Posted inଖେଳ

ସୋସିଆଲ ମିଡିଆରେ ଅର୍ଶଦୀପଙ୍କୁ ଆକ୍ଷେପ

ନୂଆଦିଲ୍ଲୀ, ୬ା୯ (ପି.ଟି.):୩୬ବର୍ଷ ପୂର୍ବେ ଚେତନ ଶର୍ମାଙ୍କର ଯାହା ଘଟିଥିଲା ଏବେ ଅର୍ଶଦୀପ ସିଂଙ୍କ କ୍ଷେତ୍ରରେ ତାହା ଦେଖିବାକୁ ମିଳିଛି। ସମାନ ଦଳ ପାକିସ୍ତାନ ବିପକ୍ଷରେ ପୁଣି ତାହା ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ। ଅବଶ୍ୟ ଦୁବାଇ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମର ରୂପରେଖ ଏବେ ବଦଳିଯାଇଛି। ୧୯୮୬ ଅଷ୍ଟ୍ରାଲ-ଏସିଆ କପ୍‌ ଫାଇନାଲ ଖୁବ୍‌ ସଂଘର୍ଷପୂର୍ଣ୍ଣ ଥିଲା। ମ୍ୟାଚ ଶେଷ ବଲ ପର୍ଯ୍ୟନ୍ତ ଚାଲିଯାଇଥିଲା। ମ୍ୟାଚ ଜିତିବା ଲାଗି ପାକିସ୍ତାନ ଅନ୍ତିମ ବଲ୍‌ରେ ୬ରନ ଆବଶ୍ୟକ କରୁଥିଲା। ସେତେବେଳେ କ୍ରିଜ୍‌ରେ ରହିଥିଲେ ପାକିସ୍ତାନର ଷ୍ଟାର ବ୍ୟାଟ୍ସମ୍ୟାନ ଜାଭେଦ ମିଆଁଦାଦ। ଭାରତ ତରଫରୁ ବୋଲିଂ କରୁଥିଲେ ଚେତନ ଶର୍ମା। ଚେତନ ୟର୍କର ପକାଇବାକୁ ଯୋଜନା କରିଥିଲେ, ଦୈବାତ ଫୁଲ୍‌ଟସ ପଡ଼ିଯାଇଥିଲା। ଏହାର ସୁଯୋଗରେ ମିଆଦାଦ ଛକା ଲଗାଇ ତାଙ୍କ ଦଳକୁ ରୋମାଞ୍ଚକ ବିଜୟ ଦେଇଥିଲେ। ଏହି ତ୍ରୁଟି ପାଇଁ ସେତେବେଳେ ଭାରତୀୟ କ୍ରିକେଟପ୍ରେମୀଙ୍କ ଦ୍ୱାରା ଚେତନ ଶର୍ମା ଖୁବ୍‌ ସମାଲୋଚିତ ହୋଇଥିଲେ। ଏବେ ମଧ୍ୟ ତାହା ଲୋକମାନଙ୍କ ମନରୁ ପାସୋରି ଯାଇନାହିଁ। ରବିବାର ଚଳିତ ଏସିଆ କପ୍‌ କ୍ରିକେଟ ସୁପର ଫୋର୍‌ ପର୍ଯ୍ୟାୟ ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତ ଅଳ୍ପକେ ହାରିଯିବା ପରେ ଅର୍ଶଦୀପ ସମାଲୋଚନାର ଶିକାର ହୋଇଛନ୍ତି। ଅନେକଙ୍କ ବିଚାରରେ ସେ ଅସିଫ୍‌ ଅଲିଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାଚ ହାତଛଡ଼ା କରିବାରୁ ଭାରତ ପରାଜୟ ଦ୍ୱାରକୁ ଠେଲି ହୋଇଗଲା। ଯେଉଁମାନେ ସମାଲୋଚନା କରୁଛନ୍ତି ସେମାନଙ୍କର ବୋଧହୁଏ ଏଥିପ୍ରତି ନଜର ନାହିଁ ଯେ, ୨୩ ବର୍ଷୀୟ ଅର୍ଶଦୀପ ଏଭଳି ଜଣେ ପ୍ରତିଭାସମ୍ପନ୍ନ ଖେଳାଳି ଯିଏକି ନିକଟ ଭବିଷ୍ୟତରେ ବିଶ୍ୱ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ଟି୨୦ ଡେଥ୍‌ ବୋଲର ଭାବେ ଉଭା ହେବାକୁ ଯାଉଛନ୍ତି। ଚେତନ ଶର୍ମା ବର୍ତ୍ତମାନ ଚୟନ କମିଟି ମୁଖ୍ୟ ଅଛନ୍ତି। ଲଡର୍‌ସରେ ଏକ ଟେଷ୍ଟ ମ୍ୟାଚରେ ଜଣେ ଭାରତୀୟ ବୋଲର ହିସାବରେ ୫ ଉଇକେଟ ହାସଲ କରି ବିରଳ ସଫଳତା ହାସଲ କରିଛନ୍ତି। ଅନ୍ତର୍ଜାତୀୟ ଦିନିକିଆ ବିଶ୍ୱକପ୍‌ରେ ପ୍ରଥମ ବୋଲର ହିସାବରେ ହ୍ୟାଟ୍ରିକ ଅର୍ଜନ କରିବାରେ ରେକର୍ଡ ତାଙ୍କ ନାମରେ ରହିଛି। ଲୋକେ କିନ୍ତୁ ୧୯୮୬ ଅଷ୍ଟ୍ରାଲ-ଏସିଆ କପ୍‌ ଫାଇନାଲରେ ମାନବୀୟ ତ୍ରୁଟି ଜନିତ ସିଙ୍ଗଲ ଡେଲିଭରିକୁ ମନେ ରଖିଛନ୍ତି।
ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚ ପରେ କେତେକ ତଥାକଥିତ କ୍ରିକେଟପ୍ରେମୀ ସୋସିଆଲ ମିଡିଆରେ ଅର୍ଶଦୀପଙ୍କ ପ୍ରତି ତାଚ୍ଛଲ୍ୟକରି ଟିପ୍ପଣୀ ଦେଇଥିଲେ। ଏପରିକି କେତେଜଣ ସୀମା ଟପି ଯାଇଥିଲେ। ବୋଲରଙ୍କ ଓ୍ବିକିପିଡ଼ିଆ ପେଜ୍‌ ହ୍ୟାକ୍‌ କରି ତାଙ୍କ ନାମ ସହିତ ଆପତ୍ତିଜନକ ‘ଖଲିସ୍ତାନୀ’ ଶବ୍ଦ ଯୋଡ଼ି ଦେଇଥିଲେ। ହ୍ୟାକର ଜଣକ ଅର୍ଶଦୀପଙ୍କ ନାମ ପରିବର୍ତ୍ତନ କରି ମେଜର ଅର୍ଶଦୀପ ସିଂ ଲାଙ୍ଗ୍ରା ଏବଂ ପରେ ମେଜର ଅର୍ଶଦୀପ ସିଂ ବାଜଓ୍ବା କରିଦେଇଥିଲେ। ଏହି କ୍ରିକେଟରଙ୍କୁ ନେଇ ତ୍ରୁଟିପୂଣ୍ଣର୍ର୍ ସୂଚନା ସ୍ଥାନ ପାଇଥିବାରୁ ଭାରତ ସରକାର ସୋମବାର ଓ୍ବିକିପିଡିଆକୁ କଡ଼ା ସମାଲୋଚନା କରିଥିଲେ। ଏଥିରେ ଅର୍ଶଦୀପଙ୍କୁ ବିଚ୍ଛିନତାବାଦୀ ଖଲିସ୍ତାନ ଆନ୍ଦୋଳନ ସହ ଯୋଡ଼ା ଯାଇଛି। ଏହା ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ କେନ୍ଦ୍ର ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଟୁଇଟ୍‌ କରିଥିଲେ। ଫଳସ୍ବରୂପ ଓ୍ବିକିପିଡ଼ିଆ କର୍ତ୍ତୃପକ୍ଷ ୧୫ ମିନିଟ୍‌ ଭିତରେ ସଂଶୋଧନମୂଳକ ପଦକ୍ଷେପ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri