ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ମତାମତ ନୁହେଁ ଭାରତର ବକ୍ତବ୍ୟ: ଜୟଶଙ୍କର..

ନୂଆଦିଲ୍ଲୀ,୧୯।୫: ଦେଶରେ ଜାରି ରହିଥିବା କରୋନା ମହାମାରୀ ସଂକ୍ରମଣ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ମତାମତ ନେଇ ଭାରତ ସିଙ୍ଗାପୁର ସମ୍ପର୍କରେ ଫାଟ ସୃଷ୍ଟି ହେବା ପୂର୍ବରୁ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଜୟଶଙ୍କର ଟୁଇଟ୍‌ କରି କହିଛନ୍ତି ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ମତାମତ ଭାରତର ବକ୍ତବ୍ୟ ନୁହେଁ। ଦୁଇଦେଶ ମଧ୍ୟରେ ରହିଥିବା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କରେ ଏହା ଦ୍ୱାରା କୌଣସି ପ୍ରଭାବ ପଡ଼ିବ ନାହିଁ। ଦୁଇଦେଶ ମିଳିତ ଭାବେ କରୋନା ବିରୋଧରେ ଲଢ଼େଇ ଜାରି ରଖିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଦିଆଯାଇଥିବା ମନ୍ତବ୍ୟ ନେଇ ଜୟଶଙ୍କର ବୁଧବାର ଦୁଃଖ ପ୍ରକାଶ କରି ସିଙ୍ଗାପୁର ଏବଂ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ସ୍ଫଟୀକରଣ ଦେଇଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ କେଜରିଓ୍ବାଲ ସିଙ୍ଗାପୁର ଭାରିଆଣ୍ଟ୍‌ ଯୋଗୁ ଦେଶରେ କରୋନା ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଥିବା ମତାମତ ଦେଇଥିଲେ। ଏହାକୁ ନେଇ ସିଙ୍ଗାପୁର ସରକାର କ୍ଷୋଭ ପ୍ରକାଶ କରିଥିଲେ। ସିଙ୍ଗାପୁରରେ ଅବସ୍ଥାପିତ ଥିବା ଭାରତର ହାଇ କମିଶନରଙ୍କୁ ଏନେଇ ଜବାବ୍‌ ତଲବ କରାଯାଇଥିଲା। ସିଙ୍ଗାପୁର ଦୂତାବାସ ପକ୍ଷରୁ ଟୁଇଟ୍‌ କରି କୁହାଯାଇଥିଲା ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନୂଆ ଭାରିଆଣ୍ଟ୍‌ ନେଇ ଦେଇଥିବା ମତାମତରେ କୌଣସି ସତ୍ୟତା ନାହିଁ। ତେବେ ଫାଇଲୋଜେନେଟିକ୍‌ ଟେଷ୍ଟ୍‌ରୁ ଜଣାପଡ଼ିଛି ଯେ, ସିଙ୍ଗାପୁରରେ କେତେକ କରୋନା ଆକ୍ରାନ୍ତଙ୍କଠାରେ ବି.୧.୬୧୭.୨ ଭାରିଆଣ୍ଟ୍‌ ରହିଛି।

ସିଙ୍ଗାପୁର ପକ୍ଷରୁ ଆପତ୍ତି ପ୍ରକାଶ ପାଇବା ପରେ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଜୟଶଙ୍କର ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିଥିଲେ। ଜୟଶଙ୍କରଙ୍କ ଟୁଇଟ୍‌ କେଜରିଓ୍ବାଲଙ୍କ ପାଇଁ ଛାଟ ସଦୃଶ୍ୟ ସାବ୍ୟସ୍ତ ହୋଇଛି। ଜୟଶଙ୍କରର ଟୁଇଟ୍‌ ପରେ ସିଙ୍ଗାପୁର ସରକାର ସନ୍ତୋଷ ପ୍ରକାଶ କରିବା ସହିତ କରୋନା ବିରୋଧରେ ଏକାଠି ଲଢ଼େଇ ଜାରି ରଖିବାକୁ କହିଛନ୍ତି। ଏନେଇ ସିଙ୍ଗାପୁର ବହିର୍ବ୍ୟାପାର ମନ୍ତ୍ରୀ ଭିଭିଆନ୍‌ ବାଲକ୍ରିଷ୍ଣନ୍‌ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୨୧ରେ ରାଷ୍ଟ୍ରକୁ ସମ୍ବୋଧିତ କରିବେ ମୋଦି

ନୂଆଦିଲ୍ଲୀ,୧୮।୪: ଶିଖ୍‌ ଗୁରୁ ତେଗ ବାହାଦୂର ସାହିବଙ୍କ ୪୦୦ତମ ପ୍ରକାଶ ପର୍ବ ତଥା ଜନ୍ମ ବାର୍ଷିକୀ ଅବସରରେ ଏପ୍ରିଲ ୨୧ରେ ଲାଲ କିଲାରୁ ଦେଶକୁ ସମ୍ବୋଧିତ...

ରାବଣ ବଧ ସହ ଶେଷ ହେଲା ରାମାୟଣ: ରବିବାରଠାରୁ ପ୍ରସାରିତ ହେବ ‘ଉତ୍ତର ରାମାୟଣ’

ନୂଆଦିଲ୍ଲୀ,୧୮।୪: ଦେଶରେ ଳକ୍‌ଡାଉନ୍‌ ଯୋଗୁ ଦୂରଦର୍ଶନରେ ରାମାୟଣ, ମହାଭାରତ ଓ ଶକ୍ତିମାନ ଭଳି ଅନେକ ପପୁଲାର ଶୋ’ ପ୍ରସାରିତ ହେଉଛି। ଲୋକମାନେ ଏହାକୁ ବେଶ୍‌ ପସନ୍ଦ...

ଇଲେକ୍ଟ୍ରିକ କାର କିଣିଲେ ମିଳିବ ଏକ ଲକ୍ଷ ଟଙ୍କା ରିହାତି

ଲକ୍ଷ୍ନୌ,୧୩ ।୧୦: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଗୁରୁବାର କ୍ୟାବିନେଟ ବୈଠକ ବସିଥିଲା । ଏହି ବୈଠକରେ ପ୍ରାୟ ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ...

ବିମାନ ଯାତ୍ରୀଙ୍କ ପାଇଁ କୋଭିଡ ନିୟମରେ ପରିବର୍ତ୍ତନ କଲା ଆମେରିକା, ଆଉ ଦେବାକୁ ପଡିବ ନାହିଁ ଆର୍‌ଟିପିସିଆର ରିପୋର୍ଟ

ୱାଶିଂଟନ,୧୧ ।୬: ସାରା ବିଶ୍ୱରେ ଏବେ କରୋନାର ପ୍ରକୋପ ଧିରେ ଧିରେ କମିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଅଧିକାଂଶ ଦେଶରେ କରୋନା ନିୟମରେ...

କରୋନା ଭାଇରସ ଚିହ୍ନଟ ପୂର୍ବରୁ ନିଜକୁ କୋଠରିରେ ବନ୍ଦକରି ରଖିଲେ ଚାଇନା ନାଗରିକ

ନୂଆଦିଲ୍ଲୀ,୫।୩: କରୋନା ଭାଇରସ ଏବେ ଭାରତରେ ତା’ର ସ୍ଥିତି ଜାହିର କରିବା ପରେ ଏବେ ଏହାକୁ ନେଇ ସମସ୍ତେ ଏକପ୍ରକାର ଭୟଭିତ ହୋଇଯାଇଛନ୍ତି। ଦିଲ୍ଲୀରେ ଦୁଇଦିନ...

CORONAVIRUS UPDATE: ପୁଣି ୬୪୭ ନୂଆ କରୋନା ପଜିଟିଭ୍‌ ଚିହ୍ନଟ,୨୧୬ ସ୍ଥାନୀୟ ଅଞ୍ଚଳର

ଭୁବନେଶ୍ୱର,୨୧।୭(ବ୍ୟୁରୋ): ରାଜ୍ୟରେ ପୁଣି ୬୪୭ ନୂଆ କରୋନା ପଜିଟିଭ୍‌ ମଙ୍ଗଳବାର ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୭୫୭କୁ ବୃଦ୍ଧି ପାଇଥିବା...

ହିଜାବ ସପକ୍ଷବାଦୀ ପିଏଫ୍‌ଆଇ ପାଇଁ କାମ କରୁଛନ୍ତି: ସୁପ୍ରିମକୋର୍ଟଙ୍କୁ ଜଣାଇଲେ କର୍ନାଟକ ସରକାର

ନୂଆଦିଲ୍ଲୀ,୨୧ା୯: ୨୦୨୧ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନରେ କୌଣସି ଛାତ୍ରୀ ହିଜାବ ପରିଧାନ କରୁ ନ ଥିଲେ। ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) ଦ୍ୱାରା ହିଜାବକୁ ନେଇ...

ପାଳନ କରାଯାଉ ବିଶ୍ୱ ପୁରୁଷ ଦିବସ: ସୋନାଲ ମାନସିଂ

ନୂଆଦିଲ୍ଲୀ,୮ ।୩: ସାରା ବିଶ୍ୱ ପାଳନ କରୁଛି ବିଶ୍ୱ ମହିଳା ଦିବସ । ମାର୍ଚ୍ଚ ୮ ତାରିଖରେ ଏହା ପାଳନ ହେଉଥିବା ବେଳେ ମହିଳାମାନେ ଏହି...

Advertisement
Archives

Model This Week