Posted inଜାତୀୟ

ବିବାହ ଭୋଜିରେ ସାମିଲ ହୋଇପାରିବେ ଦୁଇ ଶହରୁ ଅଧିକ ଅତିଥି: ମାନିବାକୁ ପଡିବ ୫ ନିୟମ!

ନୂଆଦିଲ୍ଲୀ,୧ ।୧୧: ବିବାହ ଉତ୍ସବକୁ ନେଇ ଦିଲ୍ଲୀ ସରକାର ଏକ ଖୁସି ଖବର ଦେଇଛନ୍ତି । ସୂଚନାରୁ ଜଣାପଡିଛି ଏଣିକି ବିବାହ ଉତ୍ସବରେ ୨ଶହରୁ ଅଧିକ ଅତିଥି ଯୋଗ ଦେଇ ପାରିବେ । ହେଲେ ଏଥିପାଇଁ ସରକାର କେତୋଟି ସର୍ତ୍ତ ରଖିଛନ୍ତି । ଏଥିମଧ୍ୟରୁ ଗୋଟିଏ ବି ସର୍ତ୍ତ ପାଳନ ନ କଲେ ଜରିମାନା ଦେବା ନିଶ୍ଚିତ । ଏହା ପୂର୍ବରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ବିବାହ ଭୋଜିରେ କେବଳ ୫୦ ଜଣ ଅତିଥି ଯୋଗ ଦେଇ ପାରିବେ ବୋଲି ଅନୁମତି ପ୍ରଦାନ କରିଥିଲେ । ହେଲେ ଏବେ ଲୋକେ ଏକ ପ୍ରକାର କରୋନା ମହାମାରୀ ସହ ବଞ୍ଚିବା ଶିଖିଯାଇଥିବା ବେଳେ ସରକାର ମଧ୍ୟ ବହୁ ଚିନ୍ତା କରି ଏଭଳି ଏକ ଘୋଷଣା କରିଥିବା କୁହାଯାଉଛି । ଦିଲ୍ଲୀ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇନ ଅନୁଯାୟୀ, ଯଦି କୌଣସି ଆବଦ୍ଧ ସ୍ଥାନରେ ବିବାହ କାର୍ଯ୍ୟ କରାଯାଉଛି ତେବେ ସେଠାକାର କ୍ଷମତାଠାରୁ ମାତ୍ର ୫୦ ପ୍ରତିଶତ ଅତିଥି ଯୋଗ ଦେଇ ପାରିବେ । କିନ୍ତୁ ଯଦି କୌଣସି ଖୋଲା ସ୍ଥାନରେ ବିବାହ କରାଯାଉଛି ତେବେ ସେଠାରେ ୨ଶହରୁ ଅଧିକ ଲୋକ ଯୋଗ ଦେଇପାରିବେ । ଏଥିରେ କୌଣସି ପ୍ରତିବନ୍ଧକ ନାହିଁ । ଦୀପାବଳି ପରେ ପରେ ବିବାହ ଋତୁ ଆରମ୍ଭ ହୋଇଯାଉଥିବାରୁ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ସାଧାରଣ ଜନତାଙ୍କଠାରୁ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ସମସ୍ତେ ଖୁସି ବ୍ୟକ୍ତ କରିଛନ୍ତି । ତେବେ ଏଥିପାଇଁ ୫ଟି ନିୟମ ପାଳନ କରିବା ଜରୁରୀ ବୋଲି ସରକାର କହିଛନ୍ତି । ଏହି ନିୟମ ମଧ୍ୟରେ ରହିଛି ବିବାହ ଭୋଜିରେ ସାମିଲ ହେଉଥିବା ପ୍ରତ୍ୟେକ ବ୍ୟକ୍ତି ମାସ୍କ ପିନ୍ଧିବା ଜରୁରୀ । ସେହିଭଳି ପରସ୍ପର ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ବି ଜରୁରୀ । ଭୋଜିରେ ଯୋଗ ଦେବାକୁ ଆସୁଥିବା ସମସ୍ତ ଅତିଥିଙ୍କର ଥର୍ମାଲ୍ ସ୍କ୍ରିନିଂ ଜରୁରୀ । ବିବାହ ସ୍ଥଳରେ ହ୍ୟାଣ୍ଡ ସାନିଟାଇଜର ବ୍ୟବସ୍ଥାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ଫଳରେ ସଂକ୍ରମଣ ଆଶଙ୍କା କମ୍ ରହିବ । ଏହିସବୁ ନିୟମ ମଧ୍ୟରୁ ଯଦି ଗୋଟିଏ ବି ପାଳନ ନ କରାଯାଏ ତେବେ ଏଥିପାଇଁ ଜରିମାନାର ବ୍ୟବସ୍ଥା ରଖାଯାଇଛି । ସୂଚନାଯୋଗ୍ୟ, ଶୀତ ଆରମ୍ଭରୁ ଓ ପାର୍ବଣ ଋତୁ ସରୁ ସରୁ ଦିଲ୍ଲୀରେ ଏବେ ଲଗାତାର ଭାବେ ପ୍ରତିଦିନ ପାଖାପାଖି ୫ ହଜାର ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୪.୩୫% ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତ

ନୂଆଦିଲ୍ଲୀ,୧୩।୧୦: ସେପ୍ଟେମ୍ବରରେ ଖାଉଟି ମୂଲ୍ୟ ସୂଚୀ ଭିତ୍ତିକ ମୁଦ୍ରାସ୍ଫୀତି (ସିପିଆଇ) ୫ ମାସର ସର୍ବନିମ୍ନ ସ୍ତର ୪.୩୫% ସ୍ତରକୁ ଖସିଛି। ଏହା ଅଗଷ୍ଟରେ ୫.୫୯% ସ୍ତରରେ...

ଭିଡିଓ କଲ୍‌ରେ ସ୍ତ୍ରୀ ପୁଅର ଚେହେରା ନ ଦେଖାଇବାରୁ ସ୍ବାମୀ ନେଲେ ଚରମ ନିଷ୍ପତ୍ତି, ଜାଣିଲେ…

ଭୋପାଳ,୬ା୯: ମଧ୍ୟପ୍ରଦେଶର ଶିବାନୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ରାଗି କି ବାପଘର ଚାଲି ଯାଇଥିବା ଜଣେ ମହିଳା ଭିଡିଓ କଲ୍‌ରେ ପୁଅର ମୁହଁ...

ଘୁଞ୍ଚିଲା ସ୍କୁଲ ଖୋଲିବା ତାରିଖ…

ଶିମଲା,୨୧।୯: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ହିମାଚଳ ପ୍ରଦେଶ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସରକାର ସ୍କୁଲ ଖୋଲିବା ତାରିଖକୁ ସେପ୍ଟେମ୍ବର ୨୫...

କଂଗ୍ରେସ କାର୍ଯ୍ୟାଳୟରେ ମାଡ଼ପିଟ୍‌: ପୋଲିସ ସୁରକ୍ଷାରେ ବୈଠକ କରିଲେ ପ୍ରଦେଶ ଅଧ୍ୟକ୍ଷ

ରାଞ୍ଚି,୨।୮: ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଦଳ ଏବେ ନେତୃତ୍ୱହୀନ ହୋଇପଡ଼ିଛି। ନିର୍ବାଚନର ଫଳାଫଳ ପାଇଁ ପରସ୍ପର ଉପରେ କାଦୁଅଫିଙ୍ଗା ଚାଲିଥିବା...

ଭିନ୍ନକ୍ଷମ ଭୋଟରଙ୍କ ପାଇଁ ପାଲିଙ୍କିର ବ୍ୟବସ୍ଥା କଲେ ନିର୍ବାଚନ କମିଶନ

ନାହାନ,୧୯।୫: ଲୋକ ସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ରବିବାର ଚାଲିଥିବା ବେଳେ ଏଥିରେ ଭିନ୍ନକ୍ଷମମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନେ କିପରି ସୁରୁଖୁରୁରେ...

୧୭ରୁ ଖୋଲିବ ଦିଲ୍ଲୀ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ,୯।୨: ଆସନ୍ତା ଫେବୃୟାରୀ ୧୭ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଖୋଲିବ ବୋଲି ପ୍ରଫେସର ରଜନୀ ଆବି ବଧବାର ସୂଚନା ଦେଇଛନ୍ତିି। ଫିଜିକାଲ କ୍ଲାସ୍‌ କିଭଳି ହେବ ଏବଂ...

ଶାହଙ୍କୁ ମିଳିପାରେ ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୯ା୫: ମେ’ ୩୦ରେ ପ୍ରଧାନମନ୍ତ୍ରୀଭାବେ ନରେନ୍ଦ୍ର ମୋଦି ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟବୃନ୍ଦ ଶପଥଗ୍ରହଣ କରିବେ। ମନ୍ତ୍ରିମଣ୍ଡଳରେ କାହାକୁ ସ୍ଥାନ ମିଳିବ, ସେନେଇ ଅଙ୍କକଷା ଚାଲିଥିବାବେଳେ...

ଅନ୍ନଦାତାଙ୍କ ଆନ୍ଦୋଳନକୁ ସମର୍ଥନ କଲେ ବର: କନ୍ୟାଘରକୁ ଗଲେ ଟ୍ରାକ୍ଟରରେ

କର୍ନାଲ,୬।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ଦେଶବ୍ୟାପୀ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଧୀରେଧୀରେ ଆନ୍ଦୋଳନକୁ ଲୋକଙ୍କ ସମର୍ଥନ ମିଳିବାରେ ଲାଗିଛି। ହରିୟାଣା କର୍ନାଲରେ...

Advertisement
Archives

Model This Week