କରୋନା ଆତଙ୍କ: ୯ସ୍କୁଲ ଛାତ୍ରୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୫।୪: ଦିଲ୍ଲୀରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ସୋମବାର ପଶ୍ଚିମ ଦିଲ୍ଲୀର ଗୋଟିଏ ସ୍କୁଲରେ ୯ଜଣ ଛାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ଜଣାପଡ଼ିବା ପରେ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ଯାଏଁ ସ୍କୁଲକୁ ବନ୍ଦ ରଖାଯାଇଛି। ଅନ୍ୟପଟେ ଏହାକୁ ନେଇ ସ୍କୁଲର ଅନ୍ୟ ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ସୂଚନାଯୋଗ୍ୟ, ପଶ୍ଚିମ ଦିଲ୍ଲୀ ରାଜେନ୍ଦ୍ର ନଗର ସ୍ଥିତ ଆର୍ଯ୍ୟ କନ୍ୟା ଗୁରୁକୁଳର ୯ଜଣ ଛାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତ କିଛି ଦିନ ତଳେ କେତେକ ଛାତ୍ରୀଙ୍କ ମଧ୍ୟରେ କରୋନା ଲକ୍ଷଣ ଦେଖାଯିବାରୁ ସେମାନଙ୍କର ଯାଞ୍ଚ କରାଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ୯ଜଣ ଛାତ୍ରୀଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଛି। ଏହାରେ ସୁରକ୍ଷା ଦୃଷ୍ଟିରୁ କର୍ତ୍ତୃପକ୍ଷ ସ୍କୁଲ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟେ ସ୍କୁଲରେ ସାନିଟାଇଜେଶନ୍‌ କାର୍ଯ୍ୟ ଆରମ୍ଭ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟପାଳ ହେବା ଖବର ମିଛ: ସୁଷମା ସ୍ବରାଜ

ନୂଆଦିଲ୍ଲୀ, ୧୧।୬: ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ନିଯୁକ୍ତ ହେବା ଖବରକୁ ଖଣ୍ଡନ କରିଛନ୍ତି ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ। କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ ନିଜ ଟୁଇଟରରେ...

ବ୍ରିଟେନ: ଅନ୍ୟ ସମୁଦାୟଠାରୁ ଭାରତୀୟ ଅଧିକ ପ୍ରଭାବିତ

ଲଣ୍ଡନ,୨୪ା୪: କରୋନା ଭୂତାଣୁ ସଂକ୍ରମଣରେ ବ୍ରିଟେନରେ ଗୁରୁବାର ସୁଦ୍ଧା ୧୮,୭୩୮ ଲୋକଙ୍କ ମୃତ୍ୟୁ ଘଟିଲାଣି। ସେହିପରି ୧ ଲକ୍ଷ ୩୮ ହଜାରରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ...

ସଭର୍‌କରଙ୍କ ବିରୋଧୀ ଆଣ୍ଡାମାନ ଜେଲ୍‌ରେ ୨ ଦିନ କାଟନ୍ତୁ: ରାଉତ

ମୁମ୍ବାଇ,୧୮।୧(ପି.ଟି.): ହିନ୍ଦୁତ୍ୱ ବିଚାରଧାରା ସମ୍ପନ୍ନ ଭି.ଡି. ସଭର୍‌କରଙ୍କୁ ଭାରତରତ୍ନ ପ୍ରଦାନ କରିବା ଲାଗି ଶିବସେନା ନେତା ସଞ୍ଜୟ ରାଉତ ଦାବି କରିଛନ୍ତି। ଏହାକୁ ବିରୋଧ କରୁଥିବା...

୯୩୪୬ ଶିଶୁଙ୍କୁ ଅନାଥ କରିଛି କରୋନା: ଉତ୍ତରପ୍ରଦେଶରେ ସର୍ବାଧିକ…

ନୂଆଦିଲ୍ଲୀ,୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନା ସଂକ୍ରମଣ ଯୋଗୁ ୯୩୪୬ ଶିଶୁ ମାତାପିତାଙ୍କୁ ହରାଇ ଅନାଥ...

ରାଜ୍ୟ ପ୍ରସ୍ତୁତ କରିବେ ଓବିସି ତାଲିକା

ନୂଆଦିଲ୍ଲୀ,୧୧ା୮: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନରେ ପେଗାସସ୍‌ ସ୍ପାଏଓ୍ବେର, କୃଷି ଆଇନ ଓ ଦରଦାମ୍‌ ବୃଦ୍ଧିକୁ ନେଇ ଅଚଳାବସ୍ଥା ଲାଗି ରହିଥିବାବେଳେ ମଙ୍ଗଳବାର ଏକ ବିରଳ ଦୃଶ୍ୟ...

କ୍ରିକେଟ ଆଉ ରାଜନୀତିରେ କିଛି ବି ହୋଇପାରେ : ଗଡକରି

ନୂଆଦିଲ୍ଲୀ,୨୩।୧୧: ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ଇତିହାସକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି। ଏହି ସମୟରେ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ନୀତିନ ଗଡକରି...

ମାସ୍କ୍‌ ନ ପିନ୍ଧିଲେ ଜେଲଦଣ୍ଡ

କଲୋମ୍ବୋ, ୧୮।୧୦: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଶ୍ରୀଲଙ୍କାରେ କଡ଼ା ଆଇନ ଲାଗୁ କରାଯାଇଛି। ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ଯେ, ମାସ୍କ୍‌...

କନ୍ଧମାଳକୁ ଡେଇଁଲା କରୋନା: ୨ ପଜିଟିଭ୍‌ ଚିହ୍ନଟ

କନ୍ଧମାଳ,୧୮ା୫(ଡି.ଏନ୍‌.ଏ.): ରାଜ୍ୟରେ ସୋମବାର ପୁଣି ୪୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କନ୍ଧମାଳ ଜିଲାରେ ୨ ଆକ୍ରାନ୍ତ ରହିଥିବା ବେଳେ କନ୍ଧମାଳ ନୂଆ କରୋନା...

Advertisement


Archives

Model This Week