Posted inଜାତୀୟ

ଗର୍ଲଫ୍ରେଣ୍ଡ, ଶ୍ୱଶୁରଙ୍କୁ ଗୁଳି ମାରିଲେ ପୋଲିସ ସବ-ଇନ୍ସପେକ୍ଟର

ନୂଆଦିଲ୍ଲୀ,୨୯।୯: ଦିଲ୍ଲୀ ପୋଲିସର ଜଣେ ସବ ଇନ୍ସପେକ୍ଟର ଏବେ ହତ୍ୟାକାରୀ ପାଲଟିଛି। ଅବୈଧ ସମ୍ପର୍କ ଜାଲରେ ପଡ଼ିଥିବା ସବ-ଇନ୍ସପେକ୍ଟର ସନ୍ଦୀପ ଦାହିଆ ପ୍ରଥମେ ତାଙ୍କ ପ୍ରେମିକାଙ୍କୁ ଦିଲ୍ଲୀରେ ଗୁଳି ମାରିଥିଲେ ଏବଂ ପରେ ବାପଘଷର ରହୁଥିବା ସ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ରୋହତକରେ ପହଞ୍ଚିଥିଲେ। ସେଠାରେ ସ୍ତ୍ରୀଙ୍କ ନ ପାଇବାରୁ ଶ୍ୱଶୁରଙ୍କୁ ଗୁଳି ମାରି ହତ୍ୟା କରିଥିଲେ। ଅଭିଯୁକ୍ତ ସବ-ଇନ୍ସପେକ୍ଟରଙ୍କ ଖୋଜିବା ପୋଲିସ ଅନେକ ସ୍ଥାନରେ ଚଢାଉ କରୁଛି।
ପ୍ରେମ, ଝଗଡା ଏବଂ ଅବୈଧ ସମ୍ପର୍କ ସେପ୍ଟେମ୍ବର ୨୭ରେ ରକ୍ତାକ୍ତ ମୋଡ଼ ନେଇଥିଲା। ସେଦିନ ଦିଲ୍ଲୀର ଆଲିପୁର ଅଞ୍ଚଳରେ ଦିଲ୍ଲୀ ପୋଲିସର ଏସଆଇ ସନ୍ଦୀପ ଦାହିଆ ତାଙ୍କ ପ୍ରେମିକାଙ୍କୁ ଗୁଳି କରି ଗୁରୁତର ଆହତ କରିଥିଲେ। ଏହି ଆକ୍ରମଣ ପରେ ରାଜପଥରେ ଥିବା ସାଇ ବାବା ମନ୍ଦିର ନିକଟରେ ଯୁବତୀ ଜଣଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ଘଟଣାସ୍ଥଳ ଦେଇ ଯାଉଥିବା ଦିଲ୍ଲୀ ପୋଲିସର ଜଣେ ଅଧିକାରୀ ଦେଖି ତାଙ୍କୁ ଶାଲିମାର ବାଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯୁବତୀ ଜଣକ କହିଥିଲେ ଯେ, ସନ୍ଦୀପ ଦାହିଆ ତାଙ୍କ ଉପରେ ଆକ୍ରମଣ କରିଛନ୍ତି। ସନ୍ଦୀପ ଦହିୟା ହେଉଛନ୍ତି ୨୦୧୦ ବ୍ୟାଚର ଏସ୍‌ଆଇ। ସନ୍ଦୀପଙ୍କ ଲାହୋରୀ ଗେଟ ପୋଲିସ ଷ୍ଟେସନରେ ପୋଷ୍ଟିଂ କରାଯାଇଛି। ଘରଣାଦିନ ସନ୍ଦୀପ ସରକାରୀ ପିସ୍ତଲ ସହିତ ଡ୍ୟୁଟିରେ ଅନୁପସ୍ଥିତ ଥିଲେ। କୁହାଯାଉଛି ଯେ ସନ୍ଦୀପ ତାଙ୍କ ସ୍ତ୍ରୀଙ୍କଠାରୁ ଛାଡପତ୍ର ନେବା ପାଇଁ ଚାହୁଁଛନ୍ତି। ଏବେ ମାମଲା କୋର୍ଟରେ ଚାଲିଛି। ଏକ ବର୍ଷ ପୂର୍ବେ ସନ୍ଦୀପ ଏକ ଘରୋଇ କମ୍ପାନୀରେ କାମ କରୁଥିବା ଅର୍ଚ୍ଚନାଙ୍କୁ ଭେଟିଥିଲେ। ଦୁହେଁ ଘଟଣାଦିନ ବୁଲିବାକୁ ଯାଉଥିଲେ ଏବଂ ଏହି ସମୟରେ ଝଗଡା ଲାଗିଥିଲା। ଏହି କାରଣରୁ ସନ୍ଦୀପ ଯୁବତୀଙ୍କୁ ଗୁଳି ମାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାମରେ ଆସୁନି ଆଧାର କାର୍ଡ, ନିୟମଗିରିରେ ବଢୁଛି ଡଙ୍ଗରିଆଙ୍କ ଅସନ୍ତୋଷ

କଲ୍ୟାଣସିଂହପୁର,୨୯ା୮(ଦୀପକ କୁମାର ପରିଡ଼ା): ସରକାରୀ ସୁବିଧା ସୁଯୋଗ ଯୋଗାଇବା ପାଇଁ ପ୍ରଶାସନ ପକ୍ଷରୁ କରାଯାଇଥିବା ଆଧାର ଶିବିର ଏବେ ନିୟମଗିରିର ଡଙ୍ଗରିଆ କନ୍ଧମାନଙ୍କ ପାଇଁ ନୂଆ ସମସ୍ୟା…

କୋହଲିଙ୍କଠାରୁ ଶ୍ରେଷ୍ଠ ବୁମ୍‌ରା: କହୁ କହୁ ଏମିତି କହିଦେଲେ ଅଶ୍ୱିନ

ନୂଆଦିଲ୍ଲୀ,୨୯।୮: ପୂର୍ବତନ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତାଙ୍କୁ ସମସ୍ତ ଫର୍ମାଟରେ ସର୍ବଶ୍ରେଷ୍ଠ ଭାରତୀୟ ଖେଳାଳିଙ୍କୁ ଚୟନ କରିବାକୁ…

ଆର୍‌ଟିଓ ଅଫିସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା ସବୁ

ଗଜପତି,୨୯ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ଅଗ୍ନିକାଣ୍ଡ ଘଟିଛି। ହୁତୁହୁତୁ ହୋଇ ଜଳିଯାଇଛି କମ୍ପ୍ୟୁଟର ପ୍ରକୋଷ୍ଠ। ଅଗ୍ନିକାଣ୍ଡର କାରଣ ଏବେବି ଅସ୍ପଷ୍ଟ…

ଆନ୍ଧ୍ରରେ ଅଟୋ ଓଲଟି ଓଡ଼ିଆ ଶ୍ରମିକଙ୍କ ଜୀବନ ଗଲା

ରାଇକିଆ,୨୯ା୮(ପ୍ରଦୀପ କୁମାର ବେହେରା): ଦାଦନ ଖଟିବାକୁ ଯାଇ ପୁଣି ଜଣେ କନ୍ଧମାଳ ଶ୍ରମିକ ପ୍ରାଣ ହରାଇଛନ୍ତି। ଆନ୍ଧ୍ରପ୍ରଦେଶର ଅଙ୍ଗୁଲୁ ଜିଲା ଅନ୍ତର୍ଗତ ମେଜରମେଣ୍ଟାଠାରେ ଚଳିତ ମାସ ୨୪…

ଆଜି ରାତି ୯:୩୮ ରେ ଚନ୍ଦ୍ର ନିଜର ସ୍ଥାନ ପରିବର୍ତ୍ତନ କରିବେ! ଗୋଟିଏ ରାଶିର ଫିଟିଯିବ ଭାଗ୍ୟ…

ମେଷ : ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି । ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ…

କ୍ୟାପଟେନ୍ସି ଯିବା ପରେ ପ୍ରଥମଥର ବଡ଼ ରାଜ୍‌ ଖୋଲିଲେ ସୂର୍ଯ୍ୟକୁମାର, କହିଲେ- ୩ ଦିନ ପୂର୍ବରୁ…

ନୂଆଦିଲ୍ଲୀ,୨୯।୮: ଭାରତୀୟ ଟି-୨୦ ଦଳର କ୍ୟାପ୍ଟେନ୍ସି ହରାଇବା ଏବଂ ଏହା ପରେ ଦଳରୁ ବାଦ ପଡ଼ିବା ନେଇ ପ୍ରଥମଥର ପାଇଁ ଖୋଲାଖୋଲି ମୁହଁ ଖୋଲିଛନ୍ତି ସୂର୍ଯ୍ୟକୁମାର ଯାଦବ।…

୧ ସେପ୍ଟେମ୍ୱରରୁ ମହଙ୍ଗା ହେବ ଅନଲାଇନ ସପିଂ! ପାର୍ସଲ ପ୍ରତି ଏତେ ବଢିଯିବ ଡେଲିଭରୀ ଚାର୍ଜ

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ବି ପାର୍ୱଣ ଋତୁରେ ଅନଲାଇନ ସପିଂ (Online Shopping) କରିବାକୁ ପ୍ରସ୍ତୁତି କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର। ସେପ୍ଟେମ୍ୱର…

FD ରେ ଟଙ୍କା ରଖୁଛନ୍ତି କି? ସେପ୍ଟେମ୍ୱର ୧ରୁ ବଦଳିବ…

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ନିଜର କଷ୍ଟଉପାର୍ଜିତ ଟଙ୍କାକୁ ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ (Bank FD) ରେ ନିବେଶ କରିବାକୁ ଭାବୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri