Posted inଜାତୀୟ

ଗର୍ଲଫ୍ରେଣ୍ଡ, ଶ୍ୱଶୁରଙ୍କୁ ଗୁଳି ମାରିଲେ ପୋଲିସ ସବ-ଇନ୍ସପେକ୍ଟର

ନୂଆଦିଲ୍ଲୀ,୨୯।୯: ଦିଲ୍ଲୀ ପୋଲିସର ଜଣେ ସବ ଇନ୍ସପେକ୍ଟର ଏବେ ହତ୍ୟାକାରୀ ପାଲଟିଛି। ଅବୈଧ ସମ୍ପର୍କ ଜାଲରେ ପଡ଼ିଥିବା ସବ-ଇନ୍ସପେକ୍ଟର ସନ୍ଦୀପ ଦାହିଆ ପ୍ରଥମେ ତାଙ୍କ ପ୍ରେମିକାଙ୍କୁ ଦିଲ୍ଲୀରେ ଗୁଳି ମାରିଥିଲେ ଏବଂ ପରେ ବାପଘଷର ରହୁଥିବା ସ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ରୋହତକରେ ପହଞ୍ଚିଥିଲେ। ସେଠାରେ ସ୍ତ୍ରୀଙ୍କ ନ ପାଇବାରୁ ଶ୍ୱଶୁରଙ୍କୁ ଗୁଳି ମାରି ହତ୍ୟା କରିଥିଲେ। ଅଭିଯୁକ୍ତ ସବ-ଇନ୍ସପେକ୍ଟରଙ୍କ ଖୋଜିବା ପୋଲିସ ଅନେକ ସ୍ଥାନରେ ଚଢାଉ କରୁଛି।
ପ୍ରେମ, ଝଗଡା ଏବଂ ଅବୈଧ ସମ୍ପର୍କ ସେପ୍ଟେମ୍ବର ୨୭ରେ ରକ୍ତାକ୍ତ ମୋଡ଼ ନେଇଥିଲା। ସେଦିନ ଦିଲ୍ଲୀର ଆଲିପୁର ଅଞ୍ଚଳରେ ଦିଲ୍ଲୀ ପୋଲିସର ଏସଆଇ ସନ୍ଦୀପ ଦାହିଆ ତାଙ୍କ ପ୍ରେମିକାଙ୍କୁ ଗୁଳି କରି ଗୁରୁତର ଆହତ କରିଥିଲେ। ଏହି ଆକ୍ରମଣ ପରେ ରାଜପଥରେ ଥିବା ସାଇ ବାବା ମନ୍ଦିର ନିକଟରେ ଯୁବତୀ ଜଣଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ଘଟଣାସ୍ଥଳ ଦେଇ ଯାଉଥିବା ଦିଲ୍ଲୀ ପୋଲିସର ଜଣେ ଅଧିକାରୀ ଦେଖି ତାଙ୍କୁ ଶାଲିମାର ବାଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯୁବତୀ ଜଣକ କହିଥିଲେ ଯେ, ସନ୍ଦୀପ ଦାହିଆ ତାଙ୍କ ଉପରେ ଆକ୍ରମଣ କରିଛନ୍ତି। ସନ୍ଦୀପ ଦହିୟା ହେଉଛନ୍ତି ୨୦୧୦ ବ୍ୟାଚର ଏସ୍‌ଆଇ। ସନ୍ଦୀପଙ୍କ ଲାହୋରୀ ଗେଟ ପୋଲିସ ଷ୍ଟେସନରେ ପୋଷ୍ଟିଂ କରାଯାଇଛି। ଘରଣାଦିନ ସନ୍ଦୀପ ସରକାରୀ ପିସ୍ତଲ ସହିତ ଡ୍ୟୁଟିରେ ଅନୁପସ୍ଥିତ ଥିଲେ। କୁହାଯାଉଛି ଯେ ସନ୍ଦୀପ ତାଙ୍କ ସ୍ତ୍ରୀଙ୍କଠାରୁ ଛାଡପତ୍ର ନେବା ପାଇଁ ଚାହୁଁଛନ୍ତି। ଏବେ ମାମଲା କୋର୍ଟରେ ଚାଲିଛି। ଏକ ବର୍ଷ ପୂର୍ବେ ସନ୍ଦୀପ ଏକ ଘରୋଇ କମ୍ପାନୀରେ କାମ କରୁଥିବା ଅର୍ଚ୍ଚନାଙ୍କୁ ଭେଟିଥିଲେ। ଦୁହେଁ ଘଟଣାଦିନ ବୁଲିବାକୁ ଯାଉଥିଲେ ଏବଂ ଏହି ସମୟରେ ଝଗଡା ଲାଗିଥିଲା। ଏହି କାରଣରୁ ସନ୍ଦୀପ ଯୁବତୀଙ୍କୁ ଗୁଳି ମାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ଅମିତ ଶାହାଙ୍କ ବଡ଼ ବୟାନ: ବିରୋଧୀଙ୍କୁ ବି ମିଳିଛି ଇଲେକ୍ଟୋରାଲ ବଣ୍ଡ…

ନୂଆଦିଲ୍ଲୀ,୨୦।୪: ଇଲେକ୍ଟୋରାଲ ବଣ୍ଡକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ବିରୋଧୀଙ୍କ ଅଭିଯୋଗକୁ ବିରୋଧ...

‘୪୦୦ ପାର୍‌ ସଙ୍କଳ୍ପ ମୁସ୍କିଲ’, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭାଜପାର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୦।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ କାନପୁର ଲୋକ ସଭା ଆସନରେ ଭୋଟିଂ ଅନୁଷ୍ଠିତ ହେବ, କିନ୍ତୁ...

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri