ବଢିଲା ଜ୍ୟାକଲିନ୍‌ଙ୍କ ଅଡ଼ୁଆ

ନୂଆଦିଲ୍ଲୀ,୩୧।୮:ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସମସ୍ୟା ବଢିବାରେ ଲାଗିଛି। ୨୧୫ କୋଟି ଟଙ୍କା ଠକେଇ ମାମଲାରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଜ୍ୟାକଲିନଙ୍କୁ ଡକାଇଛନ୍ତି। ଏହି ମାମଲାରେ ସେପ୍ଟେମ୍ବର ୨୬ରେ ଜ୍ୟାକଲିନ୍‌ଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପ୍ଟେମ୍ବର ୧୨ରେ ଦିଲ୍ଲୀ ପୋଲିସ ମଧ୍ୟ ଅଭିନେତ୍ରୀଙ୍କୁ ପଚରାଉଚରା କରିବ। ୨୧୫ କୋଟି ଟଙ୍କା ଠକେଇ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଅଭିଯୁକ୍ତ କରିଛି। ଚଳିତ ମାସ ଆରମ୍ଭରେ ତାଙ୍କ ବିରୋଧରେ ଇଡି ଏକ ଚାର୍ଜସିଟ ଦାଖଲ କରିଥିଲା।
୨ ଶହ କୋଟି ଟଙ୍କାର ଠକେଇ ମାମଲାରେ ସୁକେଶ ଚନ୍ଦ୍ରଶେଖର ଏବଂ ଅନ୍ୟମାନଙ୍କ ନାଁରେ ଇଡି ଦିଲ୍ଲୀ ହାଇକୋର୍ଟରେ ପୂର୍ବରୁ ଚାର୍ଜସିଟ ଦାଖଲ କରିଛି। ସୁକେଶଙ୍କ ଆକାଉଣ୍ଟରୁ ଜ୍ୟାକଲିନଙ୍କ ପାଖକୁ ଟଙ୍କା କାରବାର ହୋଇଥିବା ନେଇ ସୁରାକ ଇଡି ହାତରେ ମିଳିଛି। ଏପରିକି ଜ୍ୟାକଲିନଙ୍କୁ ସୁକେଶ ୫୨ ଲକ୍ଷ ଟଙ୍କାର ଘୋଡା ଏବଂ ୯ ଲକ୍ଷ ଟଙ୍କାର ଏକ ବିଲେଇ ସମେତ ୧୦ କୋଟି ଟଙ୍କାର ଉପହାର ଦେଇଥିବା ଇଡି ଚାର୍ଜସିଟରେ ଦର୍ଶାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ନୁହେଁ ଆଲିଆ

ମୁମ୍ବାଇ: ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟ ଏବେ ଖୁବ୍ ଚର୍ଚ୍ଚାରେ । ଗୋଟିଏ ପଟେ ତାଙ୍କ ଅଭିନିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ ବକ୍ସ ଅଫିସରେ ଧମାଲ...

ଚନ୍ଦ୍ରାୟନ-୨ ଉତ୍‌କ୍ଷେପଣ ଦେଖିବା ପାଇଁ ଅନ୍‌ଲାଇନ୍‌ ପଞ୍ଜିକରଣ ଗୁରୁବାର ମଧ୍ୟରାତ୍ରଠାରୁ ଆରମ୍ଭ

ଶ୍ରୀହରିକୋଟା,୩।୭: ଚନ୍ଦ୍ରାୟନ-୨ ଜୁଲାଇ ୧୫ରେ ଉତ୍‌କ୍ଷେପଣ ହେବ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଏହା ଭାରତୀୟ ସମୟ ରାତ୍ର ୨ଟା ୫୧ରେ ଉତ୍‌କ୍ଷେପଣ...

ମା’ବାପା ସୁପରଷ୍ଟାର, ରିକ୍ସାରେ ସ୍କୁଲ ଯାଉଥିଲେ ଝିଅ

ମୁମ୍ବାଇ: ଉଭୟ ମା’ବାପା ସୁପରଷ୍ଟାର। ବଲିଉଡର ଆଗ ଧାଡ଼ିର ନାୟିକା, ନାୟକ। ଭାରତୀୟ ସିନେ ପ୍ରେମୀଙ୍କୁ ଭେଟି ଦେଇଛନ୍ତି ବହୁ ଚଳଚ୍ଚିତ୍ର। ସେଲିବ୍ରିଟି ଭାବେ ଉଭୟ...

ବେଡ୍‌ ଓଦା କରିବାରୁ ନାବାଳକକୁ ନିର୍ଯ୍ୟାତନା ଦେଲେ ଦମ୍ପତି

ଥାନେ,୧।୩ : ମହାରାଷ୍ଟ୍ରର ଥାନେ ସହରରେ ବେଡ୍‌ ଓଦା କରିବା କାରଣରୁ ଜଣେ ୯ ବର୍ଷୀୟ ନାବାଳକ ଉପରେ ଅକଥନିୟ ଅତ୍ୟାଚାର କରିଛନ୍ତି ଜଣେ ପୁରୁଷ...

ଜମି ବଦଳରେ ଚାକିରି ଦେବା ମାମଲା: ତେଜସ୍ବୀଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଇଡିର ଚଢ଼ାଉ

ନୂଆଦିଲ୍ଲୀ,୧୦।୩: ଜମି ବଦଳରେ ଚାକିରି ଦେବା ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)...

ମା’ ହେଲେ ଭାରତୀ

ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ସ୍ବାମୀ ହର୍ଷ ଲିମ୍ବାଚିୟା ସୋସିଆଲ ମିଡିଆରେ ଏ ବିଷୟରେ...

ଜାମିନ ପରେ ବି ଜେଲରେ ରହିବେ ଅନୀଲ ଦେଶମୁଖ…

ମୁମ୍ବାଇ,୪।୧୦ : ଅର୍ଥ ହେରଫେର ମାମଲାରେ ବମ୍ବେ ହାଇକୋର୍ଟ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ଅନୀଲ ଦେଶମୁଖଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏକ...

ରାଜ୍ୟର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଥିରୁଭାନନ୍ତପୁରମ୍‌,୨୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ କେରଳ ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଥିରୁଭାନନ୍ତପୁରମ୍‌ କେନ୍ଦ୍ରୀୟ ରେଳ ଷ୍ଟେଶନରେ ବନ୍ଦେ...

Advertisement
Archives

Model This Week