Posted inଜାତୀୟ

ଦିଲ୍ଲୀ ମଦ ଦୁର୍ନୀତି ମାମଲା: ୩୦ରୁ ଅଧିକ ସ୍ଥାନରେ ଇଡି ଚଢାଉ

ନୂଆଦିଲ୍ଲୀ,୬।୯: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଏବେ ଆକ୍ସନ ମୋଡ୍‌ରେ ଅଛି। ମଙ୍ଗଳବାର ଏକାସାଙ୍ଗରେ ୩୦ରୁ ଅଧିକ ସ୍ଥାନରେ ଚଢାଉ କରାଯାଉଛି। ସୂଚନା ଅନୁଯାୟୀ, ଦିଲ୍ଲୀ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ତେଲେଙ୍ଗାନା ସମେତ ମହାରାଷ୍ଟ୍ରରେ ଇଡି ଅଧିକାରୀଙ୍କ ସର୍ଚ୍ଚ ଅପରେଶନ ଚାଲିଛି।
ସୂଚନାଯୋଗ୍ୟ, ଦିଲ୍ଲୀ ସରକାରଙ୍କ ନୂଆ ଅବକାରୀ ନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭାରତୀୟ ଜନତା ପାର୍ଟି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଏହି ଘଟଣାରେ ଦୁର୍ନୀତି କରିଥିବା ଅଭିଯୋଗ କରିଛି। ଏହି ପରିପ୍ରେକ୍ଷୀରେ ସିବିଆଇ ମନୀଷ ସିସୋଡିଆଙ୍କ ଘର ଏବଂ ବ୍ୟାଙ୍କ ଲକରରେ ଖୋଜାଖୋଜି କରିସାରିଛି। ବର୍ତ୍ତମାନ ଇଡି ଏହି ପ୍ରସଙ୍ଗରେ ପଦକ୍ଷେପ ନେଇଛନ୍ତି। ଇଡି ସିବିଆଇରୁ ଏହି ମାମଲା ସହ ଜଡିତ ଡକ୍ୟୁମେଣ୍ଟ ମାଗିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ନିଷ୍ପତ୍ତି ନେବେ ସୋନିଆ

ଜୟପୁର,୨୪ା୯: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ ଦଳର ଅଧ୍ୟକ୍ଷ ପଦ ଲାଗି ହେବାକୁ ଥିବା ନିର୍ବାଚନ ନିମନ୍ତେ ନାମାଙ୍କନପତ୍ର ଦାଖଲ...

ଆଇନଜୀବୀଙ୍କ ବିରୁଦ୍ଧରେ ଅବମାନନା ମାମଲା ଯୋଗୁ ନ୍ୟାୟିକ ବ୍ୟବସ୍ଥା ଉପରୁ ଲୋକଙ୍କ ଭରସା ତୁଟୁଛି…

ଲକ୍ଷ୍ନୌ, ୨୭।୧୨: ଆଇନଜୀବୀଙ୍କ ବିରୁଦ୍ଧରେ ଅବମାନନା ମାମଲା ଅତ୍ୟନ୍ତ ଦୁଃଖଦ ତଥା ଯନ୍ତ୍ରଣାଦାୟକ ଘଟଣା। ଏହା ଦ୍ୱାରା ନ୍ୟାୟିକ ବ୍ୟବସ୍ଥା ଉପରୁ ଲୋକଙ୍କ ଭରସା ତୁଟୁଛି।...

କର୍ନାଟକ ସଙ୍କଟ: ୭୦ରୁ ଅଧିକ ଆଶାୟୀଙ୍କୁ ଅନୁମୋଦିତ ୩୪ କ୍ୟାବିନେଟ୍‌ରେ କିଭଳି ସ୍ଥାନ ଦେବ ଭାଜପା ମେଣ୍ଟ !

ବେଙ୍ଗାଲୁର୍‌,୨୫।୭: କର୍ନାଟକରେ ନୂଆ ସରକାର ଗଠନରେ ଭାଜପା ହାଇକମାଣ୍ଡ ଡେରି କରୁଛନ୍ତି। ବିଦ୍ରୋହୀ ବିଧାୟକଙ୍କ ଯୋଗ୍ୟତା ନେଇ ବାଚସ୍ପତିଙ୍କ ପଦକ୍ଷେପ ତଥା ସୁପ୍ରିମ୍‌କୋର୍ଟରେ ଦାଖଲ ହୋଇଥିବା...

ବିମୁଦ୍ରୀକରଣ ମାମଲାର ବିଚାର ଅକ୍ଟୋବର ୧୨ରେ…

ନୂଆଦିଲ୍ଲୀ, ୨୮।୯ : ଅକ୍ଟୋବର ୧୨ ରେ ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚ ବିମୁଦ୍ରୀକରଣ ମାମଲାର ଶୁଣାଣି କରିବେ। ଶୁଣାଣି ସମୟରେ ପ୍ରଥମେ ନିଷ୍ପତ୍ତି ନିଆଯିବ ଯେ...

ବଡ଼ପଣ ଦେଖାଇଲେ ଭାରତୀୟ ଯବାନ: ଆତଙ୍କବାଦୀଙ୍କୁ କଲେ ରକ୍ତଦାନ

ନୂଆଦିଲ୍ଲୀ,୨୫ା୮: ପାକିସ୍ତାନ ଗୋଇନ୍ଦା ସଂସ୍ଥାର ଜଣେ ଅଧିକାରୀ ଇଣ୍ଡିଆନ୍‌ ଆର୍ମି ପୋଷ୍ଟରେ ଆକ୍ରମଣ କରିବା ନିମନ୍ତେ ପଠାଇଥିବା ଆତଙ୍କବାଦୀଙ୍କୁ ରକ୍ତଦାନ କରିଛନ୍ତି ଭାରତୀୟ ସୈନିକ। ଗତ...

ମୋଦିଙ୍କ ପରେ ଲଦାଖ ଗସ୍ତ କରିବେ ପ୍ରତିରକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ,୧୫।୭: ଲଦାଖର ଗଲଓ୍ବାନ ଘାଟିରେ ସୀମା ବିବାଦକୁ ନେଇ ନିକଟରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହାପରେ ସେଠାକାର ସ୍ଥିତି ସମୀକ୍ଷା...

ଠକେଇ ମାମଲାରେ କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀଙ୍କ ନାଁରେ ଓ୍ବାରେଣ୍ଟ ଜାରି

ହାଇଦ୍ରାବାଦ,୩୦।୮: କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀଙ୍କ ନାଁରେ ଜାମିନ ବିହିନ ଓ୍ବାରେଣ୍ଟ ଜାରି କରାଯାଇଛି। ୪ ବର୍ଷ ତଳର ଏକ ଠକେଇ ମାମଲାକୁ ନେଇ ରେଣୁକାଙ୍କ...

ଭାରାକ୍ରାନ୍ତ ମନ ନେଇ ମନାଲି ଫେରିଲେ କଙ୍ଗନା

ମୁମ୍ବାଇ,୧୪ ।୯: ବଲିଉଡ୍‌ର ଚର୍ଚ୍ଚିତ ନାୟିକା କଙ୍ଗନା ରାନାୱତ ସୋମବାର ନିଜ ହୋମ ଟାଉନ ମନାଲି ଫେରିଛନ୍ତି । ସେପ୍ଟେମ୍ବର ୯ରେ ସେ ମୁମ୍ବାଇ ଗସ୍ତ...

Advertisement
Archives

Model This Week