ବାଦ୍‌ ପଡ଼ିଲା ପଞ୍ଜାବ: ଦିଲ୍ଲୀ ପ୍ଲେଅଫ୍‌ ନିକଟତର

ମୁମ୍ବାଇ,୧୬।୫: ସ୍ଥାନୀୟ ଡିଓ୍ବାଇ ପାଟିଲ ସ୍ପୋଟର୍‌ସ ଏକାଡେମୀରେ ସୋମବାର ଖେଳାଯାଇଥିବା ଆଇପିଏଲ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ ୧୭ ରନ୍‌ରେ ପଞ୍ଜାବ କିଙ୍ଗ୍ସକୁ ହରାଇ ଦେଇଛି। ଏହି ବିଜୟ ଯୋଗୁ ଦିଲ୍ଲୀର ପ୍ଲେଅଫ୍‌ ନିକଟତର ହେବା ସହ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନ ଅଧିକାର କରିଛି। ଅନ୍ୟପକ୍ଷରେ ପଞ୍ଜାବର ପ୍ଲେଅଫ୍‌ ଆଶା ପ୍ରାୟତଃ ଶେଷ ହୋଇଛି। ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୭ ଉଇକେଟ ହରାଇ ୧୫୯ ରନ୍‌ କରିଥିଲା। ଜବାବରେ ପଞ୍ଜାବ ୯ ଉଇକେଟରେ ୧୪୨ ରନ୍‌ କରବାକୁ ସକ୍ଷମ ହୋଇଥିଲା।
ଟସ୍‌ ଜିତି ମୟଙ୍କ ଅଗ୍ରଓ୍ବାଲ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଦିଲ୍ଲୀ ପ୍ରଥମ ବଲରେ ଡେଭିଡ୍‌ ଓ୍ବାର୍ନର(୦)ଙ୍କ ଉଇକେଟ ହରାଇଥିଲା। ଅନ୍ୟତମ ସର୍ଫରାଜ ଖାନ (୩୨ ରନ୍‌, ୫ ଚୌକା ଓ ୧ ଛକା)ଙ୍କ ସହ ମାର୍ଶ ମିଶି ଦଳୀୟ ସ୍କୋରକୁ ୫ ଓଭରରେ ୫୦ ରନ୍‌ ପାର କରାଇଥିଲେ। ତା’ ପରେ ଲଲିତ ଯାଦବ (୨୪) ଓ ମାର୍ଶ ତୃତୀୟ ଉଇକେଟ ପାଇଁ ୪୭ ରନ୍‌ ଯୋଡ଼ିଥିଲେ। ଏହାପରେ କ୍ରମାଗତ ବ୍ୟବଧାନରେ ୩ ଉଇକେଟ ପଡ଼ିଯିବାରୁ ଦିଲ୍ଲୀ ବଡ଼ ସ୍କୋର ହାସଲ କରିପାରି ନ ଥିଲା। ଶେଷ ଆଡ଼କୁ ଆଟାକିଂ ବ୍ୟାଟିଂ କରୁଥିବା ମାର୍ଶ (୬୩ ରନ୍‌, ୪ ଚୌକା ଓ ୩ ଛକା) ୧୯ତମ ଓଭରରେ କାଗିଶୋ ରାବାଡାଙ୍କ ବଲରେ ଆଉଟ୍‌ ହୋଇଥିଲେ। ପରେ ଅକ୍ଷର ପଟେଲ (୧୭*)ଙ୍କ ଯୋଗୁ ଦିଲ୍ଲୀ ୨୦ ଓଭରରେ ୭ ଉଇକେଟ ହରାଇ ୧୫୯ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ପଞ୍ଜାବ ପାଇଁ ଲିଆମ ଲିଭିଂଷ୍ଟୋନ ଓ ଅର୍ଶଦୀପ ସିଂ ୩ ଲେଖାଏ ଉଇକେଟ ନେଇଥିବା ବେଳେ ରାବାଡା ଗୋଟିଏ ଉଇକେଟ ହାତେଇଥିଲେ। ଜବାବରେ ପଞ୍ଜାବକୁ ୩.୪ ଓଭରରେ ୩୮ ରନ୍‌ର ବିସ୍ଫୋରକ ଆରମ୍ଭ ଦେଇଥିଲେ ଜନ୍ନି ବେଆରଷ୍ଟୋ(୨୮ ରନ୍‌, ୪ ଚୌକା ଓ ୧ ଛକା) ଏବଂ ଶିଖର ଧାଓ୍ବନ(୧୯ ରନ୍‌, ୩ ଚୌକା)। କିନ୍ତୁ ତା’ ପରେ ଦଳ ୬ ଓଭରରେ ୬ ଉଇକେଟ ହରାଇବାରୁ ପଞ୍ଜାବର ବ୍ୟାଟିଂ ଲାଇନ୍‌ ଦିଗହରା ହୋଇଯାଇଥିଲା। ମାତ୍ର ଜିତେଶ ଶର୍ମା (୪୪ ରନ୍‌, ୩ ଚୌକା ଓ ୨ ଛକା) ଓ ରାହୁଲ ଚହର (୨୫* ରନ୍‌, ୨ ଚୌକା ଓ ୧ ଛକା) ଶେଷ ପର୍ଯ୍ୟନ୍ତ ଦଳର ବିଜୟ ଆଶାକୁ ବଞ୍ଚାଇ ରଖିଥିଲେ। ଏହାସତ୍ତ୍ୱେ ପଞ୍ଜାବ ୨୦ ଓଭରରେ ୯ ଉଇକେଟ ହରାଇ ୧୪୨ ରନ୍‌ କରିପାରିଥିଲା। ଦିଲ୍ଲୀ ପକ୍ଷରୁ ଶାର୍ଦ୍ଦୂଳ ଠାକୁର ୩୬ ରନ୍‌ ବିନିମୟରେ ୪ ଉଇକେଟ ନେଇଥିଲେ, ଯାହାକି ତାଙ୍କ ଆଇପିଏଲ କ୍ୟାରିୟରର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ। ତାଙ୍କ ବ୍ୟତୀତ ଅକ୍ଷର ପଟେଲ ଓ କୁଲଦୀପ ଯାଦବ ୨ ଲେଖାଏ ନେଇଥିଲେ।
ସଂକ୍ଷିପ୍ତ ସ୍କୋର: ଦିଲ୍ଲୀ କ୍ୟାପିଟାଲ୍ସ: ୨୦ ଓଭରରେ ୧୫୯/୭(ମିଚେଲ ମାର୍ଶ-୬୩, ସର୍ଫରାଜ ଖାନ-୩୨, ଲଲିତ ଯାଦବ-୨୪, ଲିଆମ ଲିଭିଂଷ୍ଟୋନ-୩/୨୭, ଅର୍ଶଦୀପ ସିଂ-୩/୩୭)।
ପଞ୍ଜାବ କିଙ୍ଗ୍ସ: ୨୦ ଓଭରରେ ୧୪୨/୯(ଜିତେଶ ଶର୍ମା-୪୪, ଜନ୍ନି ବେଆରଷ୍ଟୋ-୨୮, ରାହୁଲ ଚହର-୨୫*, ଶାର୍ଦ୍ଦୂଳ ଠାକୁର-୪/୩୬, ଅକ୍ଷର ପଟେଲ-୨/୧୪, କୁଲଦୀପ ଯାଦବ-୨/୧୪)।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

ଟାଇଟଲ ପ୍ରତ୍ୟାହାର, ୩ ବର୍ଷ ବାସନ୍ଦ ହେଲେ ଏହି ଆଥଲେଟ୍‌, ଜାଣନ୍ତୁ…

କୋଲୋରାଡୋ ସ୍ପ୍ରିଙ୍ଗ୍ସ,୧୧।୮: ବ୍ଲଡ ଡୋପିଙ୍ଗ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ୧,୫୦୦ମିଟର ଚାମ୍ପିୟନ ଜୋନା କୋଚ୍‌ଙ୍କଠାରୁ ଟାଇଟଲ ପ୍ରତ୍ୟାହାର କରି ନିଆଯିବା ସହ…

ପରିବାର ଲୋକଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ଋଣ ନେଇଗଲେ ସମ୍ପାଦକ: ଚାଷୀଙ୍କ ଆନ୍ଦୋଳନ ଚେତାବନୀ

ପୁରୁଷୋତ୍ତମପୁର,୧୧।୮(ସବିତା ମିଶ୍ର):ସରକାର କୃଷକଙ୍କୁ ସଶକ୍ତିକରଣ କରି କୃଷି ଓ କୃଷକଙ୍କ ବିକାଶ ଲାଗି ଯୋଜନା ପରେ ଯୋଜନା କରିବା ସହ ବିଭିନ୍ନ ଫସଲ ଚାଷ କରି ଲାଭବାନ…

ବିବାହ ପ୍ରତିଶ୍ରୁତି ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ଏହି କ୍ରିକେଟର୍‌ଙ୍କୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୧।୮: ଇଣ୍ଡିଆନ ପ୍ରିମିୟର ଲିଗ (IPL)ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ବଙ୍ଗଳା କ୍ରିକେଟର ଅଭିଷେକ ପୋରେଲଙ୍କୁ ଜଣେ ଡାକ୍ତରୀ ଛାତ୍ରୀଙ୍କ ଦ୍ୱାରା ଦାୟର କରାଯାଇଥିବା ଆପରାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri