Posted inଜାତୀୟ

ସାମ୍ନାକୁ ଆସିଲା ଦିଲ୍ଲୀ ନାବାଳିକା ବଳାତ୍କାର ଘଟଣାର ସତ୍ୟତା

ନୂଆଦିଲ୍ଲୀ,୨୨।୯: ଗତ ୨ ତାରିଖରେ ଜଣେ ୯ ବର୍ଷୀୟା ଝିଅକୁ ଦିଲ୍ଲୀର କଣ୍ଟେନମେଣ୍ଟ ଅଞ୍ଚଳରେ ବଳାତ୍କାର କରାଯାଇଥିଲା। ବଳାତ୍କାର ବେଳେ ଅଣ ନିଶ୍ୱାସ ହୋଇ ପୀଡ଼ିତା ପ୍ରାଣ ହରାଇଥିବା ଦିଲ୍ଲୀ ପୋଲିସ ପକ୍ଷରୁ କୋର୍ଟରେ କୁହାଯାଇଛି। ମୁଖ୍ୟ ଅଭିଯୁକ୍ତ ପୂଜକ ରାଧେ ଶ୍ୟାମ ପୂର୍ବରୁ ମଧ୍ୟ ପୀଡ଼ିତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ ବୋଲି କୋର୍ଟରେ ଦାଖଲ ହୋଇଥିବା ଚାର୍ଜଶିଟରେ ଦର୍ଶାଇଛି ପୋଲିସ। ଅଭିଯୁକ୍ତ ପୂଜକଙ୍କ ଫୋନରେ ନିୟମିତ ପର୍ନ ଦେଖୁଥିଲେ। ତାଙ୍କ ଫୋନର ସର୍ଚ୍ଚ ହିଷ୍ଟ୍ରିରୁ ୧୩୦୦ ପର୍ନ ଓ୍ବେବସାଇଟ୍‌ ଆକସେସ୍‌ ହୋଇଥିବା ଜଣାପଡ଼ିଛି।

ଚାର୍ଜଶିଟ୍‌ରେ ଅଭିଯୁକ୍ତ ରାଧେ ଶ୍ୟାମ, କୁଲଦୀପ ସିଂ, ସଲିମ ଅହମ୍ମଦ ଓ ଲକ୍ଷ୍ନୀ ନାରାୟଣଙ୍କ ବିରୋଧରେ ବଳାତ୍କାର, ଜବରଦସ୍ତି ଅଟକ ରଖିବା, ହତ୍ୟା, ପ୍ରମାଣ ନଷ୍ଟ ଓ ପୋକ୍‌ସୋ ଆଇନ ଅଧୀନରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି।

ପୀଡ଼ିତାଙ୍କ ପରିବାର ଦିଲ୍ଲୀ କଣ୍ଟେମେଣ୍ଟର ପୁରାନା ନାନଗଲ ଅଞ୍ଚଳରେ ରୁହନ୍ତି। ତାଙ୍କ ଘର ନିକଟସ୍ଥ ଶବଦାହ କେନ୍ଦ୍ରର ପୂଜକ ଥିଲେ ମୁଖ୍ୟ ଅଭିଯୁକ୍ତ ରାଧେଶ୍ୟାମ। ଅଗଷ୍ଟ ୨ ତାରିଖରେ ପୀଡ଼ିତା ପାଣି ନେବା ପାଇଁ ଶବଦାହ କେନ୍ଦ୍ରକୁ ଯାଇଥିଲେ। ସେଠାରେ ତାଙ୍କୁ ବଳାତ୍କାର କରିଥିଲେ ଶ୍ୟାମ। ଯୌନ ନିର୍ଯାତନା ଦେବା ବେଳେ ପୀଡ଼ିତା ଚିତ୍କାର କରିଥିଲେ। ଏଣୁ ତାଙ୍କ ମୁହଁକୁ ମାଡ଼ି ବସିଥିଲେ ଅଭିଯୁକ୍ତ। ଫଳରେ ଅଣ ନିଶ୍ୱାସ ହୋଇ ପ୍ରାଣ ହରାଇଥିଲେ ୯ ବର୍ଷୀୟା ପୀଡ଼ିତା। ଅନ୍ୟ ଅଭିଯୁକ୍ତମାନେ ପୀଡ଼ିତାଙ୍କ ହାତ ମାଡ଼ି ବସିଥିଲେ।

ତେବେ ଅଭିଯୁକ୍ତମାନେ ପୀଡ଼ିତାଙ୍କ ମା’ଙ୍କୁ ପୀଡ଼ିତାଙ୍କ ମୃତଦେହ ଦେଖାଇ କହିଥିଲେ ପାଣି ପିଇଲା ବେଳେ ବିଦ୍ୟୁତ୍‌ ଆଘାତ କାରଣରୁ ତାଙ୍କ ମୃତ୍ୟୁ ହୋଇଛି। ଆଉ ପୋଲିସକୁ ଜଣାଇବାକୁ ମନା କରିଥିଲେ। କାରଣ ଶବ ବ୍ୟବଚ୍ଛେଦ ବେଳେ ପୀଡ଼ିତାଙ୍କ ବିଭିନ୍ନ ଅଙ୍ଗ ଚୋରି ହୋଇପାରେ। ଏଣୁ ତୁରନ୍ତ ଶବଦାହ କରିବାକୁ ପରିବାରବର୍ଗ ଉପରେ ଚାପ ପକାଇଥିଲେ। କିନ୍ତୁ ପୀଡ଼ିତାଙ୍କ ପରିବାର ଲୋକେ ପୋଲିସକୁ ସୂଚନା ଦେବା ପରେ ସାମ୍ନାକୁ ଆସିଥିଲା ଜଘନ୍ୟ ଅପରାଧ।


Enter your email to get our daily news in your inbox.

All Right Reserved By Dharitri.Com

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

ସେପ୍ଟେମ୍ୱର ୧ରୁ ମହଙ୍ଗା ହେବ ଅଟୋ ଭଡା, ଜାଣନ୍ତୁ କେତେ ଦବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୨୬।୮: ମୁମ୍ୱାଇରେ CNG ରେ ଚାଲୁଥିବା କଳା-ହଳଦିଆ ଟ୍ୟାକ୍ସି ଏବଂ ଅଟୋ ରିକ୍ସାରେ ଯାତ୍ରା କରିବା ୧ ସେପ୍ଟେମ୍ୱରରୁ ମହଙ୍ଗା ହୋଇଯିବ। ମହାରାଷ୍ଟ୍ର ପରିବହନ ପ୍ରାଧିକରଣ ବୁଧବାର…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

ଚିନି ଠାରୁ ଆରମ୍ଭ କରି ପେଟ୍ରୋଲ-LPG ଯାଏ, ସେପ୍ଟେମ୍ୱର ୧ରୁ ବଢିବ ଦର! ଜାଣନ୍ତୁ କେଉଁଟା…

ନୂଆଦିଲ୍ଲୀ,୨୬।୮: ସେପ୍ଟେମ୍ୱର ମାସ ଆରମ୍ଭ ହେବା କ୍ଷଣି ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ ଅନେକ ନିୟମ ବଦଳିବାକୁ ଯାଉଛି। ଚିନି-ପିଆଜ, ବସ ଯାତ୍ରା, ନିବେଶ, ଗ୍ୟାସ…

୧ ସେପ୍ଟେମ୍ୱରରେ ଶନି-ଗୁରୁଙ୍କ ମହାମିଳନ! ୩ ରାଶିଙ୍କ ସୁନା ଭଳି ଚମକିବ କ୍ୟାରିୟର, ଆଖି ପିଛୁଳାକେ ଧନ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଏବଂ ସେମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଶୁଭ-ଅଶୁଭ ଯୋଗର ବିଶେଷ ମହତ୍ତ୍ୱ ରହିଛି। ୧ ସେପ୍ଟେମ୍ୱର ୨୦୨୬ରେ ଶନି ଏବଂ ଦେବଗୁରୁ…

ଗ୍ଲାସିୟର ହ୍ରଦ, ହିମସ୍ଖଳନ, କିମ୍ବା ଭୂମିକମ୍ପ… ହଠାତ କାହିଁକି ନେପାଳରେ ଆସିଲା ବନ୍ୟା? ବୈଜ୍ଞାନିକମାନେ କହିଲେ ପ୍ରକୃତ କାରଣ

କାଠମାଣ୍ଡୁ,୨୬।୮: ନେପାଳର ରାସୁୱା ଜିଲାର ଭୋଟେ କୋଶି ନଦୀରେ ବନ୍ୟାର ପ୍ରକୃତ କାରଣ ସ୍ଥାନୀୟ ବର୍ଷା ନୁହେଁ, ବରଂ ଏକ ବିଶାଳ ହିମସ୍ଖଳନ ହୋଇପାରେ। କାଠମାଣ୍ଡୁ ବିଶ୍ୱବିଦ୍ୟାଳୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri