ନଗଡ଼ାରେ ପୋଡୁଚାଷ ପାଇଁ ଜଙ୍ଗଲ କଟା ଆରମ୍ଭ

କାଳିଆପାଣି,୫ା୫(ଡି.ଏନ.ଏ.):ସୁକିନ୍ଦା ବନାଞ୍ଚଳ ଅଧୀନ ଚିଙ୍ଗୁଡ଼ିପାଳ ପଞ୍ଚାୟତର ନଗଡ଼ା ଜଙ୍ଗଲକୁ ଜୁଆଙ୍ଗମାନେ ପୋଡୁଚାଷ ପାଇଁ ବ୍ୟବହାର କରୁଛନ୍ତି। ସେଥିପାଇଁ ନଗଡ଼ାରେ ଆରମ୍ଭ ହେଲାଣି ଜଙ୍ଗଲ କଟା। ବର୍ଷା ଦିନେ ଉକ୍ତ ଚାଷ କରିବା ପାଇଁ ପାହାଡ଼ର ଜଙ୍ଗଲ କାଟି ସଫା କରାଯାଉଛି। ଜଙ୍ଗଲରେ ବସବାସ କରୁଥିବା ଜନଜାତି ଜୁଆଙ୍ଗମାନେ ଶହଶହ ଏକର ପାହାଡ଼ରୁ ଗଛ କାଟି ସେଥିରେ ନିଆଁ ଲଗାଇ ଚାଷ ଉପଯୋଗୀ ଭାବେ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି। ତେବେ ଜଙ୍ଗଲ ସୁରକ୍ଷା ନିମନ୍ତେ ସରକାର ବିପୁଳ ଟଙ୍କା ଖର୍ଚ୍ଚ କରିବା ସହିତ ଦକ୍ଷ ପଦାଧିକାରୀ, ସ୍କ୍ବାଡ୍‌ ଓ ବନ ଜଗୁଆଳି ନିଯୁକ୍ତି ଦେବା ଶହ ଆବଶ୍ୟକ ଯନ୍ତ୍ରପାତି ଏବଂ ଯାନବାହନ ଯୋଗାଇ ଦେଇଥିଲେ ମଧ୍ୟ ସେ ସବୁ ଫେଲ୍‌ ମାରିଛି। ଜଙ୍ଗଲକୁ ବନ ବିଭାଗର ବହୁ କର୍ମଚାରୀ ଜଗି ରହିଥିବାବେଳେ ୪ ଚକିଆ ଗାଡ଼ିରେ ଘୂରି ବୁଲୁଥିବା ଦେଖିବାକୁ ମିଳୁଛି। ହେଲେ ନଗଡ଼ାରେ ପାହାଡ଼ରୁ ଗଛ କାଟି ସେଥିରେ ନିଆଁ ଲଗାଇ ସଫା କରା ଯାଉଥିଲେବି ବନ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଏହା ଏକ ଆଶ୍ଚଯ୍ୟର ବିଷୟ ପାଲଟିଛି।
ବିଗତ ଦିନରେ ନଗଡ଼ା ପାର୍ବତ ଅଞ୍ଚଳରେ ପୋଡୁଚାଷର ଏକ ଭୂସ୍ବର୍ଗ ଥିଲା। ହେଲେ ନଗଡ଼ାରେ ଅପପୁଷ୍ଟି ଶିଶୁ ମୃତ୍ୟୁ ପରେ ରାଜ୍ୟ ସରକାରଙ୍କ ବଡ଼ ଅଧିକାରୀ ନଗଡ଼ାଗସ୍ତରେ ଆସିଥିଲେ। ତେଣୁ ବନ ବିଭାଗର ଅଧିକାରୀମାନେ କାଠଚୋରି ରୋକିବା ସହ ପୋଡୁଚାଷରେ ଲଗାମ ଲଗାଇ ଲଣ୍ଡା ପାହାଡ଼ରେ ଚାରାରୋପଣ କରି ସବୁଜିମା ସୃଷ୍ଟି କରିଥିଲେ। ଏବେ ବନ ବିଭାଗର ନିଷ୍କ୍ରିୟତା ଯୋଗୁ ଜୁଆଙ୍ଗମାନେ ପୁଣି ସବୁଜ ଶ୍ୟାମଳ ପାହାଡ଼କୁ କାଟି ଲଣ୍ଡା କରିବାର ପନ୍ଥା ଆପଣେଇଥିବା ଅନୁମାନ କରାଯାଉଛି। ତୁରନ୍ତ ବନ ବିଭାଗ ହସ୍ତକ୍ଷେପ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ପୋଡୁଚାଷ ପାଇଁ ପାହାଡ଼ ଧ୍ୱସଂ ହୋଇଯିବ, ଏଥିରେ ସନ୍ଦେହ ନାହିଁ। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ଫରେଷ୍ଟର ନରେଶ କୁମାର ଟୁଡୁଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri