Posted inଜାତୀୟ

ବୈବାହିକ ବଳାତ୍କାର ମାମଲା ରାୟ ସଂରକ୍ଷିତ

ନୂଆଦିଲ୍ଳୀ: ୨୨।୨: ବୈବାହିକ ବଳାତ୍କାରକୁ ଅପରାଧ ଘୋଷଣା କରିବା ମାମଲାର ଶୁଣାଣି ସୋମବାର ଦିଲ୍ଳୀ ହାଇକୋର୍ଟରେ ହୋଇଥିବାବେଳେ ଏ ପ୍ରସଙ୍ଗର ରାୟ କୋର୍ଟ ସଂରକ୍ଷିତ ରଖିଛନ୍ତି। ଜଷ୍ଟିସ୍‌ ରାଜୀବ ଶକଧର ଏବଂ ଜଷ୍ଟିସ୍‌ ସି. ହରି ଶଙ୍କରଙ୍କ ଦ୍ୱାରା ଗଠିତ ଦୁଇଜଣିଆ ଖଣ୍ଡପୀଠରେ ଆଇପିସି ଧାରା ୩୭୫କୁ ଚ୍ୟାଲେଞ୍ଜ କରି ଦାଏର ଆବେଦନର ଶୁଣାଣି ହୋଇଥିଲା । ବଳାତ୍କାର କ୍ଷେତ୍ରରେ ସ୍ବାମୀଙ୍କୁ ଛାଡ ଦିଆ ନ ଯିବା ପାଇଁ ଏଥିରେ ଉଲ୍ଲେଖ କରାଯାଇଛି । ଯଦି ଜଣେ ପୁରୁଷ ସ୍ତ୍ରୀଙ୍କ ସହ ଜବରଦସ୍ତ ଶରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରନ୍ତି ତେବେ ତାହା ବଳାତ୍କାର ବୋଲି ଉକ୍ତ ପିଟିଶନରେ ଉଲ୍ଲେଖ କରାଯାଇଛି। ସୋମବାର ଶୁଣାଣିରେ ଏ ପ୍ରସଙ୍ଗରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସହ ଆଲୋଚନା ପାଇଁ କେନ୍ଦ୍ର ଅଧିକ ସମୟ ଆବଶ୍ୟକ କରୁଥିବା କହିଥିଲେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା। କେନ୍ଦ୍ରକୁ ଆଉ ସମୟ ଦିଆଯିବ ନାହିଁ ବୋଲି ଖଣ୍ଡପୀଠ ମନା କରିଥିଲେ। ଗତ ୭ ତାରିଖରେ ମାମଲାର ଶୁଣାଣି ହୋଇଥିବାବେଳେ କେନ୍ଦ୍ର ସରକାରଙ୍କୁ ଦୁଇ ସପ୍ତାହର ସମୟ ଦେଇଥିଲେ ଖଣ୍ଡପୀଠ। ଆଗାମୀ ଶୁଣାଣି ମାର୍ଚ୍ଚ ୨ରେ ହେବାକୁ ଥିବାବେଳେ ପ୍ରସଙ୍ଗ ନେଇ ବିଭିନ୍ନ ପକ୍ଷ ଏତଲା ଦାଏର କରିପାରିବେ ବୋଲି ଖଣ୍ଡପୀଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେଠିରେ ତିଆରି ହେବ ଏକେ-୨୦୩ ଅସ୍ଲଟ ରାଇଫଲ

ନୂଆଦିଲ୍ଲୀ,୨୩ ।୧୧: ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସନ୍ତା ମାସ ୫ ତାରିଖରେ ଭାରତ ଯାତ୍ରାରେ ଆସୁଛନ୍ତି । ପୁଟିନଙ୍କ ଏହି ଯାତ୍ରା ପୂର୍ବରୁ ପ୍ରତିରକ୍ଷା...

ଶହୀଦ୍‌ଙ୍କୁ ସମ୍ମାନ ଦେବା ଦେଶ ନାଗରିକଙ୍କ କର୍ତ୍ତବ୍ୟ: ଜେନେରାଲ ହୋଦା

ନୂଆଦିଲ୍ଲୀ,୨୨।୪: ଭୋପାଳରୁ ଭାଜପାର ଲୋକ ସଭା ପ୍ରାର୍ଥୀ ହୋଇଥିବା ସ୍ବାଧୀ ପ୍ରଜ୍ଞା ସିଂ ଠାକୁରପ ମୁମ୍ବାଇ ଏଟିଏସ୍‌ ମୁଖ୍ୟ ଶହୀଦ୍‌ ହେମନ୍ତ କରକାରେଙ୍କ ବିରୋଧରେ ବିବାଦୀୟ...

ମୋଦିଙ୍କୁ ବାଛିଛନ୍ତି ପାଓ୍ବାର

ମୁମ୍ବାଇ/ନୂଆଦିଲ୍ଲୀ,୩୧ା୭ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ଅତୀତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ଅଟଳ ବିହାରୀ ବାଜପେୟୀ ଓ ମନମୋହନ ସିଂଙ୍କୁ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର...

ଚାଇନା ଛାଡୁଥିବା କମ୍ପାନୀଙ୍କ ନେଇ ମତ ରଖିଲେ ଅଭିଜିତ

ନୂଆଦିଲ୍ଲୀ,୧୩।୫: ଚାଇନା ଛାଡୁଥିବା କମ୍ପାନୀ ଭାରତ ଆସିଲେ ଏହାର ଲାଭ ଭାରତକୁ ହେବ କି ନାହିଁ ସେ ନେଇ ନିଶ୍ଚିତ ନୁହେଁ ବୋଲି ନୋବେଲ ବିଜେତା...

କେନ୍ଦ୍ରୀୟ ନେତାଙ୍କ ଉପରେ ଉଠିଲା ଅଙ୍ଗୁଳି, ଗୁଜରାଟ ମଡେଲ ଦାକ୍ଷିଣାତ୍ୟରେ ଚଳିବନି…

ବେଙ୍ଗାଲୁରୁ,୧୩।୫ : କର୍ନାଟକରେ ଭାଜପା ଏକ ବଡ଼ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟର ସମୀକ୍ଷା ପାଇଁ ଦଳ ଶୀଘ୍ର ଏକ କମିଟି ଗଠନ କରିବ।...

ଶିକ୍ଷକ ଚୟନ ଦୁର୍ନୀତି ମାମଲା: ଟିଏମ୍‌ସି ବିଧାୟକ ଜୀବନକୃଷ୍ଣ ଗିରଫ

ନୂଆଦିଲ୍ଲୀ/କୋଲକାତା,୧୭।୪: ପଶ୍ଚିମବଙ୍ଗରେ ଶିକ୍ଷକ ଚୟନ ଦୁର୍ନୀତି ମାମଲାରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ବିଧାୟକ ଜୀବନକୃଷ୍ଣ ସାହାଙ୍କୁ ସୋମବାର ସିବିଆଇ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ବୁରୱାନ...

ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଅରୁଣ ଗୋଏଲ…

ନୂଆଦିଲ୍ଲୀ,୨୧।୧୧ : ପୂର୍ବତନ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅରୁଣ ଗୋଏଲ ସୋମବାର ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହାପୂର୍ବରୁ ତାଙ୍କୁ ଶନିବାର...

ପାକିସ୍ତାନ-ବାଂଲାଦେଶ ସୀମାରେ ବଢ଼ିବ କଡ଼ା ପହରା…

ନୂଆଦିଲ୍ଲୀ, ୧୮।୪ : ଅନୁପ୍ରବେଶକୁ ରୋକିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ପାକିସ୍ତାନ ଏବଂ ବାଂଲାଦେଶ ସୀମାରେ କଡ଼ା ପହରା ପାଇଁୟ ଯୋଜନା କରାଯାଇଛି। ଏହା...

Advertisement
Archives

Model This Week