Posted inଜାତୀୟ

ରାଜ୍ୟରେ ଆରମ୍ଭ ହେବ e-Bike ଦିଦି ଯୋଜନା, ମୋଟାଅଙ୍କର ଟଙ୍କା କମାଇବେ ମହିଳା

ନୂଆଦିଲ୍ଲୀ,୨୫।୨:ମହିଳାଙ୍କ ସୁରକ୍ଷା, ନିଯୁକ୍ତି ଏବଂ ପରିବେଶକୁ ଧ୍ୟାନରେ ରଖି, ସରକାର ଖୁବ ଶୀଘ୍ର ଇ-ବାଇକ ଦିଦି ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଯୋଜନାର ଲକ୍ଷ୍ୟ କେବଳ ଏକ ନୂତନ ରାଇଡ-ହେଲିଂ ସେବା ଆରମ୍ଭ କରିବା ନୁହେଁ, ବରଂ ମହିଳାମାନଙ୍କୁ ଆତ୍ମର୍ନିଭରଶୀଳତା ସହିତ ସଶକ୍ତ କରିବା ଏବଂ ସହରରେ ସୁରକ୍ଷିତ ଯାତ୍ରା ବିକଳ୍ପ ପ୍ରଦାନ କରିବା। ବର୍ତ୍ତମାନ, ଏହି ଯୋଜନା ପ୍ରସ୍ତାବ ପର୍ଯ୍ୟାୟରେ ଅଛି, କିନ୍ତୁ ଯଦି ସବୁକିଛି ଯୋଜନା ଅନୁଯାୟୀ ହୁଏ, ତେବେ ମହିଳା ଆରୋହୀମାନଙ୍କୁ ଖୁବ ଶୀଘ୍ର ଦିଲ୍ଲୀର ରାସ୍ତାରେ ଇଲେକ୍ଟ୍ରିକ ବାଇକ ଚଲାଉଥିବାର ଦେଖାଯାଇପାରିବ।

ଇ-ବାଇକ ଦିଦି ଯୋଜନା କ’ଣ?
ଇ-ବାଇକ ଦିଦି ଯୋଜନା ଦିଲ୍ଲୀର ଯୁବତୀମାନଙ୍କୁ ନିଯୁକ୍ତି ଏବଂ ଆତ୍ମର୍ନିଭରଶୀଳତା ପ୍ରଦାନ କରିବା ଲକ୍ଷ୍ୟ ରଖିଛି। ସରକାର ମହିଳାମାନଙ୍କୁ ନିରାପଦ ଏବଂ ର୍ନିଭରଯୋଗ୍ୟ ଯାତ୍ରା ବିକଳ୍ପ ମଧ୍ୟ ପ୍ରଦାନ କରିବାକୁ ଚାହାଁନ୍ତି। ଏହି ଯୋଜନା ପ୍ରଦୂଷଣ ହ୍ରାସ କରିବା ଦିଗରେ ଏକ ପଦକ୍ଷେପ ମଧ୍ୟ ହେବ, କାରଣ ଏହା ଇଲେକ୍ଟ୍ରିକ ଦୁଇଚକିଆ ଯାନ ବ୍ୟବହାର କରିବ। ପ୍ରାରମ୍ଭରେ, ଏହାକୁ ଏକ ପାଇଲଟ ପ୍ରୋଜେକ୍ଟ ଭାବରେ କାର୍ଯ୍ୟକାରୀ କରାଯିବ ଏବଂ ସଫଳ ହେଲେ, ପର୍ଯ୍ୟାୟକ୍ରମେ ସମଗ୍ର ସହରରେ ବିସ୍ତାର କରାଯିବ।

ଏହି ଯୋଜନାର ମଡେଲଟି Ola ଏବଂ Rapido ଭଳି ପ୍ରମୁଖ ରାଇଡ-ହେଲିଂ ଆପ୍ସ ପରି ହୋଇପାରେ। ରାଇଡ ବୁକିଂ ଅନଲାଇନରେ ହେବ ଏବଂ ଡିଜିଟାଲ ପେମେଣ୍ଟ ବିକଳ୍ପ ଉପଲବ୍ଧ ହେବ। ମହିଳାମାନେ ଇଲେକ୍ଟ୍ରିକ ବାଇକ ଚଲାଇ ଟଙ୍କା ରୋଜଗାର କରିପାରିବେ। ଏହି ଯୋଜନା ମହିଳାମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ଏବଂ ଯାତ୍ରୀମାନଙ୍କ ପାଇଁ ସୁବିଧା ଉଭୟ ପ୍ରଦାନ କରିବ।

ଏହି ସେବା ଅଧୀନରେ, ମହିଳା ଆରୋହୀମାନେ କେବଳ ମହିଳା ଯାତ୍ରୀମାନଙ୍କୁ ରାଇଡ ପ୍ରଦାନ କରିବେ। ସେମାନଙ୍କୁ ମେଟ୍ରୋ ଷ୍ଟେସନ, ବସ ଷ୍ଟପ, ପର୍ଯ୍ୟଟନସ୍ଥଳ ଏବଂ ଦିଲ୍ଲୀ-NCRର ପ୍ରମୁଖ ଅଞ୍ଚଳଗୁଡ଼ିକୁ ସୁରକ୍ଷିତ ଭାବରେ ପରିବହନ କରାଯିବ। ମେଟ୍ରୋରୁ ଘରକୁ ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରି ଶେଷ ମାଇଲ ସଂଯୋଗୀକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ସେହି ଚାଇନିଜ ମହିଳା ଆଲିସ ହୁଆଙ୍ଗ? ଯିଏ ଏନଭିଡିଆ (Nvidia) ସିଇଓ ଜେନସେନଙ୍କୁ ‘ହନି ଟ୍ରାପ’ରେ ଫସାଇଲେ

ଓ୍ବାଶିଂଟନ,୯।୧୧: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଚିପ ଏବଂ ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ବିଶ୍ୱର ସବୁଠାରୁ ବଡ଼ କମ୍ପାନୀ‘ଏନଭିଡିଆ’ (Nvidia) ର ସିଇଓ ଜେନସେନ ହୁଆଙ୍ଗ, ଜଣେ ଚାଇନିଜ…

ଦୀପାବଳିରେ ଏଭଳି ବୟାନ ଦେଇ ବିବାଦରେ ଖାର୍ଗେ, ଘେରିଲା ଭାଜପା

ନୂଆଦିଲ୍ଲୀ,୯।୧୧: ସାରା ଦେଶରେ ରବିବାର ଧୁମ୍‌ଧାମ୍‌ରେ ପାଳିତ ହୋଇଛି ଆଲୋକର ପର୍ବ ଦୀପାବଳି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ…

ଆଉ ମାତ୍ର ୨୨ ରନ୍‌…ଇତିହାସ ରଚିବେ ବିରାଟ କୋହଲି: ବିଶ୍ୱର ପ୍ରଥମ ବ୍ୟାଟର୍‌ ହାସଲ କରିବେ ଏମିତି କାରନାମା

ନୂଆଦିଲ୍ଲୀ,୯।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବର୍ତ୍ତମାନ ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯାଉଛି। ଏହି ସିରିଜ୍‌ରେ ଭାରତୀୟ ଦଳ ୨-୦ରେ ଆଗୁଆ ରହିଛି। ସିରିଜ୍‌ର…

‘ଏହି ଜୀବନରେ ଆମକୁ କେହି ଅଲଗା କରିପାରିବେ ନାହିଁ’, ଏମିତି କହି ଗୋବିନ୍ଦାଙ୍କ ସହ ସମ୍ପର୍କକୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଲେ ସୁନିତା

ମୁମ୍ବାଇ: ବଲିଉଡର ‘ହିରୋ ନମ୍ବର ୧’ ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବୈବାହିକ ଜୀବନ ସମ୍ପ୍ରତି ଆଲୋଚନାର ଏକ ମୁଖ୍ୟ ବିଷୟ ପାଲଟିଛି। କିଛି…

ସମ୍ବଲପୁରରେ ନିୟମକୁ ଫୁ’: ବାୟୁ ପ୍ରଦୂଷଣ ସଙ୍ଗୀନ, ନୀରବ ପ୍ରଶାସନ

ସମ୍ବଲପୁର,୯।୧୧(ପ୍ରମୋଦ ବହିଦାର): ସମ୍ବଲପୁର ସହରରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ପ୍ରଶାସନର କଟକଣା ସମ୍ପୂର୍ଣ୍ଣ ରୂପେ ଭୁଲୁଣ୍ଠିତ ହୋଇଛି। ପ୍ରଦୂଷଣ ନିୟନ୍ତ୍ରଣ ନିର୍ଦ୍ଦେଶାବଳୀ ଅନୁଯାୟୀ…

ଛୋଲେ-କୁଲଚା ବିକାଳିଙ୍କ ପୁଅ ସାଜିଲେ ଭାରତର ନୂଆ ହିରୋ: ପାକିସ୍ତାନ ବିପକ୍ଷରେ କଲେ କମାଲ୍‌

ନୂଆଦିଲ୍ଲୀ,୧୯।୧୧: ଅଣ୍ଡର-୧୯ ଏସିଆ କପ ୨୦୨୬ରେ ପାକିସ୍ତାନ ବିପକ୍ଷରେ ପରାଜୟ ସତ୍ତ୍ୱେ ଭାରତୀୟ ଯୁବ ବ୍ୟାଟର୍‌ ଅର୍ଜୁନ ରାଜପୁତଙ୍କ ଲଢ଼ୁଆ ଇନିଂସ ସମସ୍ତଙ୍କ ହୃଦୟ ଜିତିଛି। ଦଳ…

୨୦୨୭ ବିଶ୍ୱକପ ଜିତିବା ପାଇଁ ରୋହିତ ଶର୍ମାଙ୍କ ବଡ଼ ପ୍ଲାନ୍‌: ଶୁବମନ ଗିଲ୍‌ଙ୍କୁ ବିବାହ…

ନୂଆଦିଲ୍ଲୀ,୯।୧୧: ୨୦୨୭ ବିଶ୍ୱକପ ଜିତିବା ପାଇଁ ଯାହା କରିବାକୁ ପଡ଼ିବ, ସେ ସବୁ କରିବାକୁ ପ୍ରସ୍ତୁତ ରୋହିତ ଶର୍ମା। ଏପରିକି ଟିମ ଇଣ୍ଡିଆର ଅଧିନାୟକ ଶୁବମନ ଗିଲଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?