Posted inଜାତୀୟ

ବର୍ଷା ଭାଙ୍ଗିଲା ୧୯ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୧।୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଓଡ଼ିଶାରେ ସେତିକି ପରିମାଣର ବର୍ଷା ହୋଇ ନାହିଁ। ହେଲେ ମଧ୍ୟ-ଭାରତ ଏବଂ ଉତ୍ତର-ଭାରତରେ ଏହାର ପ୍ରଭାବ ଦେଖାଇଛି।

ଲଘୁଚାପ ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ହୋଇଥିବା ଲଗାଣ ବର୍ଷା ୧୯ ବର୍ଷର ରେକର୍ଡ ଭାଙ୍ଗିଛି। ମଙ୍ଗଳବାର ସକାଳ ସାଢେ ୮ଟାରୁ ବୁଧବାର ସକାଳ ସାଢେ ୮ଟା ମଧ୍ୟରେ ଦିଲ୍ଲୀରେ ୧୧୨ ମିଲିମିଟର ବର୍ଷା ହୋଇଛି । ତେବେ ସେପ୍ଟେମ୍ବର ମାସର ଗୋଟିଏ ଦିନରେ ଦିଲ୍ଲୀରେ ହୋଇଥିବା ସର୍ବାଧିକ ବର୍ଷାର ରେକର୍ଡ ଏବେ ବଳବତ୍ତର ରହିଛି । ୨୦୦୨ ସେପ୍ଟେମ୍ବର ୧୩ରେ ଦିଲ୍ଲୀରେ ୧୨୬.୮ମିଲିମିଟର ବର୍ଷା ହୋଇଥିଲା । ସେହିପରି ଦିଲ୍ଲୀରେ ୧୯୬୩ ସେପ୍ଟେମ୍ବର ୧୬ରେ ୧୭୧.୬ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା।

ଅନ୍ୟପକ୍ଷେ ଲଗାଣ ବର୍ଷା ଯୋଗୁ ଦିଲ୍ଲୀର ବିଭିନ୍ନ ରାସ୍ତାରେ ଆଣ୍ଡୁଏ ପାଣି ଜମା ରହି ଟ୍ରାଫିକ ସମସ୍ୟା ଦେଖାଦେଇଥିଲା। ଏପରି କି ଲଗାଣ ବର୍ଷା ଯୋଗୁ ସହରର ତଳି ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ପ୍ରଶାସନ ପକ୍ଷରୁ ଲୋକଙ୍କୁ ଉଦ୍ଧାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ କରୋଗ୍ରାଫ୍‌ ସାମାନ୍ୟ ତଳମୁହାଁ: ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍‌

ନୂଆଦିଲ୍ଲୀ,୨୧।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ କିଛିଟା ଥମିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା...

‘ଚାଷୀ ଆନ୍ଦୋଳନ ଶେଷ ହେଲେ ଭାଜପା ସହ ମେଣ୍ଟ’

ନୂଆଦିଲ୍ଲୀ,୨୦।୧୦: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମଙ୍ଗଳବାର ନୂଆ ରାଜନୈତିକ ଦଳ ଗଠନ କରିବେ। ଯଦି ଚାଷୀ ଆନ୍ଦୋଳନର ସମାଧାନ ହୋଇଯାଏ, ତେବେ ସେ...

ଓମିକ୍ରନର ହୋଇଛି ଗୋଷ୍ଠୀ ସଂକ୍ରମଣ

ନୂଆଦିଲ୍ଲୀ,୧୫ ।୧: ଦେଶରେ ପ୍ରଥମଥର ପାଇଁ ଓମିକ୍ରନର ଗୋଷ୍ଠୀ ସଂକ୍ରମଣ ହୋଇଥିବା ଜଣାପଡିଛି । ରାଜଧାନୀ ଦିଲ୍ଲୀରେ ହାଇବ୍ରିଡ ଇମ୍ୟୁନିଟି ବି ଆରମ୍ଭ ହୋଇଯାଇଛି ।...

ଆନ୍ଦୋଳନ ରତ କୃଷକଙ୍କ ଗରମ ପୋଷାକ ପାଇଁ ଦିଲଜିତ ଦାନ କରିଛନ୍ତି ଏକ କୋଟି ଟଙ୍କା !

ନୂଆଦିଲ୍ଲୀ,୬ ।୧୨: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଆନ୍ଦୋଳନ ରତ କୃଷକଙ୍କୁ ଶନିବାର ଅଭିନେତା ତଥା ଗାୟକ ଦିଲଜିତ ଦୋସାଞ୍ଝ ଭେଟିଥିଲେ...

ଗାଜିପୁର ରୋଡରେ ତଥାପି ରହିଛି ଲୁହାକଣ୍ଟା

ଗାଜିପୁର,୫।୨: ଉତ୍ତର ପ୍ରଦେଶ-ଦିଲ୍ଲୀର ଗାଜିପୁର ସୀମାରେ ନୂଆ କୃଷି ଆଇନ ବିରୋଧରେ ଚାଲିଥିବା କୃଷକ ଆନ୍ଦୋଳନକୁ ବାହ୍ୟ ଯୋଗାଯୋଗରୁ ବିଚ୍ଛିନ୍ନ କରିବା ପାଇଁ ବ୍ୟାରିକେଡ ବ୍ୟବସ୍ଥା...

ଡାକ୍ତର, ନର୍ସଙ୍କ ସମେତ କ୍ୱାରାଣ୍ଟାଇନକୁ ଗଲେ ୧୦୮ ଜଣ

ନୂଆଦିଲ୍ଲୀ,୪।୪, ଡ଼ରାଇଲାଣି କରୋନା। ଏବେ ଏହା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଶନିବାର ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲ କର୍ତ୍ତୃପକ୍ଷ ଡାକ୍ତର, ନର୍ସ ଓ ହସ୍ପିଟାଲର ଅନ୍ୟ...

ଛାତ୍ରୀଙ୍କ ମୁହଁରେ କେକ୍‌ ବୋଳିବା ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ, ୧୩।୯: ଉତ୍ତରପ୍ରଦେଶର ରାମପୁରସ୍ଥିତ ଏକ ଜଣାଶୁଣା ପ୍ରାଇମେରି ସ୍କୁଲର ଜଣେ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି ଛାତ୍ରୀଙ୍କ ମୁହଁରେ କେକ୍‌ ବୋଳିବା। କ୍ୟାମେରା ଆଗରେ ଜବରଦସ୍ତି...

ଦେଶରେ ସଂକ୍ରମଣ ବୃଦ୍ଧି ହାର ସର୍ବନିମ୍ନ

ନୂଆଦିଲ୍ଲୀ,୨୬।୪(ପି.ଟି.): ଭାରତରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିଲାବେଳେ ସଂକ୍ରମଣ ହାର ଯଥେଷ୍ଟ ହ୍ରାସ ପାଇଛି। ଏବେ ସଂକ୍ରମିତ ମାମଲା ଦ୍ୱିଗୁଣିତ ହେବା ଲାଗି ୯ ଦିନରୁ...

Advertisement
Archives

Model This Week