Posted inଜାତୀୟ

ମୁଣ୍ଡକାରେ ଭୀଷଣ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୧୩।୫: ଦିଲ୍ଲୀର ମୁଣ୍ଡକା ଅଞ୍ଚଳ ସ୍ଥିତ ମେଟ୍ରୋ ଷ୍ଟେଶନ ନିକଟସ୍ଥ ଏକ ବିଲ୍ଡିଂରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମହିଳାଙ୍କ ମୃତଦେହ ଉଦ୍ଧାର କରାଯଇଛି। ତେବେ ବିଲ୍ଡିଂରେ ଅନେକ ଲୋକ ଫସିରହିଥିବା କୁହାଯାଉଛି। ସୂଚନାଯୋଗ୍ୟ, ସନ୍ଧ୍ୟା ୪ଟା ୪୫ ମିନିଟ୍‌ରେ ମୁଣ୍ଡକା ଅଞ୍ଚଳ ସ୍ଥିତ ମେଟ୍ରୋ ଷ୍ଟେଶନ ନିକଟସ୍ଥ ଏକ ବିଲ୍ଡିଂର ଏକ ଅଫିସ୍‌ରେ ନିଆଁ ଲାଗିଯାଇଥିଲା। ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ଓ ୨୪ଟି ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ଏଥିସହ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ମିଶି ଲୋକଙ୍କୁ ମଧ୍ୟ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଥିଲେ। ଏହି ସମୟରେ ଝରକା ଦେଇ ଅନେକ ଲୋକଙ୍କୁ ବାହାର କରାଯାଇଥିବା ବେଳେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପୋଲିସ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ଯିଏ ଆଣିବ ଫେରାଇ, ତାଙ୍କୁ ଦେବି ଭୋଟ…

ଲକ୍ଷ୍ନୌ,୫।୪: ଉତ୍ତରପ୍ରଦେଶରେ ଆଗକୁ ପଞ୍ଚାୟତ ନିର୍ବାଚନ ହେବ। ତେବେ ନିର୍ବାଚନରେ ପ୍ରାର୍ଥୀଙ୍କୁ ଭୋଟ ଦେବାନେଇ ଜଣେ ଭୋଟର ଅଜବ ସର୍ତ୍ତ ରଖିଛନ୍ତି। ସ୍ଥାନୀୟ ରହିମାବାଦ ଅଞ୍ଚଳର...

ଜେଡିୟୁ ନେତାଙ୍କୁ ଗୁଳି ମାରି ହତ୍ୟା

ପାଟନା,୨୯।୩: ବିହାରର ରାଜଧାନୀ ପାଟନାରେ ଶାସକ ଦଳର ଜେଡିୟୁ ନେତା ତଥା ଦାନାପୁର ମ୍ୟୁନିସିପାଲିଟି କାଉନସିଲର ଉପାଧ୍ୟକ୍ଷ ଦୀପକ କୁମାର ମେହେଟ୍ଟାଙ୍କୁ କିଛି ଦୁର୍ବୃତ୍ତ ହତ୍ୟା...

ତଟରକ୍ଷୀ ବାହିନୀରେ ସାମିଲ୍‌ ହେଲା କନକଲତା ବରୁଆ

କୋଲକାତା, ୩୦।୯: ଭାରତୀୟ ତଟରକ୍ଷୀ ବାହିନୀରେ କନକଲତା ବରୁଆ ଜାହାଜ ସାମିଲ୍‌ ହୋଇଛି। ବୁଧବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କୋଲକାତାରେ ଏହାକୁ ସାମିଲ୍‌ କରାଯାଇଛି। ଏହାକୁ...

ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୩୧।୧୦: ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ୧୪୫ ତମ ଜନ୍ମ ବାର୍ଷିକୀରେ ଦେଶ ଶ୍ରଦ୍ଧାଞ୍ଜଳି ଦେଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ସ୍ବରାଷ୍ଟ୍ରମନ୍ତ୍ରୀ...

ଟିଆର୍‌ଏସ୍‌ କର୍ମୀଙ୍କୁ ହତ୍ୟାକଲେ ମାଓବାଦୀ

ହାଇଦ୍ରାବାଦ, ୧୨।୧୦: ତେଲଙ୍ଗାନାର ମୁଲୁଗୁ ଜିଲା ଅନ୍ତର୍ଗତ ଆଲୁବାକା ଗ୍ରାମରେ ମାଓବାଦୀମାନେ ଜଣେ ଟିଆର୍‌ଏସ୍‌ କର୍ମୀଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି। ମାଓବାଦୀଙ୍କୁ ଟଙ୍କା ଦେବାକୁ...

ନେହେରୁଙ୍କୁ କାହିଁକି ଘୃଣା କରୁଛନ୍ତି କେନ୍ଦ୍ର ସରକାର, ସଞ୍ଜୟଙ୍କ ପ୍ରଶ୍ନ…

ମୁମ୍ବାଇ,୫।୯: ଶିବସେନା ଏମ୍‌ପି ସଞ୍ଜୟ ରାଉତ ରବିବାର କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଭାରତର ସ୍ବାଧିନତାର ୭୫ ତମ...

ସରକାରୀ କର୍ମଚାରୀଙ୍କ ଛୁଟି ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର

ଡେରାଡୁନ,୫।୭: ଉତ୍ତରାଖଣ୍ଡ ସରକାର ସରକାରୀ କର୍ମଚାରୀଙ୍କ ଛୁଟି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ମୌସୁମୀ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ କୌଣସି...

କଶ୍ମୀର, ଲଦାଖରେ ହେବ ୩୧ ଟନେଲ

ଗୁଲ୍‌ମାର୍ଗ, ୨୯।୯: କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ମଙ୍ଗଳବାର ଜୋଜିଳା ଗିରିପଥରେ ଏସିଆର ଦୀର୍ଘତମ ଟନେଲ ନିର୍ମାଣ କାର୍ଯ୍ୟର...

Advertisement
Archives

Model This Week