Posted inଜାତୀୟ

ପାକିସ୍ତାନ ପ୍ରେମିକଙ୍କ ପ୍ରେମରେ ଭାରତୀୟ ଯୁବତୀ: ପ୍ରେମିକଙ୍କ ସହ ମିଶି ପ୍ରଧାନମନ୍ତ୍ରୀଙ୍କୁ କଲେ ଅପମାନ, ଶେଷରେ ହଟହଟ୍ଟାରେ…

ଦିଲ୍ଲୀ,୧୪।୮: ଦେଶ ବିରୋଧରେ ଅପମାନଜନକ ମନ୍ତବ୍ୟ ପଡ଼ିଲା ମହଙ୍ଗା। ଅଧ ରାତିରେ ହଟହଟ୍ଟା ହେଲେ ପ୍ରେମୀଯୁଗଳ। ଏଭଳି ଘଟଣା ଘଟିଛି ରାଜଧାନୀ ଦିଲ୍ଲୀର ରାଜରାସ୍ତାରେ। ସବୁଠାରୁ ବଡ଼ କଥା ହେଲା ଭାରତକୁ ଆସି ଭାରତ ବିରୋଧରେ କହୁଥିଲେ ପାକିସ୍ତାନ ଯୁବକ । ତାଙ୍କ ସହ ତାଳ ଦେଉଥିଲେ ଭାରତୀୟ ଯୁବତୀ ଅବା ତାଙ୍କ ପ୍ରେମିକା। ସମ୍ପର୍କରେ ଉଭୟ କୁଆଡେ ଗର୍ଲଫ୍ରେଣ୍ଡ ବୟଫ୍ରେଣ୍ଡ ହେବେ। ଏ ନେଇ ସେମାନେ ଅଧରାତିରେ ହଟହଟ୍ଟା ହୋଇଥିଲେ। ଉଭୟ ପ୍ରେମୀଯୁଗଳଙ୍କୁ ରାସ୍ତାରେ ଗାଡ଼ିରୁ ଓହ୍ଲାଇ ଦେଲେ କ୍ୟାବ୍‌ ଡ୍ରାଇଭର । ସେମାନେ କେବଳ ଭାରତକୁ ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଅପମାନ କରୁଥିଲେ। ଯାହା ଶୁଣିବା ମାତ୍ରେ ରାଗିଯାଇ କ୍ୟାବ୍‌ ଡ୍ରାଇଭର ମଧ୍ୟରାତ୍ରିରେ ସେମାନଙ୍କୁ ଛାଡ଼ି ଚାଲିଯାଇଥିଲେ ।

ଯୁବତୀ ଜଣଙ୍କ ପାକିସ୍ତାନ ପ୍ରେମିକଙ୍କ ପ୍ରେମରେ ଏମିତି ଅନ୍ଧ ହୋଇଯାଇଥିଲେ ଯେ, ପ୍ରଥମେ ଦିଲ୍ଲୀ ପରେ ମୁମ୍ବାଇ, ଆଉ ତା’ ପରେ ପୂରା ଭାରତକୁ ନେଇ ବିବାଦୀୟ ଆଲୋଚନା କରିଥିଲେ । ପ୍ରେମିକାଙ୍କ ସମର୍ଥନକୁ ଦେଖି ବେଶ ଖୁସି ହୋଇଯାଇଥିଲେ ବୟଫ୍ରେଣ୍ଡ । ଭାରତକୁ ବିରୋଧକରି ପାକିସ୍ତାନୀ ବୟଫ୍ରେଣ୍ଡ ଆହୁରି ମନଇଚ୍ଛା ଗପି ଚାଲିଥିଲେ । ପ୍ରଥମେ ସେମାନଙ୍କୁ ଏପରି ଆଲୋଚନା ନକରିବାକୁ ଡ୍ରାଇଭର କହିଥିଲେ । ହେଲେ ସେମାନେ ଚୁପ୍‌ ରହିବା ପରିବର୍ତ୍ତେ ଡ୍ରାଇଭରଙ୍କୁ ଅପମାନ କରିଥିଲେ । ପରେ ଯୁକ୍ତିତର୍କ ହୋଇଥିଲା । ପରେ ଡ୍ରାଇଭର ତାଙ୍କୁ ଗାଡ଼ିରୁ ଓହ୍ଲାଇ ଦେଇଥିଲେ । ନିଜେ ବାହାରକୁ ଆସି ସେମାନଙ୍କୁ ଗାଳି ଦେଇଥିଲେ । ରାତି ଅଧରେ ରାସ୍ତାରେ ଓହ୍ଲାଇଦେବା ଫଳରେ ଯୁବତୀ ଜଣକ ଆହୁରି ରାଗିଯାଇଥିଲ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାତ୍ସଲ୍ୟ କରିବା ସହ ଦେଶକୁ ଆହୁରି ବିରୋଧ କରିଥିଲେ । ସେହି ସମୟର କିଛି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଡ୍ରାଇଭର ଜଣକଙ୍କ ଏପରି କାର୍ଯ୍ୟକୁ ଅନେକ ଲୋକ ପ୍ରଶଂସା କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?