ହାଇଟେକ୍‌ ସର୍ଭେରେ ବିଳମ୍ବ

କଟକ ଅଫିସ,୧୬ା୯:ଜମିଜମା ସଂକ୍ରାନ୍ତୀୟ ନକ୍ସାର ସ୍ଥିତି, ଅବସ୍ଥିତିକୁ ଗ୍ଲୋବାଲ ପୋଜିଶନିଂ ସିଷ୍ଟମ(ଜିପିଏସ୍‌) ଓ ଇଲେକ୍ଟ୍ରୋନିକ୍ସ ଟୋଟାଲ ଷ୍ଟେଶନ (ଇଟିଏସ୍‌) କରାଯିବା ଲକ୍ଷ୍ୟରେ ରାଜ୍ୟରେ ହାଇଟେକ୍‌ ସର୍ଭେ (ହାଇବ୍ରିଡ୍‌) ସିଷ୍ଟମ ଭଳି ପଦକ୍ଷେପ ହାତକୁ ନିଆଯାଇଛି। ଏହାଦ୍ୱାରା ରେକର୍ଡ ଅଫ୍‌ ରାଇଟ୍‌ସ (ଆର୍‌ଓଆର୍‌) ସଂରକ୍ଷିତ ସମସ୍ୟା ଦୂର ହେବା ସହ ଲାଟିଚ୍ୟୁଡ୍‌(ଅକ୍ଷାଂଶ) ଓ ଲଙ୍ଗିଚ୍ୟୁଡ୍‌(ଦ୍ରାଘିମା) ଅମେଳକ ଯୋଗୁ ଉପୁଜୁଥିବା ସମସ୍ୟାର ମଧ୍ୟ ସମାଧାନ ହୋଇପାରିବ। ଉନ୍ନତ ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ ପ୍ରସ୍ତୁତ ଗ୍ଲୋବାଲ ପୋଜିଶନିଂ ଦ୍ୱାରା ଯେ କୌଣସି ବ୍ୟକ୍ତି ନିଜ ଜମିର ସ୍ଥିତି ଓ ଅବସ୍ଥିତି ଜାଣିବା ପାଇଁ ରାଜସ୍ବ କାର୍ଯ୍ୟାଳୟ ନ ଯାଇ ଡିଜିଟାଲ ଫର୍ମାଟରେ ଯେ କୌଣସି ସ୍ଥାନରେ ରହି ଜାଣିପାରିବେ। ହେଲେ ଏହି ହାଇଟେକ୍‌ ସର୍ଭେ ବ୍ୟବସ୍ଥା କାର୍ଯ୍ୟକାରୀ ହେବାରେ ଅହେତୁକ ବିଳମ୍ବ ଘଟୁଥିବା କାରଣରୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ସାଧିତ ହୋଇପାରୁ ନାହିଁ। ଏପରି କି ପାଇଲଟ ପ୍ରୋଜେକ୍ଟ ଭାବେ ନିଆଯାଇଥିବା ୫ ଜିଲାରେ ଏବେ ଦାଖଲ ଖାରଜ ହୋଇପାରୁ ନ ଥିବାରୁ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ପୂର୍ବରୁ ଭୂଲେଖ ଆଇନରେ ଥିବା ପ୍ରତି ୨୫ବର୍ଷରେ ଥରେ ସେଟେଲମେଣ୍ଟ କାର୍ଯ୍ୟ ଯୋଗୁଁ ସରକାର ଅଧିକ ଖର୍ଚ୍ଚାନ୍ତ ହେବା ସହ ମଣିଷଦ୍ୱାରା ବ୍ୟବହୃତ ଚେନ୍‌ ମାପ ଓ ସରକାରଙ୍କ ଦ୍ୱାରା ସ୍ଥାପିତ ତ୍ରିଶୁଳି, ତ୍ରିଖୁଟି ସ୍ଥାନାନ୍ତର ଯୋଗୁଁ ଠିକ୍‌ ମାପ ନ ମିଳିବା ଯୋଗୁଁ ଜମି ସଂକ୍ରାନ୍ତ ମାମଲା ସମାଧାନ ହେବାକୁ ବର୍ଷ ବର୍ଷ ବିତି ଯାଇଥାଏ। ଏପରିକି ଗୋଟିଏ ସେଟେଲମେଣ୍ଟରେ ହୋଇଥିବା ଜମିର ସ୍ଥିତି ୨୫ ବର୍ଷ ପରେ ପୁନଃ ସେଟେଲମେଣ୍ଟ ବେଳେ ସ୍ଥାନ, ଚିହ୍ନ, ବଦଳି ଯାଇଥାଏ, ଯାହାକି ଉଭୟ ସରକାର ଓ ଜନସାଧାରଣଙ୍କ ପାଇଁ ଅଡୁଆ ସୃଷ୍ଟି ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ସମସ୍ତ ଭୂଲେଖ ବିଭାଗକୁ ଜିପିଏସ୍‌ କରାଯାଇ ପୂର୍ବରୁ ଥିବା ଅସଙ୍ଗତି ଦୂର ନିମନ୍ତେ ୨୦୧୨ରେ ରାଜ୍ୟ ସରକାର ରାଜ୍ୟର ୫ଟି ଜିଲାକୁ ପାଇଲଟ ପ୍ରକଳ୍ପ ଭାବେ ଗ୍ରହଣ କରିଛନ୍ତି। ସେଗୁଡ଼ିକ ହେଲା ଦେବଗଡ, ସମ୍ବଲପୁର, ସୁବର୍ଣ୍ଣପୁର, ସୁନ୍ଦରଗଡ ଓ ବଲାଙ୍ଗୀର। ତଦନୁଯାୟୀ ବମ୍ବେର ଏକ ଘରୋଇ ସଂସ୍ଥା ଏମ୍‌ଏସ୍‌ଆଇଆଇସି ଟେକ୍ନୋଲୋଜିସ ପ୍ରାଇଭେଟ ଲିମିଟେଡ ସହ ରାଜ୍ୟ ସରକାରଙ୍କ ଚୁକ୍ତି ହୋଇଛି। ଚୁକ୍ତି ଅନୁଯାୟୀ ସମ୍ପୃକ୍ତ ସଂସ୍ଥା ୨୦୧୩ରୁ କାର୍ଯ୍ୟ ଆରମ୍ଭ କରି ୨୦୧୫ରେ ଶେଷ କରିବାର ଥିଲା। କିନ୍ତୁ ୨୦୨୨ ଶେଷ ହେବାକୁ ବସିଥିବାବେଳେ ହାଇଟେକ୍‌ ସର୍ଭେ କାମ ଶେଷ ହେବାତ ଦୂରର କଥା, ୫୦ ପ୍ରତିଶତ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ। ୫ଟି ଜିଲାର ୬,୬୩୬ ଗ୍ରାମରେ ଆରମ୍ଭ ହୋଇଥିବା କାର୍ଯ୍ୟରେ ମାତ୍ର ୬୯୫ ଗ୍ରାମର ନକ୍ସା ଏବଂ ଆର୍‌ଓଆର୍‌ ପ୍ରକାଶନ ହୋଇପାରିଛି। ଅନ୍ୟପକ୍ଷରେ ଉପରୋକ୍ତ ୫ ଜିଲାରେ ୨୦୧୨ ରୁ ମ୍ୟୁଟେଶନ କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି। ଫଳରେ ଜମି କିଣାବିକାରେ ଜନସାଧାରଣ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ୨ୟ ପର୍ଯ୍ୟାୟରେ କଟକ, ଖୋର୍ଦ୍ଧା, ଗଞ୍ଜାମ ଓ କେନ୍ଦୁଝର ଜିଲାକୁ ହାଇଟେକ ସର୍ଭେରେ ସାମିଲ କରିବା ଲକ୍ଷ୍ୟରେ ୨୦୧୩ରେ ରାଜ୍ୟ ସରକାର ଏମ୍‌.ଏସ୍‌. ଟ୍ରାଇକାର୍ଡ ନାମକ ସଂସ୍ଥା ସହ ଚୁକ୍ତି କରିଥିଲେ ହେଁ ସେହିବର୍ଷ ସମ୍ପୃକ୍ତ ସଂସ୍ଥା କାର୍ଯ୍ୟ ଛାଡ଼ି ପଳାଇଯିବାରୁ ସମ୍ପୃକ୍ତ ୪ ଜିଲାରେ ଏଯାଏ ହାଇଟେକ୍‌ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ଫଳରେ ଏହି ବ୍ୟବସ୍ଥା ରାଜ୍ୟରେ କେତେଦୂର ସଫଳ ହେବ, ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଭୂ-ଅଭିଲେଖ ଓ ସର୍ବେକ୍ଷଣ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ତଥା ସଚିବ ବ୍ରହ୍ମାନନ୍ଦ ବେହେରାଙ୍କୁ ଯୋଗାଯୋଗ କରାଯିବାରୁ ଘଟଣାକୁ ସ୍ବୀକାର କରିବା ସହ ବିଭାଗୀୟ ପରିଚାଳନାଗତ ତ୍ରୁଟି ଯୋଗୁଁ କାର୍ଯ୍ୟରେ ବିଳମ୍ବ ହେଉଛି। କଟକ, ଖୋର୍ଦ୍ଧା, ଗଞ୍ଜାମ ଓ କେନ୍ଦୁଝର ଜିଲାର ସର୍ଭେ ପାଇଁ ନୂତନ କାର୍ଯ୍ୟ ନିର୍ବାହୀ ସଂସ୍ଥା ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri