Posted inଜାତୀୟ

ବିବାହ ଭୋଜିରେ ସାମିଲ ହୋଇପାରିବେ ଦୁଇ ଶହରୁ ଅଧିକ ଅତିଥି: ମାନିବାକୁ ପଡିବ ୫ ନିୟମ!

ନୂଆଦିଲ୍ଲୀ,୧ ।୧୧: ବିବାହ ଉତ୍ସବକୁ ନେଇ ଦିଲ୍ଲୀ ସରକାର ଏକ ଖୁସି ଖବର ଦେଇଛନ୍ତି । ସୂଚନାରୁ ଜଣାପଡିଛି ଏଣିକି ବିବାହ ଉତ୍ସବରେ ୨ଶହରୁ ଅଧିକ ଅତିଥି ଯୋଗ ଦେଇ ପାରିବେ । ହେଲେ ଏଥିପାଇଁ ସରକାର କେତୋଟି ସର୍ତ୍ତ ରଖିଛନ୍ତି । ଏଥିମଧ୍ୟରୁ ଗୋଟିଏ ବି ସର୍ତ୍ତ ପାଳନ ନ କଲେ ଜରିମାନା ଦେବା ନିଶ୍ଚିତ । ଏହା ପୂର୍ବରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ବିବାହ ଭୋଜିରେ କେବଳ ୫୦ ଜଣ ଅତିଥି ଯୋଗ ଦେଇ ପାରିବେ ବୋଲି ଅନୁମତି ପ୍ରଦାନ କରିଥିଲେ । ହେଲେ ଏବେ ଲୋକେ ଏକ ପ୍ରକାର କରୋନା ମହାମାରୀ ସହ ବଞ୍ଚିବା ଶିଖିଯାଇଥିବା ବେଳେ ସରକାର ମଧ୍ୟ ବହୁ ଚିନ୍ତା କରି ଏଭଳି ଏକ ଘୋଷଣା କରିଥିବା କୁହାଯାଉଛି । ଦିଲ୍ଲୀ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇନ ଅନୁଯାୟୀ, ଯଦି କୌଣସି ଆବଦ୍ଧ ସ୍ଥାନରେ ବିବାହ କାର୍ଯ୍ୟ କରାଯାଉଛି ତେବେ ସେଠାକାର କ୍ଷମତାଠାରୁ ମାତ୍ର ୫୦ ପ୍ରତିଶତ ଅତିଥି ଯୋଗ ଦେଇ ପାରିବେ । କିନ୍ତୁ ଯଦି କୌଣସି ଖୋଲା ସ୍ଥାନରେ ବିବାହ କରାଯାଉଛି ତେବେ ସେଠାରେ ୨ଶହରୁ ଅଧିକ ଲୋକ ଯୋଗ ଦେଇପାରିବେ । ଏଥିରେ କୌଣସି ପ୍ରତିବନ୍ଧକ ନାହିଁ । ଦୀପାବଳି ପରେ ପରେ ବିବାହ ଋତୁ ଆରମ୍ଭ ହୋଇଯାଉଥିବାରୁ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ସାଧାରଣ ଜନତାଙ୍କଠାରୁ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ସମସ୍ତେ ଖୁସି ବ୍ୟକ୍ତ କରିଛନ୍ତି । ତେବେ ଏଥିପାଇଁ ୫ଟି ନିୟମ ପାଳନ କରିବା ଜରୁରୀ ବୋଲି ସରକାର କହିଛନ୍ତି । ଏହି ନିୟମ ମଧ୍ୟରେ ରହିଛି ବିବାହ ଭୋଜିରେ ସାମିଲ ହେଉଥିବା ପ୍ରତ୍ୟେକ ବ୍ୟକ୍ତି ମାସ୍କ ପିନ୍ଧିବା ଜରୁରୀ । ସେହିଭଳି ପରସ୍ପର ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ବି ଜରୁରୀ । ଭୋଜିରେ ଯୋଗ ଦେବାକୁ ଆସୁଥିବା ସମସ୍ତ ଅତିଥିଙ୍କର ଥର୍ମାଲ୍ ସ୍କ୍ରିନିଂ ଜରୁରୀ । ବିବାହ ସ୍ଥଳରେ ହ୍ୟାଣ୍ଡ ସାନିଟାଇଜର ବ୍ୟବସ୍ଥାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ଫଳରେ ସଂକ୍ରମଣ ଆଶଙ୍କା କମ୍ ରହିବ । ଏହିସବୁ ନିୟମ ମଧ୍ୟରୁ ଯଦି ଗୋଟିଏ ବି ପାଳନ ନ କରାଯାଏ ତେବେ ଏଥିପାଇଁ ଜରିମାନାର ବ୍ୟବସ୍ଥା ରଖାଯାଇଛି । ସୂଚନାଯୋଗ୍ୟ, ଶୀତ ଆରମ୍ଭରୁ ଓ ପାର୍ବଣ ଋତୁ ସରୁ ସରୁ ଦିଲ୍ଲୀରେ ଏବେ ଲଗାତାର ଭାବେ ପ୍ରତିଦିନ ପାଖାପାଖି ୫ ହଜାର ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?