ସୁବର୍ଣ୍ଣପୁର ବସ୍‌ଷ୍ଟାଣ୍ଡ ନିର୍ମାଣ ବିଳମ୍ବ

ସୋନପୁର,୧୩।୫(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ପୁରୁଣା ବସଷ୍ଟାଣ୍ଡଠାରେ ଓଡିଶା ରାଜ୍ୟ ସଡକ ପରିବହନ ନିଗମ(ଓଏସ୍‌ଆର୍‌ଟିସି) ପକ୍ଷରୁ ଏକ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଅଗଷ୍ଟ ୨୩ରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଜିଲାବାସୀଙ୍କ ଏହା ଦୀର୍ଘ ବର୍ଷର ସ୍ବପ୍ନ। ତେବେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବିଳମ୍ବିତ ହେଉଛି। ଭିତ୍ତିପ୍ରସ୍ତର ସ୍ଥାପନର ୮ ମାସ ବିତି ଯାଇଥିଲେ ମଧ୍ୟ କାମ ଆରମ୍ଭ ହୋଇନି। ନୂଆ ବସ୍‌ଷ୍ଟାଣ୍ଡଟି ବର୍ତ୍ତମାନର ପୁରୁଣା ବସ୍‌ଷ୍ଟାଣ୍ଡ ଓ ପୁରୁଣା ଟାଉନ ହଲ ପରିସରରେ ନିର୍ମାଣ ହେବ। ଏଥିପାଇଁ ଜିଲା ପ୍ରଶାସନ ଉକ୍ତ ଜମିକୁ ଓଏସ୍‌ଆର୍‌ଟିସି ନାମରେ ଆବଣ୍ଟିତ କରିଛି। ଜମିରୁ ଷ୍ଟଲ, ପୁରୁଣା ଟାଉନ ହଲ, ଭୀମଭୋଇ କଳାମଣ୍ଡପ ଓ ପୁରୁଣା ଯାତ୍ରୀ ବିଶ୍ରାମଗାରଙ୍କୁ ଭଙ୍ଗାଯାଇଛି। ସର୍ବନିମ୍ନ ମୌଳିକ ସୁବିଧା ନଥିବା ଏହି ବସ୍‌ଷ୍ଟାଣ୍ଡରେ ଏବେ ଯାତ୍ରୀମାନେ ବସ୍‌କୁ ଅପେକ୍ଷା କରିବା ସମୟରେ ଖରା ବର୍ଷାରେ ଅସୁବିଧା ଭୋଗୁଛନ୍ତି। ୪୨ ଡିଗ୍ରୀ ତାପମାତ୍ରାରେ ଛାଇ ପାଇବା ପାଇଁ ଯାତ୍ରୀମାନେ ପିଲାଛୁଆଙ୍କୁ ଧରି ଦୋକାନରେ ଆଶ୍ରୟ ନେଉଛନ୍ତି। ଏହି ବସଷ୍ଟାଣ୍ଡ ନିର୍ମାଣ ପାଇଁ ପୂର୍ବରୁ ୨ଥର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ପରବର୍ତ୍ତୀ ସମୟରେ ଇଟା ଖଣ୍ଡେ ବି ଯୋଡା ଗଲାନି। ତେଣୁ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଆରମ୍ଭ ନ ହେବା ପର୍ଯ୍ୟନ୍ତ ଜିଲାର ସଚେତନ ନାଗରିକ ଆଶା ଆଶଙ୍କାରେ ରହିଛନ୍ତି। କାମ ଶିଘ୍ର ଆରମ୍ଭ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
ନୂତନ ବସ୍‌ଷ୍ଟାଣ୍ଡ ବର୍ତ୍ତମାନର ପୁରୁଣା ବସ୍‌ଷ୍ଟାଣ୍ଡ, ନଳିନୀ ଛକରୁ ବିଜୁ ପଟ୍ଟନାୟକ ଛକ ଓ ଗାନ୍ଧୀ ଷ୍ଟାଡିୟମ ପ୍ରାଚୀର ପର୍ଯ୍ୟନ୍ତ ମ୍ୟୁନିସିପାଲିଟିର ୧୩୧ଟି ଦୋକାନ ଘର(ଷ୍ଟଲ), ଯାତ୍ରୀ ବିଶ୍ରାମଗାର, ପୁରୁଣା ଟାଉନ ହଲ, ଭୀମଭୋଇ କଳାମଣ୍ଡପ ଓ ଶୌଚାଳୟକୁ ଉଚ୍ଛେଦ କରି ସେହି ସ୍ଥାନରେ କରାଯିବାର ଯୋଜନା ରହିଛି। ଜମିରୁ ଉଚ୍ଛେଦ ବିଳମ୍ବ ହେବାରୁ ଟେଣ୍ଡର ଆହ୍ବାନ ବିଳମ୍ବିତ ହୋଇଥିଲା। ପରେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଲିଃ(ଓବିସିସି) ପକ୍ଷରୁ ଭିତ୍ତିପ୍ରସ୍ତର ସ୍ଥାପନର ବହୁ ବିଳମ୍ବରେ ୨୯ କୋଟି ୨୮ ଲକ୍ଷ ୨ ହଜାର ଟଙ୍କାର ଟେଣ୍ଡର ବିଜ୍ଞପ୍ତି ପ୍ରକାଶ ପାଇଛି। ଭୁବନେଶ୍ୱର ଓବିସିସି ସିଜିଏମ୍‌ଙ୍କ ପକ୍ଷରୁ ଏହି ଟେଣ୍ଡର ଆହ୍ବାନ କରାଯାଇଛି। ନିର୍ବାଚନ ଆଚରଣ ବିଧି ହଟିଲା ପରେ ଏହି ଟେଣ୍ଡର ଖୋଲାଯିବ ଓ ନିର୍ମାଣ କାମ ଆରମ୍ଭ ହେବ ବୋଲି କୁହାଯାଉଛି। ସେହିପରି ୧୫ ମାସ ମଧ୍ୟରେ ଏହି ପ୍ରକଳ୍ପ କାମ ସମ୍ପୂର୍ଣ୍ଣ କରାଯିବାର ଲକ୍ଷ୍ୟ ରହିଛି। ଆମ ବସ୍‌ଷ୍ଟାଣ୍ଡ ଯୋଜନାରେ ବିଭିନ୍ନ ସୁବିଧା ଉପଲବ୍ଧ ଥିବା ଏହି ବସ୍‌ଷ୍ଟାଣ୍ଡ ନିର୍ମାଣ ହେବ। ଏହା ମଧ୍ୟରେ ହୋଟେଲ, ଦୋକାନ ଗୃହ, ସହ ବସ୍‌ ଓ କାର ପାର୍କିଂ ପାଇଁ ସୁବିଧା ରହିବ। ଯାତ୍ରୀ ଏବଂ ବସ୍‌ କର୍ମଚାରୀମାନଙ୍କ ଆଶ୍ରୟ ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା ହେବ। ଗତ ମାସ ଓବିସିସିର ଏମ୍‌ଡି ଇଂ.ଜୟକୃଷ୍ଣ ଦାସଙ୍କ ନେତୃତ୍ୱରେ ଏକ ପାଞ୍ଚଜଣିଆ ଟିମ୍‌ ପ୍ରକଳ୍ପ ନିର୍ମାଣ ହେବାକୁ ଥିବା ସ୍ଥାନ ପରିଦର୍ଶନ କରିଥିଲେ। ଜମିର ମାପଚୁପ କରିଥିଲେ। ଏହା ଜଣାପଡିବା ପରେ ବସଷ୍ଟାଣ୍ଡ ନିର୍ମାଣ ହେବା ନେଇ ସହରବାସୀଙ୍କ ମଧ୍ୟରେ ପୁଣି ଆଶାସଞ୍ଚାର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭାରେ ଗୀତ ଗାଇଲେ ମହିଳା ବିଧାୟକ; ହସିଲେ ମୁଖ୍ୟମନ୍ତ୍ରୀ, କହିଲେ….

ଚେନ୍ନାଇ, ୧୯।୮: ତାମିଲନାଡୁରେ ଅଭିନେତାରୁ ରାଜନେତା ହୋଇଥିବା ସି. ଜୋସେଫ ବିଜୟଙ୍କ ସରକାର ବିଧାୟକମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ସମସ୍ତ ବିଧାୟକଙ୍କୁ କାର୍ ମିଳିବା…

ଆଶୁତୋଷ ପରିଡ଼ା ପାଇବେ ଶାରଳା ପୁରସ୍କାର

ଭୁବନେଶ୍ୱର,୧୯ା୮: ଓଡ଼ିଶା ସାହିତ୍ୟ ଜଗତ ପାଇଁ ଏକ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ମନାକୁ ଆସିଛି। ପ୍ରସିଦ୍ଧ କବି ତଥା ସୁସାହିତି୍ୟକ ଆଶୁତୋଷ ପରିଡ଼ା ସର୍ବୋଚ୍ଚ ସାହିତ୍ୟ…

୧୦ଟି ୱିକେଟ ନେବା ସତ୍ତ୍ୱେ ମାନବ ସୁଥରଙ୍କୁ କାହିଁକି ମିଳିଲା ନାହିଁ ‘ପ୍ଲେୟାର ଅଫ ଦି ମ୍ୟାଚ’ ପୁରସ୍କାର? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୮: ଗାଲେରେ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଟେଷ୍ଟରେ ଭାରତୀୟ ସ୍ପିନ ଅଲରାଉଣ୍ଡର ମାନବ ସୁଥର ୧୦ ୱିକେଟ ନେଇଥିଲେ। ସେ ପ୍ରଥମ ଇନିଂସରେ ୪ ଜଣ ଏବଂ…

ଓଡ଼ିଶା ପାଇଁ ବଡ଼ ରେଲଓ୍ବେ ଭେଟି, ମୋଦି ସରକାର କଲେ ବଡ଼ ଘୋଷଣା

ଭୁବନେଶ୍ୱର,୧୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (CCEA) ବୈଠକରେ ପ୍ରାୟ ୯,୪୫୦ କୋଟି ଟଙ୍କା ବ୍ୟୟବରାଦରେ ୪ଟି…

ଅଯୋଧ୍ୟା ପ୍ରସାଦ ନାଁରେ ମିଠା ବିକ୍ରି, ଆମାଜନ୍‌କୁ ଏତେ ଲକ୍ଷର ଜୋରିମାନା

ନୂଆଦିଲ୍ଲୀ, ୧୯।୮: ଶ୍ରୀରାମ ମନ୍ଦିର ଅଯୋଧ୍ୟା ପ୍ରସାଦ ନାଁରେ ସାଧାରଣ ମିଠା ବିକ୍ରି କରିବା ଆମାଜନ୍‌କୁ ମହଙ୍ଗା ପଡ଼ିଛି । କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (CCPA)…

ଇମ୍ରାନ ଖାନ ନଅ ମାସ ପରେ ପ୍ରଥମ ଥର ପାଇଁ ପତ୍ନୀ ବୁଶରା ବିବି- ଭଉଣୀଙ୍କୁ ଭେଟିଲେ

ଇସଲାମାବାଦ,୧୯।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ପାକିସ୍ତାନ ତେହରିକ-ଏ-ଇନସାଫ (PTI)ର ପ୍ରତିଷ୍ଠାତା ଇମ୍ରାନ ଖାନ ରାୱଲପିଣ୍ଡିର ଆଡିଆଲା ଜେଲରେ ନଅ ମାସ ମଧ୍ୟରେ ପ୍ରଥମ ଥର ପାଇଁ…

ଅପରେସନ୍ ପରେ ପେଟ ଭିତରେ ରହିଗଲା ଗ୍ଲୋଭସ୍-ନାପକିନ୍! ୧୯ ବର୍ଷୀୟା ମା’ଙ୍କ ଅବସ୍ଥା….

ମୁମ୍ବାଇ,୧୯ା୮: ମହାରାଷ୍ଟ୍ରର ବୀଡ୍‌ରୁ ସରକାରୀ ହସ୍ପିଟାଲର ଚିକିତ୍ସା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୧୯ ବର୍ଷୀୟା ସନ୍ଧ୍ୟା ସୂରଜ ଗାଏକୱାଡ୍‌ ଅଗଷ୍ଟ ୧ ତାରିଖରେ…

କେମିତି ଅପହରଣ ହୋଇଥିଲେ ବ୍ୟବସାୟୀ ଗୁଣ୍ଡା ସାହୁ, ପୋଲିସ କ୍ରାଇମ୍‌ ଭିଡିଓ ଜାରି କରି…

ବଲାଙ୍ଗୀର,୧୯ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ ଗୁଣ୍ଡା ସାହୁ ଅପହରଣ ଘଟଣା ସମ୍ପର୍କିତ କ୍ରାଇମ ଭିଡିଓ ଜାରି କରିଛି ବଲାଙ୍ଗୀର ପୋଲିସ। କିଭଳି ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri