Posted inଜାତୀୟ

ବର୍ଷାରେ ଦିଲ୍ଲୀ ଉବୁଟୁବୁ

ନୂଆଦିଲ୍ଲୀ, ୨୦।୭(ପି.ଟି.): ଦିଲ୍ଲୀରେ ସୋମବାର ସକାଳୁ ପ୍ରବଳ ବର୍ଷା ଲାଗି ରହିବା ଫଳରେ ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହେବା ସହ ଟ୍ରାଫିକ୍‌ ଜାମ୍‌ ସମସ୍ୟା ସୃଷ୍ଟି ହୋଇଥିଲା। ଆଇଟିଓ, ରିଙ୍ଗ୍‌ ରୋଡ୍‌, ପ୍ରଗତି ମଇଦାନ, ପାଲାମ, କିରାରି ଏବଂ ରୋହତକ୍‌ ରୋଡ୍‌ରେ ରାସ୍ତା ବୁଡ଼ିରହିଥିବାରୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଦକ୍ଷିଣ-ପୂର୍ବ ଦିଲ୍ଲୀର ପୁଲ୍‌ ପ୍ରହଲାଦପୁର ରେଲ୍‌ଓ୍ବେ ଅଣ୍ଡରପାସ୍‌ ବୁଡ଼ିଯିବାରୁ ଗାଡ଼ିଗୁଡ଼ିକୁ ଅନ୍ୟ ରୁଟ୍‌ରେ ଛଡ଼ାଯାଇଥିଲା। ଉକ୍ତ ଅଣ୍ଡରପାସ୍‌ରେ ବୁଡ଼ି ଜଣେ ପ୍ରାଣ ହରାଇଥିବା ଜଣାପଡ଼ିଛି। ସେହିପରି ରିଙ୍ଗରୋଡ ମିଲେନିୟମ ପାର୍କ ନିକଟ, ସରଇ କାଲେ ଖାନ୍‌, କିଲୋକ୍ରି, ଆଇପି ଫ୍ଲାଏଓଭର ନିକଟ, ଧଉଳା କୁଆଁ, ବିକାଶ ମାର୍ଗ, ଆଜାଦପୁର ଆଦି ଅଞ୍ଚଳରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଥିଲା। ଜଳ ନିଷ୍କାସନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି।
ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୭୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀ-ଏନସିଆର୍‌ ଅଞ୍ଚଳରେ ଘଡ଼ଘଡି ସହ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଉତ୍ତର ଭାରତରେ ୨୧ ପର୍ଯ୍ୟନ୍ତ ଏବଂ ପଶ୍ଚିମ ଉପକୂଳରେ ୨୩ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି କୁହାଯାଇଛି। ଶନିବାର ରାତିରେ ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁ ଘର ଭୁଶୁଡ଼ି ୩୦ ଜଣ ଏବଂ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟା: ବଢୁଛି ଜଳସ୍ତର, ସତର୍କ କରାଇଲେ ସରକାର

କାଠମାଣ୍ଡୁ,୩୦।୮: ବୁଧବାର ହୋଇଥିବା ଭୟଙ୍କର ବନ୍ୟା ପରେ ନେପାଳର ପରିସ୍ଥିତି ଗମ୍ଭୀର ରହିଛି। ମଧ୍ୟ ନେପାଳରେ ହଠାତ ବନ୍ୟାରେ ମୃତ୍ୟୁ ସଂଖ୍ୟା ୭୩୪ ରେ ପହଞ୍ଚିଛି, ଯେତେବେଳେ…

ଅଧରାତିରେ ଘର ଉପରକୁ ମାଡ଼ିଗଲା ଟ୍ରକ୍, ପରିବାର ଲୋକେ…

ପଦ୍ମପୁର,୩୦ା୮(ପ୍ରଦୀପ୍ତ ଦାଶ): ପଦ୍ମପୁର-ପାଟଣାଗଡ଼ ରାସ୍ତାର ରଜାପଡ଼ାଠାରେ ଏକ ବଡ଼ ଅଘଟଣ ଘଟିଯାଇଛି । ରବିବାର ରାତି ପ୍ରାୟ ୧ଟା ସମୟରେ ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ…

ଗୁଟଖା ପ୍ରେମୀଙ୍କୁ ଝଟକା; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ୟବସାୟ ବନ୍ଦ….

କଟକ,୩୦ା୮(ପ୍ରଭୁକଲ୍ୟାଣ ପାଲ୍): ଗୁଟଖା ପ୍ରେମୀଙ୍କୁ ଝଟକା। ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ ହେବ । ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ନେପାଳ ପରେ, ଚାଇନାରେ ବିପର୍ଯ୍ୟୟ; ୪୯ ଭାରତୀୟ ନିଖୋଜ, ହେଲ୍ପଲାଇନ ନମ୍ବର ଜାରି

ବେଜିଂ,୩୦।୮: ଅଗଷ୍ଟ ୨୬ ରେ ଚାଇନା-ନେପାଳ ସୀମାରେ ଥିବା ଗାଇରୋଙ୍ଗ ବନ୍ଦରରେ ହୋଇଥିବା ଭୂସ୍ଖଳନ ପରେ ପରିସ୍ଥିତି ଜଟିଳ ରହିଛି। ଦକ୍ଷିଣ-ପଶ୍ଚିମ ଚାଇନାର ଜିଜାଙ୍ଗ ସ୍ବୟଂଶାସିତ ଅଞ୍ଚଳର…

ସେକ୍ଟର ମିଟିଂ ଚାଲିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ବଜ୍ରପାତ, ୯ କର୍ମୀ…

ପାଟଣା,୩୦ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମଲ୍ଲିପୋଷି ଅଙ୍ଗନୱାଡ଼ି କେନ୍ଦ୍ରରେ ବୈଠକ ଚାଲିଥିବା ବେଳେ ବଜ୍ରପାତ ହୋଇଛି । ଶନିବାର ୨୩ ଜଣ ଅଙ୍ଗନୱାଡ଼ି…

ପୂର୍ବତନ ମନ୍ତ୍ରୀଙ୍କ ଦେହାନ୍ତ, ଅଞ୍ଚଳରେ ଶୋକର ଛାୟା

ନବରଙ୍ଗପୁର,୩୦ା୮(ସଦାଶିବ ପ୍ରହରାଜ): ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ମାଝୀ (୮୭)ଙ୍କ ରବିବାର ସକାଳ ପ୍ରାୟ ୫ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ…

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ନେପାଳରେ କେମିତି ତାଣ୍ଡବ କଲା ଜଳ ପ୍ରଳୟ? ଭାଇରାଲ ହେଉଛି ଗ୍ଲେସିୟର ଭାଙ୍ଗିବାର ଭୟଙ୍କର ଦୃଶ୍ୟ, ଦେଖନ୍ତୁ…

ନୂଆଦିଲ୍‌ଲୀ,୩୦।୮: ନେପାଳରେ ଗ୍ଲେସିୟର ଭାଙ୍ଗିବା ଏବଂ ଗ୍ଲେସିଆଲ ହ୍ରଦ (Glacial Lake) ଫାଟିବା ଯୋଗୁଁ ଏକ ଭୟଙ୍କର ବନ୍ୟା ଆସିଛି, ଯାହା ତିବ୍ଦତ-ଚୀନ ସୀମାରେ ଥିବା ନେପାଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri