କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ ଏଥର ମେସେଜ ପରଦା ପଛର ଘଟଣାକୁ ସାମ୍ନାକୁ ଆଣିଛି। ‘ବୁଝାଇବା ବନ୍ଦ କରି ଦାୟିତ୍ୱ ଶେଷ କରିବା ଉପରେ ଗୁରୁତ୍ୱ ଦିଅ’ ବୋଲି ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏହି ମେସେଜ କିଛି ଗଭୀର ବିଷୟକୁ ସୂଚିତ କରେ। ସମ୍ପୂର୍ଣ୍ଣ ହୋଇଥିବା ଏବଂ ଚାଲୁଥିବା ପ୍ରକଳ୍ପର ହିସାବ ଦେବାକୁ କୁହାଯିବା ଏବଂ ଅସମ୍ପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ଶେଷ କରିବା ସକାଶେ ମାର୍ଚ୍ଚ ମାସ ସମୟସୀମା ବିଭାଗଗୁଡ଼ିକୁ ଦିଆଯିବାର ଆବଶ୍ୟକତା ରହିଛି। ହେଲେ ଗୁଜରାଟରେ ଏହାର ବ୍ୟତିକ୍ରମ ହୁଏ। ଭୂମି ଅଧିଗ୍ରହଣରେ ବାଧା ଉପୁଜେ। ଶିଳ୍ପ ଅଭିବୃଦ୍ଧି, ରାସ୍ତା ଏବଂ ସେତୁ ପୁନଃନିର୍ମାଣ ଦୀର୍ଘଦିନ ଧରି ଚାଲେ। ଏବେ ଗୁଣବତ୍ତା, ମନ୍ତ୍ରୀସ୍ତରୀୟ ସମନ୍ବୟ ଏବଂ ଆନ୍ତଃ-ବିଭାଗୀୟ ସମନ୍ବୟ ଉପରେ ଦିଆଯାଉଥିବା ଗୁରୁତ୍ୱ ସୂଚାଇ ଦେଉଛି ଯେ ପୂର୍ବ ବ୍ୟବସ୍ଥାକୁ ଆଉ ପ୍ରୋତ୍ସାହିତ କରାଯାଉନାହିଁ। ଫେବୃଆରୀରେ ଆସିବାକୁ ଥିବା ୨୦୨୬-୨୭ ବଜେଟ ପୂର୍ବରୁ ଏହା ଏକ ଚାପ ଭଳି ଜଣାପଡ଼ୁଛି। ଗତ ବର୍ଷର ପ୍ରତିଶ୍ରୁତିଗୁଡ଼ିକ ଫାଇଲରେ ପଡ଼ି ରହିଥିଲେ କିମ୍ବା କାମ ଖରାପ ହୋଇଥିଲେ କୌଣସି ଅର୍ଥମନ୍ତ୍ରୀ ନୂତନ ପ୍ରତିଶ୍ରୁତି ଉପସ୍ଥାପନ କରିବାକୁ ଚାହଁିବେ ନାହିଁ। ତେବେ ଗୁରୁତ୍ୱପୂର୍ଣ୍ଣ କାମ ଆରମ୍ଭ କରିବା ପୂର୍ବରୁ କାର୍ଯ୍ୟ ଯୋଜନା, ତ୍ୱରାନ୍ବିତ ରଣନୀତି, କାର୍ଯ୍ୟ ଶେଷ କରିବା ଲକ୍ଷ୍ୟ ସ୍ଥିର କରାଯାଇଥାଏ। ଏହି ଚାପ ଯୋଗୁ କ’ଣ କାମ ସହଜରେ ହୋଇଯିବ, ଶୀଘ୍ର ଅନୁମୋଦନ ହେବ ଏବଂ ପରସ୍ପର ଦୋଷାରୋପ କମିବ ନା ପୁନର୍ବାର ମାର୍ଚ୍ଚରେ ବ୍ୟବସ୍ଥାଗତ ବିଳମ୍ବ ଏବଂ ଅପ୍ରତ୍ୟାଶିତ ପ୍ରତିବନ୍ଧକ ଧାରାର ପୁନରାବୃତ୍ତି ହେବ।
ପ୍ରକୃତ ପରୀକ୍ଷା
ସାଂଗଠନିକ ଅସ୍ଥିରତା ମଧ୍ୟରେ ଅନେକ ବର୍ଷ ରହିବା ପରେ କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି)ଶେଷରେ ପୂର୍ଣ୍ଣ ଶକ୍ତି ନେଇ ଫେରିିଛି। ଆଠ ଜଣ ନୂତନ ସୂଚନା ଆୟୋଗଙ୍କ ସହିତ ମୁଖ୍ୟ ସୂଚନା ଆୟୋଗ ଭାବରେ ରାଜ କୁମାର ଗୋୟଲ ନିଯୁକ୍ତ ହୋଇଛନ୍ତି। ସିଇସିରେ ପଦବୀ ଖାଲି ପଡ଼ିବା ସମସ୍ୟା ଦୂର ହୋଇଛି ଏବଂ ଏହା ଆଗକୁ ରହିବା ଉଚିତ ନୁହେଁ। ପଦବୀ ଖାଲି ପଡ଼ିବା ଯୋଗୁ ସିଆଇସି କାର୍ଯ୍ୟରେ ବିଳମ୍ବ ହେଉଥିଲା, ଯାହା ସୂଚନା ଅଧିକାର ଆଇନର ଅଧୋଗତି ଘଟାଇଛି। ବର୍ଷ ବର୍ଷ ଧରି ଆବେଦନ ପଡ଼ି ରହିଥିଲା, ଜରିମାନା ଲାଗୁ ହେଉ ନ ଥିଲା, ସଂସ୍ଥାଗତ ଅବକ୍ଷୟ ସାମ୍ନାକୁ ଆସିଥିଲା। ତେବେ ପୂର୍ବତନ ଆଇନ ସଚିବ ଗୋୟଲ ଜଣେ ଦକ୍ଷ ଅଧିକାରୀ। କିନ୍ତୁ ସିଆଇସିକୁ ଏକ ସଚିବାଳୟ ଭାବେ ଦେଖିବା ଦରକାର ନାହିଁ ।
କମିଶନର ପଦବୀ ଫାଇଲ-କେନ୍ଦ୍ରିକ ନୁହେଁ, ବରଂ ନାଗରିକ-କେନ୍ଦ୍ରିକ ହେବା ପାଇଁ ଗଠିତ ହୋଇଛି। ଆଇନ ଆବଶ୍ୟକତାକୁ ପୁନଃସ୍ଥାପିତ କରିବା ପାଇଁ ଏହା ଉଦ୍ଦିଷ୍ଟ। ଆର୍‌ଟିଆଇ ନ୍ୟାୟଶାସ୍ତ୍ର କେବଳ ଆଦେଶର ବିଷୟରେ ନୁହେଁ; ବରଂ ବିଳମ୍ବ ଓ ପ୍ରତ୍ୟାଖାନ ଏକ ନିରପେକ୍ଷ କାର୍ଯ୍ୟ ନୁହେଁ ବୋଲି ସୂଚିତ କରେ। କମିଶନ ପୂର୍ବରୁ ସମସ୍ତ କର୍ମଚାରୀଙ୍କୁ ପାଇ ମଧ୍ୟ ପ୍ରଭାବଶାଳୀ ହୋଇନାହିଁ। ଯଦି ଏହି ନୂତନ ଟିମ୍‌ ପଡ଼ି ରହିଥିବା କାର୍ଯ୍ୟ ଶେଷ କରିବାକୁ ପ୍ରାଥମିକତା ନ ଦିଏ ଏବଂ ସିଆଇସିର ସ୍ବାଧୀନତାକୁ ପୁନଃପ୍ରତିଷ୍ଠିତ ନ କରେ, ତେବେ ଆଖିଦୃର୍ଶିଆ ପରିବର୍ତ୍ତନ ହେବାର ଆଶଙ୍କା ରହିଛି। ତେଣୁ ପ୍ରକୃତ ପରୀକ୍ଷା ହେଉଛି ଏହା କିପରି ଓ କେବେ ଆକ୍ରମଣାତ୍ମକ କିମ୍ବା ରକ୍ଷାତ୍ମକ ରୂପେ କାମ ଆରମ୍ଭ କରିବ।
ବଦଳି ସଂସ୍କୃତି
ନିକଟରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଆଇଏଏସ୍‌, ଆଇପିଏସ୍‌ ଓ ଆଇଏଫ୍‌ଏସ୍‌ ଅଧିକାରୀଙ୍କ ବଦଳି ସମ୍ପର୍କରେ ଦେଇଥିବା ନିର୍ଦ୍ଦେଶ ସିଭିଲ ସର୍ଭିସର ଶାସନ ଏବଂ ନିରୀକ୍ଷଣ ଉପରେ ପ୍ରଶ୍ନ ଉଠାଇଛି। ସିଭିଲ ସର୍ଭିସେସ୍‌ ବୋର୍ଡ କିପରି ନିଯୁକ୍ତିକୁ ପରିଚାଳନା କରୁଛି ସେ ବିଷୟରେ ବାର୍ଷିକ ରିପୋର୍ଟ ଦାବି କରି କେନ୍ଦ୍ର ରାଜ୍ୟଗୁଡ଼ିକୁ କହିଛି ଯେ, ବଦଳି କାର୍ଯ୍ୟ କେବଳ ତୁମର ନୁହେଁ, ଆମର ମଧ୍ୟ। ଔପଚାରିକ ଭାବେ କାର୍ଯ୍ୟକାଳ ସ୍ଥିର କରିବା, ସାଂସ୍ଥାଗତ ତଦାରଖ, ଅପ୍ରତ୍ୟାଶିତ ବଦଳି କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ପାଳନ କରାଯାଏ। ଏହା ଯୁକ୍ତିଯୁକ୍ତ। କିନ୍ତୁ ଶାସନରେ ସମସ୍ତେ ଜାଣନ୍ତି ଯେ ନିୟମଗୁଡ଼ିକୁ ଅଣଦେଖା କରିବା ଏକ ନିୟମିତ କାର୍ଯ୍ୟ ହୋଇଯାଇଛି। ଅନେକ ରାଜ୍ୟରେ ସିଭିଲ ସର୍ଭିସେସ୍‌ ବୋର୍ଡଗୁଡ଼ିକ ଉପରେ ପ୍ରାୟତଃ ଚାପ ପକାଯାଏ, ସୁବିଧା ପାଇଁ ସପକ୍ଷକୁ ନିଆଯାଏ ଏବଂ ରାଜନୈତିକ ପ୍ରାଥମିକତାରେ ହସ୍ତକ୍ଷେପ କରିବାକୁ ଅନୁମତି ଦିଆଯାଏ ନାହିଁ। ସେହି ଦୃଷ୍ଟିକୋଣରୁ ଦେଖିଲେ, କେନ୍ଦ୍ରର ନିର୍ଦ୍ଦେଶ କମ୍‌ ସଂସ୍କାରବାଦୀ ଏବଂ ବେଶି ସଂଶୋଧନମୂଳକ। ନିରନ୍ତର ଅଦଳବଦଳ ଯୋଗୁ ପ୍ରକଳ୍ପଗୁଡ଼ିକ ଅଟକି ରହେ, ଫାଇଲଗୁଡ଼ିକ ପୁଣି ଆରମ୍ଭ କରାଯାଏ, ଉତ୍ତରଦାୟିତ୍ୱ ରହେ ନାହିଁ ଏବଂ ଯେତେବେଳେ ଫଳାଫଳ ନିରାଶାଜନକ ହୁଏ ସେତେବେଳେ କେନ୍ଦ୍ର ଉପରେ ଅଙ୍ଗୁଳି ଉଠିଥାଏ। ଅନୁମାନ କରାଯାଉଛି, କେନ୍ଦ୍ରର ନିର୍ଦ୍ଦେଶକୁ ରାଜ୍ୟଗୁଡ଼ିକ ବିରୋଧ କରିବେ। ବଦଳିଗୁଡ଼ିକ ସର୍ବଦା ରାଜ୍ୟର ଏକ ମୁଖ୍ୟ ବିଷୟ ହୋଇଆସିଛି। ଦିଲ୍ଲୀ ଅଧିକ ପର୍ଯ୍ୟବେକ୍ଷଣ କରୁଛି କି ନାହିଁ ତାହା ପ୍ରକୃତ ପ୍ରଶ୍ନ ନୁହେଁ ବରଂ ରାଜ୍ୟଗୁଡ଼ିକ ଅଭିଯୋଗ କରିବାର ଅଧିକାର ପାଇଛନ୍ତି କି ନାହିଁ ତାହା ଦେଖିବା କଥା। ଯେପର୍ଯ୍ୟନ୍ତ ଏହି କାର୍ଯ୍ୟଧାରା ଶେଷ ନ ହୋଇଛି ଏହା କେନ୍ଦ୍ରୀୟ ତଦାରଖର ବିଷୟ ହୋଇ ରହିବ ଏବଂ ବାବୁଙ୍କ ବଦଳି ସଂସ୍କୃତି ବଞ୍ଚି ରହିବ।

ଦିଲ୍ଲୀକା ବାବୁ
ଦିଲୀପ ଚେରିଏନ୍‌

Email: dilipcherian@gmail.com

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri