ନଗଡ଼ାରେ ପୋଡୁଚାଷ ପାଇଁ ଜଙ୍ଗଲ କଟା ଆରମ୍ଭ

କାଳିଆପାଣି,୫ା୫(ଡି.ଏନ.ଏ.):ସୁକିନ୍ଦା ବନାଞ୍ଚଳ ଅଧୀନ ଚିଙ୍ଗୁଡ଼ିପାଳ ପଞ୍ଚାୟତର ନଗଡ଼ା ଜଙ୍ଗଲକୁ ଜୁଆଙ୍ଗମାନେ ପୋଡୁଚାଷ ପାଇଁ ବ୍ୟବହାର କରୁଛନ୍ତି। ସେଥିପାଇଁ ନଗଡ଼ାରେ ଆରମ୍ଭ ହେଲାଣି ଜଙ୍ଗଲ କଟା। ବର୍ଷା ଦିନେ ଉକ୍ତ ଚାଷ କରିବା ପାଇଁ ପାହାଡ଼ର ଜଙ୍ଗଲ କାଟି ସଫା କରାଯାଉଛି। ଜଙ୍ଗଲରେ ବସବାସ କରୁଥିବା ଜନଜାତି ଜୁଆଙ୍ଗମାନେ ଶହଶହ ଏକର ପାହାଡ଼ରୁ ଗଛ କାଟି ସେଥିରେ ନିଆଁ ଲଗାଇ ଚାଷ ଉପଯୋଗୀ ଭାବେ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି। ତେବେ ଜଙ୍ଗଲ ସୁରକ୍ଷା ନିମନ୍ତେ ସରକାର ବିପୁଳ ଟଙ୍କା ଖର୍ଚ୍ଚ କରିବା ସହିତ ଦକ୍ଷ ପଦାଧିକାରୀ, ସ୍କ୍ବାଡ୍‌ ଓ ବନ ଜଗୁଆଳି ନିଯୁକ୍ତି ଦେବା ଶହ ଆବଶ୍ୟକ ଯନ୍ତ୍ରପାତି ଏବଂ ଯାନବାହନ ଯୋଗାଇ ଦେଇଥିଲେ ମଧ୍ୟ ସେ ସବୁ ଫେଲ୍‌ ମାରିଛି। ଜଙ୍ଗଲକୁ ବନ ବିଭାଗର ବହୁ କର୍ମଚାରୀ ଜଗି ରହିଥିବାବେଳେ ୪ ଚକିଆ ଗାଡ଼ିରେ ଘୂରି ବୁଲୁଥିବା ଦେଖିବାକୁ ମିଳୁଛି। ହେଲେ ନଗଡ଼ାରେ ପାହାଡ଼ରୁ ଗଛ କାଟି ସେଥିରେ ନିଆଁ ଲଗାଇ ସଫା କରା ଯାଉଥିଲେବି ବନ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଏହା ଏକ ଆଶ୍ଚଯ୍ୟର ବିଷୟ ପାଲଟିଛି।
ବିଗତ ଦିନରେ ନଗଡ଼ା ପାର୍ବତ ଅଞ୍ଚଳରେ ପୋଡୁଚାଷର ଏକ ଭୂସ୍ବର୍ଗ ଥିଲା। ହେଲେ ନଗଡ଼ାରେ ଅପପୁଷ୍ଟି ଶିଶୁ ମୃତ୍ୟୁ ପରେ ରାଜ୍ୟ ସରକାରଙ୍କ ବଡ଼ ଅଧିକାରୀ ନଗଡ଼ାଗସ୍ତରେ ଆସିଥିଲେ। ତେଣୁ ବନ ବିଭାଗର ଅଧିକାରୀମାନେ କାଠଚୋରି ରୋକିବା ସହ ପୋଡୁଚାଷରେ ଲଗାମ ଲଗାଇ ଲଣ୍ଡା ପାହାଡ଼ରେ ଚାରାରୋପଣ କରି ସବୁଜିମା ସୃଷ୍ଟି କରିଥିଲେ। ଏବେ ବନ ବିଭାଗର ନିଷ୍କ୍ରିୟତା ଯୋଗୁ ଜୁଆଙ୍ଗମାନେ ପୁଣି ସବୁଜ ଶ୍ୟାମଳ ପାହାଡ଼କୁ କାଟି ଲଣ୍ଡା କରିବାର ପନ୍ଥା ଆପଣେଇଥିବା ଅନୁମାନ କରାଯାଉଛି। ତୁରନ୍ତ ବନ ବିଭାଗ ହସ୍ତକ୍ଷେପ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ପୋଡୁଚାଷ ପାଇଁ ପାହାଡ଼ ଧ୍ୱସଂ ହୋଇଯିବ, ଏଥିରେ ସନ୍ଦେହ ନାହିଁ। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ଫରେଷ୍ଟର ନରେଶ କୁମାର ଟୁଡୁଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବେପରୁଆ ବୟାନ ଦେଲେଣି ଟ୍ରମ୍ପ, ଇରାନକୁ ନେଇ କହିଲେ ଏମିତି କଥା ସାରା ବିଶ୍ୱ ଚକିତ

ଓ୍ବାଶିଂଟନ,୧୩।୪: ଇସଲାମାବାଦରେ ଆଲୋଚନା ଭାଙ୍ଗିବା ପରେ ଡୋନାଲ୍ଡ ଟ୍ରମ୍ପ ଏକ ବିବୃତ୍ତି ଜାରି କରିଛନ୍ତି। ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ଇରାନ ପରମାଣୁ ଅସ୍ତ୍ର ରଖିବା…

ପରିଶ୍ରମ ଅନୁଯାୟୀ ମହୁଲ ଫୁଲ ସଂଗ୍ରହକାରୀଙ୍କୁ ମିଳୁନି ମୂଲ, ଜୀବିକାକୁ ଆଦରି ନେଇ…

ବରଗଡ଼/ଝାରବନ୍ଧ,୧୩।୪(ପ୍ରେମାନନ୍ଦ ଖମାରୀ/ ଦେବେନ୍ଦ୍ର ସାହୁ): ଲଘୁ ବନଜାତ ଦ୍ରବ୍ୟ ମଧ୍ୟରୁ ମହୁଲ ଫୁଲ ଅନ୍ୟତମ। ଫାଲଗୁନ ମାସ ଆସିବା ମାତ୍ର ଏହି ଫୁଲ ଗଛରେ ଦେଖିବାକୁ ମିଳେ।…

ମା’ ରାମଚଣ୍ଡୀଙ୍କ ଚନ୍ଦନ ପୋଖରୀରେ ଆଣ୍ଠୁଏ ପାଣି, ମେଳାରେ ସମସ୍ୟା ଭୋଗିବେ ବ୍ୟବସାୟୀ, ଅସନ୍ତୋଷ ପ୍ରକାଶ କରି…

ମହାକାଳପଡ଼ା,୧୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗରସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିରରେ ଦିନକ ପରେ ପଣା ସଂକ୍ରାନ୍ତି ଓ ଝାମୁଯାତ୍ରା…

ଆମେରିକା-ଇରାନ ଶାନ୍ତି ଆଲୋଚନା ମଧ୍ୟରେ ଆସିଲା ଏହି ବ୍ୟକ୍ତିଙ୍କର ଗୋଟିଏ ଫୋନ କଲ୍‌, ସବୁ ହୋଇଗଲା ଓଲଟପାଲଓ!

ଇସଲାମାବାଦ,୧୩।୪: ଇରାନ ଦାବି କରିଛି ଯେ ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବିବାଦ ସମାଧାନ ପାଇଁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଦ୍ୱାରା ଆମେରିକାର ଉପରାଷ୍ଟ୍ରପତି…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

ଯୁଦ୍ଧ ଓ ଶ୍ୱାସରୁଦ୍ଧ ସମ୍ବେଦନଶୀଳତା

ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା…

ବିଦ୍ୟୁତ୍‌ ଉପରେ ପଡ଼ୁଛି ଗ୍ୟାସ୍‌ ଚାପ

ଭୁବନେଶ୍ୱର,୧୩।୪(ରବିନାରାୟଣ ଜେନା): ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତିକୁ ନେଇ ରାଜ୍ୟରେ ଘରୋଇ ରନ୍ଧନ ଗ୍ୟାସ୍‌(ଏଲ୍‌ପିଜି)ର ସଙ୍କଟ ସୃଷ୍ଟି ହୋଇଛି। ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଲୋକେ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri