Posted inUncategorized

ହୃଦୟବିଦାରକ ଭିଡିଓ ଭାଇରାଲ୍‌: ସାଗରଙ୍କୁ ନୃଶଂସ ଭାବରେ ପିଟିଥିଲେ ସୁଶୀଲ

ନୂଆଦିଲ୍ଲୀ,୨୮।୫: ଦୁଇଥର ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାର ଛତ୍ରସାଲ ଷ୍ଟାଡିୟମରେ କୁସ୍ତି ଯୋଦ୍ଧ ସାଗର ଧନକଡଙ୍କ ହତ୍ୟା ଘଟଣାରେ ଗିରଫ ହୋଇଛନ୍ତି। ତାଙ୍କୁ ପଚରାଉଚରା କରାଯାଉଛି। ଏହି ସମୟରେ ସାଗରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସୁଶୀଲ ତାଙ୍କ ହାତରେ ହକି ବାଡି ସାଗରକୁ ପିଟୁଛନ୍ତି। ଭାଇରାଲ ଭିଡିଓ ଏବଂ ଫଟୋରେ ସାଗର ତଳେ ପଡ଼ିଥିବାର ନଜର ଆସିଛନ୍ତି।ନ୍‌ ୨୩ ବର୍ଷୀୟ ସାଗରଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ମଧ୍ୟ ପ୍ରକାଶ ପାଇଛି ଯେ ତାଙ୍କ ମୁଣ୍ଡରେ କିଛି ଆଘାତ ହେବା ପରେ ତାଙ୍କର ମୃତ୍ୟୁ ଘଟିଛି। ମେ ୨୩ ରେ, ଦିଲ୍ଲୀ ପୋଲିସର ସ୍ପେଶାଲ ଟିମ୍‌ ସୁଶୀଲ କୁମାରଙ୍କୁ ଗିରଫ୍‌ ଏବେ ସେ ୬ ଦିନିଆ ପୋଲିସ ହେପାଜତରେ ଅଛନ୍ତି।
ମେ ୪ ତାରିଖ ରାତି ପ୍ରାୟ ୧୨ଟା ସମୟରେ ଛତ୍ରସାଲ ଷ୍ଟାଡିୟମରେ କୁସ୍ତିମାନଙ୍କ ମଧ୍ୟରେ ଝଗଡା ହେବାର ଖବର ଦିଲ୍ଲୀ ପୋଲିସ ପାଇଥିଲା। ଏହି ସଂଘର୍ଷରେ ଆହତ ହୋଇଥିବା ରେସଲର ସାଗରଙ୍କୁ ବିଜେଡିଏମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ପରେ ତାଙ୍କ ଅବସ୍ଥା ବିଗିଡି ଯାଇ ତାଙ୍କୁ ଟ୍ରମା ସେଣ୍ଟରକୁ ନିଆଯାଇଥିଲା। ପୋଲିସ ନିକଟରେ ଦିଆଯାଇଥିବା ଅଭିଯୋଗ ଅନୁଯାୟୀ, ଛତ୍ରସାଲ ଷ୍ଟାଡିୟମର ପାର୍କିଂ ପରିସରରେ ସୁଶୀଲ କୁମାର, ଅଜୟ, ପ୍ରିନ୍ସ, ସୋନୁ, ସାଗର, ଅମିତ ଏବଂ ଅନ୍ୟମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ମୃତ ସାଗର ୯୭ କିଲୋଗ୍ରାମ ଗ୍ରୀକୋ-ରୋମାନ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଜଣେ ପୂର୍ବତନ ଜୁନିଅର ଜାତୀୟ ଚାମ୍ପିୟନ ତଥା ବରିଷ୍ଠ ଜାତୀୟ ଶିବିରର ଅଂଶ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ପନିରସେଲ୍‌ଭାମଙ୍କ ଭାଇ ଏଆଇଏଡିଏମ୍‌କେରୁ ବହିଷ୍କୃତ

ଚେନ୍ନାଇ,୬।୩: ଶଶିକଳାଙ୍କୁ ଭେଟିଥିବା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ. ପନିରସେଲ୍‌ଭାମଙ୍କ ଭାଇ ଓ. ରାଜାଙ୍କ ସମେତ ଥେନି ଜିଲାର ଅନ୍ୟ ୩ ଜଣ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ...

ଆଇଜି ହେଲେ ଗଜଭିୟେ

ଭୁବନେଶ୍ୱର, ୯ା୨(ବ୍ୟୁରୋ):ବରିଷ୍ଠ ଆଇପିଏସ୍‌ ଅଫିସର ଗଜଭିୟେ ସତୀଶ୍‌ କୁମାର ଈଶ୍ୱରଦାସ ଇନ୍‌ସପେକ୍ଟର ଜେନେରାଲ ଅଫ୍‌ ପୋଲିସ୍‌ (ଆଇଜିପି) ର଼୍ୟାଙ୍କ୍‌କୁ ପଦୋନ୍ନତି ପାଇଛନ୍ତି। ଏହି ପଦୋନ୍ନତି ୨୦୨୦...

ଡିପି ପରିବର୍ତ୍ତନ ପରେ ଭାଜପା ନେତାଙ୍କ ଟୁଇଟରରୁ ଗୋଲଡେନ୍‌ ଟିକ୍‌ ଉଭାନ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସ ଅବସରରେ ଲୋକଙ୍କୁ ସେମାନଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟର ଡିସପ୍ଲେ ପିକ୍ସଚର(ଡିପି) ପରିବର୍ତ୍ତନ କରି ତ୍ରିରଙ୍ଗା ରଖିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଥିଲେ। ଏହା...

ପାକିସ୍ତାନୀ ମହିଳାଙ୍କୁ ଗୁପ୍ତ ତଥ୍ୟ ଦେଉଥିଲେ ସିଆଇଏସ୍‌ଏଫ୍‌ କନ୍‌ଷ୍ଟେବଲ

ବିଶାଖାପାଟଣା,୮ା୮: ପାକିସ୍ତାନ ପାଇଁ ଗୋଇନ୍ଦାଗିରି କରୁଥିବା ଜଣେ ମହିଳାଙ୍କୁ ଗୁପ୍ତ ତଥ୍ୟ ଯୋଗାଇବା ଅଭିଯୋଗରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍‌ଏଫ୍‌)ର ଜଣେ କନଷ୍ଟେବଳ ଧାରାପଡ଼ିଛନ୍ତି। ବିଶାଖାପାଟଣା...

ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ହେବ ମାପକାଠି

ଯାଜପୁର ଅଫିସ,୨।୩: ରାଜ୍ୟର ଅନ୍ୟତମ ୧୫୩ ବର୍ଷର ପୁରୁଣା ଯାଜପୁର ପୌର ପରିଷଦରେ ଦୀର୍ଘ ୩ ବର୍ଷ ପରେ ନିର୍ବାଚନ ହେବାକୁ ଯାଉଛି। ବୁଧବାରଠାରୁ ନାମାଙ୍କନ...

ଆଲୋଚନା ମାଧ୍ୟମରେ ସମସ୍ୟା ସମାଧାନ ସଂସ୍କୃତି ବିକଶିତ ହୋଇଛି: ସିଜେଆଇ…

ନୂଆଦିଲ୍ଲୀ,୨।୯ : ଦେଶର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ ଚନ୍ଦ୍ରଚୂଡ ଶନିବାର କହିଛନ୍ତି ଭାରତୀୟ ଅନୁଷ୍ଠାନଗୁଡ଼ିକ ସଂଳାପ, ସହନଶୀଳତା ଏବଂ ସହଭାଗୀ ମୂଲ୍ୟବୋଧ ମାଧ୍ୟମରେ ସମସ୍ୟାର...

ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ ଜଣାଇଲା ରୁଷିଆ

ଜାତିସଂଘ,୨୫।୯: ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ସ୍ଥାୟୀ ସଦସ୍ୟତା ପାଇଁ ଭାରତ ଏବଂ ବ୍ରାଜିଲ୍‌ର ପ୍ରାର୍ଥିତ୍ୱକୁ ରୁଷିଆ ସମର୍ଥନ ଜଣାଇଛି। ଅନ୍ତର୍ଜାତୀୟସ୍ତରରେ ଉଭୟ ଦେଶର ପ୍ରଭାବ...

ସୁରକ୍ଷାରେ ୪୦ ପ୍ଲାଟୁନ୍‌ ଫୋର୍ସ

ପୁରୀ ଅଫିସ,୧୩।୨: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୧୯ ତାରିଖରେ ଦୁଇଦିନିଆ ପୁରୀ ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ...

Advertisement
Archives

Model This Week