ଜଙ୍ଗଲ ନଷ୍ଟକରି କଂକ୍ରିଟ ପିଲାର ନିର୍ମାଣ

ଦେବଗଡ଼,୨୨ା୬(ଶଶାଙ୍କ ଶେଖର ଝାଙ୍କର)କୋରଡକୋଟ ସଂରକ୍ଷିତ ଜଙ୍ଗଲରେ ଜନସ୍ବାସ୍ଥ୍ୟ ବିଭାଗ ତରଫରୁ ବେଆଇନ ଭାବେ ଜେସିବି ବ୍ୟବହାର କରି ଜଙ୍ଗଲ ନଷ୍ଟ କରି କଂକ୍ରିଟ ପିଲର ନିର୍ମାଣ କରାଯାଉଛି। କୋରଡକୋଟ ଜଳ ପ୍ରପାତରୁ ପାଣି ନେବା ପାଇଁ କାର୍ଯ୍ୟ ପ୍ରସ୍ତୁତି ଚାଲିଛି । ସରକାରୀ ନିୟମ ଅନୁସାରେ ସଂରକ୍ଷିତ ଜଙ୍ଗଲରେ କୌଣସି ପ୍ରକାର ସ୍ଥାୟୀ ନିର୍ମାଣ ହେବା କଥା ନୁହେଁ । କିନ୍ତୁ ଜନସ୍ବାସ୍ଥ୍ୟ ବିଭାଗ ଆଇନ ଉଲ୍ଲଂଘନ କରି ସେଠାରୁ ପାଣି ନେବା ପାଇଁ ସ୍ଥାୟୀ ଭାବେ ଯୋଜନା ପ୍ରସ୍ତୁତ କରୁଛି। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।
ଦେବଗଡର କୋରଡକୋଟ ସଂରକ୍ଷିତ ଜଙ୍ଗଲ ଏକ ଐତିହାସିକ ପର୍ଯ୍ୟଟନ ସ୍ଥଳୀ। ଅତୀତରେ ବାମଣ୍ଡା ରାଜା ସଚ୍ଚିଦାନନ୍ଦଙ୍କ ସମୟରେ ଜଳପ୍ରପାତ ପାଣିକୁ ବ୍ୟବହାର କରି ଏକ ଜଳ ବିଦ୍ୟୁତ କେନ୍ଦ୍ର ସ୍ଥାପନ କରାଯାଇଥିଲା। ଏଥିରୁ ଦେବଗଡ ସହରକୁ ବିଜୁଳି ଯୋଗାଣ ହେଉଥିଲା। ଏଡାକୁ ଏସିଆ ମହାଦେଶର ଦ୍ୱିତୀୟ ଜଳବିଦ୍ୟୁତ୍‌ କେନ୍ଦ୍ର ଭାବରେ ଗଣା ଯାଏ । ଅନ୍ୟପକ୍ଷରେ ୨୦୧୬ ମସିହାରେ ତତ୍କାଳୀନ ଜିଲାପାଳ ଗୁହା ପୁନମ ତାପସ କୁମାର କୋରଡକୋଟରେ ଉକ୍ତ ବିଦ୍ୟୁତ୍‌ ପ୍ରକଳ୍ପର ଶତବାର୍ଷିକ ପାଳନ କରାଯାଇଥିଲା। ଉକ୍ତ ଐତିହାସିକ ପ୍ରକଳ୍ପରୁ ସେ ସମୟରେ ଟରବାଇନ ଦ୍ୱାରା କିପରି ବିଦ୍ୟୁତ୍‌ ବାହାରୁଥିଲା ଏବଂ ଦେବଗଡ ବାସୀ ବ୍ୟବହାର କରୁଥିଲେ ଏବଂ ସେହି ସ୍ଥାନରେ ଉକ୍ତ ପ୍ରକଳ୍ପର ପୁନରୁଦ୍ଧାର ନକରି ଜଙ୍ଗଲ ଓ ପରିବେଶ ନଷ୍ଟ କରିବାକୁ ଲୋକେ ସାଧାରଣରେ ଗ୍ରହଣ କରି ପାରୁ ନାହାନ୍ତ। ବର୍ତ୍ତମାନ ସେହି କୋରଡକୋଟ ଜଳପ୍ରପାତର ପାଣିକୁ ନିକଟବର୍ତ୍ତୀ ଅଞ୍ଚଳର ଚାଷୀମାନେ ଚାଷ ବଗିଚା କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ଏହି ପ୍ରକଳ୍ପ ହେଲେ ଗରିବ ଚାଷୀଙ୍କ ଚାଷ କାର୍ଯ୍ୟ ଉଜୁଡି ଯିବ। କୋରଟକୋଟ ଜଳ ପ୍ରପାତର ଜଳପାନ କରି ବର୍ଷସାରା ପଶୁ ପକ୍ଷୀ ଜୀବଜନ୍ତୁମାନେ ଜୀବନ ଧାରଣ କରୁଛନ୍ତି। ସେହି ପାଣିକୁ ଅନ୍ୟଥା ବ୍ୟବହାର କଲେ ଜଙ୍ଗଲରେ ଥିବା ଜୀବଯନ୍ତୁ, ବୃକ୍ଷଲତା, ଔଷଧୀୟ ଗୁଳ୍ମ ଆଦି ପାଣି ଅଭାବରେ ବଞ୍ଚିବା କଷ୍ଟକର ହେବ ।
ରାଜ୍ୟ ସରକାର କୋରଡକୋଟ ଜଳପ୍ରପାତକୁ ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ଚିହ୍ନଟ କରିଛନ୍ତି। ଏଣୁ ଏଠାକୁ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହରୁ ଆନେକ ପର୍ଯ୍ୟଟକ ଜଳ ପ୍ରପାତର ମନୋରମ ଦୃଶ୍ୟ ଉପଭୋଗ କରିବା ପାଇଁ ଆସିଥାନ୍ତି। ପୁନଶ୍ଚ କୋରଡକୋଟ ଜଳପ୍ରପାତର ପାଣି ଷୋହଳ ବଖରି କଟାକୁ ଯୋଗାଉଥିବାରୁ ସହରରେ ଥିବା କୂଅ ପୋଖରୀର ଜଳ ରହିଥାଏ ।
ସୂଚନା ଥାଉକି ବ୍ରାହ୍ମଣୀ ନଦୀ ରେଙ୍ଗାଳିଡ୍ୟାମର ଗଚ୍ଛିତ ପାଣି ଦେବଗଡ ସହରରୁ ମାତ୍ର ୧୫ ରୁ ୨୦ କିଲୋମିଟର ଦୂରରେ। କିନ୍ତୁ ତାହା ଦେବଗଡ଼ ପାଇଁ ଉପଯୋଗରେ ଲଗେଇ ପାରୁନାହାନ୍ତି ସରକାର I ଆଗରୁ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ତାହା କାର୍ଯ୍ୟକାରୀ କରୁନାହାନ୍ତି। କିନ୍ତୁ ଏପଟେ ସଂରକ୍ଷିତ ଜଙ୍ଗଲ ଓ ପରିବେଶକୁ ନଷ୍ଟ କରିବାରେ ଲାଗିପଡ଼ିଛି ଜିଲା ପ୍ରଶାସନ। ତେଣୁ ଏହି ସବୁ ସମସ୍ୟା ଦୂର କରିବା ପାଇଁ ସେଠାରୁ ଜଳ ଅନ୍ୟତ୍ର ବ୍ୟବହାର ନ କରିବା ପାଇଁ ଦେବଗଡ ଜନସାଧାରଣ ଦାବି କରିଛନ୍ତି। ଏ ସମ୍ପର୍କରେ ଜନସ୍ବାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ନେତ୍ର ନନ୍ଦ ସାହୁଙ୍କୁ ପଚାରିବାରୁ କୋରଡକୋଟ ଜଳପ୍ରପାତରୁ ବାଲିରଇରେ ନୂତନ ଭାବେ ନିର୍ମିତ ଡାକ୍ତରଖାନାକୁ ପାଣି ଯୋଗାଣ କରିବାକୁ ଆମକୁ ବନ ବିଭାଗ ପକ୍ଷରୁ ଅନୁମତି ମିଳିଛି କହିଥିଲେ। ଫରେଷ୍ଟର ଭୀମସେନ ଶତପଥୀ ଅନୁମତି ଦିଆଯାଇଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ

ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?