Posted inଜାତୀୟ

ସକ୍ରିୟ ରାଜନୀତିରୁ ଛୁଟି ନେଇ ଏବେ ଏହି କାମ କରୁଛନ୍ତି କେଜ୍‌ରିଓ୍ବାଲ୍‌

ଜୟପୁର,୧।୯: ରାଜନୀତି ଯୋଗୁ ଦିନକୁ ଦିନ ବୃଦ୍ଧି ପାଉଥିବା ଚାପକୁ ଦୂର କରିବା ପାଇଁ ରାଜନେତାମାନେ ବିଭିନ୍ନ ପଦକ୍ଷେପ ନେଉଛନ୍ତି। କିଛି ନେତା ପରିବାର ସହିତ ଭ୍ରମଣରେ ଯାଉଛନ୍ତି ତ କିଛି ନେତା ଏଥିପାଇଁ ନିୟମିତ ଯୋଗ କରୁଛନ୍ତି। ଏବେ ଚାପରୁ ମୁକ୍ତି ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଭିପାସନା କେନ୍ଦ୍ରର ଆଶ୍ରୟ ନେଇଛନ୍ତି। ଏଥିପାଇଁ କେଜ୍‌ରିୱାଲ ଦଶ ଦିନ ସକ୍ରିୟ ରାଜନୀତିରୁ ଛୁଟି ନେଇଛନ୍ତି। ଦିଲ୍ଲୀ ଠାରୁ ପ୍ରାୟ ତିନି ଶହ କିଲୋମିଟର ଦୂରରେ ଥିବା ଜୟପୁରର ଗାଲଟା ଉପତ୍ୟକାର ଧାମଥାଲି ଭିପାସାନା କେନ୍ଦ୍ରରେ ମନକୁ ନିୟନ୍ତ୍ରଣ କରିବା ଏବଂ ଆତ୍ମ ଅବଲୋକନ କରିବା ପାଇଁ କେଜ୍‌ରିଓ୍ବାଲ ଚେଷ୍ଟା କରୁଛନ୍ତି। କେଜ୍‌ରିଓ୍ବାଲ ଦୁଇ ଦିନ ପୂର୍ବରୁ ଜୟପୁରରେ ପହଞ୍ଚିଛନ୍ତି ଏବଂ ସେ ଏହି ଭିପାସାନା କେନ୍ଦ୍ରରେ ଚାଲିଥିବା ଦଶ ଦିନିଆ ଶିବିରରେ ଯୋଗ ଦେଉଛନ୍ତି। ଯଦିଓ କେଜ୍‌ରିଓ୍ବାଲ ଜଣେ ମୁଖ୍ୟମନ୍ତ୍ରୀ ହେତୁ ରାଜ୍ୟ ଅତିଥି ମାନ୍ୟତା ପାଇଛନ୍ତି, କିନ୍ତୁ ଭିପାସାନା କେନ୍ଦ୍ର ଭିତରେ କେଜ୍‌ରିଓ୍ବାଲଙ୍କ ସିଏମ ପ୍ରୋଟୋକଲ ଆଦୌ ପ୍ରଭାବଶାଳୀ ନୁହେଁ ଏବଂ ସେ ଏକ କୋଠରୀରେ ଏକୁଟିଆ ରହୁଛନ୍ତି।
ଉଲ୍ଲେଖଥାଉ କି, ଏହି ଦଶ ଦିନରେ କେଜ୍‌ରିଓ୍ବାଲ୍‌ଙ୍କ ନିତ୍ୟକର୍ମ କ’ଣ ହେବ ତାହା କହିବା କଷ୍ଟକର। ଏହି ଭିପାସାନା କେନ୍ଦ୍ରକୁ ସିଏମ କେଜ୍‌ରିଓ୍ବାଲ୍‌ଙ୍କ ଦ୍ୱିତୀୟ ଗସ୍ତ। ଏହାପୂର୍ବରୁ ପ୍ରାୟ ଅଢେଇ ବର୍ଷ ପୂର୍ବେ କେଜ୍‌ରିଓ୍ବାଲ୍‌ ତାଙ୍କର ଘନିଷ୍ଠ ସହଯୋଗୀ ତଥା ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସହ ଏହି ଭିପାସାନା କେନ୍ଦ୍ରରେ ଆଧ୍ୟାତ୍ମିକ ଅଭ୍ୟାସ କରିଥିଲେ। କେଜ୍‌ରିଓ୍ବାଲ୍‌ ଏହି ଭିପାସାନା କେନ୍ଦ୍ରରେ ଦଶ ଦିନ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

୨ କୋଠରିରେ ପଢ଼ୁଛନ୍ତି ୧୦୪ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଲାବାଣ୍ୟଗଡ଼ ପଞ୍ଚାୟତ ଅନ୍ତର୍ଗତ ମାରିଙ୍ଗିସ୍ଥିତ ସରକାରୀ ପ୍ରାଥମିକ ଆବାସିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ୧୯୯୯ ମସିହାରେ ପ୍ରତିଷ୍ଠା…

ଉଧାରରେ ମିଳିଥିବା କ୍ଷମତାରୁ ହଟାଇବା ଜାଣିଛୁ: ନେହା

ଭୁବନେଶ୍ୱର,୩୦ା୮(ସୁନିତ୍‌ ମିଶ୍ର): ଆମେ ଛାତ୍ର, ଯାହା ହାତରେ ଅସ୍ତ୍ରଶସ୍ତ୍ର, ଦିଲ୍ଲୀ ପୋଲିସର ଲାଠି, ପେଲେଟ ଗନ୍‌ କି ଟିଅର ଗ୍ୟାସ୍‌ ନାହିଁ। ତଥାପି ଆମର ସେହି ସାଧାରଣ…

ଜାଣନ୍ତୁ କାହା ଅଭାବରୁ ବଢ଼ିଥାଏ ‘ଫ୍ୟାଟି ଫୁଡ୍‌’ ଲୋଭ

ଟୋକିଓ/ଲଣ୍ଡନ, ୩୦।୮: ସୁସ୍ବାଦୁ ତଥା ଅଧିକ ଚର୍ବିଯୁକ୍ତ ଖାଦ୍ୟ (ଫ୍ୟାଟି ଫୁଡ୍‌) ଦେଖିଲେ କେତେଜଣ ଲୋକ ନିଜକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ କାହିଁକି? ଏହାର ଉତ୍ତର ଖୋଜିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri