ଅଲଗା ରୋଗର ଚିକିତ୍ସା ପାଇଁ ଆସୁଥିବା ଲୋକଙ୍କ ନିକଟରେ ମିଳୁଛି କରୋନା ଭାଇରସ

ନୂଆଦିଲ୍ଲୀ,୧୯ ।୮: ଦିଲ୍ଲୀରେ ବେଳକୁ ବେଳ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅନ୍ୟ ରୋଗର ଚିକିତ୍ସା ପାଇଁ ଆସୁଥିବା ଲୋକଙ୍କ ନିକଟରେ କରୋନା ଭାଇରସ ଦେଖିବାକୁ ମିଳୁଥିବା କୁହାଯାଇଛି ।
ବସନ୍ତ କୁଞ୍ଜ ଫର୍ଟିଜ ହସ୍ପିଟାଲର ଡାଇରେକ୍ଟର ଡାକ୍ତର ଗୌରୀ ଶଙ୍କର ଶର୍ମା କହିଛନ୍ତି, ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ତେବେ ଅନ୍ୟ ରୋଗରେ ପୀଡ଼ିତ ହୋଇ ହସ୍ପିଟାଲ ଆସୁଥିବା ଅନେକ ଲୋକଙ୍କଠାରେ କରୋନା ସଂକ୍ରମଣ ଦେଖାଯାଇଛି । ଏବେ ହସ୍ପିଟାଲରେ ଦୁଇ ପ୍ରକାର ରୋଗୀ ଥିବା ସେ କହିଛନ୍ତି । ଗୋଟିଏ ଯେଉଁମାନେ ଅନ୍ୟରୋଗରେ ପୀଡିତ ହେବା ସହ କରୋନାରେ ସଂକ୍ରମିତ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଆଉ କେତେକ କରୋନାରେ ପୀଡ଼ିତ ହେବା ପରେ ହଡବଡେଇ ଯାଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ତେବେ କରୋନାରେ ସଂକ୍ରମିତ ହେଉଥିବା ଅନେକ ବ୍ୟକ୍ତି ଭ୍ୟାକ୍ସିନର ଉଭୟ ଡୋଜ ନେଇ ବି କରୋନାରେ ସଂକ୍ରିମିତ ହୋଇଥିବା ଡାକ୍ତର ଶର୍ମା କହିଛନ୍ତି । ସୂଚନାଯୋଗ୍ୟ, ଏବେ ଦେଶରେ ଦୈନିକ ୧୨ ହଜାର ଉପରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷ ଜମିରେ କରୋନା ସଚେତନତା ବାର୍ତ୍ତା ଲେଖିଲେ ସଚିନ

କୋହ୍ଲାପୁର,୨୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଏପରି ସ୍ଥଳେ ମାସ୍କ୍‌ ପିନ୍ଧିବା, ନିୟମିତ ସମୟ ଅନ୍ତରରେ ହାତ ଧୋଇବା, ସାମାଜିକ ଦୂରତା...

ବଲିଉଡ୍‌ ସହ ବାଇଡେନଙ୍କ ସମ୍ପର୍କ ରହିଛି ଏମିତି, ପ୍ରଚାର ମୈଦାନରେ ବାଜୁଥିଲା ଏହି ଫିଲ୍ମ ଗୀତ

ଓ୍ବାଶିଂଟନ/ନୂଆଦିଲ୍ଲୀ,୮ା୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଫଳାଫଳରେ ଡେମୋକ୍ରାଟିକ୍‌ ପ୍ରାର୍ଥୀ ଜୋ ବାଇଡେନ୍‌ ବିଜୟ ଲାଭ କରିଛନ୍ତି। ଏହି ନର୍ବାଚନ ଜିତିବା ପରେ ବାଇଡେନ ହେଉଛନ୍ତି ଆମେରିକାର...

ନୀତି ଆୟୋଗ ପୁନର୍ଗଠିତ

ନୂଆଦିଲ୍ଲୀ୍‌,୭ା୬:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ନୀତି ଆୟୋଗର ପୁନର୍ଗଠନ କରିଛନ୍ତି। ଏଥିରେ ସେ ପୂର୍ବଭଳି ରାଜୀବ କୁମାରଙ୍କ ଉପାଧ୍ୟକ୍ଷ ପଦ ବଜାୟ ରଖିଛନ୍ତି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ...

ରାଜ୍ୟରେ ୫ମାସ ପାଇଁ ଔଷଧ, ଚିକିତ୍ସା ଉପକରଣ ଉପଲବ୍ଧ

ଭୁବନେଶ୍ୱର, ୧୪ା୪(ବ୍ୟୁରୋ): ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ସମସ୍ତ ପଦକ୍ଷେପ ନେଇଛନ୍ତି। ୯ ମାସ ପାଇଁ ଆବଶ୍ୟକ ଔଷଧ ଓ ଚିକିତ୍ସା ଉପକରଣ ମହଜୁଦ...

୪୮ ନୂଆ କରୋନା ପଜିଟିଭଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର: ସଂଗରୋଧରେ ଥିଲେ ୪୭ ଆକ୍ରାନ୍ତ

ଭୁବନେଶ୍ୱର, ୧୮।୫(ବ୍ୟୁରୋ): ରାଜ୍ୟରେ ସୋମବାର ପୂର୍ବାହ୍ନରେ ୪୮ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬ରେ ପହଞ୍ଚିଛି। ତେବେ ଏହି...

ଆଖି ବୁଜିଲେ ଡୋନାଲ୍ଡ ଟ୍ରମ୍ପଙ୍କ ବଡ ପ୍ରଶଂସକ

ହାଇଦ୍ରାବାଦ୍‌,୧୧।୧୦: ଭାରତରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁପରଫ୍ୟାନ୍‌ ବୁସା କୃଷ୍ଣଙ୍କର ହୃଦଘାତରେ ପରଲୋକ ଘଟିଛି। ଟ୍ରମ୍ପ କୃଷ୍ଣ ନାମରେ ଜଣାଶୁଣା ବୁସା ଗତ ବର୍ଷ...

ଚାଇନାରୁ ଫେରିଥିବା ଭାରତୀୟମାନେ ମାସ୍କ ପିନ୍ଧି କଲେ ଡ୍ୟାନ୍ସ

ନୂଆଦିଲ୍ଲୀ,୨।୨: ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଯୋଗେ ୩୨୪ ଭାରତୀୟ ଚାଇନାରୁ ସ୍ବଦେଶ ଫେରିଛନ୍ତି। ଏମାନଙ୍କ ଭିତରେ ୩ ଶିଶୁ ଓ ୧୧ ଛାତ୍ର ରହିଛନ୍ତି।...

ରେଡ୍‌ ଜୋନ୍‌ରୁ ଚୌଦ୍ୱାର ଫେରିଥିଲେ: ପୌରପାଳିକା ତରଫରୁ ଘରେ ଲାଗିଲା ହୋମ୍‌ କ୍ୱାରାଣ୍ଟାଇନ ସୂଚନା ଫଳକ

ଚୌଦ୍ୱାର,୨ା୫(ଡି.ଏନ୍‌.ଏ.): କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ କଟକ ଜିଲା ଚୌଦ୍ୱାର ପୌରପାଳିକା ତରଫରୁ ଗାନ୍ଧିଛକସ୍ଥିତ ପୌର ଟାଉନ ହଲରେ କ୍ୱାରାଣ୍ଟାଇନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି।...

Advertisement
Archives

Model This Week