ଅଂଶୁଘାତ କାରଣ ଓ ପ୍ରତିକାର

ପୌରାଣିକ ମତବାଦ, ପାଞ୍ଜିରେ ଲେଖାଯାଇଥିବା ତଥ୍ୟ ଏବଂ ବିଶିଷ୍ଟ ଜ୍ୟୋତିର୍ବିିଦ୍‌ ପଠାଣି ସାମନ୍ତଙ୍କ ଗଣନା ଅନୁଯାୟୀ ସୂର୍ଯ୍ୟଙ୍କ ଚାରିପଟେ ବିଭିନ୍ନ ଗ୍ରହ ଓ ନକ୍ଷତ୍ର ନିଜେ ନିଜର କକ୍ଷରେ ଘୂରି ପରିକ୍ରମା କରୁଛନ୍ତି l ସେହିପରି ଆମେ ବସବାସ କରୁଥିବା ପୃଥିବୀ ଗ୍ରହ ମଧ୍ୟ ସୂର୍ଯ୍ୟଙ୍କ ଚାରିପଟେ ପରିକ୍ରମା କରୁଛି, ଯଦ୍ଦ୍ବାରା ଆମେ ବିଭିନ୍ନ ଋତୁ ଅନୁଭବ କରିପାରୁଛେ l ଜ୍ୟୋତିର୍ବିଦଙ୍କ ଗଣନା ଅନୁଯାୟୀ ପ୍ରତିବର୍ଷ ମକର ସଂକ୍ରାନ୍ତି ଦିନ (ଜାନୁୟାରୀ -୧୪ ତାରିଖ )ଠାରୁ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି, ଯଦ୍ଦ୍ବାରା ପୃଥିବୀ ପୃଷ୍ଠରେ ସୂର୍ଯ୍ୟକିରଣ ପ୍ରଖର ହୋଇ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପ୍ରବଳ ଗରମ ଅନୁଭବ ହେବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇଥାଏ l ମକର ସଂକ୍ରାନ୍ତି ପୂର୍ବରୁ ସୂର୍ଯ୍ୟ ଦକ୍ଷିଣାୟନରେ ରହିଥାନ୍ତି; ଯଦ୍ଦ୍ବାରା ଶୀତ ଅନୁଭୂତ ହୋଇ ଦିନ ଛୋଟ ଓ ରାତି ବଡ଼ ରହିଥାଏ। ସୂର୍ଯ୍ୟ ଉତ୍ତରାୟଣ ଦିନଠାରୁ ଦିନ ବଡ ଓ ରାତି ଛୋଟ ହୋଇ ଥାଏ, ଯାହା କି ବିଜ୍ଞାନ ସମ୍ମତ। ଉତ୍ତରାୟଣ ଦିନଠାରୁ ସୂର୍ଯ୍ୟକିରଣ ପ୍ରଖରତା ହେତୁ ଗ୍ରୀଷ୍ମର ପ୍ରକୋପ ବଢ଼ି ପ୍ରବଳ ଗରମ ଅନୁଭବ ହୋଇଥାଏ। ସୂର୍ଯ୍ୟକିରଣର ପ୍ରଖରତା ସାଧାରଣତଃ ଦିନ ୧୧ଟାରୁ ଅପରାହ୍ନ ୩ ପର୍ଯ୍ୟନ୍ତ ରହିଥାଏ। ଗ୍ରୀଷ୍ମ ଋତୁରେ ଜଳବାୟୁରେ ଜଳୀୟ ଅଂଶ କମିଯାଏ, ଫଳରେ ତାପମାତ୍ରା ସ୍ବାଭାବିକ ଅବସ୍ଥାରୁ ବୃଦ୍ଧି ପାଇଥାଏ। ବେଳେବେଳେ ଏହା ୪୦ ରୁ ୪୫ ଡିଗ୍ରୀ ସେଲସିୟସ କିମ୍ବା ବେଳେବେଳେ ତା’ଠାରୁ ଅଧିକ ହେବାର ପରିଲକ୍ଷିତ ହୋଇଛି। ଏପରି ଗ୍ରୀଷ୍ମ ପ୍ରବାହ ବେଳେ ମନୁଷ୍ୟ ଯାତାୟାତ କଲେ ‘ଅଂଶୁଘାତ’ (Sunstroke) ର ଶିକାର ହେବାର ଯଥେଷ୍ଟ ଆଶଙ୍କା ରହିଥାଏ।
ଅଂଶୁଘାତ କ’ଣ : ଗ୍ରୀଷ୍ମ ଋତୁରେ ମାତ୍ରାଧିକ ଖରା ହେଉଥିବା ସମୟରେ ଯାତାୟାତ କରିବା ଦ୍ୱାରା ବେଳେବେଳେ ମନୁଷ୍ୟ ଶରୀର ସୂର୍ଯ୍ୟ ତାପ ସହି ନ ପାରି ଅଂଶୁଘାତ ଜନିତ ରୋଗର ଶିକାର ହୋଇଥାଏ l ମନୁଷ୍ୟ ଶରୀରର ତାପମାତ୍ରା କମିବା ଓ ବଢିବାକୁ ନିୟନ୍ତ୍ରଣ ପାଇଁ ମନୁଷ୍ୟର ମସ୍ତିଷ୍କରେ ହାଇପୋଥାଲାମୋୟେସ (Hypothalamous) ନାମକ ଏକ ଗ୍ରନ୍ଥି ରହିଛି l
କୌଣସି କାରଣରୁ ଶରୀରର ଉତ୍ତାପ ହ୍ରାସ ପାଇବା ଓ ବୃଦ୍ଧି ପାଇବାକୁ ଶରୀରର ଅଭ୍ୟନ୍ତର ଭାଗରେ ଉତ୍ତାପର ସ୍ଥିତାବସ୍ଥାକୁ ଠିକ୍‌ ରଖିବା ନିମନ୍ତେ ଏହା କାର୍ଯ୍ୟ କରିଥାଏ l
ଯଦି ଏହି ପ୍ରକ୍ରିୟା ଆମ ଶରୀରରେ ହୋଇ ପାରି ନ ଥାଏ, ତେବେ ମନୁଷ୍ୟ ଅଂଶୁଘାତର ସମ୍ମୁଖୀନ ହୋଇଥାଏ l
ଅତ୍ୟଧିକ ଖରାରେ ଚଳପ୍ରଚଳ କଲେ ମନୁଷ୍ୟ ଶରୀରରେ ଉତ୍ତାପ ମାତ୍ରାଧିକ ବୃଦ୍ଧି ପାଇଥାଏ, ଫଳରେ ମାନସିକ ଓ ଶାରୀରିକ ସ୍ତରରେ ପରିବର୍ତ୍ତନ ଘଟି ମନୁଷ୍ୟ ଚେତାଶୂନ୍ୟ ତଥା ବେଳେବେଳେ ବାତମାରିବା ପରି ଲକ୍ଷଣ ଦେଖାଯାଏ l ଶରୀରର ବାହ୍ୟ ଚର୍ମ ଭାଗ ଉତ୍ତାପଯୁକ୍ତ ଓ ଶୁଷ୍କ ହେବାସହ ଆଦୌ ଝାଳ ନିର୍ଗତ ହୋଇ ନଥାଏ କିମ୍ବା ଅଳ୍ପ ଝାଳ ନିର୍ଗତ ହୋଇଥାଏ। ମୁଣ୍ଡ ବୁଲାଇବା, ଦୁର୍ବଳ ଲାଗିବା, ବାନ୍ତି ଲାଗିବା ଏବଂ ବେଳେବେଳେ ବାନ୍ତି ମଧ୍ୟ ହୋଇଥାଏ l
ଏ ପରିସ୍ଥିତିରେ ଉପଯୁକ୍ତ ଚିକିତ୍ସା କରା ନ ଗଲେ ମନୁଷ୍ୟ ମୃତ୍ୟୁ ମୁଖରେ ପଡ଼ିବାର ବହୁତ ଆଶଙ୍କା ଥାଏ। ଜଳବାୟୁ ପରିବର୍ତ୍ତନ ଅନୁଯାୟୀ ମନୁଷ୍ୟ ଶରୀରରେ ତାପମାତ୍ରା ବୃଦ୍ଧି ପାଇବା ଓ ହ୍ରାସ ପାଇବା ପ୍ରକ୍ରିୟା ସ୍ବତଃପ୍ରବୃତ୍ତ ଭାବେ ହୋଇଥାଏ। ଏ ପ୍ରକ୍ରିୟାରେ ବ୍ୟାଘାତ ବା ବ୍ୟତିକ୍ରମ ଘଟିଲେ ଶରୀର ଅଧିକ ତାପମାତ୍ରା ସହ୍ୟ କରି ନ ପାରି ମନୁଷ୍ୟ ଅଂଶୁଘାତରେ ଶିକାର ହୋଇଥାଏ।
ଲକ୍ଷଣ : ଚିକିତ୍ସା ଶାସ୍ତ୍ର ମତ ଅନୁସାରେ ଛୋଟ ଶିଶୁ ଓ ପିଲାମାନଙ୍କ ଶରୀରର ହାରାହାରି ତାପମାତ୍ରା ୯୭.୯ ଡିଗ୍ରୀ ଫାରେନହାଇଟ (୩୬.୬ ଡିଗ୍ରୀ ସେଲସିୟସ) ରୁ ୯୯ ଡିଗ୍ରୀ ଫାରେନହାଇଟ (୩୭.୨ ଡିଗ୍ରୀ ସେଲସିୟସ), ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କ ଶରୀରର ହାରାହାରି ତାପମାତ୍ରା ୯୭ ଡିଗ୍ରୀ ଫାରେନହାଇଟ(୩୬.୧ ଡିଗ୍ରୀ ସେଲସିୟସ)ରୁ ୯୯ ଡିଗ୍ରୀ ଫାରେନହାଇଟ (୩୭.୨ ଡିଗ୍ରୀ ସେଲସିୟସ) ଏବଂ ୬୫ ବର୍ଷରୁ ଅଧିକ ବୟସ ବ୍ୟକ୍ତିଙ୍କର ଶରୀରର ହାରାହାରି ତାପମାତ୍ରା ୯୮.୬ ଡିଗ୍ରୀ ଫାରେନହାଇଟ(୩୭ ଡିଗ୍ରୀ ସେଲସିୟସ) ରହିବା ଉଚିତ l ଜଳବାୟୁରେ ଅଧିକ ଉତ୍ତାପ ହେତୁ ଶରୀରରେ ତାପମାତ୍ରା ବୃଦ୍ଧି ପାଇବା, ଚର୍ମ ଶୁଷ୍କତା, ଶରୀରରୁ ଝାଳ ନିର୍ଗତ ନ ହେବା କିମ୍ବା ଅଳ୍ପ ନିର୍ଗତ ହେବା, ରକ୍ତଚାପ କମ ହେବା, ହୃଦସ୍ପନ୍ଦନ ମାତ୍ରା ବଢିବା, ନିଃଶ୍ୱାସ ପ୍ରଶ୍ୱାସରେ ପ୍ରଖରତା ଦେଖାଯିବା, ନାଡ଼ୀର ଗତି କମହେବା, ପରିସ୍ରା ହଳଦିଆ ରଙ୍ଗର ହେବା ସହ ବହଳିଆ ହୋଇ କମ୍‌ ପରିସ୍ରା ଦୁର୍ଗନ୍ଧଯୁକ୍ତ ହୋଇଥାଏ। ଶରୀରର ମାଂସପେଶୀ ଆକସ୍ମିକ ଭାବେ ଅକୁଞ୍ଚନ ହୋଇ ଯନ୍ତ୍ରଣା ଦାୟକ ହେବା, ଆଳସ୍ୟ ତଥା ଦୁର୍ବଳ ଦେଖାଯିବା, ମୁଣ୍ଡବ୍ୟଥା ହେବା, ବାନ୍ତି ଲାଗିବା ଆଦି ଲକ୍ଷଣ ଦେଖାଦେଇଥାଏ l
ପ୍ରତିକାର : ଅଂଶୁଘାତରେ ପୀଡିତ ହୋଇଥିବା ବ୍ୟକ୍ତିଙ୍କୁ ଯଥାଶୀଘ୍ର ଥଣ୍ଡା ସ୍ଥାନକୁ ନେଇ ରୋଗୀ ପିନ୍ଧିଥିବା ପୋଷାକକୁ ପୂରା ଢିଲାକରି ଦେଇ ବିଞ୍ଚଣା କିମ୍ବା ଫ୍ୟାନ ଦ୍ୱାରା ଖୋଲା ଥଣ୍ଡା ପବନ ଦେବା ଉଚିତ। ମାଟିପାତ୍ରରେ ଥିବା ଥଣ୍ଡାଜଳ ଦ୍ୱାରା ଗାଧୋଇ ଦେବା ଦ୍ୱାରା ରୋଗୀକୁ ଆରାମ ମିଳିଥାଏ। ଏହା ସହ ପଇଡ଼ ପାଣି କିମ୍ବା ଲେମ୍ବୁ, ଚିନି ଓ ଲୁଣ ମିଶ୍ରିତ ଥଣ୍ଡା ପାନୀୟ ପିଆଇବା ଦରକାର। ପ୍ରାଥମିକ ଉପଚାର କରି ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରାଇବା ଉଚିତ। ଅଂଶୁଘାତରେ ପୀଡିତ ବ୍ୟକ୍ତି ଉପଶମ ପରେ ମଧ୍ୟ ଦୀର୍ଘଦିନ ଧରି ଦୁର୍ବଳ ଓ ହାଲିଆ ଅନୁଭବ କରିଥାଏ l ତେଣୁ ବିଶ୍ରାମ ନେବାସହ ବିଭିନ୍ନ ଭିଟାମିନ ଯୁକ୍ତ ଆହାର ତଥା ବିଭିନ୍ନ ଫଳରସ ଆଦି ଥଣ୍ଡାପାନୀୟ ସେବନ କରିବା ଉଚିତ l
ସତର୍କତା : ଗ୍ରୀଷ୍ମ ଋତୁରେ ଅଧିକ ସୂର୍ଯ୍ୟତାପ ସମୟରେ ଚଳପ୍ରଚଳ କରିବା ଅନୁଚିତ l ନିହାତି ଜରୁରୀ କାର୍ଯ୍ୟ ନ ଥିଲେ ଘରୁ ବାହାରକୁ ବାହାରିବା ଉଚିତ ନୁହେଁ l ଜରୁରୀ କାର୍ଯ୍ୟ ଥିଲେ ଅଧିକ ପରିମାଣରେ ପାଣି ପିଇ, ଓଦା ଗାମୁଛା କିମ୍ବା ଧଳା ଟୋପି ମୁଣ୍ଡରେ ପିନ୍ଧି, କଳା ଚଷମା ଲଗାଇବା ସହ କପା ସୂତାରେ ପ୍ରସ୍ତୁତି ଧଳା ରଙ୍ଗର ପତଳା, ହାଲୁକା, ଢିଲା ବସ୍ତ୍ର ପିନ୍ଧିବା ଆବଶ୍ୟକ l ଗ୍ରୀଷ୍ମ ଋତୁରେ ଅଂଶୁଘାତକୁ ପ୍ରତିରୋଧ କରିବା ନିମନ୍ତେ ଅଧିକ ଥଣ୍ଡାପାଣି ସାଙ୍ଗକୁ ଦହି,ସରବତ ତଥା ଅଧିକ ତରଳ ପଦାର୍ଥ ସେବନ କରିବା ଉଚିତ l ଦିନରେ ୨ ରୁ ୩ ଥର ଥଣ୍ଡା ପାଣିରେ ଗାଧୋଇବା ଉଚିତ l ଜଳବାୟୁର ତାପମାତ୍ରା ହ୍ରାସ ପାଇବା ପର୍ଯ୍ୟନ୍ତ ନିହାତି କାମ ନ ଥିଲେ ଘରୁ ପଦାକୁ ବାହାରିବା ଅନୁଚିତ l ଗରମରୁ ରକ୍ଷା ନିମନ୍ତେ ବାସଗୃହ ଉପରେ ନଡା ବିଛାଇବା ସହ ଘରର ଚାରିପାଖେ ଛୋଟଛୋଟ ବୃକ୍ଷ ଲଗାଇବା ଆବଶ୍ୟକ; ଯଦ୍ଦ୍ବାରା ଗରମରୁ ରକ୍ଷା ମିଳିବା ସହ ଆମେ ମୁକ୍ତ ଅମ୍ଳଜାନ ପାଇପାରିବା ସହ ସୁସ୍ଥ ରହିପାରିବା l
ଅଂଶୁଘାତ କାହାକୁ ହେବାର ଅଧିକ ଆଶଙ୍କା ଥାଏ : ଅଂଶୁଘାତ ମୁଖ୍ୟତଃ ରକ୍ତଚାପ ଥିବା ବ୍ୟକ୍ତି, ମଧୁମେହ ବା ଡାଇବେଟିସ୍‌ ରୋଗୀ, ଯକ୍ଷ୍ମା ରୋଗୀ, ଦୁର୍ବଳ ବ୍ୟକ୍ତି, ଛୋଟ ପିଲା, ବୟସ୍କ, ଗର୍ଭବତୀ, ଖରାରେ ଅଧିକ ପରିଶ୍ରମ କରୁଥିବା ବ୍ୟକ୍ତି, ଅଧିକ ମୋଟା ବ୍ୟକ୍ତି, ଦୀର୍ଘସ୍ଥାୟୀ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଅଂଶୁଘାତରେ ଶିକାର ହେବାର ଅଧିକ ଆଶଙ୍କା ରହିଥାଏ l
ସାମ୍ପ୍ରତିକ ପରିସ୍ଥିତିରେ ଆମ ରାଜ୍ୟରେ ଓ ଦେଶରେ ‘ଅଂଶୁଘାତ’ଜନିତ ମୃତ୍ୟୁ ସଂଖ୍ୟା କ୍ରମଶଃ ପ୍ରତିବର୍ଷ ବୃଦ୍ଧି ପାଉଥିବାର ଦେଖାଯାଉଅଛି। ଏହାର ମୁଖ୍ୟ କାରଣ ହେଲା ଜଙ୍ଗଲରୁ ଗଛକାଟି ସଫା କରିଦେବା, ବଣ ଜଙ୍ଗଲରେ ନିଆଁ ଲଗେଇଦେବା, ବିଭିନ୍ନ କଳକାରଖାନା ତଥା ବିଭିନ୍ନ ଗାଡି, ବସ ଆଦିରୁ ନିର୍ଗତ ଅଙ୍ଗାରକାମ୍ଳ ବାଷ୍ପ ଦ୍ୱାରା ଜଳବାୟୁରେ ତାପମାତ୍ରା ବଢିବା ଅଂଶୁଘାତ
ହେବାର ପ୍ରମୁଖ କାରଣଗୁଡ଼ିକ ମଧ୍ୟରେ ଅନ୍ୟତମ। ଅଂଶୁଘାତରୁ ଆମେ ରକ୍ଷା ପାଇବା ନିମନ୍ତେ ଗ୍ରୀଷ୍ମ ଋତୁରେ ନିଜେ ସଜାଗ ହେବାସହ ଅନ୍ୟମାନଙ୍କୁ ତଥା ପରସ୍ପର ସତର୍କତା ଅବଲମ୍ବନ ନିମନ୍ତେ ପରାମର୍ଶ ଦେବାସହ ଅଧିକ ସଚେତନତାର ଆବଶ୍ୟକତା ରହିଛି।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
– ଚନ୍ଦାହାଣ୍ଡି, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ନବରଙ୍ଗପୁର
ମୋ : ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

ଦାୟିତ୍ୱ ଗ୍ରହଣ କଲେ ନୂଆ ଯୋଗାଣ ଅଧିକାରୀ, କହିଲେ ସମସ୍ତ କାର୍ଯ୍ୟକୁ ଦୁର୍ନୀତିମୁକ୍ତ କରିବା ସହ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଭାବେ ବସନ୍ତ କୁମାର ପଣ୍ଡା ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ କେନ୍ଦୁଝର ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri