Posted inଜାତୀୟ

ଷ୍ଟାଫ୍‌ଙ୍କୁ ହତ୍ୟା ପରେ ବ୍ୟାଗରେ ଭର୍ତ୍ତି କରି ଫିଙ୍ଗି ଦେଲେ

ନୂଆଦିଲ୍ଲୀ,୨।୨: ସେକ୍ସ ଭିଡିଓ ଦେଖାଇ ବ୍ଲାକମେଲ କରୁଥିବା ଷ୍ଟାଫ୍‌ଙ୍କୁ ହତ୍ୟା ଘଟଣାରେ ଜଣେ ପୋଷାକ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ଏଭଳି ଘଟଣା ସାମ୍ନାକୁ ଆସିଛି ଦକ୍ଷିଣ ଦିଲ୍ଲୀର ସରୋଜିନି ନଗର ଅଞ୍ଚଳରୁ। ବ୍ୟବସାୟୀଙ୍କ ସହ ତାଙ୍କ ପୁତୁରାଙ୍କୁ ମିଶାଇ ମୋଟ ୩ ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ ଅଧିକାରୀ ଗୌରବ ଶର୍ମା କହିଛନ୍ତି।

ସେମାନେ ୨୨ ବର୍ଷୀୟ ଷ୍ଟାଫ୍‌ଙ୍କ ମୃତଦେହକୁ ଏକ ଟ୍ରଲି ବ୍ୟାଗରେ ପୂରାଇ ସରୋଜିନି ନଗରର ମେଟ୍ରୋ ଷ୍ଟେଶନ ବାହାରେ ଛାଡ଼ି ଆସିଥିଲେ। ଅନ୍ୟ ଜଣେ କର୍ମଚାରୀଙ୍କ ସହ ବ୍ୟବସାୟୀଙ୍କ ଶାରୀରିକ ସମ୍ପର୍କ ଥିଲା। ଏହାର ଭିଡିଓ ରେକର୍ଡ କରି ବ୍ୟବସାୟୀଙ୍କଠାରୁ ଟଙ୍କା ଦାବି କରୁଥିଲେ ର୍ମଚାରୀ। ଯଦି ସେ ଟଙ୍କା ନ ଦିଅନ୍ତି, ତେବେ ତାଙ୍କ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିବାକୁ କର୍ମଚାରୀ ଧମକ ଦେଇଥିଲେ ବୋଲି ପୋଲିସ ଅଧିକାରୀ କହିଛନ୍ତି।

ଏଥିଯୋଗୁ କର୍ମଚାରୀଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ ବ୍ୟବସାୟୀ। ସହାୟତା ପାଇଁ ଉତ୍ତରପ୍ରଦେଶରେ ରହୁଥିବା ପୁତୁରାଙ୍କୁ ଜାନୁୟାରୀ ୨୮ ତାରିଖରେ ଦିଲ୍ଲୀ ଡକାଇଥିଲେ। ସରୋଜିନି ନଗରଠାରୁ ୩ କିମି ଦୂର ୟୁସୁଫ ସରାଇସ୍ଥିତ ଏକ ଗେଷ୍ଟ ହାଉସରେ ୨ଟି ରୁମ୍‌ ବୁକ୍‌ କରିଥିଲେ ସେମାନେ। କିଛି କାମ ପାଇଁ କର୍ମଚାରୀଙ୍କୁ ଗେଷ୍ଟହାଉସ ଡକାଇଥିଲେ। ସେଠାରେ ତାଙ୍କ ହାତ ଗୋଡ଼ ବାନ୍ଧି, ହତ୍ୟା କରିଥିଲେ। ତା’ ପରେ ମୃତଦେହକୁ ଟ୍ରଲି ବ୍ୟାଗରେ ରଖି ଟାକ୍ସି ଜରିଆରେ ଯାଇଥିଲେ ସରୋଜିନି ନଗର ମେଟ୍ରୋ ଷ୍ଟେଶନ। ହତ୍ୟା ପରେ ମୃତକଙ୍କ ପୋଷାକ, ଟୋପି, ବ୍ୟାଗକୁ ଅନ୍ୟ ଏକ ମେଟ୍ରୋ ଷ୍ଟେଶନ ବାହାରେ ଫୋପାଡ଼ି ଦେଇଥିଲେ। କର୍ମଚାରୀଙ୍କ ଫୋନଙ୍କୁ ବ୍ୟବସାୟୀଙ୍କ ପୁତୁରା ଉତ୍ତରପ୍ରଦେଶ ଗାଁକୁ ନେଇ ପଳାଇଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେତେ ଟଙ୍କା ପାଆନ୍ତି ରାଜ୍ୟପାଳ? ମାସିକ ୩.୫ ଲକ୍ଷ ଦରମା ସହ ଜାଣନ୍ତୁ ତାଙ୍କୁ ମିଳୁଥିବା ସମସ୍ତ ସରକାରୀ ସୁବିଧା

ନୂଆଦିଲ୍ଲୀ,୧୩।୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଟି ରାଜ୍ୟ ପାଇଁ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଏହାଦ୍ୱାରା ଅନେକ ସାମ୍ୱିଧାନିକ ପଦବୀରେ ପରିବର୍ତ୍ତନ ଘଟିଛି। ସିକିମର ପୂର୍ୱତନ ରାଜ୍ୟପାଳ…

ଭୟୂରଭଞ୍ଜରେ ଲଜ୍ଜା, ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର

ଉଦଳା,୧୩।୧୦: ଭୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ…

ରାହୁଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ମେଷ ସମେତ ୩ ରାଶିର ବଢ଼ିବ ଚିନ୍ତା, ପଳାଇବ ଚାକିରି! ସମ୍ପର୍କରେ ପଡିବ ଭଟ୍ଟା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ଓ ରାହୁଙ୍କ ଯୁତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ସେହିପରି ସୂର୍ଯ୍ୟଙ୍କ ରାହୁଙ୍କ ନକ୍ଷତ୍ରରେ ପ୍ରବେଶକୁ ମଧ୍ୟ ଜ୍ୟୋତିଷ ଦୃଷ୍ଟିରୁ…

୪୨ କଲେଜକୁ ସ୍ବୟଂଶାସିତ ମାନ୍ୟତା ପ୍ରସ୍ତାବ: ତାଲିକାରେ ଗଞ୍ଜାମର ୧୧ କଲେଜ

ଭଞ୍ଜନଗର,୧୩।୧୦(ବାବୁଲା ପ୍ରଧାନ): ରାଜ୍ୟର ୪୨ଟି ମହାବିଦ୍ୟାଳୟକୁ ସ୍ବୟଂଶାସିତ ମାନ୍ୟତା ପ୍ରଦାନ ନେଇ ରାଜ୍ୟ ସରକାର ଯୋଜନା ରଖିଥିବା ଜଣାପଡ଼ିଛି। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ…

୫ ଥର ଟାଇଟଲ ଜିତି ଇତିହାସ ରଚିଲେ ଗିଲ, ଏହି ତାଲିକାରେ କୋହଲିଙ୍କ ସ୍ଥାନ କେଉଁଠି? ଲିଷ୍ଟ ଦେଖିଲେ ଚମକିଯିବେ

ନୂଆଦିଲ୍ଲୀ,୧୩।୧୦: ଶୁଭମନ ଗିଲ ସର୍ବାଧିକ ଥର ‘ପ୍ଲେୟର ଅଫ ଦ ମନ୍ଥ’ ଟାଇଟଲ ଜିତିଥିବା ଭାରତୀୟ ଖେଳାଳି। ମଙ୍ଗଳବାର (ଅକ୍ଟୋବର ୧୩) ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)…

ଗର୍ଭବତୀ ମହିଳା ସାମ୍ବାଦିକାଙ୍କୁ ଧକ୍କା ଦେଲେ ରାହୁଲ! ଭାଜପା ନେତାଙ୍କ ସାଂଘାତିକ ଅଭିଯୋଗ, କହିଲେ- ତାଙ୍କ ଗର୍ଭ…

ନୂଆଦିଲ୍ଲୀ,୧୩।୧୦: କଂଗ୍ରେସ ସାଂସଦ ତଥା ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏକ ମାର୍ଚ୍ଚ କରିଥିଲେ। ଏହି ମାର୍ଚ୍ଚରେ ଇଣ୍ଡିଆ…

ବନ୍ଧୁକ ଦେଖାଇ ମାଗୁଥିଲେ ସୁନା ଗହଣା: ପନିକି ଫୋପାଡିଲେ ମହିଳା, ପରେ…

ପାଟଣା, ୧୩/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମୁରୁସୁଆଁ ଗ୍ରାମରେ ମଙ୍ଗଳବାର ମଧ୍ୟାହ୍ନରେ ବନ୍ଧୁକ ଦେଖାଇ ଲୁଟ୍‌ ଉଦ୍ୟମ ହୋଇଛି। ଘରେ…

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା, ଆଳି କଲେଜରେ ସାଇନ୍‌ ଡାଏ ଘୋଷଣା

କେନ୍ଦ୍ରାପଡ଼ା/ଆଳି, ୧୩।୧୦(ଜଗନ୍ନାଥ ଧଳ/ବନମାଳୀ ସେନାପତି) କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ୍‌ ଅନ୍ତର୍ଗତ ଆୟତପୁରସ୍ଥିତ ଲକ୍ଷ୍ମୀବରାହ ଜୀଉ ଡିଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ଦେଖାଦେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?