ହାଇ ସିକ୍ୟୁରିଟି ରେଜିଷ୍ଟ୍ରେଶନ ପ୍ଲେଟ୍‌ ନ ଲଗାଇଲେ ୫ରୁ ୧୦ ହଜାର ଜରିମାନା

ଭୁବନେଶ୍ୱର,୧୬ା୯(ବ୍ୟୁରୋ): ହାଇ ସିକ୍ୟୁରିଟି ରେଜିଷ୍ଟ୍ରେଶନ ପ୍ଲେଟ୍‌ (ଏଚ୍‌ଏସ୍‌ଆର୍‌ପି) ନ ଲଗାଇଥିଲେ ଜରିମାନା ଗଣିବାକୁ ହେବ । ଯେଉଁ ଯାନବାହନର ଶେଷ ନମ୍ବର ୧,୨,୩, ୪ ହୋଇଥିବ ଏବଂ ସେମାନେ ଯଦି ସେପ୍ଟେମ୍ବର ୩୦ ସୁଦ୍ଧା ଏଚ୍‌ଏସ୍‌ଆର୍‌ପି ଲଗାଇ ନ ଥିବେ ତେବେ ୫ରୁ ୧୦ ହଜାର ଟଙ୍କା ଯାଏ ଜରିମାନା ଦେବାକୁ ହେବ। ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ) ଏବଂ ପୋଲିସ ପକ୍ଷରୁ ମିଳିତ ଭାବେ ଅକ୍ଟୋବର ୧ ତାରିଖରୁ ଯାଞ୍ଚ କଡ଼ାକଡ଼ି କରାଯିବ।
ଯେଉଁ ଗାଡ଼ିଗୁଡ଼ିକ ୨୦୧୯ ଏପ୍ରିଲ ୧ ତାରିଖ ପୂର୍ବରୁ ପଞ୍ଜୀକରଣ ହୋଇଛି ସେଗୁଡ଼ିକରେ ଏଚ୍‌ଏସ୍‌ଆର୍‌ପି ଲଗାଇବା ବାଧ୍ୟତାମୂଳକ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଯେଉଁ ଯାନବାହନର ଶେଷ ନମ୍ବର ୧,୨,୩ ଓ ୪ ଥିବ ସେଗୁଡ଼ିକ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଏଚ୍‌ଏସ୍‌ଆର୍‌ପି କରିବାକୁ କୁହାଯାଇଥିଲା। ଚଳିତ ମାସ ଶେଷ ଯାଏ କୌଣସି ଯାନବାହନରୁ ଜରିମାନା ଆଦାୟ କରାଯିବ ନାହିଁ ବୋଲି ଏସ୍‌ଟିଏ ପକ୍ଷରୁ କୁହାଯାଇଛି। ଏହା ପରେ ଇ-ଚାଲାଣ ଓ ଜରିମାନା ଆଦାୟ ହେବ। ପରିବହନ ଯୁଗ୍ମ କମିଶନର ଦୀପ୍ତି ରଞ୍ଜନ ପାତ୍ର କହିଛନ୍ତି ଯେ ସେପ୍ଟେମ୍ବର ୧୩ ତାରିଖ ସୁଦ୍ଧା ୧୦,୬୫,୩୧୨ ଗାଡ଼ି ମାଲିକ ଏଚ୍‌ଏସ୍‌ଆର୍‌ପି ପାଇଁ ସ୍ଲଟ୍‌ ବୁକ୍‌ କରିଛନ୍ତି। ସେଥିରୁ ୫,୯୩,୭୧୭ ଗାଡ଼ିରେ ଏଚ୍‌ଏସ୍‌ଆର୍‌ପି ଲାଗି ସାରିଛି। ସ୍ଲଟ୍‌ ବୁକ୍‌ କରିଥିବା ଗାଡ଼ି ମାଲିକ ଯଦି ଏହି ସମୟ ମଧ୍ୟରେ ଏଚ୍‌ଏସ୍‌ଆର୍‌ପି ନ ଲଗାଇବେ ତେବେ ସେମାନଙ୍କୁ ମୋଟର ଯାନ ଆଇନ ୧୯୮୮ର ସେକ୍ସନ ୧୯୨ ଅନୁଯାୟୀ ୫ରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଭରଣା କରିବାକୁ ପଡ଼ିବ ବୋଲି ସେ ସତର୍କ କରାଇ ଦେଇଛନ୍ତି। ପୁରୁଣା ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେଶନ ପ୍ଲେଟ ଲଗାଇବା ପାଇଁ ୨୦୨୨ ଅଗଷ୍ଟ ୩୧ ତାରିଖକୁ ଡେଡ୍‌ଲାଇନ ରଖାଯାଇଥିଲା। ପରେ ଏହାକୁ ୧ ମାସ ପାଇଁ ବୃଦ୍ଧି କରାଯାଇଛି। ଏହି ସମୟ ଅତିକ୍ରମ ହେଲେ ଗାଡ଼ି ମାଲିକଙ୍କ ଉପରେ ଜରିମାନା ଲାଗୁ ହେବ। ଯେଉଁ ଯାନବାହନଗୁଡ଼ିକର ପଞ୍ଜୀକରଣ ନମ୍ବର ଶେଷ ଅକ୍ଷର ୧ ଓ ୨ ରହିଛି ସେମାନଙ୍କ ପାଇଁ ଏଚ୍‌ଏସ୍‌ଆର୍‌ପି ଲଗାଇବା ନିମନ୍ତେ ଅଗଷ୍ଟ ୩୧ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ୩ ଓ ୪ ସେପ୍ଟେମ୍ବର ୩୦, ୫ ଓ ୬ ଅକ୍ଟୋବର ୩୧ ଏବଂ ୭ ଓ ୮ ନଭେମ୍ବର ୩୦ ଏବଂ ୯ ଓ ୦ ଶେଷ ନମ୍ବର ଥିବା ଗାଡ଼ିଗୁଡ଼ିକ ପାଇଁ ୨୦୨୨ ଡିସେମ୍ବର ୩୧କୁ ଶେଷ ସମୟ ଧାର୍ଯ୍ୟ କରାଯାଇଛି। ଶେଷ ତାରିଖ ଯାଏ ଅପେକ୍ଷା ନ କରି ଗାଡ଼ିମାଲିକମାନେ ଯଥା ଶୀଘ୍ର ନିଜ ଗାଡ଼ିରେ ଏଚ୍‌ଏସ୍‌ଆର୍‌ପି ଲଗାଇବାକୁ ପରାମର୍ଶ ଦିଆଯାଇଛି।
ଯାନ ନିର୍ମାତାଙ୍କ ଦ୍ୱାରା ସ୍ବୀକୃତ ସଂସ୍ଥା ବ୍ୟତୀତ ଅନ୍ୟ କୌଣସି ଡିଲର କିମ୍ବା ବ୍ୟକ୍ତି ଯଦି ଏଚ୍‌ଏସ୍‌ଆର୍‌ପି ଯୋଗାଣ କରିବା ଜଣାପଡ଼ିବ ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିବହନ କମିଶନର ଅରୁଣ ବୋଥ୍ରା କହିଛନ୍ତି। ଗାଡ଼ିରେ ଏଚ୍‌ଏସ୍‌ଆର୍‌ପି କେବଳ ଗାଡ଼ି ନିର୍ମାତାଙ୍କ ଦ୍ୱାରା ସ୍ବୀକୃତିପ୍ରାପ୍ତ ସଂସ୍ଥା କିମ୍ବା ଭେଣ୍ଡର ଲଗାଇବେ। ଯାନବାହନ ନିର୍ମାତା ଏହି ନମ୍ବର ପ୍ଲେଟ ଯୋଗାଇ ଦେବେ। ଗାଡ଼ିମାଲିକମାନେ ନମ୍ବର ପ୍ଲେଟ୍‌ ଲଗାଇବା ପାଇଁ ଅନ୍‌ଲାଇନ ପୋର୍ଟାଲ ଜରିଆରେ ବୁକ୍‌ କରିପାରିବେ। ଏହାଦ୍ୱାରା ସ୍ବଚ୍ଛତା ବଜାୟ ରହିପାରିବ। ଡିଲରମାନେ ଅଧିକ ଟଙ୍କା ଦାବି କରିପାରିବେ ନାହିଁ। ଯାନ ନିର୍ମାତାମାନେ ସେହି ପୋର୍ଟାଲକୁ ସ୍ବୀକୃତି ଦେବା ସହ ଗାଡ଼ି ମାଲିକମାନେ କେଉଁ ଡିଲର, କେଉଁ ଜାଗାରେ ଓ କେତେବେଳେ ନମ୍ବର ପ୍ଲେଟ୍‌କୁ ଲଗାଇବେ ତାହା ସୂଚିତ କରିବେ। ଡିଲରମାନେ ନମ୍ବର ପ୍ଲେଟ୍‌ ବଦଳାଇବା ପାଇଁ କେତେ ଟଙ୍କା ନେଉଛନ୍ତି ତାହା ଏକ ଡିସ୍‌ପ୍ଲେ ବୋର୍ଡରେ ଉଲ୍ଲେଖ କରିବେ। ଏଚ୍‌ଏସ୍‌ଆର୍‌ପି ଲଗାଇବା ପରେ ଭେଣ୍ଡରମାନେ ପରିବହନ ଲେଜର କୋଡ୍‌ ପରିବହନ ବିଭାଗ ଓ୍ବେବ୍‌ସାଇଟ ‘ବାହାନ’ ପୋର୍ଟାଲ ସହିତ ଅପ୍‌ଡେଟ ହୋଇଛି କି ନାହିଁ ତାହା ନିଶ୍ଚିତ କରିବେ। ନମ୍ବର ପ୍ଲେଟ୍‌ ପାଇଁ ବୁକ୍‌ କରିଥିବା ଗାଡ଼ି ମାଲିକଙ୍କୁ ଏସ୍‌ଏମ୍‌ଏସ୍‌ ଜରିଆରେ ସମସ୍ତ ସୂଚନା ପ୍ରଦାନ କରିବେ। ଯଦି କୌଣସି ଯାନର ବୈଧ ପଞ୍ଜୀକରଣ ସାର୍ଟିିଫିକେଟ ନ ଥିବ କିମ୍ବା ଟିକସ ବାକି ରହିଥିବ ତେବେ ସେମାନଙ୍କୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାକୁ ଅନୁମତି ମିଳିବ ନାହିଁ। ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ଏହି ନିର୍ଦ୍ଦେଶନାମା ଅନୁଯାୟୀ ପଦକ୍ଷେପ ନେବାକୁ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri