Posted inଖେଳ

ଧାଓ୍ବନଙ୍କ ଶତକ ସତ୍ତ୍ୱେ ଦିଲ୍ଲୀ ପରାସ୍ତ

ଦୁବାଇ, ୨୧।୧୦- ଇଣ୍ଡିଆନ ପ୍ରିମିୟର ଲିଗ୍‌ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଶିଖର ଧାଓ୍ବନଙ୍କ ଶତକ ସତ୍ତ୍ୱେ ଦିଲ୍ଲୀ କ୍ୟାପିଟାଲ୍ସ ପରାଜିତ ହୋଇଛି। ଅନ୍ୟପକ୍ଷରେ ୫ ଉଇକେଟରେ ବିଜୟ ସହ କିଙ୍ଗ୍ସ ଇଲେଭେନ ପଞ୍ଜାବ ପ୍ଲେ-ଅଫ୍‌ ଆଶା ଉଜ୍ଜୀବିତ ରଖିଛି। ଚଳିତ ଲିଗ୍‌ରେ ପଞ୍ଜାବର ଏହା ହ୍ୟାଟ୍ରିକ ବିଜୟ। ଦିଲ୍ଲୀ ୨୦ ଓଭରରେ ୫ ଉଇକେଟ ହରାଇ ୧୬୪ ରନ କରିଥିବାବେଳେ ପଞ୍ଜାବ ୧୯ ଓଭରରେ ୫ ଉଇକେଟ ହରାଇ ୧୬୭ ରନ ସଂଗ୍ରହ କରି ନେଇଥିଲା। ୧୦ ମ୍ୟାଚରୁ ୮ ପଏଣ୍ଟ ପାଇ ପଞ୍ଜାବ ଟେବୁଲର ୫ମ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ଦିଲ୍ଲୀ ୧୪ ପଏଣ୍ଟ ସହ ଶୀର୍ଷରେ ଅପରିବର୍ତ୍ତିତ ରହିଛି।
ଆଇପିଏଲରେ ୫୦୦୦ ରନ
ଟସ୍‌ ଜିତି ଦିଲ୍ଲୀ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଖରାପ ଫର୍ମ ଜାରି ରଖି ଓପନର ପୃଥ୍‌ବୀ ଶ’ ମାତ୍ର ୭ ରନରେ ଆଉଟ ହୋଇଥିବାବେଳେ ଅଧିନାୟକ ଶ୍ରେୟାସ ଆୟାର ୧୪ ରନର ଯୋଗଦାନ ଦେଇଥିଲେ। ତେବେ ଅଭିଜ୍ଞ ଶିଖର ଧାଓ୍ବନ ଚମତ୍କାର ଫର୍ମ ଜାରି ରଖି ଦଳକୁ ବଡ଼ ସ୍କୋର ଦିଗରେ ଆଗେଇ ନେଇଥିଲେ। ଏହି ଅବସରରେ ସେ ଆଇପିଏଲରେ ୫୦୦୦ ରନ ମଧ୍ୟ ପୂରଣ କରିଥିଲେ। ଲିଗ୍‌ର ୫ମ ଖେଳାଳିଭାବେ ସେ ଏହି କ୍ଲବରେ ସାମିଲ ହୋଇଥିଲେ। ତାଙ୍କ ବ୍ୟାଟିଂ ପାଓ୍ବାର ବଳରେ ଦିଲ୍ଲୀ ୧୦ ଓଭର ବେଳକୁ ୨ ଉଇକେଟ ହରାଇ ୮୩ ରନ ସଂଗ୍ରହ କରି ନେଇଥିଲା। ଆହତ ସମସ୍ୟା ଯୋଗୁ ଦଳକୁ ଫେରିଥିବା ରିଷଭ ପନ୍ତ ୨୦ ବଲ୍‌ରୁ ମାତ୍ର ୧୪ ରନ କରି ପାରିଥିଲେ। ସେହିପରି ମାର୍କୁସ ଷ୍ଟୋଇନିସ ଫେଲ୍‌ ମାରିଥିଲେ ହେଁ ତା’ର କୌଣସି ପ୍ରଭାବ ଧାଓ୍ବନଙ୍କ ଉପରେ ପଡ଼ି ନ ଥିଲା। ସେ ହାସଲ କରିଥିଲେ ଚଳିତ ଲିଗ୍‌ରେ କ୍ରମାଗତ ଦ୍ୱିତୀୟ ଶତକ। ଆଇପିଏଲ ଇତିହାସରେ ପ୍ରଥମ ଖେଳାଳିଭାବେ ସେ ଏହି କୃତୀତ୍ୱ ଅର୍ଜନ କରିଥିଲେ। ଏଥିସହ ଗୋଟିଏ ସିଜନରେ ୨ କିମ୍ବା ତଦୁର୍ଦ୍ଧ୍ୱ ଶତକ ହାସଲ କରିବାରେ ସେ ହୋଇଥିଲେ ୫ମ ଖେଳାଳି। ୫୭ ବଲ୍‌ରୁ ଶତକ ପୂରଣ କରିଥିବା ଧାଓ୍ବନ ୬୧ ବଲ୍‌ରୁ ୧୨ ଚୌକା ଓ ୩ ଛକା ସହାୟତାରେ ୧୦୬ ରନ କରି ଅପରାଜିତ ରହିଥିଲେ। ତେବେ ଦିଲ୍ଲୀର ଅନ୍ୟ କୌଣସି ଖେଳାଳି ୧୪ରୁ ଅଧିକ ରନ କରି ନ ପାରିବାରୁ ସ୍କୋର ୧୬୪/୫ରେ ସୀମିତ ରହି ଯାଇଥିଲା। ପଞ୍ଜାବ ପକ୍ଷରୁ ମହମ୍ମଦ ସାମି ୨ଟି ଏବଂ ଜେମ୍ସ ନିଶାମ, ମୁରୁଗାନ ଅଶ୍ୱିନ ଓ ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ବିଜୟ ଲକ୍ଷ୍ୟ ବଡ଼ ନ ଥିଲେ ହେଁ ପଞ୍ଜାବ ଇନ୍‌ଫର୍ମ ଅଧିନାୟକ ଲୋକେଶ ରାହୁଲ(୧୫)ଙ୍କ ଉଇକେଟ ଶୀଘ୍ର ହରାଇ ବିପଦରେ ପଡ଼ିଥିଲା। କ୍ରିସ୍‌ ଗେଲ୍‌ ସ୍ବାଭାବିକ ଢଙ୍ଗରେ ଖେଳିଥିଲେ ହେଁ ଅଧିକ ସମୟ ତିଷ୍ଠିପାରି ନ ଥିଲେ। ସେ ୧୩ ବଲ୍‌ରୁ ୩ ଚୌକା ଓ ୨ ଛକା ସହ ୨୯ ରନ କରି ପ୍ୟାଭିଲିୟନ ଫେରିଥିଲେ। ବୁଝାମଣାର ଅଭାବ ଯୋଗୁ ମୟଙ୍କ ଅଗ୍ରଓ୍ବାଲ ମାତ୍ର ୬ ରନ କରି ରନଆଉଟ ହୋଇ ଯାଇଥିଲେ। ତେବେ ନିକୋଲାସ ପୁରନ ଓ ମ୍ୟାକ୍ସଓ୍ବେଲ ୪ର୍ଥ ଉଇକେଟରେ ଦ୍ରୁତ ୬୯ ରନ ଯୋଗକରି ଦଳପାଇଁ ବିଜୟ ପଥ ପରିଷ୍କାର କରିଥିଲେ। ଅର୍ଦ୍ଧଶତକ ହାସଲ କରିବାପରେ ପୁରନ କାଗିଶୋ ରାବାଡ଼ାଙ୍କ ଏକ ବଲ୍‌ ଛାଡ଼ିବା ଚକ୍କରରେ କଟ୍‌ ବିହାଇଣ୍ଡ ହୋଇ ଯାଇଥିଲା। ରାବାଡାଙ୍କ ବଲ୍‌ ପୁରନଙ୍କ ଗ୍ଲେବ୍ସକୁ ସ୍ପର୍ଶକରି ଉଇକେଟ କିପର ରିଷଭ ପନ୍ତଙ୍କ ନିକଟକୁ ଚାଲି ଯାଇଥିଲା। ସହଜରେ ଉଇକେଟ ହରାଇଥିବା ପୁରନ ୨୮ ବଲ୍‌ରୁ ସର୍ବାଧିକ ୫୩(୬ ଚୌକା, ୩ ଛକା) ରନ କରିଥିଲେ। ପୂର୍ବ ମ୍ୟାଚ ଗୁଡ଼ିକ ତୁଳନାରେ ମ୍ୟାକ୍ସଓ୍ବେଲ ଏଠାରେ ଭଲ ବ୍ୟାଟିଂ କରିଥିଲେ ହେଁ ଶେଷ ପର୍ଯ୍ୟନ୍ତ ରହିପାରି ନ ଥିଲେ। ସେ ୩୨(୨୪ ବଲ, ୩ ଚୌକା) ରନ କରିଥିବାବେଳେ ୧୬ତମ ଓଭରରେ ରାବାଡ଼ାଙ୍କ ବଲ୍‌ରେ ପନ୍ତଙ୍କୁ କ୍ୟାଚ ଦେଇଥିଲେ। ଦୀପକ ହୁଦା ୧୫ ଓ ଜେମ୍ସ ନିଶାମ ୧୦ ରନରେ ଅପରାଜିତ ରହିଥିଲେ। ଦିଲ୍ଲୀ ପକ୍ଷରୁ କାଗିଶୋ ରାବାଡ଼ା ୨ଟି ଏବଂ ଅକ୍ଷର ପଟେଲ ଓ ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୬୪/୫(ଧାଓ୍ବନ-୧୦୬*, ସାମି-୨/୨୮, ନିଶାମ-୧/୧୭, ମୁରୁଗାନ-୧/୩୩, ମ୍ୟାକ୍ସଓ୍ବେଲ-୧/୩୧)। କିଙ୍ଗ୍ସ ଇଲେଭେନ ପଞ୍ଜାବ ୧୯ ଓଭରରେ ୧୬୭/୫ (ପୁରନ-୫୩, ମ୍ୟାକ୍ସଓ୍ବେଲ-୩୨, ଗେଲ୍‌-୨୯, ରାବାଡ଼ା-୨/୨୭, ଅକ୍ଷର-୧/୨୭, ରବିଚନ୍ଦ୍ରନ-୧/୨୭)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri