Posted inଜାତୀୟ

ମୁଣ୍ଡକା ଅଗ୍ନିକାଣ୍ଡ ସ୍ଥଳରେ ପହଞ୍ଚିଲେ କେଜରିୱାଲ, ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା

ନୂଆଦିଲ୍ଲୀ,୧୪ ।୫: ରାଜଧାନୀ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେଶନ ନିକଟରେ ଶୁକ୍ରବାର ହୋଇଥିବା ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୨୭ ଜଣଙ୍କ ମୃତ୍ୟୁ ହୋଇ ସାରିଛି । ଅନ୍ୟ ଆହତମାନେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏବେବି ସେଠାରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଏହା ଆହୁରି ୨/୩ ଘଣ୍ଟା ଲାଗିପାରେ ବୋଲି କୁହାଯାଉଛି । ଇତିମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସେଠାରେ ସେ ଗଣମାଧ୍ୟମ ସହ କଥା ହେବା ସମୟରେ ମୃତକଙ୍କ ପରିବାରକୁ ୧୦-୧୦ ଲକ୍ଷ ଲେଖାଏଁ ଟଙ୍କା ସହାୟତା ସହ ଆହତଙ୍କୁ ୫୦-୫୦ ହଜାର ଟଙ୍କାର ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ତେବେ ଘଟଣାର ଦୋଷୀଙ୍କୁ ଧରି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ଶୁକ୍ରବାର ଅପରାହ୍ନରେ ମୁଣ୍ଡକାରେ ଥିବା ଏକ ଗୋଦାମ ଘରେ କୌଣସି କାରଣରୁ ନିଆଁ ଲାଗିଯିବା ଫଳରେ ସେଠାରେ ଥିବା ଲୋକଙ୍କ ମଧ୍ୟରୁ ୨୭ ଜଣ ପୋଡି ହୋଇ ବା ଅଶନିଶ୍ୱାସୀ ହୋଇ ଯିବାରୁ ସେମାନଙ୍କର ମୃତ୍ୟୁ ହୋଇଛି । ଅନ୍ୟ ପ୍ରାୟ ୪୦ ଜଣ ଆହତ ଅବସ୍ଥାରେ ଚିକିତ୍ସିତ ହେଉଥିବା ବେଳେ ଆଉ ପ୍ରାୟ ୧୦୦ ଲୋକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ଏହାସହ ୨୯ ଜଣ ନିଖୋଜ ଥିବା କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭ୍ୟାକ୍ସିନର ଦ୍ୱିତୀୟ ଡୋଜ, ବୁଷ୍ଟର ଡୋଜ ମଧ୍ୟରେ ରହିବ ୯-୧୨ ମାସର ବ୍ୟବଧାନ!

ନୂଆଦିଲ୍ଲୀ,୨୬ ।୧୨: ଦେଶରେ କୋଭିଡ ୧୯ ବୁଷ୍ଟର ଡୋଜ ଦେବାଲାଗି ଅନୁମତି ମିଳିଯାଇଛି । ଏହା ପ୍ରଥମେ ଫ୍ରଣ୍ଟଲାଇନ୍ ୱାର୍କର୍ସ ଓ ବରିଷ୍ଠ ନାଗରିକଙ୍କୁ ଦିଆଯିବ...

ହାର୍ଟଆଟାକ୍‌ ଓ ମେଦବହୁଳତାରୁ ଦୂରେଇ ରହିବା ପାଇଁ ସପ୍ତାହରେ ଏଥିରୁ ୨ ଥର…

ଛତୁରେ ବହୁ ମାତ୍ରାରେ ପୋଷକତ୍ବ ରହିଛି। ଏହା ଶରୀର ପାଇଁ ବେଶ୍‌ ଲାଭଦାୟକ। ଛତୁ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ସପ୍ତାହରେ...

ଏହି ମହିଳାଙ୍କ ସାହସକୁ ସଲାମ୍‌: ୭୧ ବର୍ଷ ବୟସରେ କରିଦେଖାଇଲେ ଏମିତି

ଡେରାଡୁନ୍‌,୧୧।୫: ଶିକ୍ଷା ଗ୍ରହଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ବୟସ ସୀମା ନ ଥାଏ।ଯଦି ଆଗ୍ରହ ଥାଏ, ବୟସ ଅଧ୍ୟୟନ ପଥରେ କଣ୍ଟା ସାଜେ ନାହିଁ। ଉତ୍ତରାଖଣ୍ଡର...

ଭାଜପା ନେତାଙ୍କ ପରଲୋକକୁ ନେଇ ବିବାଦୀୟ ବୟାନ ଦେଲେ ସାଧ୍ୱୀ ପ୍ରଜ୍ଞା

ନୂଆଦିଲ୍ଲୀ,୨୬।୮: ନିଜର ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଭୋପାଳର ଭାଜପା ଏମ୍‌ପି ସାଧ୍ୱୀ ପ୍ରଜ୍ଞା ସିଂ ଠାକୁର ଏବେ ପୁଣି ଏକ ବିବାଦୀୟ...

ନୀତୀଶଙ୍କ ନେତୃତ୍ୱକୁ ଭାଜପାର ସମର୍ଥନ

ପାଟନା,୭।୧୦: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଏନ୍‌ଡିଏରେ ଦେଖାଦେଇଥିବା ଫାଟ କ୍ରମଶଃ ମଳିନ ପଡ଼ିଯାଇଛି। ଚିରାଗ ପାଶ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି) ଜେଡିୟୁକୁ ବିରୋଧ କରିବ...

ମୁଁ ଆସିବା ପରେ ଭାଜପାର ଭାବମୂର୍ତ୍ତି ବଦଳିଛି: ମେଟ୍ରୋ ମ୍ୟାନ୍‌

ଥିରୁଭାନନ୍ତପୁରମ୍‌,୬।୪: କେରଳ ବିଧାନସଭା ନିର୍ବାଚନ ୨୦୨୧ ପାଇଁ ମଙ୍ଗଳବାର ମତଦାନ ଚାଲିଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ୭ଟାରୁ ୧୪୦ଟି ଆସନ ପାଇଁ ମତଦାନ...

ଆତଙ୍କବାଦୀଙ୍କ ଗୁଳିରେ ଠିକାଦାର ମୃତ

ଶ୍ରୀନଗର,୧୦ା୨(ପି.ଟି.): ଜମ୍ମୁ-କଶ୍ମୀରର ପୁଲଓ୍ବାମା ଜିଲାରେ ରବିବାର ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଜଣେ ସାଧାରଣ ନାଗରିକ ନିହତ ହୋଇଛନ୍ତି। ସେ ହେଲେ ତ୍ରାଲ ଅଞ୍ଚଳର ଠିକାଦାର ଗୁଲାମନବୀ ମୀର।...

ଜିଲାପାଳଙ୍କୁ ପାଲିଙ୍କିରେ ପାଛୋଟି ନେଲେ ଗ୍ରାମବାସୀ

ସିଆହା,୩୦।୮: ମିଜୋରାମର ତିପୋଶିରେ ଥିବା ଏକ ଅପହଞ୍ଚ ଅଞ୍ଚଳକୁ ଯେତେବେଳେ ଜିଲାପାଳ ପହଞ୍ଚିଥିଲେ ସେତେବେଳେ ସେଠାକାର ଲୋକଙ୍କ ଖୁସି କହିଲେ ନ ସରେ। ଏମାନେ ଜିଲାପାଳଙ୍କୁ...

Advertisement
Archives

Model This Week