Posted inଜାତୀୟ

ପତ୍ନୀ, ଶାଶୁ ଦେଇଥିବା ଅପମାନର ପ୍ରତିଶୋଧ ନେବାକୁ ଯାଇ ମାଛ ତରକାରୀରେ ମିଶାଇ ଦେଲେ ବିଷ

ନୂଆଦିଲ୍ଲୀ, ୨୫ା୩ : ଜଣେ ବ୍ୟକ୍ତି ଶାଶୁ ଘରର ଲୋକଙ୍କୁ ମାଛ ତରକାରୀରେ ବିଷ ଦେଇ ହତ୍ୟା କରିଛନ୍ତି। ଗୁରୁତର ଥିବା ପତ୍ନୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏ ଘଟଣାରେ ୩୭ ବର୍ଷୀୟ ବରୁନ ଆରୋରାଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ। ସେ ପତ୍ନୀ, ଶାଶୁ ଓ ଶାଳିଙ୍କୁ ଖାଇବାକୁ ଦେଇଥିଲେ ଥାଲିୟମ ମିଶା ମାଛ ତରକାରୀ। କୁହାଯାଉଛି, ଇରାକର ଏକଛତ୍ରବାଦୀ ଶାସକ ସଦ୍ଦାମ ହୁସେନଠାରୁ ପ୍ରେରିତ ହୋଇ ବରୁନ ଥାଲିୟମ ଭଳି ଧିମା ବିଷର ବ୍ୟବହାର କରିଛନ୍ତି। ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବାଟରୁ ହଟାଇବା ପାଇଁ ଏହି ବିଷକୁ ବ୍ୟବହାର କରୁଥିଲା ସଦ୍ଦାମ ହୁସେନ।

ଦକ୍ଷିଣ ଦିଲ୍ଲୀର ଗ୍ରେଟର କୈଳାଶ ଘରୁ ବରୁନଙ୍କୁ ମଙ୍ଗଳବାର ଗିରଫ କରାଯାଇଛି। ତଦନ୍ତରୁ ଜଣାପଡ଼ିଛି, ପତ୍ନୀ ଓ ଶାଶୁ ଘର ଲୋକଙ୍କୁ ସେ ଦେଇଥିବା ଖାଦ୍ୟରେ ମିଶିଥିଲା ବିଷ। ସେମାନେ ବରୁନଙ୍କୁ ବାରମ୍ବାର ଅପମାନ ଦେଉଥିଲେ। ଏହାର ପ୍ରତିଶୋଧ ନେବାକୁ ଯାଇ ସେ ଏହି ଅପରାଧ ଘଟାଇଛି।

ତାଙ୍କ ଶାଳିଙ୍କ ମୃତ ଶରୀରରେ ଥାଲିୟମ ମିଳିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏହାପରେ ବରୁନଙ୍କ ପତ୍ନୀ ମଧ୍ୟ ମେଡିକାଲରେ ଭର୍ତ୍ତି ଥିବା ଜାଣିବାକୁ ପାଇଥିଲା ପୋଲିସ। ତାଙ୍କ ରକ୍ତରେ ମଧ୍ୟ ସମାନ ବିଷ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ନୀ ଓ୍ବାକଫ୍‌ ବୋର୍ଡ ଗଠନ କରିବ ଇଣ୍ଡୋ ଇସ୍ଲାମିକ୍‌ କଲଚର ଟ୍ରଷ୍ଟ

ନୂଆଦିଲ୍ଲୀ,୫।୨: ରାମମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ଗଠନ ସମ୍ପର୍କରେ ଘୋଷଣା ହୋଇଛି। ଏହାପରେ ସୁନ୍ନୀ ଓ୍ବାକଫ ବୋର୍ଡ...

ଯୌତୁକ ଯୋଗୁ ବିବାହ ଭାଙ୍ଗିବାରୁ ଘର ଛାଡ଼ି ବିବାହ କଲେ ଯୁବତୀଯୁବକ

କୁଶୀନଗର, ୩୦ା୧: ସମାଜ ପାଇଁ ଘାତକ ସାଜିଥିବା ଯୌତୁକ ଭଳି କୁପ୍ରଥାର ପ୍ରଚଳନକୁ ବନ୍ଦ କରିବା ପାଇଁ ବର୍ତ୍ତମାନ ଲୋକେ ସ୍ବର ଉତ୍ତୋଳନ କରିବା ଆରମ୍ଭ...

ହେଲ୍ପ ଲାଇନକୁ ଫୋନ୍ କରି ମୋଦିଙ୍କ ନମ୍ବର ମାଗୁଛନ୍ତି ଲୋକେ

ନୂଆଦିଲ୍ଲୀ,୧ ।୨: ନିକଟରେ ଲୋକ ସଭା ଚାଲିଥିବା ବେଳେ ଏମ୍‌ପିମାନଙ୍କ ସୁବିଧା ପାଇଁ ୨୪/୭ ହେଲ୍ପ ଲାଇନ ଆରମ୍ଭ କରାଯାଇଥିଲା । ହେଲେ ଏହି ନମ୍ବରକୁ...

ଅଚାନକ ଆକ୍ରମଣ ଯୋଜନା କରୁଛି ଚାଇନା !

ନୂଆଦିଲ୍ଲୀ, ୨୪।୯: ଏଲ୍‌ଏସିରେ ଭାରତ ଚାଇନା ମୁହାଁମୁହିଁ ହେବାରେ ଲାଗିଛନ୍ତି। ତେବେ ଚାଇନା ୧୯୬୨ ଭଳି ଭାରତ ଉପରେ ଅଚାନକ ଆକ୍ରମଣ ଯୋଜନା କରୁଛି। ଚାଇନା...

ବହୁମତ ଦେଇଥିଲା ଗୁରୁଦାୟିତ୍ୱ

ନୂଆଦିଲ୍ଲୀ,୩୧ା୫(ପି.ଟି.): ୨୦୧୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହୁମତ ପାଇବା ସହ ଦ୍ୱିତୀୟ ପର୍ଯ୍ୟାୟ ସରକାର ଗଠନ କରିଥିଲେ। ଏହି ସରକାର ଉପରେ ଜନସାଧାରଣଙ୍କର...

ହିଲ୍‌ ଷ୍ଟେଶନ୍‌ ଓଲିରେ ରାଜକୀୟ ବିବାହ: ଅତିଥିଙ୍କୁ ନେବା ଆଣିବାରେ ନିୟୋଜିତ ହେବ ୨ଶହ ହେଲିକପ୍ଟର

ଡେରାଡୁନ୍‌, ୧୦।୬: ଉତ୍ତରାଖଣ୍ଡ ହିଲ୍‌ ଷ୍ଟେଶନ୍‌ ଓଲିରେ ଗୁପ୍ତା ବଦର୍ସଙ୍କ ପୁଅ ବିବାହ ମହାଆଡମ୍ବରରେ ଆୟୋଜିତ ହେଉଛି। ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।...

ସରକାରୀ ଡାକ୍ତରଖାନା ପ୍ରସବ କକ୍ଷରେ ବାଜିଲା ଗାୟତ୍ରୀ ମନ୍ତ୍ର: ହଙ୍ଗାମା କଲେ ମୁସଲିମ୍‌ କର୍ମଚାରୀ

ଜୟପୁର, ୧୫।୫: ରାଜସ୍ଥାନର ଏକ ସରକାରୀ ଡାକ୍ତରଖାନା ପ୍ରସବ କକ୍ଷରେ ଗାୟତ୍ରୀ ମନ୍ତ୍ର ବାଜିବାକୁ ନେଇ ହଙ୍ଗାମା ହୋଇଛି। ଡାକ୍ତରଖାନାରେ କାର୍ଯ୍ୟକରୁଥିବା ମୁସଲିମ୍‌ କର୍ମଚାରୀମାନେ ଏହାକୁ...

ରାଗିଛନ୍ତି ପାଇଲଟ୍‌: ମନାଇବା ପାଇଁ ଫୋନ୍‌ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୧।୬: ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସଚିନ ପାଇଲଟ ଗତ କିଛି ଦିନ ହେବା ଦଳୀୟ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦଳର...

Advertisement


Archives

Model This Week