Posted inଜାତୀୟ

ଅଧିକ ସିସିଟିଭି କ୍ୟାମେରା ସହର ତାଲିକାରେ ଦିଲ୍ଲୀ ଶୀର୍ଷରେ…

ନୂଆଦିଲ୍ଲୀ,୨୮।୮: ଅଧିକ ସିସିଟିଭି ଥିବା ପୃଥିବୀର ଶ୍ରେଷ୍ଠ ୧୦ ସହର ତାଲିକାରେ ଦିଲ୍ଲୀ ଶୀର୍ଷରେ ରହିଛି। ଟେକ୍ନୋଲୋଜି ସାଇଟ୍‌ କମ୍ପୋରେଟକ୍‌ ପକ୍ଷରୁ ହୋଇଥିବା ଏକ ସର୍ଭେ ଆଧାରରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ମୋଷ୍ଟ ସର୍ଭେଲ୍ଡ୍‌ ସହର ଭାବେ ଦିଲ୍ଲୀ ଦେଶର ଗୌରବ ବଢ଼ାଇଛି। ଏହାଦ୍ୱାରା ଦିଲ୍ଲୀ ଦୁନିଆର ସବୁଠାରୁ ’ମନିଟରିଂ ସହର’ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛି। ଏହି ତାଲିକାରେ ଲଣ୍ଡନ ଦ୍ୱିତୀୟ ସ୍ଥାନରେ ଏବଂ ଚେନ୍ନାଇ ତୃତୀୟ ସ୍ଥାନରେ ରହିଛି। ଏହା ବ୍ୟତୀତ ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇ ମଧ୍ୟ ଏହି ତାଲିକାରେ ୧୮ତମ ସ୍ଥାନରେ ରହିଛି। ବିଶେଷ କଥା ହେଉଛି ଦିଲ୍ଲୀ ଏବଂ ଚେନ୍ନାଇ ସହିତ ପ୍ରଥମ ୧୦ ସହର ମଧ୍ୟରେ ଏହି ତାଲିକାରେ ଆମେରିକାର ନ୍ୟୁୟର୍କ ଏବଂ ଚାଇନାରେ ସାଂଘାଇ ଭଳି ସହର ରହିଛନ୍ତି। ପ୍ରଥମ ୧୦ଟି ସ୍ଥାନରେ ଚାଇନାର ୬ଟି ସହର ରହିଛି। ଫୋର୍ବସ ଇଣ୍ଡିଆ ଏହାର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଏହି ତାଲିକା ପୋଷ୍ଟ କରିଛି।
ଟେକ୍ନୋଲୋଜି ସାଇଟ୍‌ କମ୍ପୋରେଟକ୍‌ ପକ୍ଷରୁ ପୃଥିବୀର ପ୍ରମୁଖ ସହରଗୁଡିକର ‘ପ୍ରତି ବର୍ଗ ମାଇଲ’ ରେ କେତେ ସଂଖ୍ୟକ ସିସିଟିଭି କ୍ୟାମେରା ରହିଛି ତାହାର ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହି ରିପୋର୍ଟ ଅନୁଯାୟୀ, ପ୍ରତି ବର୍ଗ ମାଇଲରେ ଦିଲ୍ଲୀରେ ୧,୮୨୬ .୬ ସିସିଟିଭି କ୍ୟାମେରା ରହିଛି। ସେହିପରି ଲଣ୍ଡନରେ ୧,୧୩୮.୫ କ୍ୟାମେରା ପ୍ରତି ବର୍ଗ ମାଇଳ,ରେ ରହିଛି।
ଚେନ୍ନାଇରେ ପ୍ରତି ବର୍ଗ ମାଇଲ ପିଛା ୬୦୯.୯ ସିସିଟିଭି କ୍ୟାମେରା ସହିତ ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛି। ଏହି ତାଲିକାରେ ୧୮ତମ ସ୍ଥାନରେ ଥିବା ମୁମ୍ବାଇ ପ୍ରତି ବର୍ଗ ମାଇଲରେ ୧୫୭.୪ ସିସିଟିଭି କ୍ୟାମେରା ଲଗାଯାଇଛି। ଏହି ତାଲିକା ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହାକୁ ଦିଲ୍ଲୀ ପାଇଁ ଗର୍ବର ବିଷୟ ବୋଲି କହି ଟୁଇଟ୍‌ କରିଛନ୍ତି। ଏହି ସଫଳତା ପାଇଁ ଦିଲ୍ଲୀ ସହରର ଅଧିକାରୀ ଏବଂ ଇଞ୍ଜିନିୟରମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ସେମାନେ ଏତେ କମ ସମୟ ମଧ୍ୟରେ ଦିନରାତି ପରିଶ୍ରମ କରି ଏହି ଲକ୍ଷ୍ୟ ହାସଲ କରିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗରେ ଚହଳ! ଟିଏମସିରେ ଫାଟ ଭିତରେ ବଡ଼ କଥା କହିଦେଲେ ମମତା, ଅଭିଷେକ ବାନାର୍ଜୀ

କୋଲକାତା,୧୫।୭: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଟିଏମସି ମୁଖ୍ୟ ମମତା ବାନାର୍ଜୀ ବୁଧବାର ଏକ ବିଦ୍ରୋହ ମଧ୍ୟରେ ଅଭିଷେକ ବାନାର୍ଜୀଙ୍କୁ ସମର୍ଥନ ଜଣାଇଛନ୍ତି । ଟିଏମସିକୁ ପୁନଃଗଠନ…

ସେବାୟତଙ୍କୁ ଶ୍ରୀମନ୍ଦିର ସେବାରୁ ନିଲମ୍ବନ କଲେ ମୁଖ୍ୟ ପ୍ରଶାସକ

ପୁରୀ,୧୫ା୭(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିରରେ ନୀତି ସମ୍ପାଦନରେ ଶୃଙ୍ଖଳା ରକ୍ଷା ପ୍ରତି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସର୍ବଦା ସର୍ବୋଚ୍ଚ ଗୁରୁତ୍ୱ ଦେଇଆସୁଛି। ବୁଧବାର ଉଭାପର୍ବରେ ନୀତିକାନ୍ତି ପାଳନ ସମୟରେ…

ସରିଲା ଚାକିରି, କର୍ମମୟ ଜୀବନକୁ ମନେ ପକାଇ ଭାବବିହ୍ବଳ ହେଲେ ପ୍ରଧାନଶିକ୍ଷକ…

ଭଞ୍ଜନଗର,୧୫ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତୁଳସୀପଲ୍ଲୀ କ୍ଷେତ୍ରମଣି ମଧ୍ୟ ଇଂରାଜୀ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଡକ୍ଟର ସୁରେଶ ଚନ୍ଦ୍ର ପଣ୍ଡାଙ୍କୁ ବିଦ୍ୟାଳୟ ତରଫରୁ ବୁଧବାର…

୧୧୨୯ ହିତାଧିକାରୀଙ୍କୁ ୫୧.୩୬ କୋଟି ଟଙ୍କା ଋଣ ମଞ୍ଜୁର

କୋରାପୁଟ,୧୫ା୭(ଅମିତାଭ ବେହେରା): କୋରାପୁଟସ୍ଥିତ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରଠାରେ ବୁଧବାର ଆୟୋଜିତ ମେଗା କ୍ରେଡିଟ୍‌ ଆଉଟ୍‌ରିଚ୍‌ କାର୍ଯ୍ୟକ୍ରମରେ ୧୧୨୯ ଜଣ ହିତାଧିକାରୀଙ୍କ ପାଇଁ ୫୧.୩୬ କୋଟି ଟଙ୍କାର…

ଆପଣଙ୍କ ଘରକୁ ଆସୁନି ତ ଅପମିଶ୍ରିତ କ୍ଷୀର? ଏହି ସହଜ ଘରୋଇ ଉପାୟରେ କରନ୍ତୁ ଯାଞ୍ଚ

କ୍ଷୀର ଆମ ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ବିଶେଷ କରି ପିଲାମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ, ହାଡ଼ର ମଜଭୁତ ଏବଂ ଶାରୀରିକ ବିକାଶ ପାଇଁ କ୍ଷୀରକୁ ଅତ୍ୟନ୍ତ…

ଅଗଷ୍ଟ ୨୮ରେ ରିଲିଜ ହେବନାହିଁ Shraddha Kapoorଙ୍କର ‘ଇଥା’!

ମୁମ୍ବାଇ: ବଲିଉଡର ଅଭିନେତ୍ରୀ ଶ୍ରଦ୍ଧା କପୁର ଏବେ ନିଜର ଆଗାମୀ ଫିଲ୍ମ ‘ଇଥା’କୁ ନେଇ ଚର୍ଚ୍ଚାରେ। ନିକଟରେ ରିଲିଜ ହୋଇଥିବା ଫିଲ୍ମର ଟିଜର ସୋସିଆଲ ମିଡିଆରେ ବେଶ…

କୁଲାଡ଼ ରଥଯାତ୍ରା ପ୍ରସ୍ତୁତି ଶେଷ: ବିଧାୟକ-ଉପଜିଲାପାଳ ପହଞ୍ଚି କଲେ ସମୀକ୍ଷା

ଭଞ୍ଜନଗର,୧୫ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ଼ ରଥଯାତ୍ରା ପ୍ରସ୍ତୁତି ସରିଛି। ଗୁରୁବାର ନିର୍ଦ୍ଧାରିତ ସମୟରେ ରଥାଯାତ୍ରା କାର୍ଯ୍ୟକ୍ରମ ହେବ। ଏହାପୂର୍ବରୁ ମନ୍ଦିର କମିଟି କର୍ମକର୍ତ୍ତା…

ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ନିର୍ଦ୍ଧୁମ ପିଟିଲେ ଶିକ୍ଷକ, ଅଭିଯୋଗ ପରେ ନିଲମ୍ବିତ

ଝରିଗାଁ,୧୫ା୭(କିଶୋର ଚନ୍ଦ୍ର ମଣ୍ଡଳ): ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ମାଡ ମାରିଥିବା ଅଭିଯୋଗ ନେଇ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଶିକ୍ଷା ଅଧିକାରୀ ଉମରସିଂ ନାଏକ ସମ୍ପୃକ୍ତ ଶିକ୍ଷକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri