ଜନସେବାର ପରିଭାଷା

ଛାୟାକାନ୍ତ ଷଡ଼ଙ୍ଗୀ

 

ସମ୍ପ୍ରତି କିଛି ଧନାଢ଼୍ୟ ବ୍ୟକ୍ତି ଜନସେବା କରିବା ନାମରେ ଦାତବ୍ୟ ଅନୁଷ୍ଠାନ ସ୍ଥାପନ କରୁଛନ୍ତି ଓ ଜନମଙ୍ଗଳ କାର୍ଯ୍ୟ ମଧ୍ୟ କରୁଛନ୍ତି। ମାତ୍ର ଏମାନଙ୍କ ମଧ୍ୟରେ ଅଛନ୍ତି ଦୁଇଟି ଗୋଷ୍ଠୀ। ଗୋଟିଏ ଗୋଷ୍ଠୀ ବ୍ୟବସାୟ କରି ପ୍ରଭୂତ ଅର୍ଥ ଉପାର୍ଜନ କରନ୍ତି ଓ ତାକୁ ଜନସେବାରେ ବିନିଯୋଗ କରୁଛନ୍ତି। ରକ୍‌ଫେଲର ଫାଉଣ୍ଡେଶନ୍‌ , ଇନ୍‌ଫୋସିସ୍‌ ଫାଉଣ୍ଡେଶନ୍‌, ବଫେଟ୍‌ ଫାଉଣ୍ଡେଶନ୍‌ ଇତ୍ୟାଦି ଏହି ଶ୍ରେଣୀୟ। ପୁନଶ୍ଚ କେହି କେହି ନିଜ ନାମକୁ ଲୁକ୍କାୟିତ ରଖି ଜନମଙ୍ଗଳ କାର୍ଯ୍ୟ କରିଥାନ୍ତି, ଯଦିଓ ସେମାନଙ୍କ ସଂଖ୍ୟା କମ୍‌। ଆତ୍ମପ୍ରଚାର କରିବାକୁ ସେମାନେ ଚାହାନ୍ତି ନାହିଁ। ଅପରପକ୍ଷରେ ଆଉ ଗୋଟିଏ ଗୋଷ୍ଠୀ ଅଛନ୍ତି ଯେଉଁମାନେ ଜନମଙ୍ଗଳ କାର୍ଯ୍ୟ ମାଧ୍ୟମରେ ନିଜର ବ୍ୟବସାୟର ଉନ୍ନତି ସାଧନ କରିଥାନ୍ତି। ଜନସେବା ସେମାନଙ୍କ ଲକ୍ଷ୍ୟ ନ ଥାଏ, ତାହା ଭୌତିକ ଲକ୍ଷ୍ୟ ପ୍ରାପ୍ତିର ଏକ ମାଧ୍ୟମ ହୋଇଥାଏ। ବିଶିଷ୍ଟ ଲେଖିକା ସୁଧା ମୂର୍ତ୍ତି ଏହି ଦୁଇଟି ଦୃଷ୍ଟିଭଙ୍ଗୀକୁ ଗୋଟିଏ ପରିବାରର ବାପ ଓ ପୁଅ ମଧ୍ୟରେ ଆବିଷ୍କାର କରି ଉପସ୍ଥାପନ କରିଛନ୍ତି ଏକ ଆଲେଖ୍ୟ, ‘ଜନସେବାର ବ୍ୟବସାୟ’।
ହରିଲାଲ୍‌ ଜୈନ ଥିଲେ ଜଣେ ସଫଳ ବ୍ୟବସାୟୀ ତଥା ଫାର୍ମାସିଷ୍ଟ୍‌। କଠିନ ପରିଶ୍ରମ ଓ ସାଧୁତା ବଳରେ ସେ ଏକ କମ୍ପାନୀ ପ୍ରତିଷ୍ଠା କଲେ। ସ୍ବଭାବତଃ ସେ ଥିଲେ ଦୟାର୍ଦ୍ର ଓ ପରୋପକାରୀ। ସେତେବେଳକୁ ସୁଧା ମୂର୍ତ୍ତି ଇନ୍‌ଫୋସିସ୍‌ ଫାଉଣ୍ଡେଶନ୍‌ ଗଢ଼ିସାରି ବିଭିନ୍ନ ସ୍ଥାନରେ ଜନହିତକର କାର୍ଯ୍ୟ କରୁଥାନ୍ତି। ଦିନେ ହରିଲାଲ୍‌ ଆସି ସୁଧା ମୂର୍ତ୍ତିଙ୍କୁ କହିଲେ, ”ମହାଶୟା! ମୁଁ ପ୍ରଭୂତ ଅର୍ଥ ଉପାର୍ଜନ କରୁଛି। ମୋ ପୁଅ ବିଦେଶରେ ପଢ଼ୁଛି। ମୁଁ ସମାଜ ପାଇଁ କିଛି କରିବାକୁ ଚାହେଁ। ମାତ୍ର ସମୟ ପାଉନାହିଁ। ଗାଁ ଓ ବସ୍ତିଗୁଡ଼ିକରେ ଆପଣ କରୁଥିବା ଜନହିତକର କାର୍ଯ୍ୟ ମୋତେ ପ୍ରଭାବିତ ଓ ପ୍ରେରିତ କରିଛି। ମୁଁ ଆପଣଙ୍କୁ ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ମୌଳିକ ଔଷଧ ଗରିବ ଲୋକମାନଙ୍କ ମଧ୍ୟରେ ଆପଣଙ୍କ ଅନୁଷ୍ଠାନ ମାଧ୍ୟମରେ ବଣ୍ଟନ କରିବାକୁ ଚାହେଁ। ଆପଣ ଏହି କାର୍ଯ୍ୟ ପାଇଁ ଜଣେ ଡାକ୍ତର ମଧ୍ୟ ନିଯୁକ୍ତି କରିପାରନ୍ତି। ସେହି ଖର୍ଚ୍ଚ ମଧ୍ୟ ମୁଁ ବହନ କରିବି।“ ହରିଲାଲ୍‌ଙ୍କ ଏହି ପ୍ରସ୍ତାବଟିକୁ ଆନନ୍ଦରେ ଗ୍ରହଣ କଲେ ସୁଧା ମୂର୍ତ୍ତି। ସେ କହିଲେ, ”ଆମ ଡାକ୍ତର ଅଛନ୍ତି। ସେ ଆବଶ୍ୟକ ଔଷଧର ଏକ ତାଲିକା ପ୍ରସ୍ତୁତ କରିବେ। ମୁଁ ପ୍ରତିମାସ ତାଲିକାଟିକୁ ଆପଣଙ୍କ ନିକଟକୁ ପଠାଇବି ଓ ଆପଣ ତା’ଅନୁସାରେ ଔଷଧ ଦେବେ।“ହରିଲାଲ୍‌ କହିଲେ, ଆପଣଙ୍କ ଆସିବା ଆବଶ୍ୟକ ନାହିଁ, ଔଷଧ ପଠାଇବା ଦାୟିତ୍ୱ ମୋର। ପୁନଶ୍ଚ ଗୋଟିଏ ସର୍ତ୍ତ ହେଉଛି ଆପଣ ମୋର ନାମ ଓ କମ୍ପାନୀର ନାମକୁ ଲୁକ୍କାୟିତ ରଖିବେ। ଆତ୍ମପ୍ରଚାର କରିବା ମୋର ଉଦ୍ଦେଶ୍ୟ ନୁହେଁ। ଏହି ବୁଝାମଣା ଅନୁସାରେ ହରିଲାଲ୍‌ ଆବଶ୍ୟକ ଔଷଧ ଯୋଗାଇଲେ ଓ ତାହା ସୁଧା ମୂର୍ତ୍ତିଙ୍କ ଫାଉଣ୍ଡେଶନ୍‌ ମାଧ୍ୟମରେ ଜନସାଧାରଣଙ୍କ ପାଖରେ ପହଞ୍ଚତ୍ଲା।
ହଠାତ୍‌ ହରିଲାଲ୍‌ଙ୍କ ମୃତ୍ୟୁ ହେଲା। କିଛି ଦିନ ଅନ୍ତେ ସୁଧା ମୂର୍ତ୍ତି ତାଙ୍କ ଅଫିସକୁ ଆସି ଜାଣିଲେ ଜଣେ ଯୁବକ ବସିଛନ୍ତି। ସେ ଥିଲେ ଆମେରିକା ଫେରନ୍ତା ଏମ୍‌ବିଏ ପଢ଼ିଥିବା ହରିଲାଲଙ୍କ ପୁଅ ସାକେତ୍‌। ବାପାଙ୍କ ମୃତ୍ୟୁ ପରେ ସେ କମ୍ପାନୀର ବ୍ୟବସାୟକୁ ସମ୍ଭାଳୁଥାନ୍ତି। ପୂର୍ବଭଳି ହରିଲାଲଙ୍କ କମ୍ପାନୀରୁ ଔଷଧ ଆସୁଥାଏ। ମାତ୍ର ତାଙ୍କ ମୃତ୍ୟୁର ତିନିମାସ ପରେ ଔଷଧ ଯୋଗାଣ ବନ୍ଦ ହୁଅନ୍ତେ ଦିନେ ସୁଧା ମୂର୍ତ୍ତି କାରଣ ଜାଣିବାକୁ ଅଫିସକୁ ଫୋନ୍‌ କଲେ। ତାଙ୍କୁ ପରଦିନ ସକାଳ ୯ଟା ବେଳେ ସାକ୍ଷାତ କରିବାକୁ କୁହାଗଲା। ସୁଧା ମୂର୍ତ୍ତି ଠିକ୍‌ ସମୟରେ ପହଞ୍ଚତ୍ଲେ। ଦେଖିଲେ, ଏକ ସୁସଜ୍ଜିତ ପୁଷ୍ପଶୋଭିତ କର୍ପୋରେଟ୍‌ ଅଫିସ। ସାକେତ୍‌ ସାହେବଙ୍କ ପ୍ରକୋଷ୍ଠକୁ ପ୍ରବେଶ କରିବାକୁ ଉଦ୍ୟତ ହୁଅନ୍ତେ ଅଭ୍ୟର୍ଥନାକାରୀ ତାଙ୍କୁ ଅଟକାଇଦେଲେ। ବାବୁ ବ୍ୟସ୍ତ ଥିବାରୁ କିଛି ସମୟ ଅପେକ୍ଷା କରିବାକୁ ତାଙ୍କୁ କୁହାଗଲା। ଶେଷରେ ସାକ୍ଷାତ ହେଲା। ସାକେତ୍‌ବାବୁ କହିଲେ, ”ମୋ ବାପା ନିଜ ନାମକୁ ଗୁପ୍ତ ରଖି ଆପଣଙ୍କୁ ପ୍ରଭୂତ ମୂଲ୍ୟର ଔଷଧ ଦାନ କରିଛନ୍ତି। ମୁଁ ଭାବୁଛି ଏହା ଥିଲା ତାଙ୍କର ଏକ ଭୁଲ୍‌ ନିଷ୍ପତ୍ତି। ମୁଁ ଆପଣଙ୍କ ସହ ପୂର୍ବ ସମ୍ପର୍କକୁ ଅବ୍ୟାହତ ରଖିବାକୁ ଚାହେଁ, ମାତ୍ର ଏକ ନୂଆ ସର୍ତ୍ତରେ। ତାହାହେଲା- ଆପଣ ଯେଉଁ ସ୍ବାସ୍ଥ୍ୟ ଶିବିର କରୁଛନ୍ତି ସେଠାରେ ଆମ କମ୍ପାନୀର ନାମ ପ୍ରଦର୍ଶିତ ହେବ। ପୂର୍ବଭଳି ଆମ କର୍ମଚାରୀ ଔଷଧ ନେଇ ଆପଣଙ୍କ ପାଖରେ ପହଞ୍ଚାଇବେ ନାହିଁ। ଏଥିପାଇଁ ଆପଣ କର୍ମଚାରୀ ପଠାଇବେ। ଆପଣଙ୍କ ଆବଶ୍ୟକତା ଅନୁସାରେ ଆମେ ଔଷଧ ଦେବୁନାହିଁ। ଯେଉଁ ଔଷଧ ବଳକା ଥିବ ସେତକ ଆମେ ଦେଇପାରିବୁ। ଆପଣ ଆମର ଏହି ଅବଦାନ ସମ୍ପର୍କରେ ବିଭିନ୍ନ ସଭାସମିତିରେ କହିବେ। ଜନସେବା ହେଉଛି ବ୍ୟବସାୟକୁ ସମୃଦ୍ଧ କରିବାର ଏକ ମାଧ୍ୟମ।“ ସୁଧା ମୂର୍ତ୍ତି ତାଙ୍କୁ ଧନ୍ୟବାଦ ଦେଇ କହିଲେ, ”ମୁଁ ଆପଣଙ୍କ ଏହି ସର୍ତ୍ତକୁ ରକ୍ଷା କରିପାରୁନାହିଁ। ଆମେ ଆପଣଙ୍କ ବଳକା ଔଷଧକୁ ବ୍ୟବହାର କରିବାକୁ ବଳକା ରୋଗ ପାଇବୁ କେଉଁଠୁ? ଜନସେବା ଓ ବ୍ୟବସାୟକୁ ମିଶାଇବା ଠିକ୍‌ ନୁହେଁ।“ ଏତିକି କହି ସେ ବିଦାୟ ନେଲେ। ସେହିଦିନଠାରୁ ସେ ସାକେତ୍‌ବାବୁଙ୍କ କମ୍ପାନୀ ସହ ସମ୍ପର୍କ ଛିନ୍ନ କଲେ।
ଆଜିକାଲି ବହୁ ଧନାଢ଼୍ୟ ବ୍ୟକ୍ତି ଟ୍ରଷ୍ଟ ଫାଉଣ୍ଡେଶନ୍‌ ଆଦି ଜନସେବା କରିବା ନାମରେ ଗଠନ କରୁଛନ୍ତି। ସାକେତ୍‌ବାବୁଙ୍କ ଭଳି ସେମାନଙ୍କ ଲକ୍ଷ୍ୟ ହେଉଛି କିଛି ଜନସେବା କରି ଖ୍ୟାତି ସାଉଁଟିବା ଓ ଜନସେବା ନାମରେ ବ୍ୟବସାୟକୁ ସମୃଦ୍ଧ କରିବା। ମାତ୍ର ପ୍ରକୃତ ଜନସେବା କରିବାକୁ ଚାହିଁଲେ ଲାଭ କ୍ଷତିର ବଚାର କରାଯାଏ ନାହିଁ। ଜନସାଧାରଣଙ୍କ ଆବଶ୍ୟକତାକୁ ବିଚାର ନ କରି ନିଜ ବ୍ୟବହାରରେ ଆସୁ ନ ଥିବା ଉଦ୍‌ବୃତ୍ତ ସାମଗ୍ରୀକୁ ଦାନ କରିବା ଜନସେବା ନୁହେଁ। ଜନସେବା ହେଉଛି ଏକ ନିଃସ୍ବାର୍ଥ ଯଜ୍ଞ, ଯେଉଁଥିରେ ପ୍ରକାଶ ପାଏ ଦାତାର ସମ୍ବେଦନା ଏବଂ ନ ଥାଏ ଖ୍ୟାତି ସାଉଁଟିବାର ଓ ସ୍ବାର୍ଥ ହାସଲ କରିବାର ଅଭିଳାଷ। ଏହିଭଳି ଏକ ଉଦାହରଣ ରହିଛି ମଧ୍ୟପ୍ରାଚ୍ୟର ଏକ କାହାଣୀରେ। ଗୋଟିଏ ଗାଁରେ ଥିଲେ ଜଣେ ବ୍ୟକ୍ତି, ଯାହାଙ୍କୁ ସମଗ୍ର ଗ୍ରାମବାସୀ ତାଙ୍କ କାର୍ପଣ୍ୟ ପାଇଁ ଘୃଣା କରୁଥିଲେ। ଅପରପକ୍ଷରେ ଥାଏ ଜଣେ ଗରିବ ମୋଚି, ଯିଏ ଗାଁରେ ଗରିବମାନଙ୍କୁ ସାହାଯ୍ୟ କରେ ଓ ଜନହିତକର କାର୍ଯ୍ୟ କରେ। ଜଣେ ବଦାନ୍ୟ ବ୍ୟକ୍ତିଭାବରେ ସେ ପ୍ରଶଂସିତ ହୁଏ। ହଠାତ୍‌ ଗାଁର ସେହି କୃପଣ ବିଦିତ ଧନୀ ବ୍ୟକ୍ତିର ମୃତ୍ୟୁ ହେଲା। ତା’ର ମୃତ୍ୟୁରେ ଗାଁର କେହି ବ୍ୟଥିତ ହେଲେ ନାହିଁ। ମାତ୍ର ମୋଚିଟି ବହୁ କାନ୍ଦିଥିଲା। ତା’ପରେ ଗାଁର ସବୁ ଜନହିତକର କାର୍ଯ୍ୟ ବନ୍ଦ ହୋଇଗଲା। ଦିନେ ଗାଁ ଲୋକେ ତାକୁ ପଚାରିଲେ, ”ତୁମେ ହଠାତ୍‌ ଜନସେବା ବନ୍ଦ କଲ ଓ ଜଣେ କୃପଣ ବ୍ୟକ୍ତିର ମୃତ୍ୟୁରେ କାନ୍ଦୁଛ। ତୁମ ଚରିତ୍ରରେ ହଠାତ୍‌ ଏ ପରିବର୍ତ୍ତନର କାରଣ କଣ?“ ମୋଚିର ଉତ୍ତର ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଥିଲା। ସେ କହିଲା, ”ମୁଁ ଯେଉଁ ଜନହିତକର କାର୍ଯ୍ୟ କରୁଥିଲି ସେ ସବୁର ଅର୍ଥ ଯୋଗାଇ ଦେଉଥିଲେ ସେହି କୃପଣ ଭାବରେ ବିଦିତ ଧନୀ ବ୍ୟକ୍ତି। ସେ ଚାଲିଗଲା ପରେ ମୁଁ ଭାଙ୍ଗିପଡ଼ିଛି। ସେ ଚାହୁଁ ନ ଥିଲେ ତାଙ୍କ କୃତିତ୍ୱ ପ୍ରଚାର କରିବା ପାଇଁ ବା ଖ୍ୟାତି ସାଉଁଟିବା ପାଇଁ। ସମ୍ପୂର୍ଣ୍ଣ ଅନ୍ତରାଳରେ ରହି ସମାଜର ମଙ୍ଗଳ କରିବା ଥିଲା ତାଙ୍କର ଇଚ୍ଛା“। ସେଦିନ ସ୍ତବ୍ଧ ହୋଇଥିଲେ ସମଗ୍ର ଗ୍ରାମବାସୀ ଓ ବୁଝିଥିଲେ ଜନସେବାର ପ୍ରକୃତ ପରିଭାଷା। ଆଜି ସମୟ ବଦଳିଯାଇଛି। ଜନସେବାର ଅଭିନୟ ମାଧ୍ୟମରେ ଚାଲିଛି ପ୍ରଭୂତ ଧନ ଓ ପ୍ରଶଂସା ଉପାର୍ଜନ ।
ମୋ: ୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ

ନିକଟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ କହିଥିଲେ, ଭାରତ ହେଉଛି ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗୀଦାରି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri