ଗ୍ରାମପଞ୍ଚାୟତ ମୁଖ୍ୟାଳୟ ତଥା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ଉତ୍ସାହ…

ଦିଗପହଣ୍ଡି ମିନି ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗଦେଲେ ବିଧାୟକ ସିଦ୍ଧାନ୍ତ     

ଦିଗପହଣ୍ଡି,୨୧|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ଏନଏସି ପ୍ରଶାସନ ପକ୍ଷରୁ ଆୟୋଜିତ…

ଯୋଗ ଦିବସ,ସୁସ୍ଥ ରହିବା ପାଇଁ ଯୋଗ ନିହାତି ଆବଶ୍ୟକ : ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ

ଭଞ୍ଜନଗର, ୨୧।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗରସ୍ଥିତ ବେଲେଶ୍ୱର ପୀଠରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ…

କୁନା ମୁଣ୍ଡା ହତ୍ୟା ମାମଲା: ହତ୍ୟା ମାମଲାରେ ୫ ଅଭିଯୁକ୍ତ କୋର୍ଟ ଚାଲାଣ

ବଞ୍ଚୋ, ୨୧/୦୬ (ପ୍ରଦୋଷ ବିଶ୍ୱାଳ): ଘସିପୁରା ଥାନାରେ ରୁଜୁ ହୋଇଥିବା କେସ୍ ନଂ–୪୪ରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ହତ୍ୟା ସମ୍ବନ୍ଧୀୟ ଧାରା ଅନୁଯାୟୀ ତଦନ୍ତ ଚାଲିଥିବା…

କ୍ରିକେଟ ଇତିହାସରେ ଭାରତ ପାଇଁ ଦ୍ରୁତତମ ଅର୍ଦ୍ଧଶତକ: ଯୁବରାଜ ସିଂହଙ୍କୁ ପଛରେ ପକାଇଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୧।୬: ରବିବାର ତ୍ରି-ସିରିଜ ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ୨୯ ବଲ ରୁ ୯୪ ରନ କରିଥିଲେ। ଯଦିଓ ଏହି ମ୍ୟାଚ ରେ ୧୫ ବର୍ଷୀୟ ଖେଳାଳି ଶତକରୁ…

ବଲାଙ୍ଗୀରରେ ଆନ୍ତର୍ଜାତୀୟ ଯୋଗ ଦିବସ

ବଲାଙ୍ଗୀର, ୨୧/୬ (ସୁନିଲ କୁମାର ମହାନ୍ତି): ରବିବାର ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବଲାଙ୍ଗୀର ଜିଲାର ବିଭିନ୍ନ ସ୍କୁଲ, କଲେଜ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri