ଅସୁରକ୍ଷିତ ବୌଦ୍ଧପୀଠ

ଚଣ୍ଡିଖୋଲ,୫ା୫(ଡି.ଏନ୍‌.ଏ.): ଶୁକ୍ରବାର ଚନ୍ଦନ ପୂର୍ଣ୍ଣିମା। ଏହାକୁ ବୌଦ୍ଧ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଭଗବାନ ତଥାଗତ ବୁଦ୍ଧ ଏହି ଦିନ ଜନ୍ମଗ୍ରହଣ କରିଥିବାରୁ ଏହାକୁ ବୁଦ୍ଧ ଜୟନ୍ତୀ ରୂପେ ପାଳନ କରାଯାଏ। ଓଡ଼ିଶାର ପ୍ରମୁଖ ବୌଦ୍ଧକ୍ଷେତ୍ର ହୀରକ ତ୍ରିଭୁଜ କଟକ ଜିଲାର ଲଳିତଗିରି, ଯାଜପୁର ଜିଲାର ରନତ୍ଗିରି ଓ ଉଦୟଗିରି ବିଶ୍ୱବିଦିତ। ବିଶ୍ୱର କୋଣ ଅନୁକୋଣରୁ ଏଠାକୁ ପର୍ଯ୍ୟଟକ ତଥା ବୌଦ୍ଧ ଗବେଷକ ଆସିଥାନ୍ତି। କେନ୍ଦ୍ର ସରକାରଙ୍କ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଏହାର ଉତ୍‌ଖନନ ଓ ସୁରକ୍ଷା ଦାୟିତ୍ୱ ନେଇଛି। ଏହାକୁ ସୁରକ୍ଷିତ କରିବା ପାଇଁ ସମସ୍ତ ବୌଦ୍ଧ ପୀଠ ପରିଧି ସୀମାରେ ପାଚେରି ନିର୍ମାଣ କରାଯାଇଛି। ତେବେ ଏହି ପାଚେରିର ଲୁହା ଖଣ୍ଡଗୁଡ଼ିକୁ ବାରମ୍ବାର ଚୋରି କରି ନିଆଯାଉଥିବାରୁ ଏହା ଅସୁରକ୍ଷିତ ହୋଇପଡ଼ିଛି। ଏହାର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଲଳିତଗିରି, ଉଦୟଗିରି ଓ ରନତ୍ଗିରିର ଚତୁଃପାର୍ଶ୍ୱରେ ୨୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇ ପାଚେରି ନିର୍ମାଣ କରାଯାଇଥିବାବେଳେ ଏବେ ବହୁ ସ୍ଥାନରୁ ଦୁର୍ବୃତ୍ତ ପାଚେରି ଭାଙ୍ଗିଦେଲେଣି, ଯାହାକୁ ନେଇ ବୁଦ୍ଧିଜୀବୀ ଆଶଙ୍କା ପ୍ରକାଶ କରିଛନ୍ତି।
୧୯୭୬ରୁ ଏହି ବୌଦ୍ଧ ପୀଠଗୁଡ଼ିକର ଖନନ କରାଯାଇ ବ୍ୟାପକ ବୌଦ୍ଧ କୀର୍ତ୍ତିରାଜି ଆବିଷ୍କୃତ ହୋଇଛି। ଉଦୟଗିରିଠାରେ ୨ ମହାବିହାର ଯଥା ସିଂହପ୍ରସ୍ଥ ମହାବିହାର ଓ ମାଧବପୁର ମହାବିହାର ଆବିଷ୍କୃତ ହୋଇଛି, ଯାହାକି ୧୦ମ ଶତାବ୍ଦୀରୁ ଦ୍ୱାଦଶ ଶତାବ୍ଦୀ ସମୟ ବୋଲି ଐତିହାସିକ ମତବ୍ୟକ୍ତ କରିଛନ୍ତି। ସେହିଭଳି ଲଳିତଗିରିଠାରେ ଲଣ୍ଡାପାହାଡ଼ର ସୁଉଚ୍ଚ ପର୍ବତ ଶିଖରରେ ଯେଉଁ ସ୍ତୂପ ବାହାରିଛି ସେ ସ୍ତୂପ ମଧ୍ୟରୁ ତଥାଗତ ବୁଦ୍ଧଙ୍କ ଅସ୍ଥି ମିଳିଛି। ୩ଟି ଫରୁଆରେ ଆବଦ୍ଧ ହୋଇ ରହିଥିବା ଏହି ଅସ୍ଥିକୁ ପ୍ରଥମେ ଭୁବନେଶ୍ୱର ରାଜ୍ୟ ସଂଗ୍ରାହଳୟରେ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ଲଳିତଗିରିଠାରେ ବୁଲେଟ ପ୍ରୁଫ୍‌ ସଂଗ୍ରାହାଳୟ ସ୍ଥାପନ କରାଯାଇ ଏହି ଅସ୍ଥିକୁ ରଖାଯାଇଛି। ସେହିଭଳି ଖୀ୍ରପୂ ଦ୍ୱିତୀୟ ଶତାବ୍ଦୀର ବିରଳ ସ୍ତୂପ ପାରାଭାଡ଼ିଠାରେ ମିଳିଛି। ଏହାକୁ ପାରାଭାଡ଼ି ସ୍ତୂପ କୁହାଯାଉଥିବାବେଳେ ଦୀର୍ଘ ବର୍ଷ ଧରି ଏହା ଅବହେଳିତ ଅବସ୍ଥାରେ ପଡ଼ି ରହିଥିଲା।
୨୦୨୩ ଫେବୃୟାରୀରେ ଏହାର ଖନନ କାର୍ଯ୍ୟ କରାଯାଇ ଲୋକଲୋଚନକୁ ଆସିଥିବାବେଳେ ଏହା ସମ୍ପୂର୍ଣ୍ଣ ଖନନ ହୋଇନାହିଁ। ସେହିଭଳି ରନତ୍ଗିରିଠାରେ ବୌଦ୍ଧ ମହାବିହାର ମିଳିଥିବାବେଳେ ବୌଦ୍ଧ ଭୀକ୍ଷୁ ଓ ପ୍ରାଚୀନ କୀର୍ତ୍ତିରାଜୀ ଆବିଷ୍କୃତ ହୋଇଛି। ଐତିହାସିକ ମତ ଦିଅନ୍ତି ଯେ, ଏଠାରେ ସେ ସମୟରେ ପୁଷ୍ପଗିରି ବୌଦ୍ଧ ବିଶ୍ୱବିଦ୍ୟାଳୟ ଥିଲା, ଯାହାର ଏବେବି କିଛି ଭଗ୍ନାବଶେଷ ଏହି ୩ଟି ବୌଦ୍ଧପୀଠରୁ ମିଳିଛି। ଖ୍ରୀପୂ ୬ଷ୍ଠ ଶତାବ୍ଦୀରେ ଚୀନ୍‌ ପରିବ୍ରାଜକ ହୋଏନ୍‌ସାଂ ଓଡ଼ିଶା ଗସ୍ତରେ ଆସିଥିବାବେଳେ ଏଠାରେ ପ୍ରାଚୀନ କୀର୍ତ୍ତିରାଜି ପରିପୂର୍ଣ୍ଣ ଥିବାନେଇ ସେତେବେଳେ ଉଲ୍ଲେଖ କରିଥିଲେ। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଏଏସ୍‌ଆଇର ଭୁବନେଶ୍ୱର ସର୍କଲକୁ ଦୁଇ ଭାଗରେ ବିଭକ୍ତ କରିଦିଆଯାଇଛି। ନୂତନ ସର୍କଲ ପୁରୀଠାରେ ପ୍ରତିଷ୍ଠା କରାଯାଇଛି। ଏହି ହୀରକ ତ୍ରିଭୁଜକୁ ପୁରୀ ସର୍କଲ ଅଧୀନରେ ଅନ୍ତର୍ଭୁକ୍ତ କରାଯାଇଛି। ଏଠାରୁ ଆବିଷ୍କୃତ ବୌଦ୍ଧ ଯୁଗୀୟ ବର୍ଷାବାସ, ବୌଦ୍ଧ ଗୁମ୍ଫା ଓ ଭଗ୍ନ ବୌଦ୍ଧ ମୂର୍ତ୍ତି ଖ୍ରୀଷ୍ଟ୍ରୀୟ ଦ୍ୱିତୀୟ ଶତାବ୍ଦୀର ଆରମ୍ଭ କରି ଦ୍ୱାଦଶ ଶତାବ୍ଦୀ ସମୟର ବୋଲି ଏଏସ୍‌ଆଇ ପକ୍ଷରୁ ସୂଚନା ଦିଆଯାଇଛି।
ସେହିଭଳି ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳର କାଏମା, ଲାଙ୍ଗୁଡ଼ି ଓ ରାଧାନଗରରୁ ବହୁ ବୌଦ୍ଧ କୀର୍ତ୍ତିରାଜି ଆବିଷ୍କୃତ ହୋଇଛି। ଏହାକୁ ସୁରକ୍ଷିତ ରଖି ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ଦେବାକୁ ଏଏସ୍‌ଆଇ ପକ୍ଷରୁ ପ୍ରଚେଷ୍ଟା ଆରମ୍ଭ କରାଯାଇଛି। ହେଲେ ଏଏସ୍‌ଆଇ ତରଫରୁ କେବେବି ବୁଦ୍ଧ ଜୟନ୍ତୀ ପାଳନ କରାଯାଇନାହିଁ। ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ପ୍ରତ୍ୟେକ ବର୍ଷ ବୁଦ୍ଧ ଜୟନ୍ତୀ, ଲଳିତଗିରି, ଉଦୟଗିରି ଓ ରନତ୍ଗିରିଠାରେ ପାଳନ କରାଯାଏ। ଏହି ଜୟନ୍ତୀ ପାଳନ ଅବସରରେ ସୁରକ୍ଷାକୁ ନେଇ ବିଭିନ୍ନ ପ୍ରକାର ଭାଷଣ ଚାଲିଥାଏ। ଏଥିସହିତ ବୌଦ୍ଧପୀଠର ପ୍ରାକୃତିକ ପରିବେଶକୁ ନେଇ ଚିନ୍ତାବ୍ୟକ୍ତ କରାଯାଏ। କିନ୍ତୁ ଏଏସ୍‌ଆଇର ବିନା ଅନୁମତିରେ ବୌଦ୍ଧ ପୀଠ ଅଞ୍ଚଳରେ ପ୍ରବେଶ କରିବା କିମ୍ବା ସଭା କରିବା ସମ୍ଭବ ନୁହେଁ। ସ୍ଥାନୀୟ ଅଞ୍ଚଳବାସୀ ଏହାର ସୁରକ୍ଷାକୁ ନେଇ ବିଭିନ୍ନ ସମୟରେ ପ୍ରଚେଷ୍ଟା କରିଥିଲେ ମଧ୍ୟ ଏଏସ୍‌ଆଇ ପକ୍ଷରୁକୌଣସି ପଦକ୍ଷେପ ନିଆଯାଇ ନାହିଁ। ଏନେଇ ଏଏସ୍‌ଆଇର ପୁରୀ ସର୍କଲ ଅଧୀକ୍ଷକ ଡ. ଦିବିସଦ ବ୍ରଜସୁନ୍ଦର ଗଡ଼ନାୟକଙ୍କୁ ପଚାରିବାରେ ସେ କୁହନ୍ତି, ଏଠାରେ ଯାହା ଅସୁବିଧା ଅଛି ଓ ଚୋରି ହୋଇଛି ତୁରନ୍ତ ସେଗୁଡ଼ିକ କାର୍ଯ୍ୟକାରୀ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?