Posted inଜାତୀୟ

CJP ପ୍ରଦର୍ଶନରେ ପାକିସ୍ତାନୀ ଷଡ଼ଯନ୍ତ୍ର! ଜନ୍ତର-ମନ୍ତର ପ୍ରଦର୍ଶନକୁ ନେଇ ବଡ଼ ଖୁଲାସା, ବ୍ଲକ ହେଲା ୪୮୦…

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରଠାରେ ‘କକ୍ରୋଚ ଜନତା ପାର୍ଟି’ (CJP) ର ବିରୋଧ ପ୍ରଦର୍ଶନ ମଧ୍ୟରେ ଦିଲ୍ଲୀ ପୋଲିସ ଏକ ବଡ଼ ଖୁଲାସା କରିଛି। ପୋଲିସ ଏକ ବଡ଼ ‘ପାକିସ୍ତାନ କନେକ୍ସନ’ ପଦାକୁ ଆଣିବା ସହ ୪୮୦ଟି ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ବ୍ଲକ କରିଦେଇଛି। ଏହି ଆକାଉଣ୍ଟଗୁଡ଼ିକ ପାକିସ୍ତାନରୁ ଏକ ସୁଚିନ୍ତିତ ଯୋଜନା ମାଧ୍ୟମରେ ଜାଲ ଖବର ସହ ଭ୍ରମାତ୍ମକ ପ୍ରୋପାଗାଣ୍ଡା ପ୍ରସାର କରୁଥିଲେ।

ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ପାକିସ୍ତାନୀ ସୋସିଆଲ ମିଡିଆ ହ୍ୟାଣ୍ଡେଲ ‘କାଶ୍ମଲା ମୁରାଦ’ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା ଯେ CJP ପ୍ରଦର୍ଶନରେ ୭ ଜଣ ଛାତ୍ରଙ୍କର ମୃତ୍ୟୁ ଘଟିଛି। ସେହିପରି ‘ଫାତିମା ଜହ୍ରା’ ନାମକ ଅନ୍ୟ ଏକ ହ୍ୟାଣ୍ଡେଲ CJP ବିଷୟରେ ଭ୍ରମାତ୍ମକ ତଥ୍ୟ ଶେୟାର କରିଥିଲା। ଏହା ବ୍ୟତୀତ ‘ହୈଦର ନାକଭି’ ଏବଂ ‘ସାଉଥ ଏରା ନେଟୱାର୍କ’ ମଧ୍ୟ ଜନ୍ତର-ମନ୍ତର ପ୍ରଦର୍ଶନକୁ ନେଇ ମିଥ୍ୟା ସୂଚନା ଶେୟାର କରିଥିଲେ। ଏହିଭଳି ଭାବେ ପ୍ରଦର୍ଶନକୁ ଉସୁକାଇବା ପାଇଁ ପ୍ରୟାସ କରାଯାଉଥିଲା। ଦିଲ୍ଲୀ ପୋଲିସ କହିଛି ଯେ ଏହିପରି ପ୍ରାୟ ୪୮୦ଟି ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ବ୍ଲକ କରାଯାଇଛି, ଯାହାକି ସମସ୍ତେ ପାକିସ୍ତାନରୁ ଅପରେଟ ହେଉଥିଲେ।

ଏହି ସମୟରେ ପୋଲିସ ଯୁବକଯୁବତୀମାନଙ୍କୁ କେବଳ ଅଫିସିଆଲ ରିପୋର୍ଟ ଉପରେ ଭରସା କରିବାକୁ ଅପିଲ କରିଛି। ଶାନ୍ତି ଏବଂ ଶୃଙ୍ଖଳା ବଜାୟ ରଖିବା ପାଇଁ ଦିଲ୍ଲୀ ପୋଲିସ ଜନ୍ତର-ମନ୍ତରର ୧.୫ କିଲୋମିଟର ପରିସର ମଧ୍ୟରେ ମଧ୍ୟରାତ୍ରି ପର୍ଯ୍ୟନ୍ତ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ କରିଦେଇଛି। ଏଥିସହ ଜନ୍ତର-ମନ୍ତର ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରଚୁର ପୋଲିସ ଏବଂ ଅତିରିକ୍ତ ସୁରକ୍ଷା ବଳ ମୁତୟନ କରାଯାଇଛି।

ଅପରପକ୍ଷରେ, ପେପର ଲିକ୍‌ ମାମଲା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଫାଷ୍ଟ-ଟ୍ରାକ କୋର୍ଟ ଗଠନ ଘୋଷଣାକୁ CJP ସ୍ବାଗତ କରିଛି, କିନ୍ତୁ ସରକାର ଲିକ୍‌ ହେବାର ମୂଳ କାରଣ ଏବଂ ଦାୟିତ୍ୱ ନେବା ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ ବୋଲି ଦାବି କରିଛି। CJP ର ଅଭିଜିତ ଦୀପକ ସ୍ପଷ୍ଟ ଭାବେ କହିଛନ୍ତି ଯେ ପ୍ରଥମେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବା ଉଚିତ। ଏହାପରେ ନିଟ ପେପର ଲିକ ମାମଲାରେ ଆତ୍ମହତ୍ୟା କରିଥିବା ପିଲାମାନଙ୍କ ପରିବାରକୁ ୧-୧ କୋଟି ଟଙ୍କା କ୍ଷତିପୂରଣ ଦିଆଯାଉ ଏବଂ ପ୍ରଦର୍ଶନକାରୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର କରାଯାଉ।

ଏହାପୂର୍ବରୁ ଶୁକ୍ରବାର ଦିନ ‘କକ୍ରୋଚ ଜନତା ପାର୍ଟି’ (CJP) ର ଏକ ପ୍ରତିନିଧି ମଣ୍ଡଳ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏବଂ ଜିତେନ୍ଦ୍ର ସିଂହଙ୍କୁ ଭେଟିଥିଲେ। ବୈଠକ ପରେ CJP ର ମୁଖପାତ୍ର ସୌରଭ ଦାସ ଏବଂ ଆଶୁତୋଷ ରଙ୍କା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସୌରଭ ଦାସ କହିଛନ୍ତି ଯେ ଦିଲ୍ଲୀ ପୋଲିସ ଦ୍ୱାରା ଯୁବକମାନଙ୍କୁ ଅଟକ ରଖାଯିବା ପ୍ରସଙ୍ଗକୁ ପ୍ରତିନିଧି ମଣ୍ଡଳ ସରକାରଙ୍କ ଆଗରେ ଜୋରଦାର ଉଠାଇଛି।

ସେ ଅଭିଯୋଗ କରିଛନ୍ତି ଯେ ପୋଲିସ ବଛାବଛା ଯୁବକମାନଙ୍କୁ ଅଟକ ରଖୁଛି ଏବଂ ଓକିଲମାନଙ୍କ ସହିତ ମଧ୍ୟ ଦୁର୍ବ୍ୟବହାର କରୁଛି। ତେବେ ସରକାରଙ୍କ ପକ୍ଷରୁ ପ୍ରତିନିଧି ମଣ୍ଡଳକୁ ଆଶ୍ୱାସନା ଦିଆଯାଇଛି ଯେ ଯଦି ଏପରି କୌଣସି ଘଟଣା ଘଟୁଛି, ତେବେ ତାହାକୁ ଜାରି ରଖିବାକୁ ଦିଆଯିବ ନାହିଁ ଏବଂ ଦିଲ୍ଲୀ ପୋଲିସକୁ ଆବଶ୍ୟକୀୟ ନିର୍ଦ୍ଦେଶ ଜାରି କରାଯିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?