ତୃତୀୟ ଲହର ମୁକାବିଲା ପ୍ରସ୍ତୁତି: ୫ହଜାର ସ୍ବାସ୍ଥ୍ୟସହାୟକଙ୍କୁ ଦିଆଯିବ ତାଲିମ୍‌

ନୂଆଦିଲ୍ଲୀ,୧୬।୫: କରୋନାର ସମ୍ଭାବ୍ୟ ତୃତୀୟ ଲହର ସହ ମୁକାବିଲା ନେଇ ଦିଲ୍ଲୀ ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଡାକ୍ତରୀ କର୍ମଚାରୀଙ୍କ ଅଭାବକୁ ଧ୍ୟାନରେ ରଖି ସରକାର ୫ହଜାର ସ୍ବାସ୍ଥ୍ୟସହାୟକଙ୍କୁ ତାମିଲ ଦେବା ପାଇଁ ଯୋଜନା କରିଛନ୍ତି। ଏନେଇ ବୁଧବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସୂଚନା ଦେଇଛନ୍ତି। ଏଥିସହ ସେ କହିଛନ୍ତି, ଏହି ସ୍ବାସ୍ଥ୍ୟସହାୟକଙ୍କୁ ୨ ସପ୍ତାହ ଧରି ଟ୍ରେନିଂ ଦିଆଯିବ। ଆଉ ଏହି ଟ୍ରେନିଂ ଆଇପି ୟୁନିଭର୍ସିଟି ଦେବ। ସମସ୍ତ ୫ହଜାର ଯୁବବର୍ଗଙ୍କୁ ଦିଲ୍ଲୀର ୯ଟି ବଡ଼ ମେଡିକାଲ ଇନ୍‌ଷ୍ଟିଚ୍ୟୁଟରେ ସାଧାରଣ ତାଲିମ୍‌ ପ୍ରଦାନ କରାଯିବ। ଏହି ଯୁବବର୍ଗ ଡାକ୍ତର ଓ ନର୍ସଙ୍କ ନିର୍ଦ୍ଦେଶରେ କାମ କରିବେ। ହୋମ୍‌ କେୟାର କିମ୍ବା ପ୍ରାଥମିକ ଚିକିତ୍ସାରେ ସେମାନଙ୍କ ସହାୟତା ନିଆଯିବ ବୋଲି କେଜରିଓ୍ବାଲ କହିଛନ୍ତି। ଏତଦ୍‌ ବ୍ୟତୀତ ଟିକାକରଣ, ରକ୍ତଚାପ ଯାଞ୍ଚ, ଡାଏପର ବଦଳାଇବା ଓ ନମୁନା ନେବା ଆଦି କାର୍ଯ୍ୟ ଉପରେ ସେମାନଙ୍କୁ ଟ୍ରେନିଂ ଦିଆଯିବ। ସେମାନେ ଯେତେଦିନ ଯାଏ କାମ କରିବେ ସେତେ ଦିନର ଦରମା ଦିଆଯିବ। ଏଥିପାଇଁ ଜୁନ ୧୭ରୁ ଆବେଦନ ଗ୍ରହଣ କରାଯିବ ଏବଂ ଜୁନ ୨୮ରୁ ଟ୍ରେନିଂ ଆରମ୍ଭ ହେବ। ତେବେ ଉକ୍ତ ସ୍ବାସ୍ଥ୍ୟସହାୟକଙ୍କ ହେବା ପାଇଁ ଦ୍ୱାଦଶ ପାସ୍‌ ହେବା ସହ ୧୮ବର୍ଷରୁ ଊର୍ଦ୍ଧ୍ୱ ବୟସ ହୋଇଥିବା ଜରୁରୀ ବୋଲି କେଜରିଓ୍ବାଲ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?